ଗୀତସଂହିତା 25 : 1 (IRVOR)
{ଚାଳନା ଓ ସୁରକ୍ଷା ପାଇଁ ପ୍ରାର୍ଥନା} [PS] ହେ ସଦାପ୍ରଭୁ, ମୁଁ ତୁମ୍ଭ ପ୍ରତି ଆପଣା ମନ ଉଠାଏ। [QBR]
ଗୀତସଂହିତା 25 : 2 (IRVOR)
ହେ ମୋହର ପରମେଶ୍ୱର, ମୁଁ ତୁମ୍ଭଠାରେ ଶରଣ ନିଏ, [QBR] ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ; [QBR] ମୋହର ଶତ୍ରୁମାନେ ମୋ’ ଉପରେ ଉଲ୍ଲାସ ନ କରନ୍ତୁ। [QBR]
ଗୀତସଂହିତା 25 : 3 (IRVOR)
ହଁ, ଯେଉଁମାନେ ତୁମ୍ଭର ଅନୁସରଣ କରନ୍ତି, [QBR] ସେମାନଙ୍କର କେହି ଲଜ୍ଜିତ ହେବେ ନାହିଁ; [QBR] ଯେଉଁମାନେ ଅକାରଣରେ ବିଶ୍ୱାସଘାତକତା କରନ୍ତି, ସେମାନେ ଲଜ୍ଜିତ ହେବେ। [QBR]
ଗୀତସଂହିତା 25 : 4 (IRVOR)
ହେ ସଦାପ୍ରଭୁ, ତୁମ୍ଭର ପଥସବୁ ମୋତେ ଦେଖାଅ; [QBR] ତୁମ୍ଭର ମାର୍ଗସବୁ ମୋତେ ଶିଖାଅ। [QBR]
ଗୀତସଂହିତା 25 : 5 (IRVOR)
ତୁମ୍ଭ ସତ୍ୟତାରେ ମୋତେ କଢ଼ାଇ ନିଅ ଓ ମୋତେ ଶିକ୍ଷା ଦିଅ; [QBR] କାରଣ ତୁମ୍ଭେ ମୋ’ ପରିତ୍ରାଣର ପରମେଶ୍ୱର ଅଟ; [QBR] ମୁଁ ସାରାଦିନ ତୁମ୍ଭର ଅନୁସରଣ କରେ। [QBR]
ଗୀତସଂହିତା 25 : 6 (IRVOR)
ହେ ସଦାପ୍ରଭୁ, ତୁମ୍ଭର ଦୟା ଓ ସ୍ନେହପୂର୍ଣ୍ଣ କରୁଣା ସ୍ମରଣ କର। [QBR] କାରଣ ତାହା ଅନାଦିକାଳୀନ। [QBR]
ଗୀତସଂହିତା 25 : 7 (IRVOR)
ମୋ’ ଯୌବନ କାଳର ପାପ ଓ ଅଧର୍ମସବୁ ସ୍ମରଣ କର ନାହିଁ; [QBR] ହେ ସଦାପ୍ରଭୁ, ତୁମ୍ଭେ ଆପଣାର ମଙ୍ଗଳଭାବ ସକାଶୁ ନିଜ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସ୍ମରଣ କର। [QBR]
ଗୀତସଂହିତା 25 : 8 (IRVOR)
ସଦାପ୍ରଭୁ ମଙ୍ଗଳମୟ ଓ ସରଳ ଅଟନ୍ତି; [QBR] ଏହେତୁ ସେ ପାପୀମାନଙ୍କୁ ପଥ ବିଷୟରେ ଶିକ୍ଷା ଦେବେ। [QBR]
ଗୀତସଂହିତା 25 : 9 (IRVOR)
ସେ ନମ୍ର ଲୋକକୁ ବିଚାର ମାର୍ଗରେ କଢ଼ାଇ ନେବେ [QBR] ଓ ନମ୍ର ଲୋକକୁ ଆପଣା ପଥ ଶିଖାଇବେ। [QBR]
ଗୀତସଂହିତା 25 : 10 (IRVOR)
ଯେଉଁମାନେ ତାହାଙ୍କ ନିୟମ ଓ ପ୍ରମାଣ-ବାକ୍ୟ ପାଳନ କରନ୍ତି, [QBR] ସେମାନଙ୍କ ପ୍ରତି ସଦାପ୍ରଭୁଙ୍କର ସମସ୍ତ ପଥ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତାବିଶିଷ୍ଟ। [QBR]
ଗୀତସଂହିତା 25 : 11 (IRVOR)
ହେ ସଦାପ୍ରଭୁ, ଆପଣା ନାମ ସକାଶୁ [QBR] ମୋହର ଅପରାଧ କ୍ଷମା କର, କାରଣ ତାହା ବଡ଼। [QBR]
ଗୀତସଂହିତା 25 : 12 (IRVOR)
ସଦାପ୍ରଭୁଙ୍କୁ ଭୟ କରିବା ଲୋକ କିଏ ? [QBR] ସେ ତାହାକୁ ତାହାର ଇଷ୍ଟ ପଥରେ ଶିକ୍ଷା ଦେବେ। [QBR]
ଗୀତସଂହିତା 25 : 13 (IRVOR)
ତାହାର ପ୍ରାଣ କୁଶଳରେ ବାସ କରିବ [QBR] ଓ ତାହାର ବଂଶ ଦେଶ ଅଧିକାର କରିବେ। [QBR]
ଗୀତସଂହିତା 25 : 14 (IRVOR)
ସଦାପ୍ରଭୁଙ୍କ ଗୁପ୍ତ ବିଷୟ ତାହାଙ୍କ ଭୟକାରୀମାନଙ୍କଠାରେ ଥାଏ; [QBR] ଆଉ, ସେ ସେମାନଙ୍କ ପ୍ରତି ଆପଣା ନିୟମ ପ୍ରକାଶ କରିବେ। [QBR]
ଗୀତସଂହିତା 25 : 15 (IRVOR)
ସଦାବେଳେ ସଦାପ୍ରଭୁଙ୍କ ଆଡ଼େ ମୋହର ଦୃଷ୍ଟି ଥାଏ; [QBR] କାରଣ ସେ ଜାଲରୁ ମୋହର ଚରଣ ଉଦ୍ଧାର କରିବେ। [QBR]
ଗୀତସଂହିତା 25 : 16 (IRVOR)
ମୋ’ ପ୍ରତି ଫେର ଓ ମୋ’ ପ୍ରତି ଦୟା କର; [QBR] କାରଣ ମୁଁ ଅସହାୟ ଓ ଦୁଃଖଗ୍ରସ୍ତ ଅଟେ। [QBR]
ଗୀତସଂହିତା 25 : 17 (IRVOR)
ମୋ’ ଅନ୍ତଃକରଣର ଯନ୍ତ୍ରଣା ବଢ଼ିଅଛି; [QBR] ତୁମ୍ଭେ ସମସ୍ତ କଷ୍ଟରୁ ମୋତେ ଉଦ୍ଧାର କର। [QBR]
ଗୀତସଂହିତା 25 : 18 (IRVOR)
ମୋହର କ୍ଳେଶ ଓ ଦୁଃଖ ପ୍ରତି ଦୃଷ୍ଟିପାତ କର; [QBR] ପୁଣି, ମୋହର ପାପସବୁ କ୍ଷମା କର। [QBR]
ଗୀତସଂହିତା 25 : 19 (IRVOR)
ମୋହର ଶତ୍ରୁମାନଙ୍କ ପ୍ରତି ଦୃଷ୍ଟିପାତ କର, କାରଣ ସେମାନେ ଅନେକ; [QBR] ସେମାନେ ଦାରୁଣ ଘୃଣା ଭାବରେ ମୋତେ ଘୃଣା କରନ୍ତି। [QBR]
ଗୀତସଂହିତା 25 : 20 (IRVOR)
ମୋ’ ପ୍ରାଣକୁ ରକ୍ଷା କର ଓ ମୋତେ ଉଦ୍ଧାର କର; [QBR] ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ, କାରଣ ମୁଁ ତୁମ୍ଭଠାରେ ଶରଣ ନେଇଅଛି। [QBR]
ଗୀତସଂହିତା 25 : 21 (IRVOR)
ସିଦ୍ଧତା ଓ ସରଳତା ମୋତେ ରକ୍ଷା କରୁ, [QBR] କାରଣ ମୁଁ ତୁମ୍ଭର ଅନୁସରଣ କରେ। [QBR]
ଗୀତସଂହିତା 25 : 22 (IRVOR)
ହେ ପରମେଶ୍ୱର, ଇସ୍ରାଏଲକୁ ତାହାର ସମସ୍ତ [QBR] ତାହାର ସମସ୍ତ ସଙ୍କଟରୁ ମୁକ୍ତ କର। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22

BG:

Opacity:

Color:


Size:


Font: