ଗୀତସଂହିତା 4 : 1 (IRVOR)
{ସାହାଯ୍ୟାର୍ଥେ ସନ୍ଧ୍ୟାକାଳୀନ ପ୍ରାର୍ଥନା} [PS] ହେ ମୋହର ଧର୍ମ ସ୍ୱରୂପ ପରମେଶ୍ୱର, ମୁଁ ଡାକିଲେ [QBR] ମୋତେ ଉତ୍ତର ଦିଅ; [QBR] ସଙ୍କଟରେ ଥିବା ସମୟରେ ତୁମ୍ଭେ ମୋତେ ପ୍ରଶସ୍ତ ସ୍ଥାନ [QBR] ଦେଇଅଛ; [QBR] ମୋତେ ଦୟା କର ଓ ମୋହର ପ୍ରାର୍ଥନା ଶୁଣ। [QBR]
ଗୀତସଂହିତା 4 : 2 (IRVOR)
ହେ ମନୁଷ୍ୟ-ସନ୍ତାନଗଣ, କେତେ କାଳ ମୋହର [QBR] ଗୌରବ ଅପମାନରେ ପରିଣତ ହେବ ? କେତେ କାଳ [QBR] ତୁମ୍ଭେମାନେ ଅସାରତାକୁ ସ୍ନେହ କରିବ ଓ ମିଥ୍ୟାର ଅନ୍ୱେଷଣ [QBR] କରିବ ? [QBR] [ସେଲା] [QBR]
ଗୀତସଂହିତା 4 : 3 (IRVOR)
ମାତ୍ର ସଦାପ୍ରଭୁ ଆପଣା ପାଇଁ ସଦ୍‍ଭକ୍ତ ଲୋକକୁ [QBR] ପୃଥକ୍‍ କରି ରଖିଅଛନ୍ତି, ଏହା ଜ୍ଞାତ ହୁଅ; [QBR] ମୁଁ ସଦାପ୍ରଭୁଙ୍କୁ ଡାକିଲେ, ସେ ଶୁଣିବେ। [QBR]
ଗୀତସଂହିତା 4 : 4 (IRVOR)
ଭୀତ ହୁଅ ଓ ପାପ କର ନାହିଁ; [QBR] ତୁମ୍ଭେମାନେ ଶଯ୍ୟା ଉପରେ ମନେ ମନେ କଥା କହି [QBR] ନୀରବ ହୁଅ। [QBR] [ସେଲା] [QBR]
ଗୀତସଂହିତା 4 : 5 (IRVOR)
ଧର୍ମବଳି ଉତ୍ସର୍ଗ କର ଓ ସଦାପ୍ରଭୁଙ୍କଠାରେ ବିଶ୍ୱାସ [QBR] କର। [QBR]
ଗୀତସଂହିତା 4 : 6 (IRVOR)
ଅନେକେ କହନ୍ତି, “କିଏ ଆମ୍ଭମାନଙ୍କୁ ମଙ୍ଗଳ [QBR] ଦେଖାଇବ ?” [QBR] ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଆପଣା ମୁଖର ତେଜ [QBR] ପ୍ରକାଶ କର। [QBR]
ଗୀତସଂହିତା 4 : 7 (IRVOR)
ତୁମ୍ଭେ ମୋ’ ଅନ୍ତଃକରଣରେ ଆନନ୍ଦ ଦେଇଅଛ, [QBR] ତାହା ସେମାନଙ୍କ ଶସ୍ୟ ଓ ଦ୍ରାକ୍ଷାରସ ବୃଦ୍ଧିକାଳର ଆନନ୍ଦ [QBR] ଅପେକ୍ଷା ଅଧିକ। [QBR]
ଗୀତସଂହିତା 4 : 8 (IRVOR)
ମୁଁ ଶାନ୍ତିରେ ଶୟନ କରିବି ଓ ନିଦ୍ରା ଯିବି; କାରଣ [QBR] ହେ ସଦାପ୍ରଭୁ, କେବଳ ତୁମ୍ଭେ ମୋତେ ନିରାପଦରେ [QBR] ବାସ କରାଉଅଛ। [PE]

1 2 3 4 5 6 7 8

BG:

Opacity:

Color:


Size:


Font: