ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 1 (IRVOR)
ବ୍ୟକ୍ତିଗତ ଅଭିବାଦନ କେଙ୍କ୍ରେୟାସ୍ଥ ମଣ୍ଡଳୀର ସେବିକା ଆମ୍ଭମାନଙ୍କ ଭଗ୍ନୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 2 (IRVOR)
ତୁମ୍ଭେମାନେ ସାଧୁମାନଙ୍କୁ ଯଥାଯୋଗ୍ୟ ଭାବରେ ତାଙ୍କୁ ପ୍ରଭୁଙ୍କ ନାମରେ ଗ୍ରହଣ କରିବ, ଆଉ ଯେକୌଣସି ବିଷୟରେ ତୁମ୍ଭମାନଙ୍କଠାରୁ ତାଙ୍କର ସାହାଯ୍ୟ ଆବଶ୍ୟକ ହେବ, ସେ ବିଷୟରେ ତାଙ୍କୁ ସାହାଯ୍ୟ କରିବ; କାରଣ ସେ ନିଜେ ମଧ୍ୟ ଅନେକଙ୍କର ଓ ମୋ' ନିଜର ଉପକାର କରିଅଛନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 3 (IRVOR)
ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ମୋହର ସହକର୍ମୀ ପ୍ରୀସ୍କା ଓ ଆକ୍ୱିଲାଙ୍କୁ ନମସ୍କାର ଜଣାଅ;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 4 (IRVOR)
ସେମାନେ ମୋହର ପ୍ରାଣ ନିମନ୍ତେ ଆପଣା ଆପଣା ପ୍ରାଣକୁ ବିପଦଗ୍ରସ୍ତ କଲେ; କେବଳ ମୁଁ ଯେ ସେମାନଙ୍କୁ ଧନ୍ୟବାଦ ଦେଉଅଛି, ତାହା ନୁହେଁ, କିନ୍ତୁ ଅଣଯିହୂଦୀମାନଙ୍କ ମଣ୍ଡଳୀସମୂହ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଦେଉଅଛନ୍ତି;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 5 (IRVOR)
ଆଉ ସେମାନଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ । ମୋହର ପ୍ରିୟ ଏପାଇନେତଙ୍କୁ ନମସ୍କାର ଜଣାଅ, ସେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଆସିଆର ପ୍ରଥମ ଫଳ ସ୍ୱରୂପ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 6 (IRVOR)
ମରିୟମଙ୍କୁ ନମସ୍କାର ଜଣାଅ, ସେ ତୁମ୍ଭମାନଙ୍କ ନିମନ୍ତେ ବହୁ ପରିଶ୍ରମ କରିଥିଲେ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 7 (IRVOR)
ମୋହର ସ୍ୱଜାତୀୟ ଓ ସହବନ୍ଦୀ ଆନ୍ଦ୍ରନିକ ଓ ଯୂନିୟାଙ୍କୁ ନମସ୍କାର ଜଣାଅ; ସେମାନେ ପ୍ରେରିତମାନଙ୍କ ମଧ୍ୟରେ ବିଖ୍ୟାତ ଓ ମୋହର ପୂର୍ବରେ ସୁଦ୍ଧା ଖ୍ରୀଷ୍ଟଙ୍କ ଆଶ୍ରିତ ହୋଇଅଛନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 8 (IRVOR)
ପ୍ରଭୁଙ୍କଠାରେ ମୋହର ପ୍ରିୟ ଆମ୍ପ୍ଳିୟାତାଙ୍କୁ ନମସ୍କାର ଜଣାଅ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 9 (IRVOR)
ଖ୍ରୀଷ୍ଟଙ୍କ ସେବାରେ ଆମ୍ଭମାନଙ୍କ ସହକର୍ମୀ ଉର୍ବାଣଙ୍କୁ ଓ ମୋହର ପ୍ରିୟ ସ୍ତାଖୁଙ୍କୁ ନମସ୍କାର ଜଣାଅ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 10 (IRVOR)
ଖ୍ରୀଷ୍ଟଙ୍କଠାରେ ପରୀକ୍ଷାସିଦ୍ଧ ଆପେଲ୍ଲାଙ୍କୁ ନମସ୍କାର ଜଣାଅ । ଆରିସ୍ତବୂଲଙ୍କ ପରିବାରସ୍ଥ ଲୋକମାନଙ୍କୁ ନମସ୍କାର ଜଣାଅ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 11 (IRVOR)
ମୋହର ସ୍ୱଜାତୀୟ ହେରୋଦୀୟୋନଙ୍କୁ ନମସ୍କାର ଜଣାଅ । ନାର୍କିସଙ୍କ ପରିବାର ମଧ୍ୟରେ ଯେଉଁମାନେ ପ୍ରଭୁଙ୍କ ଆଶ୍ରିତ ଅଛନ୍ତି, ସେମାନଙ୍କୁ ନମସ୍କାର ଜଣାଅ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 12 (IRVOR)
ପ୍ରଭୁଙ୍କ କାର୍ଯ୍ୟରେ ପରିଶ୍ରମ କରୁଥିବା କ୍ରୁଫେଣା ଓ କ୍ରୁଫୋସାଙ୍କୁ ନମସ୍କାର ଜଣାଅ । ପ୍ରିୟ ପର୍ଶିଙ୍କୁ ନମସ୍କାର ଜଣାଅ, ସେ ପ୍ରଭୁଙ୍କ କାର୍ଯ୍ୟରେ ବହୁ ପରିଶ୍ରମ କରିଅଛନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 13 (IRVOR)
ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋର ମାତା ସ୍ୱରୂପ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 14 (IRVOR)
ଅସୁଙ୍କ୍ରିତ, ଫ୍ଳେଗୋନ୍, ହର୍ମୀସ୍, ପାତ୍ରବା, ହର୍ମୀସ୍, ଆଉ ସେମାନଙ୍କ ସାଙ୍ଗରେ ଥିବା ଭାଇମାନଙ୍କୁ ନମସ୍କାର ଜଣାଅ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 15 (IRVOR)
ଫିଲଲଗ ଓ ଯୂଲିଅ, ନୀରୂସ୍ ଓ ତାଙ୍କ ଭଗ୍ନୀ; ପୁଣି, ଅଲୁମ୍ପା ଓ ସେମାନଙ୍କ ସାଙ୍ଗରେ ଥିବା ସମସ୍ତ ସାଧୁଙ୍କୁ ନମସ୍କାର ଜଣାଅ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 16 (IRVOR)
ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର । ଖ୍ରୀଷ୍ଟଙ୍କ ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 17 (IRVOR)
ଶେଷ ନିର୍ଦ୍ଦେଶ ଓ ସମ୍ଭାଷଣ ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି;
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 18 (IRVOR)
କାରଣ ଏହିପରି ଲୋକେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 19 (IRVOR)
ଯେଣୁ ତୁମ୍ଭମାନଙ୍କ ଆଜ୍ଞାବହତାର କଥା ସମସ୍ତ ଲୋକଙ୍କ ମଧ୍ୟରେ ବ୍ୟାପିଯାଇଅଛି; ଅତଏବ, ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, କିନ୍ତୁ ତୁମ୍ଭେମାନେ ଯେପରି ସତ୍ ବିଷୟରେ ଜ୍ଞାନୀ ଓ ଅସତ୍ ବିଷୟରେ ଅମାୟିକ ହୁଅ, ଏହା ମୋହର ଇଚ୍ଛା ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 20 (IRVOR)
ଆଉ ଶାନ୍ତିଦାତା ଈଶ୍ୱର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ । ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 21 (IRVOR)
ମୋହର ସହକର୍ମୀ ତୀମଥି, ପୁଣି, ମୋହର ସ୍ୱଜାତୀୟ ଲୂକୀୟ, ଯାସୋନ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 22 (IRVOR)
ଏହି ପତ୍ର ଲେଖକ ଯେ ମୁଁ ତର୍ତ୍ତୀୟ, ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 23 (IRVOR)
ମୋହର ଓ ସମସ୍ତ ମଣ୍ଡଳୀର ଆତିଥ୍ୟକାରୀ ଗାୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି । ଏହି ନଗରର କୋଷାଧ୍ୟକ୍ଷ ଏରାଷ୍ଟ ଓ ଭାଇ କ୍ୱାର୍ତ୍ତ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 24 (IRVOR)
[ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ । ଆମେନ୍ ।]
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 25 (IRVOR)
ଯେଉଁ ଈଶ୍ୱର ମୋହର ସୁସମାଚାର ଓ ଯୀଶୁଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍ ଯେଉଁ ନିଗୂଢ଼ତତ୍ତ୍ୱ ପ୍ରାଚୀନ କାଳରୁ ଗୁପ୍ତ ଥିଲା,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 26 (IRVOR)
ସ୍ତବଗାନ ମାତ୍ର ଏବେ ପ୍ରକାଶିତ ହୋଇଅଛି, ପୁଣି, ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ୱରଙ୍କ ଆଜ୍ଞାନୁସାରେ ଭାବବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ଜାତୀୟ ଲୋକଙ୍କ ନିକଟରେ ଜ୍ଞାତ କରାଯାଇଅଛି, ସେହି ନିଗୂଢ଼ତତ୍ତ୍ୱର ପ୍ରକାଶ ଅନୁସାରେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି,
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 16 : 27 (IRVOR)
ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଯୁଗେ ଯୁଗେ ସେହି ଏକମାତ୍ର ଜ୍ଞାନବାନ ଈଶ୍ୱରଙ୍କ ଗୌରବ ହେଉ । ଆମେନ୍ ।
❮
❯