ଗୀତସଂହିତା 133 : 1 (IRVOR)
ଭ୍ରାତୃପ୍ରେମ *ଆରୋହଣ ଗୀତ, ଦାଉଦଙ୍କ ରଚିତ। *ଦେଖ, ଭାଇମାନେ ମିଳନରେ ଏକତ୍ର ବାସ କରିବା *କିପରି ଉତ୍ତମ ଓ ମନୋହର !
ଗୀତସଂହିତା 133 : 2 (IRVOR)
ତାହା ମସ୍ତକରେ ବହୁମୂଲ୍ୟ ତୈଳ ସ୍ୱରୂପ, ଯାହା ଦାଢ଼ିରେ, ଅର୍ଥାତ୍‍, ହାରୋଣଙ୍କର ଦାଢ଼ିରେ ବହି ତାଙ୍କ ବସ୍ତ୍ରାଞ୍ଚଳରେ ପଡ଼ିଲା।
ଗୀତସଂହିତା 133 : 3 (IRVOR)
ତାହା ହର୍ମୋଣ ପାହାଡ଼ର ଶିଶିର ତୁଲ୍ୟ, ଯାହା ସିୟୋନର ପର୍ବତଗଣ ଉପରେ କ୍ଷରି ପଡ଼େ। କାରଣ ସଦାପ୍ରଭୁ ସେଠାରେ ଆଶୀର୍ବାଦ, ହଁ, ଅନନ୍ତ ଜୀବନ ଆଜ୍ଞା କଲେ।

1 2 3