ଗୀତସଂହିତା 40 : 1 (IRVOR)
{ସ୍ତୁତିଗାନ} [PS] ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କର ଅପେକ୍ଷା [QBR] କଲି; [QBR] ପୁଣି, ସେ ମନୋଯୋଗ କରି ମୋହର କାକୂକ୍ତି ଶୁଣିଲେ। [QBR]
ଗୀତସଂହିତା 40 : 2 (IRVOR)
ମଧ୍ୟ ସେ ମୋତେ ଭୟଙ୍କର ଗର୍ତ୍ତରୁ ଓ ଦହଲା [QBR] କାଦୁଅରୁ ଉଠାଇ ଆଣିଲେ [QBR] ଓ ଶୈଳ ଉପରେ ମୋହର ଚରଣ ରଖିଲେ ଓ ମୋହର [QBR] ପାଦଗତି ଦୃଢ଼ କଲେ। [QBR]
ଗୀତସଂହିତା 40 : 3 (IRVOR)
ପୁଣି, ସେ ମୋ’ ମୁଖରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ [QBR] ପ୍ରଶଂସାର ଏକ ନୂତନ ଗୀତ ଦେଇଅଛନ୍ତି; [QBR] ଅନେକେ ଏହା ଦେଖିବେ ଓ ଭୟ କରିବେ, ପୁଣି, [QBR] ସଦାପ୍ରଭୁଙ୍କଠାରେ ବିଶ୍ୱାସ କରିବେ। [QBR]
ଗୀତସଂହିତା 40 : 4 (IRVOR)
ଯେଉଁ ଜନ ସଦାପ୍ରଭୁଙ୍କୁ ଆପଣାର ବିଶ୍ୱାସଭୂମି କରେ, [QBR] ପୁଣି, ଅହଂକାରୀକୁ ଓ ମିଥ୍ୟା ପ୍ରତି ଭ୍ରାନ୍ତ ଲୋକଙ୍କୁ ଆଦର [QBR] କରେ ନାହିଁ, ସେ ଧନ୍ୟ। [QBR]
ଗୀତସଂହିତା 40 : 5 (IRVOR)
ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭର କୃତ [QBR] ଆଶ୍ଚର୍ଯ୍ୟ କର୍ମ ଓ ଆମ୍ଭମାନଙ୍କ ପକ୍ଷରେ ତୁମ୍ଭର ସଂକଳ୍ପ [QBR] ଅନେକ; ତାହାସବୁ ତୁମ୍ଭ ସାକ୍ଷାତରେ ସଜାଯାଇ ନ ପାରେ; [QBR] ମୁଁ ସେହି ସବୁ ବିଷୟ ବର୍ଣ୍ଣନା କରି କହନ୍ତି, ମାତ୍ର ତାହାସବୁ [QBR] ଗଣନା କରାଯାଇ ନ ପାରେ। [QBR]
ଗୀତସଂହିତା 40 : 6 (IRVOR)
ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; [QBR] ତୁମ୍ଭେ ମୋହର କର୍ଣ୍ଣ ମୁକ୍ତ କରିଅଛ; [QBR] ତୁମ୍ଭେ ହୋମବଳି ଓ ପାପାର୍ଥକ ବଳି ଚାହିଁ ନାହଁ। [QBR]
ଗୀତସଂହିତା 40 : 7 (IRVOR)
ତେବେ ମୁଁ କହିଲି, “ଦେଖ, ମୁଁ ଉପସ୍ଥିତ; [QBR] ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି। [QBR]
ଗୀତସଂହିତା 40 : 8 (IRVOR)
ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ [QBR] କରିବାକୁ ମୋହର ସନ୍ତୋଷ; [QBR] ତୁମ୍ଭ ବ୍ୟବସ୍ଥା ମୋ’ ହୃଦୟରେ ଅଛି।” [QBR]
ଗୀତସଂହିତା 40 : 9 (IRVOR)
ମୁଁ ମହାସମାଜରେ ଧର୍ମ ପ୍ରଚାର କରିଅଛି; [QBR] ଦେଖ, ମୁଁ ଆପଣା ଓଷ୍ଠାଧର ରୁଦ୍ଧ କରିବି ନାହିଁ, ହେ [QBR] ସଦାପ୍ରଭୁ, ତୁମ୍ଭେ ଜାଣୁଅଛ। [QBR]
ଗୀତସଂହିତା 40 : 10 (IRVOR)
ମୁଁ ତୁମ୍ଭ ଧାର୍ମିକତା ଆପଣା ହୃଦୟରେ ଗୋପନ [QBR] କରି ନାହିଁ; [QBR] ମୁଁ ତୁମ୍ଭର ବିଶ୍ୱସ୍ତତା ଓ ତୁମ୍ଭର ପରିତ୍ରାଣ ପ୍ରଚାର କରିଅଛି; [QBR] ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା [QBR] ମହାସମାଜଠାରୁ ଗୁପ୍ତ ରଖି ନାହିଁ। [QBR]
ଗୀତସଂହିତା 40 : 11 (IRVOR)
ହେ ସଦାପ୍ରଭୁ, ତୁମ୍ଭେ ମୋ’ଠାରୁ ଆପଣା ଦୟା [QBR] ରୁଦ୍ଧ କର ନାହିଁ; [QBR] ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ମୋତେ [QBR] ନିରନ୍ତର ରକ୍ଷା କରୁ। [QBR]
ଗୀତସଂହିତା 40 : 12 (IRVOR)
କାରଣ ଅସଂଖ୍ୟ ବିପଦ ମୋତେ ଘେରିଅଛି, [QBR] ମୋହର ଅଧର୍ମସବୁ ମୋତେ ଗୋଡ଼ାଇ ଧରିଅଛି, ଏହେତୁ [QBR] ମୁଁ ଉପରକୁ ଅନାଇ ପାରୁ ନାହିଁ; [QBR] ତାହାସବୁ ମୋ’ ମସ୍ତକର କେଶରୁ ଅଧିକ ଓ ମୋହର [QBR] ହୃଦୟ ମୋତେ ପରିତ୍ୟାଗ କରିଅଛି। [QBR]
ଗୀତସଂହିତା 40 : 13 (IRVOR)
ହେ ସଦାପ୍ରଭୁ, ଅନୁଗ୍ରହ କରି ମୋତେ ଉଦ୍ଧାର କର; [QBR] ହେ ସଦାପ୍ରଭୁ, ମୋହର ସାହାଯ୍ୟ ପାଇଁ ସତ୍ୱର ହୁଅ। [QBR]
ଗୀତସଂହିତା 40 : 14 (IRVOR)
ମୋ’ ପ୍ରାଣନାଶର ଅନ୍ୱେଷଣକାରୀ ଲୋକମାନେ [QBR] ଏକତ୍ର ଲଜ୍ଜିତ ଓ ହତାଶ ହେଉନ୍ତୁ; [QBR] ମୋ’ କ୍ଷତିରେ ସନ୍ତୁଷ୍ଟ ଲୋକମାନେ ପଛକୁ ଫେରାଯାଇ [QBR] ଅପମାନିତ ହେଉନ୍ତୁ। [QBR]
ଗୀତସଂହିତା 40 : 15 (IRVOR)
ଯେଉଁମାନେ ମୋତେ ହଁ ହଁ ବୋଲି କହନ୍ତି, ସେମାନେ [QBR] ଆପଣା ଲଜ୍ଜା ସକାଶୁ ବିସ୍ମିତ ହେଉନ୍ତୁ। [QBR]
ଗୀତସଂହିତା 40 : 16 (IRVOR)
ଯେଉଁମାନେ ତୁମ୍ଭର ଅନ୍ୱେଷଣ କରନ୍ତି, ସେହି ସମସ୍ତେ [QBR] ତୁମ୍ଭଠାରେ ଉଲ୍ଲସିତ ଓ ଆନନ୍ଦିତ ହେଉନ୍ତୁ; [QBR] ଯେଉଁମାନେ ତୁମ୍ଭ ପରିତ୍ରାଣକୁ ସ୍ନେହ କରନ୍ତି, ସେମାନେ [QBR] ନିରନ୍ତର କହନ୍ତୁ, [QBR] ସଦାପ୍ରଭୁ ମହିମାନ୍ୱିତ ହେଉନ୍ତୁ। [QBR]
ଗୀତସଂହିତା 40 : 17 (IRVOR)
ମାତ୍ର ମୁଁ ଦରିଦ୍ର ଓ ଦୀନହୀନ; [QBR] ତଥାପି ପ୍ରଭୁ ମୋ’ ବିଷୟ ଚିନ୍ତା କରନ୍ତି; [QBR] ତୁମ୍ଭେ ମୋହର ସହାୟ ଓ ଉଦ୍ଧାରକର୍ତ୍ତା ଅଟ; [QBR] ହେ ମୋହର ପରମେଶ୍ୱର, ବିଳମ୍ବ କର ନାହିଁ। [PE]

1 2 3 4 5 6 7 8 9 10 11 12 13 14 15 16 17

BG:

Opacity:

Color:


Size:


Font: