ଗୀତସଂହିତା 73 : 1 (IRVOR)
{ପରମେଶ୍ୱରଙ୍କ ନ୍ୟାୟ ବିଚାର} [PS] ପରମେଶ୍ୱର ଇସ୍ରାଏଲ ପ୍ରତି, [QBR] ନିର୍ମଳାନ୍ତଃକରଣ ଲୋକଙ୍କ ପ୍ରତି ନିଶ୍ଚୟ ମଙ୍ଗଳ ସ୍ୱରୂପ ଅଟନ୍ତି। [QBR]
ଗୀତସଂହିତା 73 : 2 (IRVOR)
ମାତ୍ର ମୋହର ଚରଣ ପ୍ରାୟ ଟଳିଗଲା; [QBR] ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା। [QBR]
ଗୀତସଂହିତା 73 : 3 (IRVOR)
କାରଣ ମୁଁ ଦୁଷ୍ଟମାନଙ୍କର ସମୃଦ୍ଧି ଦେଖି [QBR] ଦାମ୍ଭିକମାନଙ୍କ ପ୍ରତି ଈର୍ଷାନ୍ୱିତ ହେଲି। [QBR]
ଗୀତସଂହିତା 73 : 4 (IRVOR)
ଯେହେତୁ ସେମାନଙ୍କ ମରଣରେ କୌଣସି ବନ୍ଧନ ନାହିଁ; [QBR] ମାତ୍ର ସେମାନଙ୍କ ବଳ ଦୃଢ଼ ଥାଏ। [QBR]
ଗୀତସଂହିତା 73 : 5 (IRVOR)
ସେମାନେ ଅନ୍ୟ ଲୋକଙ୍କ ପରି କଷ୍ଟରେ ପଡ଼ନ୍ତି ନାହିଁ; [QBR] କିଅବା ଅନ୍ୟ ମନୁଷ୍ୟମାନଙ୍କ ପରି ସେମାନେ ଆଘାତ ପ୍ରାପ୍ତ ହୁଅନ୍ତି ନାହିଁ। [QBR]
ଗୀତସଂହିତା 73 : 6 (IRVOR)
ଏହେତୁ ଅହଙ୍କାର ସେମାନଙ୍କ ଗଳାର ହାର ସ୍ୱରୂପ ହୁଏ; [QBR] ଦୌରାତ୍ମ୍ୟ ବସ୍ତ୍ର ପରି ସେମାନଙ୍କୁ ଆଚ୍ଛାଦନ କରେ। [QBR]
ଗୀତସଂହିତା 73 : 7 (IRVOR)
ମେଦରେ ସେମାନଙ୍କ ଚକ୍ଷୁ ବାହାରି ଉଠେ; [QBR] ମନର ବାଞ୍ଛା ଅପେକ୍ଷା ସେମାନେ ଅଧିକ ପ୍ରାପ୍ତ ହୁଅନ୍ତି। [QBR]
ଗୀତସଂହିତା 73 : 8 (IRVOR)
ସେମାନେ ଟାହୁଲି କରନ୍ତି ଓ ଦୁଷ୍ଟତାରେ ଦୌରାତ୍ମ୍ୟ ଉଚ୍ଚାରଣ କରନ୍ତି; [QBR] ସେମାନେ ଦମ୍ଭ କଥା କହନ୍ତି। [QBR]
ଗୀତସଂହିତା 73 : 9 (IRVOR)
ସେମାନେ ଆକାଶରେ ଆପଣା ଆପଣା ମୁଖ ରଖିଅଛନ୍ତି [QBR] ଓ ସେମାନଙ୍କ ଜିହ୍ୱା ପୃଥିବୀରେ ଭ୍ରମଣ କରେ। [QBR]
ଗୀତସଂହିତା 73 : 10 (IRVOR)
ଏହେତୁ ତାହାର ଲୋକମାନେ ସେଆଡ଼େ ଫେରନ୍ତି; [QBR] ପୁଣି, ପୂର୍ଣ୍ଣ ପାନପାତ୍ରର ଜଳସବୁ ସେମାନଙ୍କ ଦ୍ୱାରା ନିଗିଡ଼ାଯାଏ। [QBR]
ଗୀତସଂହିତା 73 : 11 (IRVOR)
ଆଉ, ସେମାନେ କହନ୍ତି, “ପରମେଶ୍ୱର କିପରି ଜାଣିବେ ?” [QBR] ଓ ସର୍ବୋପରିସ୍ଥଙ୍କର କି ଜ୍ଞାନ ଅଛି ? [QBR]
ଗୀତସଂହିତା 73 : 12 (IRVOR)
ଦେଖ, ଏମାନେ ଦୁଷ୍ଟଲୋକ; [QBR] ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ ଥାଇ ଧନ ବୃଦ୍ଧି କରନ୍ତି। [QBR]
ଗୀତସଂହିତା 73 : 13 (IRVOR)
ନିଶ୍ଚୟ ମୁଁ ବ୍ୟର୍ଥରେ ଆପଣା ଅନ୍ତଃକରଣ ଶୁଚି କରିଅଛି [QBR] ଓ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରିଅଛି; [QBR]
ଗୀତସଂହିତା 73 : 14 (IRVOR)
କାରଣ ମୁଁ ଦିନସାରା ଆଘାତ ଓ [QBR] ପ୍ରତି ପ୍ରଭାତ ଶାସ୍ତି ପ୍ରାପ୍ତ ହୋଇଅଛି। [QBR]
ଗୀତସଂହିତା 73 : 15 (IRVOR)
ଏରୂପ କହିବି ବୋଲି ଯଦି ମୁଁ କହିଥା’ନ୍ତି [QBR] ତେବେ ଦେଖ, ମୁଁ ତୁମ୍ଭ ସନ୍ତାନଗଣର ବଂଶ ପ୍ରତି ବିଶ୍ୱାସଘାତକତା କରିଥା’ନ୍ତି। [QBR]
ଗୀତସଂହିତା 73 : 16 (IRVOR)
ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା ବେଳେ [QBR] ମୋ’ ପ୍ରତି ତାହା ଅତି କଷ୍ଟକର ହେଲା; [QBR]
ଗୀତସଂହିତା 73 : 17 (IRVOR)
ଶେଷରେ ମୁଁ ପରମେଶ୍ୱରଙ୍କ ଧର୍ମଧାମକୁ ଗଲି ଓ [QBR] ସେମାନଙ୍କର ଶେଷଫଳ ବିବେଚନା କଲି। [QBR]
ଗୀତସଂହିତା 73 : 18 (IRVOR)
ନିଶ୍ଚୟ ତୁମ୍ଭେ ସେମାନଙ୍କୁ ଖସଡ଼ା ସ୍ଥାନରେ ରଖୁଅଛ; [QBR] ତୁମ୍ଭେ ସେମାନଙ୍କୁ ସର୍ବନାଶରେ ପକାଉଅଛ। [QBR]
ଗୀତସଂହିତା 73 : 19 (IRVOR)
ସେମାନେ ଏକ ନିମିଷରେ କିପରି ଉଚ୍ଛିନ୍ନ ହୁଅନ୍ତି ! [QBR] ନାନା ତ୍ରାସରେ ସେମାନେ ନିଃଶେଷ ରୂପେ ସଂହାରିତ ହୁଅନ୍ତି। [QBR]
ଗୀତସଂହିତା 73 : 20 (IRVOR)
ନିଦ୍ରାରୁ ଜାଗ୍ରତ ହେଲା ଉତ୍ତାରେ ଯେପରି ସ୍ୱପ୍ନ, [QBR] ସେପରି, ହେ ପ୍ରଭୁ, ତୁମ୍ଭେ ଜାଗ୍ରତ ହେଲେ, ସେମାନଙ୍କ ମୂର୍ତ୍ତିକୁ ତୁଚ୍ଛଜ୍ଞାନ କରିବ। [QBR]
ଗୀତସଂହିତା 73 : 21 (IRVOR)
ମୋହର ହୃଦୟ ଦୁଃଖିତ ହୋଇଥିଲା ଓ [QBR] ମୋହର ମର୍ମ ବିଦ୍ଧ ହୋଇଥିଲା। [QBR]
ଗୀତସଂହିତା 73 : 22 (IRVOR)
ମୁଁ ଏଡ଼େ ମୂର୍ଖ ଓ ଅଜ୍ଞାନ, [QBR] ମୁଁ ତୁମ୍ଭ ସାକ୍ଷାତରେ ପଶୁ ପରି ଥିଲି। [QBR]
ଗୀତସଂହିତା 73 : 23 (IRVOR)
ତଥାପି ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ନିରନ୍ତର ଅଛି; [QBR] ତୁମ୍ଭେ ମୋହର ଦକ୍ଷିଣ ହସ୍ତ ଧରିଅଛ। [QBR]
ଗୀତସଂହିତା 73 : 24 (IRVOR)
ତୁମ୍ଭେ ନିଜ ମନ୍ତ୍ରଣାରେ ମୋତେ ପଥ ଦେଖାଇବ [QBR] ଓ ଶେଷରେ ତୁମ୍ଭେ ମୋତେ ଗୌରବରେ ଗ୍ରହଣ କରିବ। [QBR]
ଗୀତସଂହିତା 73 : 25 (IRVOR)
ସ୍ୱର୍ଗରେ ତୁମ୍ଭ ବିନା ମୋହର ଆଉ କିଏ ଅଛି ? ଓ [QBR] ଭୂମଣ୍ଡଳରେ ତୁମ୍ଭ ଛଡ଼ା ଆଉ କାହାକୁ ମୁଁ ବାଞ୍ଛା କରୁ ନାହିଁ। [QBR]
ଗୀତସଂହିତା 73 : 26 (IRVOR)
ମୋହର ମାଂସ ଓ ଚିତ୍ତ କ୍ଷୟ ପାଉଅଛି; [QBR] ମାତ୍ର ପରମେଶ୍ୱର ଅନନ୍ତକାଳ ମୋ’ ଚିତ୍ତର ବଳ [* ବଳ ଶୈଳ] ଓ ମୋହର ବାଣ୍ଟ ସ୍ୱରୂପ ଅଟନ୍ତି। [QBR]
ଗୀତସଂହିତା 73 : 27 (IRVOR)
କାରଣ ଦେଖ, ତୁମ୍ଭଠାରୁ ଦୂରରେ ଥିବା ଲୋକମାନେ ବିନଷ୍ଟ ହେବେ; [QBR] ତୁମ୍ଭଙ୍କୁ ଛାଡ଼ି ବ୍ୟଭିଚାର କରିବା ଲୋକ ସମସ୍ତଙ୍କୁ ତୁମ୍ଭେ ଉଚ୍ଛିନ୍ନ କରିଅଛ। [QBR]
ଗୀତସଂହିତା 73 : 28 (IRVOR)
ମାତ୍ର ପରମେଶ୍ୱରଙ୍କର ନିକଟବର୍ତ୍ତୀ ହେବାର ମୋହର ମଙ୍ଗଳ; [QBR] ମୁଁ ତୁମ୍ଭର ସକଳ କର୍ମ ବର୍ଣ୍ଣନା କରିବା ପାଇଁ [QBR] ପ୍ରଭୁ ସଦାପ୍ରଭୁଙ୍କୁ ଆପଣାର ଆଶ୍ରୟ ସ୍ୱରୂପ କରିଅଛି। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28

BG:

Opacity:

Color:


Size:


Font: