ଗୀତସଂହିତା 121 : 1 (IRVOR)
ପରମେଶ୍ୱର ଆମ ରକ୍ଷକ *ଆରୋହଣ ଗୀତ। *ମୁଁ ପର୍ବତଗଣ ଆଡ଼େ ଉର୍ଦ୍ଧ୍ୱଦୃଷ୍ଟି କରିବି; *କେଉଁଠାରୁ ମୋହର ସାହାଯ୍ୟ ଆସିବ ?
ଗୀତସଂହିତା 121 : 2 (IRVOR)
ମୋହର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସେ, ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ।
ଗୀତସଂହିତା 121 : 3 (IRVOR)
ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ; ଯେ ତୁମ୍ଭକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ।
ଗୀତସଂହିତା 121 : 4 (IRVOR)
ଦେଖ, ଯେ ଇସ୍ରାଏଲକୁ ରକ୍ଷା କରନ୍ତି, ସେ ଘୁମାଇବେ ନାହିଁ କି ନିଦ୍ରା ଯିବେ ନାହିଁ।
ଗୀତସଂହିତା 121 : 5 (IRVOR)
ସଦାପ୍ରଭୁ ତୁମ୍ଭର ରକ୍ଷକ; ସଦାପ୍ରଭୁ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା।
ଗୀତସଂହିତା 121 : 6 (IRVOR)
ଦିବସରେ ସୂର୍ଯ୍ୟ, କିଅବା ରାତ୍ରିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରିବ ନାହିଁ।
ଗୀତସଂହିତା 121 : 7 (IRVOR)
ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ; ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ।
ଗୀତସଂହିତା 121 : 8 (IRVOR)
ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରେ ଯିବାର ଓ ଭିତରେ ଆସିବାର ରକ୍ଷା କରିବେ।
❮
❯