ଗୀତସଂହିତା 46 : 1 (IRVOR)
{ସହବର୍ତ୍ତୀ ପରମେଶ୍ୱର} [PS] ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ, [QBR] ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ। [QBR]
ଗୀତସଂହିତା 46 : 2 (IRVOR)
ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ [QBR] ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ; [QBR]
ଗୀତସଂହିତା 46 : 3 (IRVOR)
ତହିଁର ଜଳରାଶି ଗର୍ଜ୍ଜନ କରି ପ୍ରବଳ ହେଲେ ହେଁ, [QBR] ତହିଁର ପ୍ଳାବନରେ ପର୍ବତଗଣ କମ୍ପିତ ହେଲେ ହେଁ [QBR] ଆମ୍ଭେମାନେ ଭୟ କରିବା ନାହିଁ। [QBR] [ସେଲା] [QBR]
ଗୀତସଂହିତା 46 : 4 (IRVOR)
ନଦୀ ଗୋଟିଏ ଅଛି, ତହିଁର ସ୍ରୋତସମୂହ [QBR] ପରମେଶ୍ୱରଙ୍କ ନଗରକୁ, [QBR] ସର୍ବୋପରିସ୍ଥଙ୍କ ଆବାସର ପବିତ୍ର ସ୍ଥାନକୁ ଆନନ୍ଦିତ କରେ। [QBR]
ଗୀତସଂହିତା 46 : 5 (IRVOR)
ପରମେଶ୍ୱର ସେହି ନଗରର ମଧ୍ୟବର୍ତ୍ତୀ; ତାହା ବିଚଳିତ ହେବ [QBR] ନାହିଁ। [QBR] ପରମେଶ୍ୱର ଅତି ପ୍ରଭାତରେ ତାହାର ସାହାଯ୍ୟ କରିବେ। [QBR]
ଗୀତସଂହିତା 46 : 6 (IRVOR)
ଗୋଷ୍ଠୀସବୁ ଗର୍ଜ୍ଜନ କଲେ, ରାଜ୍ୟସବୁ ବିଚଳିତ [QBR] ହେଲେ; [QBR] ସେ ଆପଣା ରବ ଉଚ୍ଚାରଣ କଲେ, ପୃଥିବୀ ତରଳି ଗଲା। [QBR]
ଗୀତସଂହିତା 46 : 7 (IRVOR)
ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ, [QBR] ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି। [QBR]
ଗୀତସଂହିତା 46 : 8 (IRVOR)
ଆସ, ସଦାପ୍ରଭୁଙ୍କର କାର୍ଯ୍ୟସବୁ ଦେଖ, [QBR] ସେ ପୃଥିବୀରେ କିପ୍ରକାର ଉଜାଡ଼ କରିଅଛନ୍ତି ! [QBR]
ଗୀତସଂହିତା 46 : 9 (IRVOR)
ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରନ୍ତି; [QBR] ସେ ଧନୁ ଭାଙ୍ଗି ପକାନ୍ତି ଓ ବର୍ଚ୍ଛା କାଟି ଖଣ୍ଡ ଖଣ୍ଡ କରନ୍ତି; [QBR] ସେ ରଥ [* ରଥ କିମ୍ବା ଢାଲ] ସବୁ ଅଗ୍ନିରେ ପୋଡ଼ି ପକାନ୍ତି। [QBR]
ଗୀତସଂହିତା 46 : 10 (IRVOR)
କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ; [QBR] ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ, [QBR] ଆମ୍ଭେ ପୃଥିବୀରେ ଉନ୍ନତ ହେବୁ। [QBR]
ଗୀତସଂହିତା 46 : 11 (IRVOR)
ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ; [QBR] ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି। [QBR] [ସେଲା] [PE]

1 2 3 4 5 6 7 8 9 10 11

BG:

Opacity:

Color:


Size:


Font: