ଗୀତସଂହିତା 22 : 1 (IRVOR)
{ବେଦନାର କ୍ରନ୍ଦନ ଓ ପ୍ରଶଂସାର ସଂଗୀତ} [PS] ହେ ମୋହର ପରମେଶ୍ୱର, ହେ ମୋହର ପରମେଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କରିଅଛ ? [QBR] ମୋତେ ସାହାଯ୍ୟ କରିବାରୁ ଓ ମୋ’ ଆର୍ତ୍ତନାଦର ଉକ୍ତିରୁ ତୁମ୍ଭେ କାହିଁକି ଏତେ ଦୂରରେ ରହୁଅଛ ? [QBR]
ଗୀତସଂହିତା 22 : 2 (IRVOR)
ହେ ମୋହର ପରମେଶ୍ୱର, ମୁଁ ଦିନ ବେଳେ ଡାକେ, ମାତ୍ର ତୁମ୍ଭେ ଉତ୍ତର ଦେଉ ନାହଁ, [QBR] ଆଉ ରାତ୍ରିକାଳରେ ଡାକେ, ପୁଣି, ନୀରବ ନ ରହେ। [QBR]
ଗୀତସଂହିତା 22 : 3 (IRVOR)
ତଥାପି ହେ ଇସ୍ରାଏଲର ପ୍ରଶଂସା-ନିବାସୀନ୍‍, [QBR] ତୁମ୍ଭେ ପବିତ୍ର ଅଟ। [QBR]
ଗୀତସଂହିତା 22 : 4 (IRVOR)
ଆମ୍ଭମାନଙ୍କ ପୂର୍ବପୁରୁଷଗଣ ତୁମ୍ଭଠାରେ ବିଶ୍ୱାସ କଲେ; [QBR] ସେମାନେ ବିଶ୍ୱାସ କଲେ, ଆଉ ତୁମ୍ଭେ ସେମାନଙ୍କୁ ଉଦ୍ଧାର କଲ। [QBR]
ଗୀତସଂହିତା 22 : 5 (IRVOR)
ସେମାନେ ତୁମ୍ଭ ନିକଟରେ କ୍ରନ୍ଦନ କଲେ ଓ ଉଦ୍ଧାର ପାଇଲେ; [QBR] ସେମାନେ ତୁମ୍ଭଠାରେ ବିଶ୍ୱାସ କଲେ, ଆଉ ଲଜ୍ଜିତ ନୋହିଲେ। [QBR]
ଗୀତସଂହିତା 22 : 6 (IRVOR)
ମାତ୍ର ମୁଁ କୀଟ, ମନୁଷ୍ୟ ନୁହେଁ; [QBR] ମନୁଷ୍ୟମାନଙ୍କର ନିନ୍ଦାପାତ୍ର ଓ ଲୋକମାନଙ୍କର ଅବଜ୍ଞାତ। [QBR]
ଗୀତସଂହିତା 22 : 7 (IRVOR)
ମୋତେ ଦେଖିବା ଲୋକ ସମସ୍ତେ ମୋତେ ପରିହାସ କରନ୍ତି; [QBR] ସେମାନେ ଓଷ୍ଠ ଲମ୍ବାଇ, ମସ୍ତକ ହଲାଇ କହନ୍ତି, [QBR]
ଗୀତସଂହିତା 22 : 8 (IRVOR)
“ସଦାପ୍ରଭୁଙ୍କଠାରେ ସେ ଆପଣାକୁ ସମର୍ପଣ କଲା; [QBR] ସେ ତାହାକୁ ଉଦ୍ଧାର କରନ୍ତୁ; [QBR] ସେ ତାହାଠାରେ ସନ୍ତୁଷ୍ଟ, ତେଣୁ ସେ ତାହାକୁ ଉଦ୍ଧାର କରନ୍ତୁ।” [QBR]
ଗୀତସଂହିତା 22 : 9 (IRVOR)
ମାତ୍ର ତୁମ୍ଭେ ହିଁ ମୋତେ ଗର୍ଭରୁ ବାହାର କରି ଆଣିଅଛ; [QBR] ମୁଁ ଆପଣା ମାତୃ-କୋଳରେ ଥିବା ସମୟରେ ତୁମ୍ଭେ ମୋହର ବିଶ୍ୱାସ ଜନ୍ମାଇଅଛ। [QBR]
ଗୀତସଂହିତା 22 : 10 (IRVOR)
ଗର୍ଭରୁ ମୁଁ ତୁମ୍ଭଠାରେ ସମର୍ପିତ ହୋଇଥିଲି; [QBR] ମୋହର ମାତାର ଉଦରରୁ ତୁମ୍ଭେ ମୋହର ପରମେଶ୍ୱର ଅଟ। [QBR]
ଗୀତସଂହିତା 22 : 11 (IRVOR)
ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; କାରଣ ସଙ୍କଟ ସନ୍ନିକଟ; [QBR] ସାହାଯ୍ୟକାରୀ କେହି ନାହିଁ। [QBR]
ଗୀତସଂହିତା 22 : 12 (IRVOR)
ଅନେକ ବୃଷ ମୋତେ ବେଷ୍ଟନ କରିଅଛନ୍ତି; [QBR] ବାଶନ ଦେଶର ବଳବାନ ବୃଷଗଣ ମୋତେ ଘେରିଅଛନ୍ତି। [QBR]
ଗୀତସଂହିତା 22 : 13 (IRVOR)
ସେମାନେ ଗ୍ରାସ କରିବାକୁ ଇଚ୍ଛା ଓ ଗର୍ଜ୍ଜନକାରୀ ସିଂହ ତୁଲ୍ୟ [QBR] ମୋ’ ପ୍ରତି ମୁଖ ମେଲାଇ ଅଛନ୍ତି। [QBR]
ଗୀତସଂହିତା 22 : 14 (IRVOR)
ମୁଁ ଜଳ ପରି ଢଳା ହେଉଅଛି ଓ [QBR] ମୋହର ସବୁ ଅସ୍ଥି ସନ୍ଧିରୁ ଖସି ପଡ଼ୁଅଛି। [QBR] ମୋହର ହୃଦୟ ମହମ ପରି ହୋଇଅଛି; [QBR] ତାହା ମୋ’ ଅନ୍ତ୍ର ମଧ୍ୟରେ ତରଳି ଯାଏ। [QBR]
ଗୀତସଂହିତା 22 : 15 (IRVOR)
ମୋହର ବଳ ଖପରା ପରି ଶୁଷ୍କ ହୋଇଅଛି; [QBR] ଆଉ, ମୋହର ଜିହ୍ୱା ତାଳୁରେ ଲାଗି ଯାଉଅଛି; ପୁଣି, [QBR] ତୁମ୍ଭେ ମୋହର ମୃତ୍ୟୁୁର ଧୂଳିକି ଆଣିଅଛ। [QBR]
ଗୀତସଂହିତା 22 : 16 (IRVOR)
କାରଣ କୁକ୍କୁରମାନେ ମୋତେ ବେଷ୍ଟନ କରିଅଛନ୍ତି; [QBR] ଦୁରାଚାରୀମାନଙ୍କ ମଣ୍ଡଳୀ ମୋତେ ବେଢ଼ିଅଛନ୍ତି; [QBR] ସେମାନେ ମୋହର ହସ୍ତ ପାଦ ବିଦ୍ଧ କରିଅଛନ୍ତି। [QBR]
ଗୀତସଂହିତା 22 : 17 (IRVOR)
ମୁଁ ଆପଣା ଅସ୍ଥିସବୁ ଗଣିପାରେ; [QBR] ସେମାନେ ମୋତେ ଅନାଇ ଚାହିଁ ରହିଥା’ନ୍ତି। [QBR]
ଗୀତସଂହିତା 22 : 18 (IRVOR)
ସେମାନେ ଆପଣାମାନଙ୍କ ମଧ୍ୟରେ ମୋହର ବସ୍ତ୍ର ବିଭାଗ କରନ୍ତି [QBR] ଓ ସେମାନେ ମୋ’ ଉତ୍ତରୀୟ ବସ୍ତ୍ର ପାଇଁ ଗୁଲିବାଣ୍ଟ କରନ୍ତି। [QBR]
ଗୀତସଂହିତା 22 : 19 (IRVOR)
ମାତ୍ର ହେ ସଦାପ୍ରଭୁ, ତୁମ୍ଭେ ମୋ’ଠାରୁ ଦୂରବର୍ତ୍ତୀ ହୁଅ ନାହିଁ; [QBR] ହେ ମୋହର ଆଶ୍ରୟ, ତୁମ୍ଭେ ମୋର ସାହାଯ୍ୟ ପାଇଁ ସତ୍ୱର ହୁଅ। [QBR]
ଗୀତସଂହିତା 22 : 20 (IRVOR)
ଖଡ୍ଗରୁ ମୋ’ ପ୍ରାଣକୁ ଓ [QBR] କୁକ୍କୁରର ବଳରୁ ମୋହର ଏକମାତ୍ର ଆତ୍ମାକୁ ଉଦ୍ଧାର କର। [QBR]
ଗୀତସଂହିତା 22 : 21 (IRVOR)
ସିଂହର ମୁଖରୁ ମୋତେ ନିସ୍ତାର କର; [QBR] ହଁ, ଅରଣା ଷଣ୍ଢର ଶୃଙ୍ଗରୁ ରକ୍ଷା କରି ତୁମ୍ଭେ ମୋତେ ଉତ୍ତର ଦେଇଅଛ। [QBR]
ଗୀତସଂହିତା 22 : 22 (IRVOR)
ମୁଁ ଆପଣା ଭ୍ରାତୃଗଣ ନିକଟରେ ତୁମ୍ଭ ନାମ ପ୍ରଚାର କରିବି; [QBR] ସମାଜ ମଧ୍ୟରେ ମୁଁ ତୁମ୍ଭର ପ୍ରଶଂସା କରିବି। [QBR]
ଗୀତସଂହିତା 22 : 23 (IRVOR)
ହେ ସଦାପ୍ରଭୁଙ୍କର ଭୟକାରୀଗଣ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର; [QBR] ହେ ଯାକୁବର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କର ସମାଦର କର; [QBR] ହେ ଇସ୍ରାଏଲର ବଂଶ, ତୁମ୍ଭେ ସମସ୍ତେ ତାହାଙ୍କ ନିକଟରେ ଭୀତ ହୁଅ। [QBR]
ଗୀତସଂହିତା 22 : 24 (IRVOR)
କାରଣ ସେ ଦୁଃଖୀର ଦୁଃଖ ତୁଚ୍ଛ କି ଘୃଣା କରି ନାହାନ୍ତି। [QBR] କିଅବା ସେ ତାହାଠାରୁ ଆପଣା ମୁଖ ଲୁଚାଇ ନାହାନ୍ତି; [QBR] ମାତ୍ର ସେ ତାହାଙ୍କୁ ଡାକନ୍ତେ, ସେ ଶୁଣିଲେ। [QBR]
ଗୀତସଂହିତା 22 : 25 (IRVOR)
ମହାସମାଜ ମଧ୍ୟରେ ତୁମ୍ଭେ ହିଁ ମୋହର ପ୍ରଶଂସା ଭୂମି; [QBR] ମୁଁ ତାହାଙ୍କ ଭୟକାରୀମାନଙ୍କ ସାକ୍ଷାତରେ ଆପଣା ମାନତସବୁ ପୂର୍ଣ୍ଣ କରିବି। [QBR]
ଗୀତସଂହିତା 22 : 26 (IRVOR)
ନମ୍ର ଲୋକମାନେ ଭୋଜନ କରି ପରିତୃପ୍ତ ହେବେ; [QBR] ସଦାପ୍ରଭୁଙ୍କ ଅନ୍ୱେଷଣକାରୀଗଣ ତାହାଙ୍କୁ ପ୍ରଶଂସା କରିବେ; [QBR] ତୁମ୍ଭମାନଙ୍କ ଅନ୍ତଃକରଣ ନିତ୍ୟଜୀବୀ ହେଉ। [QBR]
ଗୀତସଂହିତା 22 : 27 (IRVOR)
ପୃଥିବୀର ପ୍ରାନ୍ତସ୍ଥିତ ସମସ୍ତେ ସଦାପ୍ରଭୁଙ୍କୁ ସ୍ମରଣ କରି ତାହାଙ୍କ ପ୍ରତି ଫେରିବେ; [QBR] ଆଉ, ଅନ୍ୟ ଦେଶୀୟ ଗୋଷ୍ଠୀସକଳ ତୁମ୍ଭ [* ତୁମ୍ଭ କିମ୍ବା ତାହାଙ୍କ] ସମ୍ମୁଖରେ ପ୍ରଣାମ କରିବେ। [QBR]
ଗୀତସଂହିତା 22 : 28 (IRVOR)
କାରଣ ରାଜ୍ୟ ସଦାପ୍ରଭୁଙ୍କର ଅଟେ; [QBR] ପୁଣି, ସେ ଗୋଷ୍ଠୀୟମାନଙ୍କର ଶାସନକର୍ତ୍ତା ଅଟନ୍ତି। [QBR]
ଗୀତସଂହିତା 22 : 29 (IRVOR)
ପୃଥିବୀସ୍ଥ ହୃଷ୍ଟପୁଷ୍ଟ ଲୋକ ସମସ୍ତେ ଭୋଜନ କରି ପ୍ରଣାମ କରିବେ; [QBR] ଧୂଳିରେ ଲୀନ ହେବାକୁ ଉଦ୍ୟତ ସମସ୍ତେ, ଅର୍ଥାତ୍‍, [QBR] ଆପଣା ପ୍ରାଣ ବଞ୍ଚାଇବାକୁ ଅସମର୍ଥ ଲୋକ ତାହାଙ୍କ ଛାମୁରେ ମୁହଁ ମାଡ଼ି ପଡ଼ିବେ। [QBR]
ଗୀତସଂହିତା 22 : 30 (IRVOR)
ଏକ ବଂଶ ତାହାଙ୍କର ସେବା କରିବେ; [QBR] ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ। [QBR]
ଗୀତସଂହିତା 22 : 31 (IRVOR)
ସେମାନେ ଆସି ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରି କହିବେ, [QBR] ସେ ଏହା ସାଧନ କରିଅଛନ୍ତି। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31

BG:

Opacity:

Color:


Size:


Font: