ଗୀତସଂହିତା 124 : 1 (IRVOR)
{ସଦାପ୍ରଭୁ ତାହାଙ୍କ ଲୋକମାନଙ୍କର ରକ୍ଷାକର୍ତ୍ତା} [PS] “ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ,” [QBR] ଇସ୍ରାଏଲ ଏବେ କହୁନ୍ତୁ; [QBR]
ଗୀତସଂହିତା 124 : 2 (IRVOR)
“ଲୋକମାନେ ଆମ୍ଭମାନଙ୍କ ପ୍ରତିକୂଳରେ ଉଠିଲା ବେଳେ, [QBR] ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ; [QBR]
ଗୀତସଂହିତା 124 : 3 (IRVOR)
ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ [QBR] ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ; [QBR]
ଗୀତସଂହିତା 124 : 4 (IRVOR)
ତେବେ ଜଳରାଶି ଆମ୍ଭମାନଙ୍କୁ ମଗ୍ନ କରିଥା’ନ୍ତା, [QBR] ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା [QBR]
ଗୀତସଂହିତା 124 : 5 (IRVOR)
ତେବେ ଗର୍ବିତ ଜଳରାଶି ଆମ୍ଭମାନଙ୍କ ପ୍ରାଣ ଉପର ଦେଇ ଯାଇଥା’ନ୍ତା।” [QBR]
ଗୀତସଂହିତା 124 : 6 (IRVOR)
ସଦାପ୍ରଭୁ ଧନ୍ୟ ହେଉନ୍ତୁ, [QBR] ସେ ଆମ୍ଭମାନଙ୍କୁ ଭକ୍ଷ୍ୟ ସ୍ୱରୂପ ହେବା ପାଇଁ ସେମାନଙ୍କ ଦନ୍ତକୁ ଦେଇ ନାହାନ୍ତି। [QBR]
ଗୀତସଂହିତା 124 : 7 (IRVOR)
ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା ପାଇଅଛି; [QBR] ଫାନ୍ଦ ଛିଣ୍ଡିଗଲା, ଆମ୍ଭେମାନେ ରକ୍ଷା ପାଇଲୁ। [QBR]
ଗୀତସଂହିତା 124 : 8 (IRVOR)
ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ [QBR] ଆମ୍ଭମାନଙ୍କର ସାହାଯ୍ୟ ଥାଏ। [PE]

1 2 3 4 5 6 7 8

BG:

Opacity:

Color:


Size:


Font: