ଗୀତସଂହିତା 99 : 1 (IRVOR)
{ସଦାପ୍ରଭୁ ହିଁ ରାଜାଧିରାଜ} [PS] ସଦାପ୍ରଭୁ ରାଜ୍ୟ କରନ୍ତି; ଗୋଷ୍ଠୀବର୍ଗ କମ୍ପିତ ହେଉନ୍ତୁ; [QBR] ସେ କିରୂବଗଣ ଉପରେ ଉପବିଷ୍ଟ; ପୃଥିବୀ ବିଚଳିତ ହେଉ। [QBR]
ଗୀତସଂହିତା 99 : 2 (IRVOR)
ସଦାପ୍ରଭୁ ସିୟୋନରେ ମହାନ ଓ [QBR] ସେ ସର୍ବଦେଶୀୟମାନଙ୍କ ଉପରେ ଉନ୍ନତ। [QBR]
ଗୀତସଂହିତା 99 : 3 (IRVOR)
ସେମାନେ ତୁମ୍ଭ ମହତ ଓ ଭୟଙ୍କର ନାମର ପ୍ରଶଂସା କରନ୍ତୁ; [QBR] ସେ ପବିତ୍ର ଅଟନ୍ତି। [QBR]
ଗୀତସଂହିତା 99 : 4 (IRVOR)
ରାଜାଙ୍କ ଶକ୍ତି ମଧ୍ୟ ବିଚାର ଭଲ ପାଏ; [QBR] ତୁମ୍ଭେ ନ୍ୟାୟ ସ୍ଥିର କରୁଥାଅ, [QBR] ତୁମ୍ଭେ ଯାକୁବ ମଧ୍ୟରେ ବିଚାର ଓ ନ୍ୟାୟ ସାଧନ କରୁଥାଅ। [QBR]
ଗୀତସଂହିତା 99 : 5 (IRVOR)
ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର [QBR] ଓ ତାହାଙ୍କ ପାଦପୀଠରେ ପ୍ରଣାମ କର; [QBR] ସେ ପବିତ୍ର ଅଟନ୍ତି। [QBR]
ଗୀତସଂହିତା 99 : 6 (IRVOR)
ତାହାଙ୍କ ଯାଜକଗଣ ମଧ୍ୟରେ ମୋଶା, ହାରୋଣ [QBR] ଓ ତାହାଙ୍କ ନାମରେ ପ୍ରାର୍ଥନାକାରୀମାନଙ୍କ ମଧ୍ୟରେ ଶାମୁୟେଲ; [QBR] ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଓ ସେ ସେମାନଙ୍କୁ ଉତ୍ତର ଦେଲେ। [QBR]
ଗୀତସଂହିତା 99 : 7 (IRVOR)
ସେ ମେଘ ସ୍ତମ୍ଭରେ ସେମାନଙ୍କ ନିକଟରେ କଥା କହିଲେ; [QBR] ସେମାନେ ତାହାଙ୍କର ସାକ୍ଷ୍ୟ ଓ ସେମାନଙ୍କୁ ଦତ୍ତ ବିଧିସବୁ ପାଳନ କଲେ। [QBR]
ଗୀତସଂହିତା 99 : 8 (IRVOR)
ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ଉତ୍ତର ଦେଲ। [QBR] ତୁମ୍ଭେ ସେମାନଙ୍କ କର୍ମର ପରିଶୋଧ ନେଲେ ହେଁ [QBR] ସେମାନଙ୍କର କ୍ଷମାକାରୀ ପରମେଶ୍ୱର ହୋଇଥିଲ। [QBR]
ଗୀତସଂହିତା 99 : 9 (IRVOR)
ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର [QBR] ଓ ତାହାଙ୍କ ପବିତ୍ର ପର୍ବତରେ ପ୍ରଣାମ କର; [QBR] କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ପବିତ୍ର ଅଟନ୍ତି। [PE]

1 2 3 4 5 6 7 8 9

BG:

Opacity:

Color:


Size:


Font: