ଗୀତସଂହିତା 79 : 1 (IRVOR)
{ଜାତିର ମୁକ୍ତି ପାଇଁ ପ୍ରାର୍ଥନା} [PS] ହେ ପରମେଶ୍ୱର, ଅନ୍ୟ ଦେଶୀୟମାନେ ତୁମ୍ଭ ଅଧିକାରରେ ପ୍ରବେଶ କରିଅଛନ୍ତି; [QBR] ସେମାନେ ତୁମ୍ଭର ପବିତ୍ର ମନ୍ଦିର ଅଶୁଚି କରିଅଛନ୍ତି; [QBR] ସେମାନେ ଯିରୂଶାଲମକୁ କାନ୍ଥଡ଼ାର ଢିପି କରିଅଛନ୍ତି। [QBR]
ଗୀତସଂହିତା 79 : 2 (IRVOR)
ସେମାନେ ତୁମ୍ଭ ଦାସଗଣର ଶବ ଭକ୍ଷ୍ୟ ନିମନ୍ତେ ଖେଚର ପକ୍ଷୀଗଣକୁ ଦେଇଅଛନ୍ତି, [QBR] ତୁମ୍ଭ ସଦ୍ଭକ୍ତମାନଙ୍କ ମାଂସ ଭୂଚର ପଶୁଗଣକୁ ଦେଇଅଛନ୍ତି। [QBR]
ଗୀତସଂହିତା 79 : 3 (IRVOR)
ସେମାନଙ୍କର ରକ୍ତ ଯିରୂଶାଲମର ଚତୁର୍ଦ୍ଦିଗରେ ସେମାନେ ଜଳ ପରି ଢାଳିଅଛନ୍ତି [QBR] ଓ ସେମାନଙ୍କୁ କବର ଦେବା ପାଇଁ କେହି ନ ଥିଲା। [QBR]
ଗୀତସଂହିତା 79 : 4 (IRVOR)
ଆମ୍ଭେମାନେ ପ୍ରତିବାସୀଗଣ ନିକଟରେ ନିନ୍ଦାର ବିଷୟ, [QBR] ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଲୋକମାନଙ୍କ ନିକଟରେ ଟାହୁଲି ଓ ପରିହାସର ପାତ୍ର ହୋଇଅଛୁ। [QBR]
ଗୀତସଂହିତା 79 : 5 (IRVOR)
ହେ ସଦାପ୍ରଭୁ, କେତେ କାଳ ? ତୁମ୍ଭେ କି ସଦାକାଳ କ୍ରୁଦ୍ଧ ହେବ ? [QBR] ତୁମ୍ଭର ଅନ୍ତର୍ଜ୍ୱାଳା କି ଅଗ୍ନି ପରି ଜ୍ୱଳିବ ? [QBR]
ଗୀତସଂହିତା 79 : 6 (IRVOR)
ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ ଓ [QBR] ଯେଉଁ ରାଜ୍ୟସମୂହ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କ ଉପରେ ଆପଣା କୋପ ଢାଳିଦିଅ। [QBR]
ଗୀତସଂହିତା 79 : 7 (IRVOR)
କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି [QBR] ଓ ତାହାର ବାସସ୍ଥାନ ଉଜାଡ଼ କରିଅଛନ୍ତି। [QBR]
ଗୀତସଂହିତା 79 : 8 (IRVOR)
ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଅପରାଧ ଆମ୍ଭମାନଙ୍କ ପ୍ରତିକୂଳରେ ସ୍ମରଣ କର ନାହିଁ; [QBR] ତୁମ୍ଭର କରୁଣା ଶୀଘ୍ର ଆମ୍ଭମାନଙ୍କର ସମ୍ମୁଖବର୍ତ୍ତୀ ହେଉ। [QBR] କାରଣ ଆମ୍ଭେମାନେ ଅତି କ୍ଷୀଣ ହୋଇଅଛୁ। [QBR]
ଗୀତସଂହିତା 79 : 9 (IRVOR)
ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ୱର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାଯ୍ୟ କର [QBR] ଓ ଆପଣା ନାମ ସକାଶେ ଆମ୍ଭମାନଙ୍କୁ ଉଦ୍ଧାର କର ଓ ଆମ୍ଭମାନଙ୍କ ପାପସବୁ ମାର୍ଜନା କର। [QBR]
ଗୀତସଂହିତା 79 : 10 (IRVOR)
ଅନ୍ୟ ଦେଶୀୟମାନେ କାହିଁକି କହିବେ, “ସେମାନଙ୍କର ପରମେଶ୍ୱର କାହାନ୍ତି ?” [QBR] ତୁମ୍ଭ ଦାସଗଣର ଯେଉଁ ରକ୍ତ ପାତିତ ହୋଇଅଛି, [QBR] ତହିଁର ପ୍ରତିଫଳ ଆମ୍ଭମାନଙ୍କ ସାକ୍ଷାତରେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ପ୍ରକାଶିତ ହେଉ। [QBR]
ଗୀତସଂହିତା 79 : 11 (IRVOR)
ବନ୍ଦୀର ହାହାକାର ତୁମ୍ଭ ଛାମୁରେ ଉପସ୍ଥିତ ହେଉ; [QBR] ତୁମ୍ଭ ପରାକ୍ରମର ମହତ୍ତ୍ୱାନୁସାରେ ମରଣାର୍ଥେ ନିରୂପିତ ଲୋକମାନଙ୍କୁ ରକ୍ଷା କର। [QBR]
ଗୀତସଂହିତା 79 : 12 (IRVOR)
ପୁଣି, ହେ ପ୍ରଭୁ, ଆମ୍ଭମାନଙ୍କ ପ୍ରତିବାସୀଗଣ ତୁମ୍ଭଙ୍କୁ ଯେଉଁ ନିନ୍ଦା କରିଅଛନ୍ତି, [QBR] ସେହି ନିନ୍ଦାର ସାତ ଗୁଣ ପ୍ରତିଫଳ ସେମାନଙ୍କ କ୍ରୋଡ଼ରେ ଦିଅ। [QBR]
ଗୀତସଂହିତା 79 : 13 (IRVOR)
ତହିଁରେ ତୁମ୍ଭର ଲୋକ ଓ ତୁମ୍ଭ ଚରାସ୍ଥାନର ମେଷ ଯେ ଆମ୍ଭେମାନେ, [QBR] ଆମ୍ଭେମାନେ ସଦାକାଳ ତୁମ୍ଭର ଧନ୍ୟବାଦ କରିବା; [QBR] ଆମ୍ଭେମାନେ ସମସ୍ତ ପିଢ଼ି ପ୍ରତି ତୁମ୍ଭର ପ୍ରଶଂସା ପ୍ରକାଶ କରିବା। [PE]
❮
❯