ଗୀତସଂହିତା 51 : 1 (IRVOR)
{କ୍ଷମା ପାଇଁ ପ୍ରାର୍ଥନା} [PS] ହେ ପରମେଶ୍ୱର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ [QBR] ମୋ’ ପ୍ରତି ଦୟା କର; [QBR] ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର। [QBR]
ଗୀତସଂହିତା 51 : 2 (IRVOR)
ମୋ’ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ [QBR] ମୋ’ ପାପରୁ ମୋତେ ଶୁଚି କର। [QBR]
ଗୀତସଂହିତା 51 : 3 (IRVOR)
କାରଣ ମୁଁ ଆପଣା ଅଧର୍ମ ସ୍ୱୀକାର କରୁଅଛି ଓ [QBR] ମୋ’ ପାପ ସର୍ବଦା ମୋ’ ସମ୍ମୁଖରେ ଅଛି। [QBR]
ଗୀତସଂହିତା 51 : 4 (IRVOR)
ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ [QBR] କରିଅଛି, [QBR] ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି; [QBR] ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର [QBR] କରିବା ବେଳେ ନିର୍ଦ୍ଦୋଷ ହେବ। [QBR]
ଗୀତସଂହିତା 51 : 5 (IRVOR)
ଦେଖ, ଅପରାଧରେ ମୁଁ ନିର୍ମିତ ହେଲି [QBR] ଓ ପାପରେ ମୋ’ ମାତା ମୋତେ ଗର୍ଭରେ ଧାରଣ କଲା। [QBR]
ଗୀତସଂହିତା 51 : 6 (IRVOR)
ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ; [QBR] ପୁଣି, ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ। [QBR]
ଗୀତସଂହିତା 51 : 7 (IRVOR)
ଏସୋବ ଦେଇ ମୋତେ ନିର୍ମଳ କର, [* ଏସୋବ ଦେଇ ମୋତେ ନିର୍ମଳ କର, ଅର୍ଥାତ୍ ମୋ’ର ପାପରୁ ମୋତେ ନିର୍ମଳ କର] ତହିଁରେ ମୁଁ ଶୁଚି ହେବି; [QBR] ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି। [QBR]
ଗୀତସଂହିତା 51 : 8 (IRVOR)
ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ; [QBR] ତହିଁରେ ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ। [QBR]
ଗୀତସଂହିତା 51 : 9 (IRVOR)
ମୋ’ ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର [QBR] ଓ ମୋ’ ଅପରାଧସବୁ ମାର୍ଜନା କର। [QBR]
ଗୀତସଂହିତା 51 : 10 (IRVOR)
ହେ ପରମେଶ୍ୱର, ମୋ’ ଅନ୍ତରରେ ଶୁଚି ଅନ୍ତଃକରଣ [QBR] ସୃଷ୍ଟି କର ଓ ମୋ’ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର। [QBR]
ଗୀତସଂହିତା 51 : 11 (IRVOR)
ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ [QBR] ଓ ତୁମ୍ଭ ପବିତ୍ର ଆତ୍ମା ମୋ’ଠାରୁ ନିଅ ନାହିଁ। [QBR]
ଗୀତସଂହିତା 51 : 12 (IRVOR)
ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ [QBR] ଓ ସ୍ୱଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ। [QBR]
ଗୀତସଂହିତା 51 : 13 (IRVOR)
ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି [QBR] ଓ ପାପୀମାନେ ତୁମ୍ଭ ପ୍ରତି ଫେରିବେ। [QBR]
ଗୀତସଂହିତା 51 : 14 (IRVOR)
ହେ ପରମେଶ୍ୱର, ମୋ’ ତ୍ରାଣର ପରମେଶ୍ୱର, ତୁମ୍ଭେ [QBR] ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର; [QBR] ତହିଁରେ ମୋହର ଜିହ୍ୱା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ୱରରେ [QBR] ଗାନ କରିବ। [QBR]
ଗୀତସଂହିତା 51 : 15 (IRVOR)
ହେ ପ୍ରଭୁ, ମୋ’ ଓଷ୍ଠାଧର ଫିଟାଅ, ତହିଁରେ [QBR] ମୋ’ ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ। [QBR]
ଗୀତସଂହିତା 51 : 16 (IRVOR)
କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ [QBR] ମୁଁ ତାହା ଦିଅନ୍ତି; [QBR] ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ। [QBR]
ଗୀତସଂହିତା 51 : 17 (IRVOR)
ଭଗ୍ନ-ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟ ବଳି, [QBR] ହେ ପରମେଶ୍ୱର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ [QBR] କରିବ ନାହିଁ। [QBR]
ଗୀତସଂହିତା 51 : 18 (IRVOR)
ତୁମ୍ଭେ ଆପଣା ଅନୁଗ୍ରହରେ ସିୟୋନର ମଙ୍ଗଳ କର; [QBR] ତୁମ୍ଭେ ଯିରୂଶାଲମର ପ୍ରାଚୀରସବୁ ନିର୍ମାଣ କର। [QBR]
ଗୀତସଂହିତା 51 : 19 (IRVOR)
ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ [QBR] ଆହୁତିରେ ସନ୍ତୁଷ୍ଟ ହେବ; [QBR] ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ କରିବେ। [PE]
❮
❯