ଗୀତସଂହିତା 69 : 1 (IRVOR)
{ସାହାଯ୍ୟ ପାଇଁ ଆତୁର ନିବେଦନ} [PS] ହେ ପରମେଶ୍ୱର, ମୋତେ ପରିତ୍ରାଣ କର; [QBR] କାରଣ ମୋ’ ବେକ [* ବେକ କିମ୍ବା ପ୍ରାଣ] ପର୍ଯ୍ୟନ୍ତ ଜଳରାଶି ଆସିଅଛି। [QBR]
ଗୀତସଂହିତା 69 : 2 (IRVOR)
ମୁଁ ଗଭୀର ପଙ୍କରେ ବୁଡ଼ି ଯାଉଅଛି, ମୋହର ଛିଡ଼ା ହେବାର ସ୍ଥାନ ନାହିଁ; [QBR] ମୁଁ ଗଭୀର ଜଳରାଶିରେ ଉପସ୍ଥିତ ହୋଇଅଛି, ପ୍ଲାବନ ମୋ’ ଉପର ଦେଇ ଯାଉଅଛି। [QBR]
ଗୀତସଂହିତା 69 : 3 (IRVOR)
ମୁଁ ଡାକୁ ଡାକୁ କ୍ଳାନ୍ତ ହୁଏ; ମୋହର କଣ୍ଠ ଶୁଷ୍କ ହୋଇଅଛି; [QBR] ମୁଁ ପରମେଶ୍ୱରଙ୍କର ଅପେକ୍ଷା କରୁ କରୁ ମୋହର ଚକ୍ଷୁ ନିସ୍ତେଜ ହୁଏ। [QBR]
ଗୀତସଂହିତା 69 : 4 (IRVOR)
ଅକାରଣରେ ମୋତେ ଘୃଣା କରିବା ଲୋକେ ମୋ’ ମସ୍ତକର କେଶଠାରୁ ଅନେକ; [QBR] ଯେଉଁମାନେ ଅନ୍ୟାୟରେ ମୋହର ଶତ୍ରୁ ହୋଇ ମୋତେ ଉଚ୍ଛିନ୍ନ କରିବାକୁ ଇଚ୍ଛା କରନ୍ତି, ସେମାନେ ବଳବାନ; [QBR] ତେଣୁ ମୁଁ ଯାହା ଅପହରଣ କଲି ନାହିଁ, ତାହା ଫେରାଇ ଦେଲି। [QBR]
ଗୀତସଂହିତା 69 : 5 (IRVOR)
ହେ ପରମେଶ୍ୱର, ତୁମ୍ଭେ ମୋହର ମୂଢ଼ତା ଜାଣୁଅଛ; [QBR] ଆଉ, ମୋହର ପାପସବୁ ତୁମ୍ଭଠାରୁ ଗୁପ୍ତ ନୁହେଁ। [QBR]
ଗୀତସଂହିତା 69 : 6 (IRVOR)
ହେ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ତୁମ୍ଭର ଅନୁସରଣକାରୀମାନେ ମୋ’ ଦେଇ ଲଜ୍ଜିତ ନ ହେଉନ୍ତୁ; [QBR] ହେ ଇସ୍ରାଏଲର ପରମେଶ୍ୱର, ତୁମ୍ଭର ଅନ୍ୱେଷଣକାରୀମାନେ ମୋ’ ଦେଇ ଅପମାନିତ ନ ହେଉନ୍ତୁ। [QBR]
ଗୀତସଂହିତା 69 : 7 (IRVOR)
କାରଣ ତୁମ୍ଭ ସକାଶୁ ମୁଁ ନିନ୍ଦା ସହ୍ୟ କରିଅଛି। [QBR] ଲଜ୍ଜା ମୋ’ ମୁଖ ଆଚ୍ଛାଦନ କରିଅଛି। [QBR]
ଗୀତସଂହିତା 69 : 8 (IRVOR)
ମୁଁ ଆପଣା ଭ୍ରାତୃଗଣ ପ୍ରତି ଅଜଣା ଓ [QBR] ମାତୃସନ୍ତାନଗଣ ପ୍ରତି ବିଦେଶୀ ହୋଇଅଛି। [QBR]
ଗୀତସଂହିତା 69 : 9 (IRVOR)
କାରଣ ତୁମ୍ଭ ଗୃହବିଷୟକ ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି। [QBR] ପୁଣି, ତୁମ୍ଭଙ୍କୁ ନିନ୍ଦା କରିବା ଲୋକମାନଙ୍କ ନିନ୍ଦା ମୋ’ ଉପରେ ପଡ଼ିଅଛି। [QBR]
ଗୀତସଂହିତା 69 : 10 (IRVOR)
ମୁଁ ରୋଦନ କଲେ ଓ ଉପବାସ ଦ୍ୱାରା ଆପଣା ପ୍ରାଣକୁ କ୍ଳେଶ ଦେଲେ, [QBR] ତାହା ମୋ’ ନିନ୍ଦାର ବିଷୟ ହେଲା। [QBR]
ଗୀତସଂହିତା 69 : 11 (IRVOR)
ମୁଁ ଚଟବସ୍ତ୍ରକୁ ଆପଣାର ପରିଧେୟ କଲେ, [QBR] ସେମାନଙ୍କ ନିକଟରେ ପ୍ରବାଦ ସ୍ୱରୂପ ହେଲି। [QBR]
ଗୀତସଂହିତା 69 : 12 (IRVOR)
ନଗର-ଦ୍ୱାରରେ ବସିବା ଲୋକମାନେ ମୋ’ ବିଷୟରେ ଗଳ୍ପ କରନ୍ତି [QBR] ଓ ମୁଁ ମତ୍ତ ଲୋକମାନଙ୍କର ଗୀତ ସ୍ୱରୂପ ହୋଇଅଛି। [QBR]
ଗୀତସଂହିତା 69 : 13 (IRVOR)
ମାତ୍ର ହେ ସଦାପ୍ରଭୁ, ଗ୍ରାହ୍ୟ ସମୟରେ ମୋହର ପ୍ରାର୍ଥନା ତୁମ୍ଭଠାରେ ଅଛି; [QBR] ହେ ପରମେଶ୍ୱର, ତୁମ୍ଭ ଦୟାର ବାହୁଲ୍ୟରେ, ତୁମ୍ଭ ପରିତ୍ରାଣର ସତ୍ୟତାନୁସାରେ ମୋତେ ଉତ୍ତର ଦିଅ। [QBR]
ଗୀତସଂହିତା 69 : 14 (IRVOR)
ପଙ୍କରୁ ମୋତେ ଉଦ୍ଧାର କର ଓ ମୋତେ ମଗ୍ନ ହେବାକୁ ଦିଅ ନାହିଁ; [QBR] ମୁଁ ଆପଣା ଘୃଣାକାରୀମାନଙ୍କଠାରୁ ଓ ଗଭୀର ଜଳରାଶିରୁ ଉଦ୍ଧାର ପ୍ରାପ୍ତ ହୁଏ। [QBR]
ଗୀତସଂହିତା 69 : 15 (IRVOR)
ଜଳପ୍ଲାବନ ମୋତେ ମଗ୍ନ ନ କରୁ, [QBR] କିଅବା ଗଭୀର ଜଳ ମୋତେ ଗ୍ରାସ ନ କରୁ; [QBR] ପୁଣି, ଗର୍ତ୍ତ ମୋ’ ଉପରେ ଆପଣା ମୁଖ ବନ୍ଦ ନ କରୁ। [QBR]
ଗୀତସଂହିତା 69 : 16 (IRVOR)
ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ; କାରଣ [QBR] ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଉତ୍ତମ; [QBR] ତୁମ୍ଭ କୃପାର ବାହୁଲ୍ୟାନୁସାରେ ମୋ’ ପ୍ରତି ଫେର। [QBR]
ଗୀତସଂହିତା 69 : 17 (IRVOR)
ଆଉ, ତୁମ୍ଭ ଦାସଠାରୁ ଆପଣା ମୁଖ ଲୁଚାଅ ନାହିଁ; [QBR] କାରଣ ମୁଁ ସଙ୍କଟରେ ଅଛି; ଶୀଘ୍ର ମୋତେ ଉତ୍ତର ଦିଅ। [QBR]
ଗୀତସଂହିତା 69 : 18 (IRVOR)
ମୋ’ ପ୍ରାଣର ନିକଟବର୍ତ୍ତୀ ହୋଇ ତାହାକୁ ମୁକ୍ତ କର; [QBR] ମୋ’ ଶତ୍ରୁଗଣ ସକାଶୁ ମୋତେ ମୂଲ୍ୟରେ ମୁକ୍ତ କର। [QBR]
ଗୀତସଂହିତା 69 : 19 (IRVOR)
ତୁମ୍ଭେ ମୋହର ନିନ୍ଦା ଓ ମୋହର ଲଜ୍ଜା ଓ ମୋହର ଅପମାନ ଜାଣୁଅଛ; [QBR] ମୋହର ବିପକ୍ଷ ସମସ୍ତେ ତୁମ୍ଭ ସମ୍ମୁଖରେ ଅଛନ୍ତି। [QBR]
ଗୀତସଂହିତା 69 : 20 (IRVOR)
ନିନ୍ଦା ମୋହର ହୃଦୟ ଭଗ୍ନ କରିଅଛି ଓ ମୁଁ ସମ୍ପୂର୍ଣ୍ଣ ଭାରାକ୍ରାନ୍ତ ହୋଇଅଛି; [QBR] ପୁଣି, କେହି ଦୟା କରିବ ବୋଲି ମୁଁ ଅପେକ୍ଷା କଲି, ମାତ୍ର କେହି ନ ଥିଲା [QBR] ଓ ସାନ୍ତ୍ୱନାକାରୀମାନଙ୍କର ଅପେକ୍ଷା କଲି, ମାତ୍ର କାହାକୁ ପାଇଲି ନାହିଁ। [QBR]
ଗୀତସଂହିତା 69 : 21 (IRVOR)
ଆହୁରି, ସେମାନେ ଖାଦ୍ୟ ନିମନ୍ତେ ମୋତେ ବିଷମୟ ଦ୍ରବ୍ୟ ଦେଲେ [QBR] ଓ ମୋହର ତୃଷା ସମୟରେ ପାନ କରିବା ପାଇଁ ମୋତେ ଅମ୍ଳରସ ଦେଲେ। [QBR]
ଗୀତସଂହିତା 69 : 22 (IRVOR)
ସେମାନଙ୍କ ମେଜ ସେମାନଙ୍କ ସମ୍ମୁଖରେ ଫାନ୍ଦ ସ୍ୱରୂପ [QBR] ଓ ସେମାନେ ଶାନ୍ତିରେ ଥିବା ବେଳେ ତାହା ସେମାନଙ୍କର ଫାଶ ସ୍ୱରୂପ ହେଉ। [QBR]
ଗୀତସଂହିତା 69 : 23 (IRVOR)
ସେମାନେ ଯେପରି ଦେଖି ନ ପାରିବେ, ଏଥିପାଇଁ ସେମାନଙ୍କର ଚକ୍ଷୁ ଅନ୍ଧାରଗ୍ରସ୍ତ ହେଉ [QBR] ଓ ସେମାନଙ୍କ କଟିଦେଶକୁ ନିତ୍ୟ କମ୍ପଯୁକ୍ତ କର। [QBR]
ଗୀତସଂହିତା 69 : 24 (IRVOR)
ତୁମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ଢାଳି ଦିଅ [QBR] ଓ ତୁମ୍ଭ କ୍ରୋଧର ପ୍ରଚଣ୍ଡତା ସେମାନଙ୍କୁ ଧରୁ। [QBR]
ଗୀତସଂହିତା 69 : 25 (IRVOR)
ସେମାନଙ୍କର ବସତି-ସ୍ଥାନ ଶୂନ୍ୟ ହେଉ; [QBR] ସେମାନଙ୍କ ତମ୍ବୁରେ କେହି ବାସ ନ କରୁ। [QBR]
ଗୀତସଂହିତା 69 : 26 (IRVOR)
କାରଣ ସେମାନେ ତୁମ୍ଭର ପ୍ରହାରିତ ବ୍ୟକ୍ତିଙ୍କୁ ତାଡ଼ନା କରନ୍ତି [QBR] ଓ ତୁମ୍ଭ ଆହତ ଲୋକମାନଙ୍କ ଦୁଃଖ ବର୍ଣ୍ଣନା କରନ୍ତି। [QBR]
ଗୀତସଂହିତା 69 : 27 (IRVOR)
ସେମାନଙ୍କ ଅପରାଧରେ ଅପରାଧ ଯୋଗ କର [QBR] ଓ ସେମାନେ ତୁମ୍ଭ ଧାର୍ମିକତାର ଅଂଶୀ ନ ହେଉନ୍ତୁ। [QBR]
ଗୀତସଂହିତା 69 : 28 (IRVOR)
ଜୀବନ-ପୁସ୍ତକରୁ ସେମାନଙ୍କ ନାମ ଲୁପ୍ତ ହେଉ [QBR] ଓ ଧାର୍ମିକମାନଙ୍କ ସହିତ ଲେଖା ନ ଯାଉ। [QBR]
ଗୀତସଂହିତା 69 : 29 (IRVOR)
ମାତ୍ର ମୁଁ ଦୁଃଖୀ ଓ ଶୋକାକୁଳ ଅଟେ; [QBR] ହେ ପରମେଶ୍ୱର, ତୁମ୍ଭର ପରିତ୍ରାଣ ମୋତେ ଉଚ୍ଚରେ ସ୍ଥାପନ କରୁ। [QBR]
ଗୀତସଂହିତା 69 : 30 (IRVOR)
ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବି [QBR] ଓ ଧନ୍ୟବାଦ ଦେଇ ତାହାଙ୍କର ଗୌରବ କରିବି। [QBR]
ଗୀତସଂହିତା 69 : 31 (IRVOR)
ପୁଣି, ତାହା ଗୋରୁ ଅବା ଶୃଙ୍ଗ ଓ [QBR] ଖୁରାଯୁକ୍ତ ବୃଷ ଅପେକ୍ଷା ସଦାପ୍ରଭୁଙ୍କର ତୁଷ୍ଟିକର ହେବ। [QBR]
ଗୀତସଂହିତା 69 : 32 (IRVOR)
ନମ୍ର ଲୋକମାନେ ତାହା ଦେଖି ଆନନ୍ଦିତ ଅଛନ୍ତି; [QBR] ହେ ପରମେଶ୍ୱରଙ୍କ ଅନ୍ୱେଷଣକାରୀଗଣ, ତୁମ୍ଭମାନଙ୍କ ଅନ୍ତଃକରଣ ସଜୀବ ହେଉ। [QBR]
ଗୀତସଂହିତା 69 : 33 (IRVOR)
କାରଣ ସଦାପ୍ରଭୁ ଦୀନହୀନମାନଙ୍କ କଥା ଶୁଣନ୍ତି [QBR] ଓ ଆପଣା ବନ୍ଦୀମାନଙ୍କୁ ତୁଚ୍ଛ କରନ୍ତି ନାହିଁ। [QBR]
ଗୀତସଂହିତା 69 : 34 (IRVOR)
ଆକାଶ ଓ ପୃଥିବୀ, [QBR] ସମୁଦ୍ର ଓ ତନ୍ମଧ୍ୟସ୍ଥ ସକଳ ଜଙ୍ଗମ ତାହାଙ୍କର ପ୍ରଶଂସା କରନ୍ତୁ। [QBR]
ଗୀତସଂହିତା 69 : 35 (IRVOR)
କାରଣ ପରମେଶ୍ୱର ସିୟୋନକୁ ପରିତ୍ରାଣ କରିବେ ଓ ଯିହୁଦାର ନଗରସବୁ ନିର୍ମାଣ କରିବେ; [QBR] ପୁଣି, ଲୋକମାନେ ସେଠାରେ ବାସ କରି ତାହା ଅଧିକାର କରିବେ। [QBR]
ଗୀତସଂହିତା 69 : 36 (IRVOR)
ଆହୁରି, ତାହାଙ୍କ ଦାସମାନଙ୍କ ବଂଶ ତାହା ଭୋଗ କରିବେ; [QBR] ଆଉ, ତାହାଙ୍କ ନାମର ସ୍ନେହକାରୀଗଣ ତହିଁ ମଧ୍ୟରେ ବାସ କରିବେ। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36

BG:

Opacity:

Color:


Size:


Font: