ଗୀତସଂହିତା 47 : 1 (IRVOR)
{ସର୍ବୋପରିସ୍ଥ ଅଧିପତି} [PS] ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। [QBR]
ଗୀତସଂହିତା 47 : 2 (IRVOR)
କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି; [QBR] ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା। [QBR]
ଗୀତସଂହିତା 47 : 3 (IRVOR)
ସେ ଗୋଷ୍ଠୀସମୂହକୁ ଆମ୍ଭମାନଙ୍କର ବଶୀଭୂତ [QBR] କରିବେ ଓ ଦେଶୀୟଗଣକୁ ଆମ୍ଭମାନଙ୍କର ପଦତଳସ୍ଥ କରିବେ। [QBR]
ଗୀତସଂହିତା 47 : 4 (IRVOR)
ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର [QBR] ମନୋନୀତ କରିବେ, [QBR] ତାହା ହିଁ ତାହାଙ୍କ ପ୍ରିୟ ପାତ୍ର ଯାକୁବର ଗୌରବ ସ୍ୱରୂପ। [QBR] [ସେଲା] [QBR]
ଗୀତସଂହିତା 47 : 5 (IRVOR)
ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ [QBR] ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି। [QBR]
ଗୀତସଂହିତା 47 : 6 (IRVOR)
ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, [QBR] ପ୍ରଶଂସାଗାନ କର; [QBR] ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର, [QBR] ପ୍ରଶଂସାଗାନ କର। [QBR]
ଗୀତସଂହିତା 47 : 7 (IRVOR)
କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି; [QBR] ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସାଗାନ କର। [QBR]
ଗୀତସଂହିତା 47 : 8 (IRVOR)
ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି; [QBR] ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ। [QBR]
ଗୀତସଂହିତା 47 : 9 (IRVOR)
ଅବ୍ରହାମର ପରମେଶ୍ୱରଙ୍କ ଲୋକ ହେବା ନିମନ୍ତେ [QBR] ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି। [QBR] କାରଣ ପୃଥିବୀର ଢାଲସବୁ ପରମେଶ୍ୱରଙ୍କର; ସେ [QBR] ଅତିଶୟ ଉନ୍ନତ ଅଟନ୍ତି। [PE]

1 2 3 4 5 6 7 8 9

BG:

Opacity:

Color:


Size:


Font: