ଗୀତସଂହିତା 76 : 1 (IRVOR)
{ବିଜୟୀ ପରମେଶ୍ୱର} [PS] ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି; [QBR] ଇସ୍ରାଏଲ ମଧ୍ୟରେ ତାହାଙ୍କ ନାମ ମହତ। [QBR]
ଗୀତସଂହିତା 76 : 2 (IRVOR)
ମଧ୍ୟ ଶାଲେମ୍ରେ [* ଶାଲେମ୍ରେ ଯିରୂଶାଲେମରେ] ତାହାଙ୍କର ଆବାସ ଓ [QBR] ସିୟୋନରେ ତାହାଙ୍କର ବାସସ୍ଥାନ। [QBR]
ଗୀତସଂହିତା 76 : 3 (IRVOR)
ସେଠାରେ ସେ ଧନୁତୀରସବୁ, [QBR] ଢାଲ, ଖଡ୍ଗ ଓ ଯୁଦ୍ଧ ଭଙ୍ଗ କଲେ। [ସେଲା] [QBR]
ଗୀତସଂହିତା 76 : 4 (IRVOR)
ମୃଗୟାର ପର୍ବତଗଣଠାରୁ ତୁମ୍ଭେ ତେଜୋମୟ ଓ ମହିମାନ୍ୱିତ। [QBR]
ଗୀତସଂହିତା 76 : 5 (IRVOR)
ସାହସିକଚିତ୍ତମାନେ ଲୁଟିତ ହୋଇଅଛନ୍ତି, [QBR] ସେମାନେ ନିଦ୍ରାରେ ନିଦ୍ରିତ [† ନିଦ୍ରାରେ ନିଦ୍ରିତ ଅର୍ଥାତ୍ ମରିଅଛନ୍ତି] ହୋଇଅଛନ୍ତି; [QBR] ପୁଣି, ବୀରମାନଙ୍କ ମଧ୍ୟରୁ କେହି ଆପଣା ହସ୍ତ ପାଇ ନାହିଁ। [QBR]
ଗୀତସଂହିତା 76 : 6 (IRVOR)
ହେ ଯାକୁବର ପରମେଶ୍ୱର, [QBR] ତୁମ୍ଭ ତର୍ଜ୍ଜନରେ ରଥ ଓ ଅଶ୍ୱ ମହାନିଦ୍ରିତ ହୋଇଅଛନ୍ତି। [QBR]
ଗୀତସଂହିତା 76 : 7 (IRVOR)
ତୁମ୍ଭେ, ତୁମ୍ଭେ ହିଁ ଭୟପାତ୍ର [QBR] ଓ ତୁମ୍ଭେ ଥରେ କ୍ରୋଧ ହେଲେ କିଏ ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବ ? [QBR]
ଗୀତସଂହିତା 76 : 8 (IRVOR)
ତୁମ୍ଭେ ସ୍ୱର୍ଗରୁ ବିଚାରାଜ୍ଞା ଶୁଣାଇଲ; [QBR] ପରମେଶ୍ୱର ପୃଥିବୀର ନମ୍ର ଲୋକମାନଙ୍କୁ ପରିତ୍ରାଣ କରିବା ପାଇଁ [QBR]
ଗୀତସଂହିତା 76 : 9 (IRVOR)
ବିଚାର କରିବାକୁ ଉଠିବା ବେଳେ [QBR] ପୃଥିବୀ ଭୀତ ଓ ନୀରବ ହେଲା। [ସେଲା] [QBR]
ଗୀତସଂହିତା 76 : 10 (IRVOR)
ମନୁଷ୍ୟର କ୍ରୋଧ ନିତାନ୍ତ ତୁମ୍ଭର ପ୍ରଶଂସା କରିବ; [QBR] ତୁମ୍ଭେ କ୍ରୋଧର ଅବଶେଷ ଦ୍ୱାରା ଆପଣା କଟିବନ୍ଧନ କରିବ। [QBR]
ଗୀତସଂହିତା 76 : 11 (IRVOR)
ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ମାନତ କରି ପୂର୍ଣ୍ଣ କର; [QBR] ଯେ ଭୟପାତ୍ର, ତାହାଙ୍କ ଚତୁର୍ଦ୍ଦିଗସ୍ଥ ସମସ୍ତେ ତାହାଙ୍କ ନିକଟକୁ ଦର୍ଶନୀ ଆଣନ୍ତୁ। [QBR]
ଗୀତସଂହିତା 76 : 12 (IRVOR)
ସେ ଅଧିପତିମାନଙ୍କ ଗର୍ବ ଖର୍ବ କରନ୍ତି; [QBR] ସେ ଭୂପତିମାନଙ୍କ ପ୍ରତି ଭୟଙ୍କର ଅଟନ୍ତି। [PE]
❮
❯
1
2
3
4
5
6
7
8
9
10
11
12