ଗୀତସଂହିତା 88 : 1 (IRVOR)
ସହାୟତା ପାଇଁ ବିନତୀ *ଗୀତ; କୋରହ-ସନ୍ତାନଗଣର ଗୀତ। ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ଲୀୟନ୍ନୋତ୍ ସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍। *ସଦାପ୍ରଭୁ, ମୋ’ ପରିତ୍ରାଣର ପରମେଶ୍ୱର, ମୁଁ ଦିବାରାତ୍ର ତୁମ୍ଭ ସମ୍ମୁଖରେ କାକୂକ୍ତି କରିଅଛି;
ଗୀତସଂହିତା 88 : 2 (IRVOR)
ମୋ’ ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ; ମୋ’ କାକୂକ୍ତିରେ କର୍ଣ୍ଣପାତ କର;
ଗୀତସଂହିତା 88 : 3 (IRVOR)
କାରଣ ମୋ’ ପ୍ରାଣ ଦୁଃଖରେ ପରିପୂର୍ଣ୍ଣ ଓ ମୋ’ ଜୀବନ ପାତାଳର ନିକଟବର୍ତ୍ତୀ ହେଉଅଛି।
ଗୀତସଂହିତା 88 : 4 (IRVOR)
ମୁଁ ଗର୍ତ୍ତଗାମୀ ଲୋକମାନଙ୍କ ସଙ୍ଗେ ଗଣିତ; ମୁଁ ଅସହାୟ ଲୋକର ସମାନ।
ଗୀତସଂହିତା 88 : 5 (IRVOR)
ଯେଉଁ କବରଶାୟୀ ହତ ଲୋକମାନଙ୍କୁ ତୁମ୍ଭେ ଆଉ ସ୍ମରଣ କରୁ ନାହଁ ଓ ଯେଉଁମାନେ ତୁମ୍ଭ ହସ୍ତରୁ ବିଚ୍ଛିନ୍ନ ହୋଇଅଛନ୍ତି, ସେହି ମୃତ ଲୋକମାନଙ୍କ ମଧ୍ୟରେ ମୁଁ ତ୍ୟକ୍ତ ହୋଇଅଛି।
ଗୀତସଂହିତା 88 : 6 (IRVOR)
ତୁମ୍ଭେ ମୋତେ ନୀଚତମ ଗତ୍ତର୍ରେ, ଅନ୍ଧକାରରେ, ଗଭୀର ସ୍ଥାନରେ ରଖିଅଛ।
ଗୀତସଂହିତା 88 : 7 (IRVOR)
ତୁମ୍ଭର କୋପ ମୋ’ ଉପରେ ପ୍ରବଳ ହୋଇ ରହୁଅଛି ଓ ତୁମ୍ଭେ ଆପଣାର ସମସ୍ତ ତରଙ୍ଗରେ ମୋତେ କ୍ଳେଶ ଦେଇଅଛ। *ସେଲା
ଗୀତସଂହିତା 88 : 8 (IRVOR)
ତୁମ୍ଭେ ମୋହର ପରିଚିତ ଲୋକମାନଙ୍କୁ ମୋ’ଠାରୁ ଦୂରରେ ରଖିଅଛ; ତୁମ୍ଭେ ସେମାନଙ୍କ ନିକଟରେ ମୋତେ ଘୃଣାର ବିଷୟ କରିଅଛ। ମୁଁ ଅବରୁଦ୍ଧ ହୋଇଅଛି ଓ ମୁଁ ବାହାରକୁ ଆସି ପାରୁ ନାହିଁ।
ଗୀତସଂହିତା 88 : 9 (IRVOR)
କ୍ଳେଶ ସକାଶୁ ମୋ’ ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି, ମୁଁ ତୁମ୍ଭଆଡ଼େ ଆପଣା ହସ୍ତ ପ୍ରସାରିଅଛି।
ଗୀତସଂହିତା 88 : 10 (IRVOR)
ତୁମ୍ଭେ କି ମୃତ ଲୋକମାନଙ୍କୁ ଆଶ୍ଚର୍ଯ୍ୟକ୍ରିୟା ଦେଖାଇବ ? ଯେଉଁମାନେ ମରିଯାଇଅଛନ୍ତି, ସେମାନେ ଉଠି କି ତୁମ୍ଭର ପ୍ରଶଂସା କରିବେ ? *ସେଲା
ଗୀତସଂହିତା 88 : 11 (IRVOR)
କବରରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା କିଅବା ବିନାଶ ସ୍ଥାନରେ ତୁମ୍ଭର ବିଶ୍ୱସ୍ତତା କି ପ୍ରଚାରିତ ହେବ ?
ଗୀତସଂହିତା 88 : 12 (IRVOR)
ଅନ୍ଧକାରରେ ତୁମ୍ଭର ଆଶ୍ଚର୍ଯ୍ୟକ୍ରିୟା ଓ ବିସ୍ମୃତି ଦେଶରେ ତୁମ୍ଭର ଧର୍ମ କି ଜଣାଯିବ ?
ଗୀତସଂହିତା 88 : 13 (IRVOR)
ମାତ୍ର ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରିଅଛି ଓ ପ୍ରଭାତରେ ମୋ’ ପ୍ରାର୍ଥନା ତୁମ୍ଭ ନିକଟରେ ଉପସ୍ଥିତ ହେବ।
ଗୀତସଂହିତା 88 : 14 (IRVOR)
ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମୋ’ ପ୍ରାଣକୁ ପରିତ୍ୟାଗ କରୁଅଛ ? ତୁମ୍ଭେ କାହିଁକି ମୋ’ଠାରୁ ଆପଣା ମୁଖ ଲୁଚାଉଅଛ ?
ଗୀତସଂହିତା 88 : 15 (IRVOR)
ମୁଁ ବାଲ୍ୟକାଳଠାରୁ ଦୁଃଖଗ୍ରସ୍ତ ଓ ମୃତକଳ୍ପ; ମୁଁ ତୁମ୍ଭ ତ୍ରାସ ଭୋଗ କରି କରି ଉନ୍ମନା ହୋଇଅଛି।
ଗୀତସଂହିତା 88 : 16 (IRVOR)
ତୁମ୍ଭ ପ୍ରଚଣ୍ଡ କୋପ ମୋ’ ଉପର ଦେଇ ଯାଇଅଛି; ତୁମ୍ଭର ତ୍ରାସସବୁ ମୋତେ ଉଚ୍ଛିନ୍ନ କରିଅଛି।
ଗୀତସଂହିତା 88 : 17 (IRVOR)
ତାହାସବୁ ସାରାଦିନ ଜଳ ପରି ମୋ’ ଚାରିଆଡ଼େ ଉପସ୍ଥିତ; ତାହାସବୁ ଏକତ୍ର ମୋ’ ଚାରିଆଡ଼େ ବେଷ୍ଟନ କଲେ।
ଗୀତସଂହିତା 88 : 18 (IRVOR)
ତୁମ୍ଭେ ସ୍ନେହୀକୁ ଓ ମିତ୍ରକୁ ମୋ’ଠାରୁ ଦୂରରେ ଓ ମୋ’ ପରିଚିତ ଲୋକଙ୍କୁ ଅନ୍ଧକାରରେ ରଖିଅଛ।
❮
❯
1
2
3
4
5
6
7
8
9
10
11
12
13
14
15
16
17
18