ଗୀତସଂହିତା 64 : 1 (IRVOR)
ସୁରକ୍ଷା ପାଇଁ ପ୍ରାର୍ଥନା
ଗୀତସଂହିତା 64 : 2 (IRVOR)
*ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। *ହେ ପରମେଶ୍ୱର, ମୋ’ କାକୂକ୍ତିର ରବ ଶ୍ରବଣ କର; *ଶତ୍ରୁ ଭୟରୁ ମୋ’ ଜୀବନ ରକ୍ଷା କର। *କୁକର୍ମକାରୀମାନଙ୍କ ଗୁପ୍ତ ମନ୍ତ୍ରଣାରୁ, ଅଧର୍ମାଚାରୀମାନଙ୍କ କଳହରୁ ମୋତେ ଲୁଚାଇ ରଖ;
ଗୀତସଂହିତା 64 : 3 (IRVOR)
ସେମାନେ ଖଡ୍ଗ ପରି ଆପଣା ଜିହ୍ୱା ଶାଣିତ କରିଅଛନ୍ତି
ଗୀତସଂହିତା 64 : 4 (IRVOR)
ଏବଂ ଆପଣାମାନଙ୍କ କଟୁବାକ୍ୟରୂପ ତୀର ଲକ୍ଷ୍ୟ କରିଅଛନ୍ତି; ଯେପରି ସିଦ୍ଧ ଲୋକଙ୍କ ପ୍ରତି ଗୋପନରେ ନିକ୍ଷେପ କରି ପାରିବେ; ସେମାନେ ହଠାତ୍‍ ତାହା ପ୍ରତି ନିକ୍ଷେପ କରନ୍ତି ଓ ଭୟ କରନ୍ତି ନାହିଁ।
ଗୀତସଂହିତା 64 : 5 (IRVOR)
ସେମାନେ କୁସଂକଳ୍ପରେ ଆପଣା ଆପଣାକୁ ବଳିଷ୍ଠ କରନ୍ତି; ସେମାନେ ଗୋପନରେ ଫାନ୍ଦ ପାତିବାକୁ କଥାବାର୍ତ୍ତା କରନ୍ତି; ସେମାନେ କହନ୍ତି, “ଆମ୍ଭମାନଙ୍କୁ* ଆମ୍ଭମାନଙ୍କୁ ସେମାନଙ୍କୁ କିଏ ଦେଖିବ ?”
ଗୀତସଂହିତା 64 : 6 (IRVOR)
ସେମାନେ ଅଧର୍ମ କଳ୍ପନା କରନ୍ତି; “ଆମ୍ଭେମାନେ ଯତ୍ନପୂର୍ବକ କଳ୍ପନା ସିଦ୍ଧ କରିଅଛୁ” ବୋଲି ସେମାନେ କହନ୍ତି; ଆଉ, ପ୍ରତ୍ୟେକର ଆନ୍ତରିକ ଭାବ ଓ ହୃଦୟ ଗଭୀର।
ଗୀତସଂହିତା 64 : 7 (IRVOR)
ମାତ୍ର ପରମେଶ୍ୱର ସେମାନଙ୍କ ପ୍ରତି ତୀର ନିକ୍ଷେପ କରିବେ; ସେଥିରେ ସେମାନେ ହଠାତ୍‍ ଆହତ ହେବେ।
ଗୀତସଂହିତା 64 : 8 (IRVOR)
ଏହିରୂପେ ସେମାନେ ନିପାତିତ ହେବେ, ସେମାନଙ୍କ ନିଜ ଜିହ୍ୱା ସେମାନଙ୍କର ବିପକ୍ଷ ହେବ; ସେମାନଙ୍କୁ ଦେଖିବା ଲୋକ ସମସ୍ତେ ମୁଣ୍ଡ ହଲାଇବେ;
ଗୀତସଂହିତା 64 : 9 (IRVOR)
ପୁଣି, ସକଳ ମନୁଷ୍ୟ ଭୟ କରିବେ, ସେମାନେ ପରମେଶ୍ୱରଙ୍କ କର୍ମ ପ୍ରକାଶ କରିବେ ଓ ତାହାଙ୍କର କ୍ରିୟା ସୁବିବେଚନା କରିବେ।
ଗୀତସଂହିତା 64 : 10 (IRVOR)
ଧାର୍ମିକ ଲୋକ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବ ଓ ତାହାଙ୍କର ଶରଣାଗତ ହେବ। ପୁଣି, ସରଳାନ୍ତଃକରଣ ସମସ୍ତେ ସଦାପ୍ରଭୁଙ୍କଠାରେ ପ୍ରଶଂସା କରିବେ।

1 2 3 4 5 6 7 8 9 10