ଗୀତସଂହିତା 129 : 1 (IRVOR)
{ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ। } ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ପ୍ରାର୍ଥନା *ଆରୋହଣ-ଗୀତ। *“ମୋ’ ଯୌବନଠାରୁ ମୋ’ର ଶତ୍ରୁମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି,” *ଇସ୍ରାଏଲ ଏବେ କୁହନ୍ତୁ;
ଗୀତସଂହିତା 129 : 2 (IRVOR)
“ମୋ’ ଯୌବନଠାରୁ ସେମାନେ ଅନେକ ଥର ମୋତେ କ୍ଳେଶ ଦେଇଅଛନ୍ତି; ତଥାପି ସେମାନେ ମୋ’ ଉପରେ ଜୟୀ ହୋଇ ନାହାନ୍ତି।
ଗୀତସଂହିତା 129 : 3 (IRVOR)
କୃଷକମାନେ ମୋ’ ପୃଷ୍ଠଦେଶରେ ହଳ ବୁଲାଇଲେ; ସେମାନେ ଲମ୍ବ ଲମ୍ବ ଶିଆର କଲେ।
ଗୀତସଂହିତା 129 : 4 (IRVOR)
ସଦାପ୍ରଭୁ ଧର୍ମମୟ; ସେ ଦୁଷ୍ଟମାନଙ୍କ ଦାସତ୍ଵରୁ ମୋତେ ମୁକ୍ତ କରିଅଛନ୍ତି।”[* ସେ ଦୁଷ୍ଟମାନଙ୍କ ଦାସତ୍ଵରୁ ମୋତେ ମୁକ୍ତି କରିଅଛନ୍ତି।” ସେ ଦୁଷ୍ଟମାନଙ୍କ ରଜ୍ଜୁ ଛେଦନ କରିଅଛନ୍ତି। ]
ଗୀତସଂହିତା 129 : 5 (IRVOR)
ସିୟୋନକୁ ଘୃଣା କରିବା ଲୋକସମସ୍ତେ ଲଜ୍ଜିତ ହୋଇ ହଟି ଯାଉନ୍ତୁ।
ଗୀତସଂହିତା 129 : 6 (IRVOR)
ସେମାନେ ଗୃହର ଛାତ ଉପରିସ୍ଥ ସେହି ତୃଣ ତୁଲ୍ୟ ହେଉନ୍ତୁ, ଯାହା ବଢ଼ିବା ପୂର୍ବେ ଶୁଷ୍କ ହୁଏ;
ଗୀତସଂହିତା 129 : 7 (IRVOR)
ଯଦ୍ଦ୍ୱାରା କଟାଳୀ ଆପଣା ହସ୍ତ, ଅବା ବିଡ଼ାବନ୍ଧନକାରୀ ଆପଣା ଅଣ୍ଟି ପୂର୍ଣ୍ଣ କରେ ନାହିଁ।
ଗୀତସଂହିତା 129 : 8 (IRVOR)
“କିଅବା ସଦାପ୍ରଭୁଙ୍କ ଆଶୀର୍ବାଦ ତୁମ୍ଭମାନଙ୍କ ଉପରେ ବର୍ତ୍ତୁ, ଆମ୍ଭେମାନେ ସଦାପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରୁଅଛୁ,” ଏହା ପଥିକମାନେ କହନ୍ତି ନାହିଁ।

1 2 3 4 5 6 7 8