ଗୀତସଂହିତା 120 : 1 (IRVOR)
ସାହାଯ୍ୟ ପ୍ରାର୍ଥନା
ଗୀତସଂହିତା 120 : 2 (IRVOR)
*ଆରୋହଣ ଗୀତ। *ମୁଁ ଆପଣା ବିପଦରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି, *ତହିଁରେ ସେ ମୋତେ ଉତ୍ତର ଦେଲେ। *ହେ ସଦାପ୍ରଭୁ, ମିଥ୍ୟାବାଦୀ ଓଷ୍ଠାଧରରୁ ଓ ପ୍ରବଞ୍ଚକ ଜିହ୍ୱାରୁ ମୋ’ ପ୍ରାଣକୁ ଉଦ୍ଧାର କର।
ଗୀତସଂହିତା 120 : 3 (IRVOR)
ହେ ପ୍ରବଞ୍ଚକ ଜିହ୍ୱେ, ତୁମ୍ଭକୁ କଅଣ ଦିଆଯିବ ଓ ତୁମ୍ଭ ପ୍ରତି ଅଧିକ କଅଣ କରାଯିବ ?
ଗୀତସଂହିତା 120 : 4 (IRVOR)
ବୀରର ତୀକ୍ଷ୍ଣ ତୀର ଓ ରେତମ କାଷ୍ଠର ଅଙ୍ଗାର ସହ ଦଣ୍ଡ ଦେବେ।
ଗୀତସଂହିତା 120 : 5 (IRVOR)
ହାୟ, ହାୟ, ମୁଁ ମେଶକ୍‍ରେ ପ୍ରବାସ କରେ। ମୁଁ କେଦାରର ତମ୍ବୁସମୂହ ମଧ୍ୟରେ ବାସ କରେ।
ଗୀତସଂହିତା 120 : 6 (IRVOR)
ଶାନ୍ତି ଘୃଣାକାରୀ ଲୋକ ସହିତ ମୋ’ ପ୍ରାଣ ଦୀର୍ଘ କାଳ ବାସ କରିଅଛି।
ଗୀତସଂହିତା 120 : 7 (IRVOR)
ମୁଁ ଶାନ୍ତି ଚାହେଁ; ମାତ୍ର ମୁଁ କଥା କହିଲେ, ସେମାନେ ଯୁଦ୍ଧ ଚାହାନ୍ତି।

1 2 3 4 5 6 7