ଗୀତସଂହିତା 80 : 1 (IRVOR)
{ଜାତିର ପୁନରୁଦ୍ଧାର ପାଇଁ ପ୍ରାର୍ଥନା} [PS] ହେ ଇସ୍ରାଏଲର ପାଳକ, [QBR] ମେଷପଲ ତୁଲ୍ୟ ଯୋଷେଫକୁ ଚଳାଅ ଯେ ତୁମ୍ଭେ, ତୁମ୍ଭେ କର୍ଣ୍ଣପାତ କର; [QBR] କିରୂବମାନଙ୍କ ଉପରେ ଉପବିଷ୍ଟ ଯେ ତୁମ୍ଭେ, ତୁମ୍ଭେ ପ୍ରକାଶମାନ ହୁଅ। [QBR]
ଗୀତସଂହିତା 80 : 2 (IRVOR)
ଇଫ୍ରୟିମ, ବିନ୍ୟାମୀନ୍ ଓ ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଉତ୍ତେଜିତ କର [QBR] ଓ ଆମ୍ଭମାନଙ୍କ ପରିତ୍ରାଣାର୍ଥେ ଆଗମନ କର। [QBR]
ଗୀତସଂହିତା 80 : 3 (IRVOR)
ହେ ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ ଓ [QBR] ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ। [QBR]
ଗୀତସଂହିତା 80 : 4 (IRVOR)
ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, [QBR] ତୁମ୍ଭ ଲୋକମାନଙ୍କ ପ୍ରାର୍ଥନା ପ୍ରତିକୂଳରେ ତୁମ୍ଭେ କେତେ କାଳ କ୍ରୁଦ୍ଧ ହୋଇଥିବ ? [QBR]
ଗୀତସଂହିତା 80 : 5 (IRVOR)
ତୁମ୍ଭେ ସେମାନଙ୍କୁ ଲୋତକରୂପ ଭକ୍ଷ୍ୟ ଖୁଆଇଅଛ [QBR] ଓ ସେମାନଙ୍କୁ ବହୁ ପରିମାଣରେ ଲୋତକ ପାନ କରିବାକୁ ଦେଇଅଛ। [QBR]
ଗୀତସଂହିତା 80 : 6 (IRVOR)
ତୁମ୍ଭେ ଆମ୍ଭମାନଙ୍କ ପ୍ରତିବାସୀଗଣ ନିକଟରେ [QBR] ଆମ୍ଭମାନଙ୍କୁ ବିରୋଧର କାରଣ କରୁଅଛ; [QBR] ପୁଣି, ଆମ୍ଭମାନଙ୍କ ଶତ୍ରୁମାନେ ଆପଣାମାନଙ୍କ ମଧ୍ୟରେ ଉପହାସ କରନ୍ତି। [QBR]
ଗୀତସଂହିତା 80 : 7 (IRVOR)
ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ [QBR] ଓ ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ। [QBR]
ଗୀତସଂହିତା 80 : 8 (IRVOR)
ତୁମ୍ଭେ ମିସରରୁ ଗୋଟିଏ ଦ୍ରାକ୍ଷାଲତା ଆଣିଲ; [QBR] ତୁମ୍ଭେ ଗୋଷ୍ଠୀୟମାନଙ୍କୁ ତଡ଼ି ଦେଇ ତାହା ରୋପଣ କଲ। [QBR]
ଗୀତସଂହିତା 80 : 9 (IRVOR)
ତୁମ୍ଭେ ତାହା ସମ୍ମୁଖରେ ସ୍ଥାନ ପ୍ରସ୍ତୁତ କଲ, [QBR] ତହିଁରେ ତାହା ବଦ୍ଧମୂଳ ହୋଇ ଦେଶସାରା ବ୍ୟାପିଗଲା। [QBR]
ଗୀତସଂହିତା 80 : 10 (IRVOR)
ତାହାର ଛାୟାରେ ପର୍ବତଗଣ ଆବୃତ ହେଲେ [QBR] ଓ ତାହାର ଶାଖାସବୁ ପରମେଶ୍ୱରଙ୍କ ଏରସବୃକ୍ଷ ତୁଲ୍ୟ ହେଲେ। [QBR]
ଗୀତସଂହିତା 80 : 11 (IRVOR)
ତାହା ସମୁଦ୍ର ପର୍ଯ୍ୟନ୍ତ ଆପଣା ଶାଖା ଓ [QBR] ନଦୀ ପର୍ଯ୍ୟନ୍ତ ଆପଣା ପଲ୍ଲବ ବିସ୍ତାର କଲା। [QBR]
ଗୀତସଂହିତା 80 : 12 (IRVOR)
କାହିଁକି ତୁମ୍ଭେ ତାହାର ବେଢ଼ା ଭାଙ୍ଗି ପକାଇଅଛ ଯେ, [QBR] ପଥିକସବୁ ତାହା ଛିଣ୍ଡାଇ ପକାଉ ଅଛନ୍ତି ? [QBR]
ଗୀତସଂହିତା 80 : 13 (IRVOR)
ବନରୁ ବରାହ ଆସି ତାହା ଉଜାଡ଼ି ପକାଏ [QBR] ଓ ବିଲର ପଶୁଗଣ ତାହା ଖାଇଯା’ନ୍ତି। [QBR]
ଗୀତସଂହିତା 80 : 14 (IRVOR)
ହେ ସୈନ୍ୟାଧିପତି ପରମେଶ୍ୱର, [QBR] ଆମ୍ଭେମାନେ ବିନୟ କରୁଅଛୁ, ଫେର; ସ୍ୱର୍ଗରୁ ନିରୀକ୍ଷଣ କର ଓ ଦୃଷ୍ଟିପାତ କରି ଏହି ଦ୍ରାକ୍ଷାଲତାର [QBR]
ଗୀତସଂହିତା 80 : 15 (IRVOR)
ଓ ତୁମ୍ଭ ଦକ୍ଷିଣ ହସ୍ତ ଦ୍ୱାରା ସ୍ଥାପିତ ଗଣ୍ଡିର [QBR] ଓ ଆପଣା ନିମନ୍ତେ ତୁମ୍ଭ ସବଳୀକୃତ ଶାଖାର ତତ୍ତ୍ୱ ନିଅ। [QBR]
ଗୀତସଂହିତା 80 : 16 (IRVOR)
ତାହା ଅଗ୍ନିରେ ଦଗ୍ଧ, ତାହା ଛେଦିତ ହୋଇଅଛି; [QBR] ତୁମ୍ଭ ମୁଖର ତର୍ଜ୍ଜନରେ ଲୋକମାନେ ବିନଷ୍ଟ ହେଉଅଛନ୍ତି। [QBR]
ଗୀତସଂହିତା 80 : 17 (IRVOR)
ତୁମ୍ଭ ଦକ୍ଷିଣ ହସ୍ତର ମନୁଷ୍ୟ ଉପରେ, [QBR] ଆପଣା ନିମନ୍ତେ ସବଳୀକୃତ ମନୁଷ୍ୟପୁତ୍ର ଉପରେ ତୁମ୍ଭର ହସ୍ତ ଥାଉ। [QBR]
ଗୀତସଂହିତା 80 : 18 (IRVOR)
ତହିଁରେ ଆମ୍ଭେମାନେ ତୁମ୍ଭଠାରୁ ଫେରି ଯିବା ନାହିଁ; [QBR] ତୁମ୍ଭେ ଆମ୍ଭମାନଙ୍କୁ ସଜୀବ କର, ତହୁଁ ଆମ୍ଭେମାନେ ତୁମ୍ଭ ନାମରେ ପ୍ରାର୍ଥନା କରିବା। [QBR]
ଗୀତସଂହିତା 80 : 19 (IRVOR)
ହେ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ଫେରାଅ; [QBR] ଆପଣା ମୁଖର ତେଜ ପ୍ରକାଶ କର, ତହିଁରେ ଆମ୍ଭେମାନେ ପରିତ୍ରାଣ ପାଇବୁ। [PE]
❮
❯