ଗୀତସଂହିତା 43 : 1 (IRVOR)
ହେ ପରମେଶ୍ୱର, ମୋହର ବିଚାର କର [QBR] ଓ ଅଧାର୍ମିକ ଗୋଷ୍ଠୀ ବିରୁଦ୍ଧରେ ମୋହର [QBR] ଗୁହାରି ନିଷ୍ପତ୍ତି କର; [QBR] ପ୍ରବଞ୍ଚକ ଓ ଅନ୍ୟାୟକାରୀ ମନୁଷ୍ୟଠାରୁ ମୋତେ ଉଦ୍ଧାର [QBR] କର। [QBR]
ଗୀତସଂହିତା 43 : 2 (IRVOR)
କାରଣ ତୁମ୍ଭେ ହିଁ ମୋହର ବଳଦାତା ପରମେଶ୍ୱର [QBR] ଅଟ; [QBR] ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ? ମୁଁ କାହିଁକି [QBR] ଶତ୍ରୁର ଦୌରାତ୍ମ୍ୟ ସକାଶୁ ଶୋକ କରି ବୁଲୁଅଛି ? [QBR]
ଗୀତସଂହିତା 43 : 3 (IRVOR)
ତୁମ୍ଭର ଦୀପ୍ତି ଓ ତୁମ୍ଭର ସତ୍ୟତା ପଠାଅ; ତାହା [QBR] ମୋହର ପଥଦର୍ଶକ ହେଉ; [QBR] ତାହା ତୁମ୍ଭ ପବିତ୍ର ପର୍ବତରେ ଓ ତୁମ୍ଭ ଆବାସରେ [QBR] ମୋତେ ପ୍ରବେଶ କରାଉ। [QBR]
ଗୀତସଂହିତା 43 : 4 (IRVOR)
ତହିଁରେ ମୁଁ ପରମେଶ୍ୱରଙ୍କ ବେଦି ନିକଟକୁ ଓ ମୋହର [QBR] ପରମାନନ୍ଦଜନକ ପରମେଶ୍ୱରଙ୍କ ନିକଟକୁ ଯିବି; [QBR] ଆଉ, ହେ ପରମେଶ୍ୱର, ମୋହର ପରମେଶ୍ୱର, ମୁଁ [QBR] ବୀଣାଯନ୍ତ୍ରରେ ତୁମ୍ଭର ପ୍ରଶଂସା କରିବି। [QBR]
ଗୀତସଂହିତା 43 : 5 (IRVOR)
ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ [QBR] ହେଉଅଛ ? [QBR] ଓ ତୁମ୍ଭେ କାହିଁକି ମୋ’ ଅନ୍ତରରେ ଅସ୍ଥିର ହେଉଅଛ ? [QBR] ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର [QBR] ତାହାଙ୍କର ପ୍ରଶଂସା କରିବି, [QBR] ସେ ମୋ’ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର [QBR] ଅଟନ୍ତି। [PE]

1 2 3 4 5

BG:

Opacity:

Color:


Size:


Font: