ଗୀତସଂହିତା 23 : 1 (IRVOR)
ସଦାପ୍ରଭୁ ମୋର ପ୍ରତିପାଳକ
ଗୀତସଂହିତା 23 : 2 (IRVOR)
*ଦାଉଦଙ୍କର ଗୀତ। *ସଦାପ୍ରଭୁ ମୋହର ପ୍ରତିପାଳକ; *ମୋହର ଅଭାବ ହେବ ନାହିଁ। *ସେ କୋମଳ ତୃଣମୟ ସ୍ଥାନରେ ମୋତେ ଶୟନ କରାନ୍ତି; ସେ ସ୍ଥିର ଜଳ ପାଖେ ପାଖେ ମୋତେ କଢ଼ାଇ ନିଅନ୍ତି।
ଗୀତସଂହିତା 23 : 3 (IRVOR)
ସେ ମୋ’ ପ୍ରାଣକୁ ସୁସ୍ଥ କରନ୍ତି, ସେ ଆପଣା ନାମ ସକାଶୁ ଧର୍ମ ପଥରେ ମୋତେ କଢ଼ାଇ ନିଅନ୍ତି।
ଗୀତସଂହିତା 23 : 4 (IRVOR)
ଏଣୁ ମୁଁ ମୃତ୍ୟୁୁଚ୍ଛାୟାରୂପ ଉପତ୍ୟକା ଦେଇ ଗମନ କଲେ ହେଁ କୌଣସି ଆପଦକୁ ଭୟ କରିବି ନାହିଁ; କାରଣ ତୁମ୍ଭେ ମୋହର ସହବର୍ତ୍ତୀ, ତୁମ୍ଭର ପାଞ୍ଚଣ ଓ ତୁମ୍ଭର ବାଡ଼ି ମୋତେ ସାନ୍ତ୍ୱନା ଦିଅନ୍ତି।
ଗୀତସଂହିତା 23 : 5 (IRVOR)
ତୁମ୍ଭେ ମୋ’ ଶତ୍ରୁଗଣଙ୍କ ସାକ୍ଷାତରେ ମୋ’ ସମ୍ମୁଖରେ ମେଜ ସଜାଉଅଛ; ତୁମ୍ଭେ ତୈଳରେ ମୋ’ ମସ୍ତକ ସିକ୍ତ କରିଅଛ; ମୋ’ ପାନପାତ୍ର ଉଚ୍ଛୁଳି ପଡ଼ୁଅଛି।
ଗୀତସଂହିତା 23 : 6 (IRVOR)
ନିଶ୍ଚୟ ମଙ୍ଗଳ ଓ ଦୟା ମୋହର ଜୀବନଯାଏ ମୋହର ପଶ୍ଚାଦ୍‍ଗାମୀ ହେବ; ପୁଣି, ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି।

1 2 3 4 5 6