ଗୀତସଂହିତା 55 : 1 (IRVOR)
ବନ୍ଧୁ ଦ୍ୱାରା ପ୍ରତାରିତ ଲୋକର ପ୍ରାର୍ଥନା
ଗୀତସଂହିତା 55 : 2 (IRVOR)
*ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍‍। *ହେ ପରମେଶ୍ୱର, ମୋ’ ପ୍ରାର୍ଥନାରେ କର୍ଣ୍ଣପାତ କର; *ମୋ’ ବିନତିରୁ ଆପଣାକୁ ଲୁଚାଅ ନାହିଁ। *ମୋ’ ପ୍ରତି ମନୋଯୋଗ କରି ମୋତେ ଉତ୍ତର ଦିଅ; ଶତ୍ରୁମାନଙ୍କ ରବ ସକାଶୁ, ଦୁଷ୍ଟମାନଙ୍କ ଦୌରାତ୍ମ୍ୟ ସକାଶୁ ମୁଁ ଭାବନାରେ ଅସ୍ଥିର ହୋଇ ରୋଦନ କରୁଥାଏ;
ଗୀତସଂହିତା 55 : 3 (IRVOR)
କାରଣ ସେମାନେ ମୋ’ ଉପରେ ଅଧର୍ମ ଆରୋପ କରନ୍ତି ଓ କ୍ରୋଧରେ ମୋତେ ଘୃଣା କରନ୍ତି।
ଗୀତସଂହିତା 55 : 4 (IRVOR)
ମୋ’ ଅନ୍ତରରେ ମୋ’ ହୃଦୟ ଅତ୍ୟନ୍ତ ବ୍ୟଥିତ ହେଉଅଛି ଓ ମୋ’ ଉପରେ ମୃତ୍ୟୁୁର ତ୍ରାସ ପଡ଼ିଅଛି।
ଗୀତସଂହିତା 55 : 5 (IRVOR)
ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ପୁଣି, ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।
ଗୀତସଂହିତା 55 : 6 (IRVOR)
ଯଦି କପୋତ ପରି ମୋହର ପକ୍ଷ ଥା’ନ୍ତା ! ଏଣୁ ମୁଁ କହିଲି, ଆଃ, ତେବେ ମୁଁ ଉଡ଼ିଯାଇ ବିଶ୍ରାମ ପାଆନ୍ତି।
ଗୀତସଂହିତା 55 : 7 (IRVOR)
ଦେଖ, ତେବେ ମୁଁ ଦୂରରେ ଭ୍ରମଣ କରନ୍ତି, ମୁଁ ପ୍ରାନ୍ତରରେ ବାସ କରନ୍ତି। *ସେଲା
ଗୀତସଂହିତା 55 : 8 (IRVOR)
ମୁଁ ପ୍ରବଳ ବାୟୁ ଓ ତୋଫାନରୁ ଆଶ୍ରୟ ନେବା ପାଇଁ ପଳାୟନ କରନ୍ତି।
ଗୀତସଂହିତା 55 : 9 (IRVOR)
ହେ ପ୍ରଭୁ, ବିନାଶ କର ଓ ସେମାନଙ୍କର ଅନେକ ଜିହ୍ୱା ଜନ୍ମାଅ; କାରଣ ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଅଛି।
ଗୀତସଂହିତା 55 : 10 (IRVOR)
ଶତ୍ରୁମାନେ ଦିବାରାତ୍ର ତହିଁର ପ୍ରାଚୀର ଦେଇ ଭ୍ରମଣ କରନ୍ତି; ମଧ୍ୟ ଅଧର୍ମ ଓ ଉତ୍ପାତ ତହିଁ ମଧ୍ୟରେ ଅଛି।
ଗୀତସଂହିତା 55 : 11 (IRVOR)
ଦୁଷ୍ଟତା ତହିଁର ମଧ୍ୟବର୍ତ୍ତୀ, ଦୌରାତ୍ମ୍ୟ ଓ ଛଳନା ତହିଁର ଛକସ୍ଥାନସବୁ ଛାଡ଼େ ନାହିଁ।
ଗୀତସଂହିତା 55 : 12 (IRVOR)
କାରଣ କୌଣସି ଶତ୍ରୁ ମୋତେ ତିରସ୍କାର କଲା ନାହିଁ; କଲେ ତାହା ମୁଁ ସହ୍ୟ କରି ପାରନ୍ତି; କିଅବା ମୋହର ଘୃଣାକାରୀ ମୋ’ ବିରୁଦ୍ଧରେ ଦର୍ପ କଲା ନାହିଁ, କଲେ ତାହାଠାରୁ ମୁଁ ଆପଣାକୁ ଲୁଚାନ୍ତି;
ଗୀତସଂହିତା 55 : 13 (IRVOR)
ମାତ୍ର ମୋ’ ପରି ମନୁଷ୍ୟ, ମୋହର ସଙ୍ଗୀ ଓ ମୋହର ଆତ୍ମୀୟ ଯେ ତୁମ୍ଭେ, ତୁମ୍ଭେ ତାହା କଲ।
ଗୀତସଂହିତା 55 : 14 (IRVOR)
ଆମ୍ଭେମାନେ ଏକତ୍ର ମଧୁର ମନ୍ତ୍ରଣା କଲୁ, ଜନତା ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଗମନାଗମନ କଲୁ।
ଗୀତସଂହିତା 55 : 15 (IRVOR)
ମୃତ୍ୟୁୁ ସେମାନଙ୍କୁ ହଠାତ୍‍ ଆକ୍ରମଣ କରୁ, ସେମାନେ ପାତାଳକୁ ଜୀଅନ୍ତା ଗମନ କରନ୍ତୁ, କାରଣ ସେମାନଙ୍କ ବାସସ୍ଥାନରେ, ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।
ଗୀତସଂହିତା 55 : 16 (IRVOR)
ମାତ୍ର ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରିବି; ପୁଣି, ସଦାପ୍ରଭୁ ମୋତେ ପରିତ୍ରାଣ କରିବେ।
ଗୀତସଂହିତା 55 : 17 (IRVOR)
ସନ୍ଧ୍ୟା, ପ୍ରଭାତ ଓ ମଧ୍ୟାହ୍ନ କାଳରେ ମୁଁ ପ୍ରାର୍ଥନା କରି ରୋଦନ କରିବି; ଆଉ, ସେ ମୋ’ ରବ ଶୁଣିବେ।
ଗୀତସଂହିତା 55 : 18 (IRVOR)
ସେ ମୋ’ ପ୍ରତିକୂଳ ଯୁଦ୍ଧରୁ କୁଶଳରେ ମୋ’ ପ୍ରାଣ ମୁକ୍ତ କରିଅଛନ୍ତି; କାରଣ ମୋ’ ସଙ୍ଗେ ବିରୋଧକାରୀ ଅନେକ ଥିଲେ।
ଗୀତସଂହିତା 55 : 19 (IRVOR)
ପରମେଶ୍ୱର ଶୁଣିବେ ଓ ସେମାନଙ୍କୁ ଉତ୍ତର ଦେବେ, ସେ ଚିରକାଳ ବିଦ୍ୟମାନ, *ସେଲା ସେହି ଲୋକମାନଙ୍କ କୌଣସି ପରିବର୍ତ୍ତନ ଘଟି ନାହିଁ, ପୁଣି, ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ।
ଗୀତସଂହିତା 55 : 20 (IRVOR)
ସେ ଆପଣା ସଙ୍ଗେ ମିଳନରେ ଥିବା ଲୋକ ବିରୁଦ୍ଧରେ ହାତ ଉଠାଇଅଛି; ସେ ଆପଣା ନିୟମ ଲଙ୍ଘନ କରିଅଛି।
ଗୀତସଂହିତା 55 : 21 (IRVOR)
ତାହାର ମୁଖ ଲବଣୀ ତୁଲ୍ୟ ଚିକ୍‍କଣ, ମାତ୍ର ତାହାର ଅନ୍ତଃକରଣ ଯୁଦ୍ଧପୂର୍ଣ୍ଣ; ତାହାର କଥାସବୁ ତୈଳଠାରୁ କୋମଳ, ତଥାପି ତାହାସବୁ ନିଷ୍କୋଷ ଖଡ୍ଗ ତୁଲ୍ୟ।
ଗୀତସଂହିତା 55 : 22 (IRVOR)
ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ; ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ।
ଗୀତସଂହିତା 55 : 23 (IRVOR)
ମାତ୍ର ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ସର୍ବନାଶର ଗର୍ତ୍ତକୁ ଆଣିବ; ରକ୍ତପିପାସୁ ଓ ପ୍ରବଞ୍ଚକ ଲୋକମାନେ ଆପଣା ଆପଣା ଆୟୁଷର ଅର୍ଦ୍ଧେକ ବଞ୍ଚିବେ ନାହିଁ; ମାତ୍ର ମୁଁ ତୁମ୍ଭ ଉପରେ ନିର୍ଭର କରିବି।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23