ଗୀତସଂହିତା 89 : 1 (IRVOR)
{ଜାତିର ଦୁର୍ଦ୍ଦଶାକାଳୀନ ଗୀତ} [PS] ମୁଁ ସର୍ବଦା ସଦାପ୍ରଭୁଙ୍କ ବିବିଧ ଦୟା ବିଷୟ ଗାନ କରିବି; [QBR] ମୁଁ ଆପଣା ମୁଖରେ ତୁମ୍ଭର ବିଶ୍ୱସ୍ତତା ସମସ୍ତ ପିଢ଼ି ପ୍ରତି ପ୍ରକାଶ କରିବି। [QBR]
ଗୀତସଂହିତା 89 : 2 (IRVOR)
କାରଣ ଦୟା ସଦାକାଳ ଗଢ଼ାଯିବ ବୋଲି ମୁଁ କହିଅଛି; [QBR] “ତୁମ୍ଭେ ଆପଣା ବିଶ୍ୱସ୍ତତା ସ୍ୱର୍ଗରେ ହିଁ ସ୍ଥାପନ କରିବ।” [QBR]
ଗୀତସଂହିତା 89 : 3 (IRVOR)
“ଆମ୍ଭେ ଆପଣା ମନୋନୀତ ଲୋକ ସଙ୍ଗେ ନିୟମ କରିଅଛୁ, [QBR] ଆମ୍ଭେ ଆପଣା ଦାସ ଦାଉଦ ସଙ୍ଗେ ଶପଥ କରିଅଛୁ। [QBR]
ଗୀତସଂହିତା 89 : 4 (IRVOR)
ଆମ୍ଭେ ତୁମ୍ଭ ବଂଶକୁ ସଦାକାଳ ସୁସ୍ଥିର କରିବା [QBR] ଓ ପୁରୁଷ-ପରମ୍ପରା ପର୍ଯ୍ୟନ୍ତ ତୁମ୍ଭର ସିଂହାସନ ଗଢ଼ିବା।” [ସେଲା] [QBR]
ଗୀତସଂହିତା 89 : 5 (IRVOR)
ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭ ଆଶ୍ଚର୍ଯ୍ୟକ୍ରିୟାର ପ୍ରଶଂସା କରିବ, [QBR] ମଧ୍ୟ ପବିତ୍ରଗଣର ସମାଜରେ ତୁମ୍ଭ ବିଶ୍ୱସ୍ତତାର ପ୍ରଶଂସା କରିବ। [QBR]
ଗୀତସଂହିତା 89 : 6 (IRVOR)
କାରଣ ଆକାଶରେ ସଦାପ୍ରଭୁଙ୍କ ସଙ୍ଗେ କାହାର ଉପମା କରାଯାଇ ପାରେ ? [QBR] ଯେଉଁ ପରମେଶ୍ୱର ପବିତ୍ରଗଣର ସଭାରେ ଅତି ଭୟଙ୍କର [QBR]
ଗୀତସଂହିତା 89 : 7 (IRVOR)
ଓ ଆପଣା ଚତୁର୍ଦ୍ଦିଗସ୍ଥ ସମସ୍ତଙ୍କ ଉପରେ ଭୟଯୋଗ୍ୟ, [QBR] ସେହି ସଦାପ୍ରଭୁଙ୍କ ତୁଲ୍ୟ ବିକ୍ରମୀ ସନ୍ତାନଗଣ ମଧ୍ୟରେ କିଏ ଅଛି ? [QBR]
ଗୀତସଂହିତା 89 : 8 (IRVOR)
ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, [QBR] ତୁମ୍ଭ ତୁଲ୍ୟ ବିକ୍ରମୀ କିଏ ? [QBR] ତୁମ୍ଭ ବିଶ୍ୱସ୍ତତା ତୁମ୍ଭ ଚତୁର୍ଦ୍ଦିଗରେ ବିଦ୍ୟମାନ। [QBR]
ଗୀତସଂହିତା 89 : 9 (IRVOR)
ତୁମ୍ଭେ ସମୁଦ୍ରର ଅହଙ୍କାର ଉପରେ କର୍ତ୍ତୃତ୍ୱ କରୁଅଛ; [QBR] ତହିଁର ତରଙ୍ଗମାଳା ଉଠିବା ବେଳେ ତୁମ୍ଭେ ସେସବୁ ଶାନ୍ତ କରୁଅଛ। [QBR]
ଗୀତସଂହିତା 89 : 10 (IRVOR)
ତୁମ୍ଭେ ରାହବକୁ [* ରାହବକୁ ଏହା ଏକ ସମୁଦ୍ରଜୀବୀ ଜୀବ ଯାହା ଏବ୍ରୀ ଗଳ୍ପରେ ଆସେ ପୁଣି ଏହା ଦୁଷ୍ଟତାକୁ ସୂଚିତ କରେ] ଚୂର୍ଣ୍ଣ କରି ହତ ବ୍ୟକ୍ତିର ସମାନ କରିଅଛ; [QBR] ତୁମ୍ଭେ ଆପଣା ବଳିଷ୍ଠ ବାହୁରେ ନିଜ ଶତ୍ରୁମାନଙ୍କୁ ଛିନ୍ନଭିନ୍ନ କରିଅଛ। [QBR]
ଗୀତସଂହିତା 89 : 11 (IRVOR)
ସ୍ୱର୍ଗ ତୁମ୍ଭର, ପୃଥିବୀ ହିଁ ତୁମ୍ଭର; [QBR] ତୁମ୍ଭେ ଜଗତ ଓ ତହିଁର ପୂର୍ଣ୍ଣତା ସ୍ଥାପନ କରିଅଛ। [QBR]
ଗୀତସଂହିତା 89 : 12 (IRVOR)
ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ; [QBR] ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆନନ୍ଦ କରନ୍ତି, [QBR]
ଗୀତସଂହିତା 89 : 13 (IRVOR)
ତୁମ୍ଭେ ପରାକ୍ରାନ୍ତ ବାହୁବିଶିଷ୍ଟ; [QBR] ତୁମ୍ଭର ହସ୍ତ ବଳବାନ ଓ ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚ। [QBR]
ଗୀତସଂହିତା 89 : 14 (IRVOR)
ଧର୍ମ ଓ ନ୍ୟାୟବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ; [QBR] ଦୟା ଓ ସତ୍ୟତା ତୁମ୍ଭର ସମ୍ମୁଖଗାମୀ। [QBR]
ଗୀତସଂହିତା 89 : 15 (IRVOR)
ଯେଉଁ ଲୋକେ ଆନନ୍ଦଧ୍ୱନି ଜାଣନ୍ତି, ସେମାନେ ଧନ୍ୟ; [QBR] ହେ ସଦାପ୍ରଭୁ, ସେମାନେ ତୁମ୍ଭ ମୁଖର ଦୀପ୍ତିରେ ଗମନାଗମନ କରନ୍ତି। [QBR]
ଗୀତସଂହିତା 89 : 16 (IRVOR)
ସେମାନେ ସାରାଦିନ ତୁମ୍ଭ ନାମରେ ଆନନ୍ଦ କରନ୍ତି [QBR] ଓ ତୁମ୍ଭ ଧାର୍ମିକତାରେ ସେମାନେ ଉନ୍ନତ ହୁଅନ୍ତି। [QBR]
ଗୀତସଂହିତା 89 : 17 (IRVOR)
କାରଣ ତୁମ୍ଭେ ସେମାନଙ୍କ ବଳର ଗୌରବ ସ୍ୱରୂପ; [QBR] ପୁଣି, ତୁମ୍ଭ ଅନୁଗ୍ରହରେ ଆମ୍ଭମାନଙ୍କ ଶୃଙ୍ଗ ଉନ୍ନତ ହେବ। [QBR]
ଗୀତସଂହିତା 89 : 18 (IRVOR)
କାରଣ ଆମ୍ଭମାନଙ୍କ ଢାଲ ସଦାପ୍ରଭୁଙ୍କର [QBR] ଓ ଆମ୍ଭମାନଙ୍କ ରାଜା ଇସ୍ରାଏଲର ଧର୍ମସ୍ୱରୂପଙ୍କର। [QBR]
ଗୀତସଂହିତା 89 : 19 (IRVOR)
ସେସମୟରେ ତୁମ୍ଭେ ଆପଣା ସଦ୍‍ଭକ୍ତମାନଙ୍କୁ ଦର୍ଶନ ଦେଇ କଥା କହିଲ, [QBR] ପୁଣି, କହିଲ, “ଆମ୍ଭେ ଏକ ବିକ୍ରମୀ ଉପରେ ସାହାଯ୍ୟ କରିବାର ଭାର ଦେଇଅଛୁ; [QBR] ଆମ୍ଭେ ଲୋକମାନଙ୍କ ମଧ୍ୟରୁ ମନୋନୀତ ଏକ ଜଣକୁ ଉନ୍ନତ କରିଅଛୁ।
ଗୀତସଂହିତା 89 : 20 (IRVOR)
{ଦାଉଦଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞା} [PS] ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ; [QBR] ଆମ୍ଭ ପବିତ୍ର ତୈଳରେ ଆମ୍ଭେ ତାହାକୁ ଅଭିଷିକ୍ତ କରିଅଛୁ; [QBR]
ଗୀତସଂହିତା 89 : 21 (IRVOR)
ଆମ୍ଭ ହସ୍ତ ତାହା ସଙ୍ଗରେ ସ୍ଥିରୀକୃତ ହୋଇ ରହିବ; [QBR] ମଧ୍ୟ ଆମ୍ଭର ବାହୁ ତାହାକୁ ବଳବାନ କରିବ। [QBR]
ଗୀତସଂହିତା 89 : 22 (IRVOR)
ଶତ୍ରୁ ତାହା ପ୍ରତି ଉପଦ୍ରବ କରିବ ନାହିଁ; [QBR] କିଅବା ଦୁଷ୍ଟତାର ସନ୍ତାନ ତାହାକୁ କ୍ଳେଶ ଦେବ ନାହିଁ। [QBR]
ଗୀତସଂହିତା 89 : 23 (IRVOR)
ଆମ୍ଭେ ତାହାର ବିପକ୍ଷଗଣକୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା [QBR] ଓ ତାହାର ଘୃଣାକାରୀମାନଙ୍କୁ ଆଘାତ କରିବା। [QBR]
ଗୀତସଂହିତା 89 : 24 (IRVOR)
ମାତ୍ର ଆମ୍ଭର ବିଶ୍ୱସ୍ତତା ଓ ଦୟା ତାହାର ସହବର୍ତ୍ତୀ ହେବ; [QBR] ପୁଣି, ଆମ୍ଭ ନାମରେ ତାହାର ଶୃଙ୍ଗ ଉନ୍ନତ ହେବ। [QBR]
ଗୀତସଂହିତା 89 : 25 (IRVOR)
ଆମ୍ଭେ ସମୁଦ୍ର ଉପରେ ତାହାର ହସ୍ତ ଓ [QBR] ନଦୀସମୂହ ଉପରେ ତାହାର ଦକ୍ଷିଣ ହସ୍ତ ସ୍ଥାପନ କରିବା। [QBR]
ଗୀତସଂହିତା 89 : 26 (IRVOR)
ସେ ଆମ୍ଭଙ୍କୁ ଡାକି କହିବ, ତୁମ୍ଭେ ଆମ୍ଭର ପିତା, [QBR] ଆମ୍ଭର ପରମେଶ୍ୱର ଓ ଆମ୍ଭ ପରିତ୍ରାଣର ଶୈଳ। [QBR]
ଗୀତସଂହିତା 89 : 27 (IRVOR)
ଆମ୍ଭେ ମଧ୍ୟ ତାହାକୁ ଆମ୍ଭର ପ୍ରଥମଜାତ, [QBR] ପୃଥିବୀସ୍ଥ ରାଜାଗଣ ମଧ୍ୟରେ ସର୍ବୋଚ୍ଚ କରିବା। [QBR]
ଗୀତସଂହିତା 89 : 28 (IRVOR)
ଆମ୍ଭେ ଅନନ୍ତକାଳ ତାହା ପକ୍ଷରେ ଆପଣା ଦୟା ରଖିବା, [QBR] ପୁଣି, ଆମ୍ଭର ନିୟମ ତାହା ପକ୍ଷରେ ସୁସ୍ଥିର ହେବ। [QBR]
ଗୀତସଂହିତା 89 : 29 (IRVOR)
ମଧ୍ୟ ଆମ୍ଭେ ତାହାର ବଂଶକୁ ନିତ୍ୟସ୍ଥାୟୀ କରିବା [QBR] ଓ ତାହାର ସିଂହାସନକୁ ଆକାଶମଣ୍ଡଳର ଆୟୁର ତୁଲ୍ୟ ସ୍ଥିର କରିବା। [QBR]
ଗୀତସଂହିତା 89 : 30 (IRVOR)
ଯଦି ତାହାର ସନ୍ତାନଗଣ ଆମ୍ଭର ବ୍ୟବସ୍ଥା ପରିତ୍ୟାଗ କରନ୍ତି [QBR] ଓ ଆମ୍ଭ ଶାସନରେ ନ ଚାଲନ୍ତି; [QBR]
ଗୀତସଂହିତା 89 : 31 (IRVOR)
ଯଦି ସେମାନେ ଆମ୍ଭର ବିଧି ଲଙ୍ଘନ କରନ୍ତି [QBR] ଓ ଆମ୍ଭର ଆଜ୍ଞାସବୁ ନ ପାଳନ୍ତି; [QBR]
ଗୀତସଂହିତା 89 : 32 (IRVOR)
ତେବେ ଆମ୍ଭେ ଯଷ୍ଟି ଦ୍ୱାରା ସେମାନଙ୍କ ଅପରାଧର [QBR] ଓ ପ୍ରହାର ଦ୍ୱାରା ସେମାନଙ୍କ ଅଧର୍ମର ଶାସ୍ତି ଦେବା। [QBR]
ଗୀତସଂହିତା 89 : 33 (IRVOR)
ମାତ୍ର ତାହାଠାରୁ ଆମ୍ଭେ ଆପଣା ଦୟା ଏକାନ୍ତ ନେବା ନାହିଁ; [QBR] କିଅବା ଆମ୍ଭ ବିଶ୍ୱସ୍ତତାର ତ୍ରୁଟି ହେବାକୁ ଦେବା ନାହିଁ। [QBR]
ଗୀତସଂହିତା 89 : 34 (IRVOR)
ଆମ୍ଭେ ଆପଣା ନିୟମ ଲଙ୍ଘନ କରିବା ନାହିଁ, [QBR] କିଅବା ଆପଣା ଓଷ୍ଠାଧରରୁ ନିର୍ଗତ କଥା ଅନ୍ୟଥା କରିବା ନାହିଁ। [QBR]
ଗୀତସଂହିତା 89 : 35 (IRVOR)
ଆମ୍ଭେ ଆପଣା ପବିତ୍ରତା ଘେନି ଥରେ ଶପଥ କରିଅଛୁ; [QBR] ଆମ୍ଭେ ଦାଉଦକୁ ମିଥ୍ୟା କହିବା ନାହିଁ। [QBR]
ଗୀତସଂହିତା 89 : 36 (IRVOR)
ତାହାର ବଂଶ ସଦାକାଳ ରହିବ [QBR] ଓ ତାହାର ସିଂହାସନ ଆମ୍ଭ ସମ୍ମୁଖରେ ସୂର୍ଯ୍ୟ ତୁଲ୍ୟ ରହିବ। [QBR]
ଗୀତସଂହିତା 89 : 37 (IRVOR)
ତାହା ସଦାକାଳ ଚନ୍ଦ୍ର ତୁଲ୍ୟ ଓ ଆକାଶସ୍ଥ ବିଶ୍ୱସ୍ତ [QBR] ସାକ୍ଷୀ ତୁଲ୍ୟ ସ୍ଥିରୀକୃତ ହେବ।” [ସେଲା]
ଗୀତସଂହିତା 89 : 38 (IRVOR)
{ରାଜାଙ୍କ ପରାଜୟରେ ଶୋକ} [PS] ମାତ୍ର ତୁମ୍ଭେ ଦୂର କରି ଅଗ୍ରାହ୍ୟ କରିଅଛ, [QBR] ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୁଦ୍ଧ ହୋଇଅଛ। [QBR]
ଗୀତସଂହିତା 89 : 39 (IRVOR)
ତୁମ୍ଭେ ଆପଣା ଦାସର ନିୟମ ଘୃଣା କରିଅଛ; [QBR] ତୁମ୍ଭେ ତାହାର ମୁକୁଟ ଭୂମିରେ ପକାଇ ଅଶୁଚି କରିଅଛ। [QBR]
ଗୀତସଂହିତା 89 : 40 (IRVOR)
ତୁମ୍ଭେ ତାହାର ସବୁ ବାଡ଼ ଭାଙ୍ଗି ପକାଇଅଛ; [QBR] ତୁମ୍ଭେ ତାହାର ଦୃଢ଼ ଗଡ଼ସବୁ ଉଜାଡ଼ କରିଅଛ। [QBR]
ଗୀତସଂହିତା 89 : 41 (IRVOR)
ପଥ ଦେଇ ଯିବା ଲୋକସମସ୍ତେ ତାହାକୁ ଲୁଟ କରନ୍ତି; [QBR] ସେ ଆପଣା ପ୍ରତିବାସୀମାନଙ୍କର ନିନ୍ଦାପାତ୍ର ହୋଇଅଛି। [QBR]
ଗୀତସଂହିତା 89 : 42 (IRVOR)
ତୁମ୍ଭେ ତାହାର ବିପକ୍ଷମାନଙ୍କ ଦକ୍ଷିଣ ହସ୍ତ ଉନ୍ନତ କରିଅଛ; [QBR] ତୁମ୍ଭେ ତାହାର ସକଳ ଶତ୍ରୁଙ୍କୁ ଆନନ୍ଦିତ କରିଅଛ। [QBR]
ଗୀତସଂହିତା 89 : 43 (IRVOR)
ହଁ, ତୁମ୍ଭେ ତାହାର ଖଡ୍ଗଧାର ଫେରାଉଅଛ [QBR] ଓ ଯୁଦ୍ଧରେ ତାହାକୁ ଛିଡ଼ା ହେବାକୁ ଦେଇ ନାହଁ। [QBR]
ଗୀତସଂହିତା 89 : 44 (IRVOR)
ତୁମ୍ଭେ ତାହାର ରାଜଦଣ୍ଡ [† ରାଜଦଣ୍ଡ ତେଜ] ନିବୃତ୍ତ କରିଅଛ [QBR] ଓ ତାହାର ସିଂହାସନ ଭୂମିକୁ ପକାଇ ଦେଇଅଛ। [QBR]
ଗୀତସଂହିତା 89 : 45 (IRVOR)
ତୁମ୍ଭେ ତାହାର ଯୌବନ ଦିନ ହ୍ରାସ କରିଅଛ; [QBR] ତୁମ୍ଭେ ଲଜ୍ଜାରେ ତାହାକୁ ଆଚ୍ଛନ୍ନ କରିଅଛ। [ସେଲା] [QBR]
ଗୀତସଂହିତା 89 : 46 (IRVOR)
ହେ ସଦାପ୍ରଭୁ, କେତେ କାଳ, ତୁମ୍ଭେ କି ସଦାକାଳ ଆପଣାକୁ ଲୁଚାଇବ ? [QBR] କେତେ କାଳ ତୁମ୍ଭର କୋପ ଅଗ୍ନି ପରି ଜ୍ୱଳିବ ? [QBR]
ଗୀତସଂହିତା 89 : 47 (IRVOR)
ଆହେ, ମୋହର ସମୟ କିପରି ଅଳ୍ପ, ଏହା ସ୍ମରଣ କର; [QBR] ତୁମ୍ଭେ କିପରି ଅସାରତା ନିମନ୍ତେ ମନୁଷ୍ୟ ସନ୍ତାନ ସମସ୍ତଙ୍କୁ ସୃଷ୍ଟି କରିଅଛ ! [QBR]
ଗୀତସଂହିତା 89 : 48 (IRVOR)
ଯେ ମୃତ୍ୟୁୁ ନ ଦେଖି ଜୀବିତ ରହିବ ଓ ପାତାଳର [QBR] ପରାକ୍ରମରୁ ଆପଣା ପ୍ରାଣ ମୁକ୍ତ କରିବ, ଏପରି ମନୁଷ୍ୟ କିଏ ? [QBR]
ଗୀତସଂହିତା 89 : 49 (IRVOR)
ହେ ପ୍ରଭୁ, ତୁମ୍ଭେ ଆପଣା ବିଶ୍ୱସ୍ତତା ଦ୍ୱାରା [QBR] ଦାଉଦଙ୍କ ନିକଟରେ ଯାହା ଶପଥ କରିଥିଲ, ତୁମ୍ଭର ସେହି ପୂର୍ବ ବିବିଧ ଦୟା କାହିଁ ? [QBR]
ଗୀତସଂହିତା 89 : 50 (IRVOR)
ହେ ପ୍ରଭୁ, ତୁମ୍ଭ ଦାସମାନଙ୍କର ନିନ୍ଦା ସ୍ମରଣ କର [QBR] ଓ ମୁଁ ପରାକ୍ରାନ୍ତ ଗୋଷ୍ଠୀବର୍ଗର ନିନ୍ଦା କିପ୍ରକାରେ ଆପଣା ବକ୍ଷଃସ୍ଥଳରେ ବହୁଅଛି, ଏହା ସ୍ମରଣ କର। [QBR]
ଗୀତସଂହିତା 89 : 51 (IRVOR)
ହେ ସଦାପ୍ରଭୁ, ତଦ୍ଦ୍ୱାରା ତୁମ୍ଭ ଶତ୍ରୁଗଣ ନିନ୍ଦା କରିଅଛନ୍ତି, [QBR] ତଦ୍ଦ୍ୱାରା ସେମାନେ ତୁମ୍ଭ ଅଭିଷିକ୍ତଙ୍କ ପଦଚିହ୍ନକୁ ନିନ୍ଦା କରିଅଛନ୍ତି। [QBR]
ଗୀତସଂହିତା 89 : 52 (IRVOR)
ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ, [QBR] ଆମେନ୍‍, ଆମେନ୍‍। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52

BG:

Opacity:

Color:


Size:


Font: