ଗୀତସଂହିତା 91 : 1 (IRVOR)
{ସଦାପ୍ରଭୁ ଆମର ରକ୍ଷାକର୍ତ୍ତା} [PS] ଯେଉଁ ଜନ ସର୍ବୋପରିସ୍ଥଙ୍କ ଆବୃତ ସ୍ଥାନରେ ବାସ କରେ, [QBR] ସେ ସର୍ବଶକ୍ତିମାନଙ୍କ ଛାୟା ତଳେ ବସତି କରିବ। [QBR]
ଗୀତସଂହିତା 91 : 2 (IRVOR)
ମୁଁ ସଦାପ୍ରଭୁଙ୍କ ବିଷୟରେ କହିବି, “ସେ ମୋହର ଆଶ୍ରୟ ଓ ମୋହର ଦୁର୍ଗ; [QBR] ମୋହର ପରମେଶ୍ୱର, ମୁଁ ତାହାଙ୍କଠାରେ ନିର୍ଭର ରଖେ।” [QBR]
ଗୀତସଂହିତା 91 : 3 (IRVOR)
କାରଣ ସେ ତୁମ୍ଭକୁ ବ୍ୟାଧର ଫାନ୍ଦରୁ ଓ [QBR] ସର୍ବନାଶକ ମହାମାରୀରୁ ରକ୍ଷା କରିବେ। [QBR]
ଗୀତସଂହିତା 91 : 4 (IRVOR)
ସେ ଆପଣା ପକ୍ଷରେ ତୁମ୍ଭକୁ ଆବୋରିବେ [QBR] ଓ ତାହାଙ୍କ ଡେଣା ତଳେ ତୁମ୍ଭେ ଆଶ୍ରୟ ନେବ; [QBR] ତାହାଙ୍କ ସତ୍ୟତା ଢାଲ ଓ ଫଳକ ସ୍ୱରୂପ ଅଟେ। [QBR]
ଗୀତସଂହିତା 91 : 5 (IRVOR)
ତୁମ୍ଭେ ରାତ୍ରିର ତ୍ରାସ, କିଅବା ଦିବସର ଉଡ଼ନ୍ତା ତୀର, [QBR]
ଗୀତସଂହିତା 91 : 6 (IRVOR)
ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ୟାହ୍ନରେ [QBR] ବିନାଶକ ସଂହାର ବିଷୟରେ ଭୀତ ହେବ ନାହିଁ। [QBR]
ଗୀତସଂହିତା 91 : 7 (IRVOR)
ତୁମ୍ଭ ପାର୍ଶ୍ୱରେ ସହସ୍ର ଓ [QBR] ତୁମ୍ଭ ଦକ୍ଷିଣ ପାଖରେ ଅୟୁତ ଲୋକ ପଡ଼ିବେ; [QBR] ମାତ୍ର ତାହା ତୁମ୍ଭ କତିକୁ ଆସିବ ନାହିଁ। [QBR]
ଗୀତସଂହିତା 91 : 8 (IRVOR)
ତୁମ୍ଭେ କେବଳ ସ୍ୱଚକ୍ଷୁରେ ନିରୀକ୍ଷଣ କରିବ [QBR] ଓ ଦୁଷ୍ଟମାନଙ୍କର ପ୍ରତିଫଳ ଦେଖିବ। [QBR]
ଗୀତସଂହିତା 91 : 9 (IRVOR)
କାରଣ ହେ ସଦାପ୍ରଭୁ, ତୁମ୍ଭେ ମୋହର ଆଶ୍ରୟ। [QBR] ସର୍ବୋପରିସ୍ଥଙ୍କୁ ତୁମ୍ଭେ ଆପଣା ବାସସ୍ଥାନ କରିଅଛ। [QBR]
ଗୀତସଂହିତା 91 : 10 (IRVOR)
ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, [QBR] କିଅବା କୌଣସି ମାରୀ ତୁମ୍ଭ ତମ୍ବୁ ନିକଟକୁ ଆସିବ ନାହିଁ। [QBR]
ଗୀତସଂହିତା 91 : 11 (IRVOR)
କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା [QBR] କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ। [QBR]
ଗୀତସଂହିତା 91 : 12 (IRVOR)
ତୁମ୍ଭ ଚରଣ ଯେପରି ପଥରରେ ନ ବାଜିବ, [QBR] ଏଥିପାଇଁ ସେମାନେ ସ୍ୱହସ୍ତରେ ତୁମ୍ଭକୁ ବହିବେ। [QBR]
ଗୀତସଂହିତା 91 : 13 (IRVOR)
ତୁମ୍ଭେ ସିଂହ ଓ କାଳସର୍ପ ଉପରେ ଚାଲିବ; [QBR] ତୁମ୍ଭେ ଯୁବା ସିଂହ ଓ ସର୍ପକୁ ପାଦ ତଳେ ଦଳିବ। [QBR]
ଗୀତସଂହିତା 91 : 14 (IRVOR)
ସେ ଆମ୍ଭ ଉପରେ ଆପଣା ସ୍ନେହ ରଖିଅଛି, ଏହେତୁ ଆମ୍ଭେ ତାହାକୁ ଉଦ୍ଧାର କରିବା; [QBR] ସେ ଆମ୍ଭ ନାମ ଜାଣିଅଛି, ଏହେତୁ ଆମ୍ଭେ ତାହାକୁ ଉଚ୍ଚରେ ରଖିବା। [QBR]
ଗୀତସଂହିତା 91 : 15 (IRVOR)
ସେ ଆମ୍ଭ ନିକଟରେ ପ୍ରାର୍ଥନା କଲେ, ଆମ୍ଭେ ତାହାକୁ ଉତ୍ତର ଦେବା; [QBR] ଦୁଃଖ ବେଳେ ଆମ୍ଭେ ତାହାର ସହବର୍ତ୍ତୀ ହେବା; [QBR] ଆମ୍ଭେ ତାହାକୁ ରକ୍ଷା କରିବା ଓ ତାହାକୁ ସମ୍ଭ୍ରମ କରିବା। [QBR]
ଗୀତସଂହିତା 91 : 16 (IRVOR)
ଆମ୍ଭେ ଦୀର୍ଘାୟୁ ଦେଇ ତାହାକୁ ତୃପ୍ତ କରିବା [QBR] ଓ ଆମ୍ଭର ପରିତ୍ରାଣ ତାହାକୁ ଦେଖାଇବା। [PE]

1 2 3 4 5 6 7 8 9 10 11 12 13 14 15 16

BG:

Opacity:

Color:


Size:


Font: