ଗୀତସଂହିତା 3 : 1 (IRVOR)
{ପ୍ରଭାତକାଳୀନ ପ୍ରାର୍ଥନା} [PS] ହେ ସଦାପ୍ରଭୁ, ମୋହର ବିପକ୍ଷମାନେ କିପରି [QBR] ବଢ଼ିଅଛନ୍ତି। [QBR] ମୋ’ ବିରୁଦ୍ଧରେ ଉତ୍‍ଥିତ ଲୋକ ଅନେକ। [QBR]
ଗୀତସଂହିତା 3 : 2 (IRVOR)
ଅନେକେ ମୋ’ ପ୍ରାଣ ବିଷୟରେ କହନ୍ତି, “ପରମେଶ୍ୱରଙ୍କ [QBR] ନିକଟରେ ତାହା ପାଇଁ ପରିତ୍ରାଣ [* ପରିତ୍ରାଣ କିମ୍ବା ସାହାଯ୍ୟ] ନାହିଁ।” [QBR] [ସେଲା] [QBR]
ଗୀତସଂହିତା 3 : 3 (IRVOR)
ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ ଚତୁର୍ଦ୍ଦିଗରେ ଢାଲ ସ୍ୱରୂପ; [QBR] ମୋହର ଗୌରବ ଓ ମୋ’ ମସ୍ତକ ଉଠାଇବା କର୍ତ୍ତା ଅଟ। [QBR]
ଗୀତସଂହିତା 3 : 4 (IRVOR)
ମୁଁ ଆପଣା ରବରେ ସଦାପ୍ରଭୁଙ୍କୁ ଡାକେ, ପୁଣି, ସେ [QBR] ଆପଣା ପବିତ୍ର ପର୍ବତରୁ ମୋତେ ଉତ୍ତର ଦିଅନ୍ତି। [QBR] [ସେଲା] [QBR]
ଗୀତସଂହିତା 3 : 5 (IRVOR)
ମୁଁ ଶୟନ କରି ନିଦ୍ରାଗତ ହେଲି; ମୁଁ ଜାଗ୍ରତ ହେଲି; [QBR] କାରଣ ସଦାପ୍ରଭୁ ମୋତେ ରକ୍ଷା କରନ୍ତି। [QBR]
ଗୀତସଂହିତା 3 : 6 (IRVOR)
ମୁଁ ଆପଣା ପ୍ରତିକୂଳରେ ପରିବେଷ୍ଟିତ ଅୟୁତ ଅୟୁତ [QBR] ଲୋକଙ୍କୁ ଭୟ କରିବି ନାହିଁ। [QBR]
ଗୀତସଂହିତା 3 : 7 (IRVOR)
ହେ ସଦାପ୍ରଭୁ, ଉଠ; ହେ ମୋହର ପରମେଶ୍ୱର, [QBR] ମୋତେ ପରିତ୍ରାଣ କର। [QBR] କାରଣ ତୁମ୍ଭେ ମୋହର ଶତ୍ରୁ ସମସ୍ତଙ୍କ କଳହାଡ଼ରେ ଆଘାତ କରିଅଛ; [QBR] ତୁମ୍ଭେ ଦୁଷ୍ଟମାନଙ୍କ ଦନ୍ତ ଭାଙ୍ଗି ପକାଇଅଛ। [QBR]
ଗୀତସଂହିତା 3 : 8 (IRVOR)
ପରିତ୍ରାଣ [† ପରିତ୍ରାଣ କିମ୍ବା ବିଜୟ] ସଦାପ୍ରଭୁଙ୍କର ଅଧିକାର; [QBR] ତୁମ୍ଭ ଲୋକମାନଙ୍କ ଉପରେ ତୁମ୍ଭର ଆଶୀର୍ବାଦ ବର୍ତ୍ତୁ। [QBR] [ସେଲା] [PE]

1 2 3 4 5 6 7 8

BG:

Opacity:

Color:


Size:


Font: