ଗୀତସଂହିତା 137 : 1 (IRVOR)
{ନିର୍ବାସିତ ଇସ୍ରାଏଲୀୟମାନଙ୍କ ବିଳାପ} [PS] ଆମ୍ଭେମାନେ ବାବିଲୀୟ ନଦୀମାନର [QBR] ନିକଟରେ ସିୟୋନକୁ ସ୍ମରଣ କଲା ବେଳେ [QBR] ସେଠାରେ ବସିଲୁ ଓ ରୋଦନ କଲୁ। [QBR]
ଗୀତସଂହିତା 137 : 2 (IRVOR)
ଆମ୍ଭେମାନେ ସେଠାସ୍ଥିତ ବାଇଶୀ ବୃକ୍ଷରେ ଆପଣା [QBR] ଆପଣା ବୀଣା ଟଙ୍ଗାଇ ରଖିଲୁ। [QBR]
ଗୀତସଂହିତା 137 : 3 (IRVOR)
କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭମାନଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ, [QBR] ପୁଣି, ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ ଆନନ୍ଦ-ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ, [QBR] “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।” [QBR]
ଗୀତସଂହିତା 137 : 4 (IRVOR)
ଆମ୍ଭେମାନେ ବିଦେଶରେ [QBR] କିପରି କରି ସଦାପ୍ରଭୁଙ୍କ ଗୀତ ଗାନ କରିବା ? [QBR]
ଗୀତସଂହିତା 137 : 5 (IRVOR)
ହେ ଯିରୂଶାଲମ, ଯଦି ମୁଁ ତୁମ୍ଭକୁ ପାସୋରେ, [QBR] ତେବେ ମୋହର ଦକ୍ଷିଣ ହସ୍ତ ଆପଣା ବଜାଇବା କୌଶଳ ପାସୋରି ଯାଉ। [QBR]
ଗୀତସଂହିତା 137 : 6 (IRVOR)
ଯଦି ମୁଁ ତୁମ୍ଭଙ୍କୁ ସ୍ମରଣ ନ କରେ, [QBR] ଯଦି ମୁଁ ଯିରୂଶାଲମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ, [QBR] ତେବେ ମୋହର ଜିହ୍ୱା ମୋ’ ମୁଖର ତାଳୁରେ ଲାଗି ରହୁ। [* ଜିହ୍ୱା ମୋ’ ମୁଖର ତାଳୁରେ ଲାଗି ରହୁ। ମୁଁ ଆହୁରି ସଂଗୀତ ମଧ୍ୟ ଗାନ କରିପାରିବି ନାହିଁ] [QBR]
ଗୀତସଂହିତା 137 : 7 (IRVOR)
ହେ ସଦାପ୍ରଭୁ, ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଯିରୂଶାଲମର ଦିନ ସ୍ମରଣ କର; [QBR] ସେମାନେ କହିଲେ, “ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ ଉତ୍ପାଟନ କର।” [QBR]
ଗୀତସଂହିତା 137 : 8 (IRVOR)
ଆଗୋ ବିନାଶ୍ୟ ବାବିଲୀୟ କନ୍ୟେ, [QBR] ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେରୂପ କରିଅଛ, [QBR] ତୁମ୍ଭକୁ ସେହିରୂପ ପ୍ରତିଫଳ ଯେ ଦେବ, ସେ ଧନ୍ୟ। [QBR]
ଗୀତସଂହିତା 137 : 9 (IRVOR)
ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି [QBR] ଶୈଳ ଉପରେ କଚାଡ଼ିବ, ସେ ଧନ୍ୟ। [PE]
❮
❯