ଗୀତସଂହିତା 125 : 1 (IRVOR)
{ସଦାପ୍ରଭୁଙ୍କ ଲୋକମାନଙ୍କର ନିରାପତ୍ତା} [PS] ଯେଉଁମାନେ ସଦାପ୍ରଭୁଙ୍କଠାରେ ନିର୍ଭର ରଖନ୍ତି, [QBR] ସେମାନେ ଅଟଳ ଓ ନିତ୍ୟସ୍ଥାୟୀ ସିୟୋନ ପର୍ବତ ତୁଲ୍ୟ। [QBR]
ଗୀତସଂହିତା 125 : 2 (IRVOR)
ଯେପରି ଯିରୂଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ, [QBR] ସେପରି ଆଜିଠାରୁ ସଦାକାଳ [QBR] ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁର୍ଦ୍ଦିଗରେ ଥାଆନ୍ତି। [QBR]
ଗୀତସଂହିତା 125 : 3 (IRVOR)
କାରଣ ଧାର୍ମିକମାନେ ଯେପରି ଅଧର୍ମ ପ୍ରତି ହସ୍ତ ନ ବଢ଼ାଇବେ, [QBR] ଏଥିପାଇଁ ଧାର୍ମିକମାନଙ୍କ ଅଧିକାରରେ ଦୁଷ୍ଟତାର ରାଜଦଣ୍ଡ ଅବସ୍ଥାନ କରିବ ନାହିଁ। [QBR]
ଗୀତସଂହିତା 125 : 4 (IRVOR)
ହେ ସଦାପ୍ରଭୁ, ଯେଉଁମାନେ ମଙ୍ଗଳ-ସ୍ୱଭାବବିଶିଷ୍ଟ [QBR] ଓ ଅନ୍ତଃକରଣରେ ସରଳ, ସେମାନଙ୍କର ମଙ୍ଗଳ କର। [QBR]
ଗୀତସଂହିତା 125 : 5 (IRVOR)
ମାତ୍ର ଯେଉଁମାନେ ଆପଣା ଆପଣା ବକ୍ରପଥରେ ବିପଥଗାମୀ ହୁଅନ୍ତି, [QBR] ସେମାନଙ୍କୁ ସଦାପ୍ରଭୁ ଅଧର୍ମାଚାରୀମାନଙ୍କ ସଙ୍ଗେ କଢ଼ାଇ ନେବେ। [QBR] ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ। [PE]

1 2 3 4 5

BG:

Opacity:

Color:


Size:


Font: