ଗୀତସଂହିତା 122 : 1 (IRVOR)
ଯିରୂଶାଲମର ପ୍ରଶଂସା
ଗୀତସଂହିତା 122 : 2 (IRVOR)
*ଆରୋହଣ ଗୀତ; ଦାଉଦଙ୍କ ରଚିତ। *“ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ,” *ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି। *ହେ ଯିରୂଶାଲମ, ତୁମ୍ଭ ଦ୍ୱାର ଭିତରେ ଆମ୍ଭମାନଙ୍କ ଚରଣ ଠିଆ ହେଉଅଛି;
ଗୀତସଂହିତା 122 : 3 (IRVOR)
ହେ ଯିରୂଶାଲମ, ତୁମ୍ଭେ ସୁସଂଯୁକ୍ତ ଏକ ନଗର ତୁଲ୍ୟ ନିର୍ମିତ ହୋଇଅଛ;
ଗୀତସଂହିତା 122 : 4 (IRVOR)
ଗୋଷ୍ଠୀବର୍ଗ, ଅର୍ଥାତ୍‍, ସଦାପ୍ରଭୁଙ୍କ ଗୋଷ୍ଠୀବର୍ଗ ଇସ୍ରାଏଲ ପ୍ରତି ସାକ୍ଷ୍ୟ ସ୍ୱରୂପେ ସଦାପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେବା ନିମନ୍ତେ ସେଠାରେ ଆରୋହଣ କରନ୍ତି।
ଗୀତସଂହିତା 122 : 5 (IRVOR)
କାରଣ ସେଠାରେ ବିଚାରାର୍ଥକ ସିଂହାସନ, ଦାଉଦ ବଂଶର ସିଂହାସନସବୁ ସ୍ଥାପିତ ଅଛି।
ଗୀତସଂହିତା 122 : 6 (IRVOR)
ଯିରୂଶାଲମର ଶାନ୍ତି ପାଇଁ ପ୍ରାର୍ଥନା କର; ଯେଉଁମାନେ ତୁମ୍ଭକୁ ସ୍ନେହ କରନ୍ତି, ସେମାନେ ଅଶେଷ ଉନ୍ନତି କରିବେ।
ଗୀତସଂହିତା 122 : 7 (IRVOR)
ତୁମ୍ଭ ପ୍ରାଚୀର ମଧ୍ୟରେ ଶାନ୍ତି ବର୍ତ୍ତୁ ଓ ତୁମ୍ଭ ଅଟ୍ଟାଳିକାସମୂହର ସୌଭାଗ୍ୟ ହେଉ।
ଗୀତସଂହିତା 122 : 8 (IRVOR)
ମୋହର ଭ୍ରାତୃଗଣ ଓ ମିତ୍ରଗଣ ସକାଶେ ମୁଁ ଏବେ କହିବି, “ତୁମ୍ଭ ମଧ୍ୟରେ ଶାନ୍ତି ବର୍ତ୍ତୁ।”
ଗୀତସଂହିତା 122 : 9 (IRVOR)
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସକାଶେ ମୁଁ ତୁମ୍ଭର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିବି।

1 2 3 4 5 6 7 8 9