ଗୀତସଂହିତା 87 : 2 (IRVOR)
*ଗୀତ; କୋରହ-ସନ୍ତାନଗଣର ଗୀତ। *ତାହାଙ୍କ ଭିତ୍ତିମୂଳ ପବିତ୍ର ପର୍ବତ ଉପରେ ସ୍ଥାପିତ। *ସଦାପ୍ରଭୁ ଯାକୁବର ସମସ୍ତ ବାସସ୍ଥାନ ଅପେକ୍ଷା ସିୟୋନର ଦ୍ୱାରସମୂହକୁ ଅଧିକ ସ୍ନେହ କରନ୍ତି।
ଗୀତସଂହିତା 87 : 3 (IRVOR)
ହେ ପରମେଶ୍ୱରଙ୍କ ନଗରୀ, ତୁମ୍ଭ ବିଷୟରେ ନାନାବିଧ ଗୌରବର କଥା କଥିତ ଅଛି। *ସେଲା
ଗୀତସଂହିତା 87 : 4 (IRVOR)
ମୋ’ ଜାଣିବା ଲୋକଙ୍କ ତୁଲ୍ୟ ମୁଁ ରାହବ ଓ ବାବିଲକୁ ଉଲ୍ଲେଖ କରିବି; ପଲେଷ୍ଟୀୟା, ସୋର ଓ କୂଶକୁ ଦେଖ; ଏହି ଜଣ ସେଠାରେ ଜାତ ହେଲା।
ଗୀତସଂହିତା 87 : 5 (IRVOR)
ଆହୁରି, ସିୟୋନ ବିଷୟରେ କୁହାଯିବ, “ଏଜଣ ଓ ସେଜଣ ତହିଁ ମଧ୍ୟରେ ଜାତ ହେଲେ; ପୁଣି, ସର୍ବୋପରିସ୍ଥ ସ୍ୱୟଂ ତାହା ସୁସ୍ଥିର କରିବେ।”
ଗୀତସଂହିତା 87 : 6 (IRVOR)
ସଦାପ୍ରଭୁ ଗୋଷ୍ଠୀବର୍ଗର ନାମ ଲେଖିବା ସମୟରେ, “ଏଜଣ ସେଠାରେ ଜାତ ହେଲା ବୋଲି ଗଣନା କରିବେ।” *ସେଲା
ଗୀତସଂହିତା 87 : 7 (IRVOR)
ଗାୟକ ଓ ନର୍ତ୍ତକମାନେ କହିବେ, “ମୋହର ସବୁ ଝର ତୁମ୍ଭଠାରେ ଅଛି।”
❮
❯
1
2
3
4
5
6
7