ଗୀତସଂହିତା 72 : 1 (IRVOR)
{ରାଜାଙ୍କ ପାଇଁ ପ୍ରାର୍ଥନା} [PS] ହେ ପରମେଶ୍ୱର, ରାଜାଙ୍କୁ ତୁମ୍ଭର ଶାସନ [QBR] ଓ ରାଜପୁତ୍ରଙ୍କୁ ତୁମ୍ଭର ଧର୍ମ ପ୍ରଦାନ କର। [QBR]
ଗୀତସଂହିତା 72 : 2 (IRVOR)
ସେ ଧର୍ମରେ ତୁମ୍ଭ ଲୋକମାନଙ୍କର ଓ [QBR] ନ୍ୟାୟରେ ତୁମ୍ଭ ଦୁଃଖୀ ଲୋକଙ୍କର ବିଚାର କରିବେ। [QBR]
ଗୀତସଂହିତା 72 : 3 (IRVOR)
ଧର୍ମ ଦ୍ୱାରା ପର୍ବତଗଣ ଓ [QBR] ଉପପର୍ବତଗଣ ଲୋକମାନଙ୍କର ଶାନ୍ତି ଉତ୍ପନ୍ନ କରିବେ। [QBR]
ଗୀତସଂହିତା 72 : 4 (IRVOR)
ସେ ଲୋକମାନଙ୍କ ମଧ୍ୟରୁ ଦୁଃଖୀମାନଙ୍କର ବିଚାର କରିବେ, [QBR] ସେ ଦୀନହୀନମାନଙ୍କର ସନ୍ତାନମାନଙ୍କୁ ଉଦ୍ଧାର କରିବେ [QBR] ଓ ଉପଦ୍ରବକାରୀକୁ ଚୂର୍ଣ୍ଣ କରିବେ। [QBR]
ଗୀତସଂହିତା 72 : 5 (IRVOR)
ସୂର୍ଯ୍ୟ ଓ ଚନ୍ଦ୍ର ଥିବାଯାଏ ପୁରୁଷାନୁକ୍ରମେ [QBR] ଲୋକମାନେ ତୁମ୍ଭଙ୍କୁ ଭୟ କରିବେ। [QBR]
ଗୀତସଂହିତା 72 : 6 (IRVOR)
କଟାଘାସରେ ବୃଷ୍ଟି ତୁଲ୍ୟ ଓ [QBR] ଭୂମି-ସେଚନକାରୀ ଜଳଧାରା ତୁଲ୍ୟ ସେ ଓହ୍ଲାଇ ଆସିବେ। [QBR]
ଗୀତସଂହିତା 72 : 7 (IRVOR)
ତାହାଙ୍କ ସମୟରେ ଧାର୍ମିକମାନେ [* ଧାର୍ମିକମାନେ କିମ୍ବା ଧାର୍ମିକତା] ବର୍ଦ୍ଧିଷ୍ଣୁ ହେବେ; [QBR] ପୁଣି, ଚନ୍ଦ୍ର ଲୁପ୍ତ ନୋହିବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ହେବ। [QBR]
ଗୀତସଂହିତା 72 : 8 (IRVOR)
ମଧ୍ୟ ସେ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ [QBR] ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ କର୍ତ୍ତୃତ୍ୱ କରିବେ। [QBR]
ଗୀତସଂହିତା 72 : 9 (IRVOR)
ମରୁଭୂମି-ନିବାସୀ ଲୋକମାନେ ତାହାଙ୍କ ସମ୍ମୁଖରେ ନତ ହେବେ [QBR] ଓ ତାହାଙ୍କ ଶତ୍ରୁଗଣ ଧୂଳି ଚାଟିବେ। [QBR]
ଗୀତସଂହିତା 72 : 10 (IRVOR)
ତର୍ଶୀଶର ଓ ଦ୍ୱୀପସମୂହର ରାଜାଗଣ ଦର୍ଶନୀ ଆଣିବେ; [QBR] ଶିବାର ଓ ସବାର ରାଜାଗଣ ଭେଟୀ ଦାନ କରିବେ। [QBR]
ଗୀତସଂହିତା 72 : 11 (IRVOR)
ହଁ, ସବୁ ରାଜାମାନେ ତାହାଙ୍କ ଛାମୁରେ ପ୍ରଣାମ କରିବେ; [QBR] ସବୁ ଗୋଷ୍ଠୀମାନେ ତାହାଙ୍କର ସେବା କରିବେ। [QBR]
ଗୀତସଂହିତା 72 : 12 (IRVOR)
କାରଣ ସେ ଆର୍ତ୍ତନାଦକାରୀ ଦୀନହୀନକୁ ଓ [QBR] ଅସହାୟ ଦରିଦ୍ରକୁ ଉଦ୍ଧାର କରିବେ। [QBR]
ଗୀତସଂହିତା 72 : 13 (IRVOR)
ସେ ଦରିଦ୍ର ଓ ଦୀନହୀନ ପ୍ରତି ଦୟା କରିବେ [QBR] ଓ ସେ ଦୀନହୀନମାନଙ୍କର ପ୍ରାଣ ଉଦ୍ଧାର କରିବେ। [QBR]
ଗୀତସଂହିତା 72 : 14 (IRVOR)
ସେ ଉପଦ୍ରବ ଓ ଦୌରାତ୍ମ୍ୟରୁ ସେମାନଙ୍କର ପ୍ରାଣ ମୁକ୍ତ କରିବେ; [QBR] ପୁଣି, ତାହାଙ୍କ ଦୃଷ୍ଟିରେ ସେମାନଙ୍କ ଜୀବନ [† ଜୀବନ ରକ୍ତ] ବହୁମୂଲ୍ୟ ହେବ। [QBR]
ଗୀତସଂହିତା 72 : 15 (IRVOR)
ଆଉ, ସେମାନେ ଜୀବିତ ରହିବେ ଓ ତାହାଙ୍କୁ ଶିବାର ସୁବର୍ଣ୍ଣ ଦତ୍ତ ହେବ; [QBR] ଲୋକମାନେ ନିରନ୍ତର ତାହାଙ୍କ ପାଇଁ ପ୍ରାର୍ଥନା କରିବେ। [QBR] ସେମାନେ ସାରାଦିନ ତାହାଙ୍କର ଧନ୍ୟବାଦ କରିବେ। [QBR]
ଗୀତସଂହିତା 72 : 16 (IRVOR)
ଦେଶ ମଧ୍ୟରେ ପର୍ବତଗଣର ଶିଖରରେ ପ୍ରଚୁର ଶସ୍ୟ ହେବ; [QBR] ତହିଁର ଫଳ ଲିବାନୋନ ତୁଲ୍ୟ ହଲିବ; [QBR] ପୁଣି, ନଗରବାସୀମାନେ ପୃଥିବୀର ତୃଣ ତୁଲ୍ୟ ବର୍ଦ୍ଧିଷ୍ଣୁ ହେବେ। [QBR]
ଗୀତସଂହିତା 72 : 17 (IRVOR)
ତାହାଙ୍କ ନାମ ଅନନ୍ତକାଳ ରହିବ; [QBR] ଯେପର୍ଯ୍ୟନ୍ତ ସୂର୍ଯ୍ୟ ଥାଏ, ସେପର୍ଯ୍ୟନ୍ତ ତାହାଙ୍କ ନାମ ସତେଜ ରହିବ; [QBR] ଆଉ, ମନୁଷ୍ୟମାନେ ତାହାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ; [QBR] ସବୁ ଗୋଷ୍ଠୀୟ ଲୋକେ ତାହାଙ୍କୁ ଧନ୍ୟ କହିବେ। [QBR]
ଗୀତସଂହିତା 72 : 18 (IRVOR)
ସଦାପ୍ରଭୁ ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର ଧନ୍ୟ ହେଉନ୍ତୁ, [QBR] କେବଳ ସେ ଆଶ୍ଚର୍ଯ୍ୟ କର୍ମ କରନ୍ତି; [QBR]
ଗୀତସଂହିତା 72 : 19 (IRVOR)
ପୁଣି, ତାହାଙ୍କର ଗୌରବାନ୍ୱିତ ନାମ ଅନନ୍ତକାଳ ଧନ୍ୟ ହେଉ [QBR] ଓ ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ। [QBR] ଆମେନ୍‍, ଆମେନ୍‍। [QBR]
ଗୀତସଂହିତା 72 : 20 (IRVOR)
ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନାସକଳ ସମାପ୍ତ। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20

BG:

Opacity:

Color:


Size:


Font: