ଗୀତସଂହିତା 119 : 1 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥା} [PS] ଯେଉଁମାନେ ଆଚରଣରେ ସିଦ୍ଧ, [QBR] ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ। [QBR]
ଗୀତସଂହିତା 119 : 2 (IRVOR)
ଯେଉଁମାନେ ତାହାଙ୍କ ପ୍ରମାଣ-ବାକ୍ୟସବୁ ପାଳନ କରନ୍ତି, [QBR] ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ। [QBR]
ଗୀତସଂହିତା 119 : 3 (IRVOR)
ସେମାନେ କୌଣସି ଅଧର୍ମ କରନ୍ତି ନାହିଁ; [QBR] ସେମାନେ ତାହାଙ୍କ ପଥରେ ଗମନ କରନ୍ତି। [QBR]
ଗୀତସଂହିତା 119 : 4 (IRVOR)
ଆମ୍ଭେମାନେ ଯତ୍ନପୂର୍ବକ ଯେପରି ତୁମ୍ଭର ବିଧାନସବୁ ପାଳନ କରିବା, [QBR] ଏଥିପାଇଁ ତୁମ୍ଭେ ତାହାସବୁ ଆଜ୍ଞା କରିଅଛ। [QBR]
ଗୀତସଂହିତା 119 : 5 (IRVOR)
ଆହା, ତୁମ୍ଭର ବିଧିସକଳ ପାଳନ କରିବା ପାଇଁ ଯଦି [QBR] ମୋହର ଗତି ସୁସ୍ଥିର ହୁଅନ୍ତା ! [QBR]
ଗୀତସଂହିତା 119 : 6 (IRVOR)
ତୁମ୍ଭର ସକଳ ଆଜ୍ଞା ପ୍ରତି ଦୃଷ୍ଟି ରଖିବା ବେଳେ [QBR] ମୁଁ ଲଜ୍ଜିତ ହେବି ନାହିଁ। [QBR]
ଗୀତସଂହିତା 119 : 7 (IRVOR)
ତୁମ୍ଭର ଧର୍ମମୟ ଶାସନସକଳ ଶିଖିବା ବେଳେ [QBR] ମୁଁ ଅନ୍ତଃକରଣର ସରଳତାରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି। [QBR]
ଗୀତସଂହିତା 119 : 8 (IRVOR)
ମୁଁ ତୁମ୍ଭର ବିଧିସବୁ ପାଳନ କରିବି; [QBR] ମୋତେ ନିତାନ୍ତ ପରିତ୍ୟାଗ କର ନାହିଁ। ବୈତ୍‍। [QBR]
ଗୀତସଂହିତା 119 : 9 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନ} [PS] ଯୁବା ମନୁଷ୍ୟ କିପ୍ରକାରେ ଆପଣା ପଥ ପରିଷ୍କାର [* ପଥ ପରିଷ୍କାର ଅର୍ଥାତ୍ ଆଚରଣ ଶୁଦ୍ଧ] କରିବ ? [QBR] ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ। [QBR]
ଗୀତସଂହିତା 119 : 10 (IRVOR)
ମୁଁ ସର୍ବାନ୍ତଃକରଣରେ ତୁମ୍ଭଙ୍କୁ ଖୋଜିଅଛି; [QBR] ମୋତେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମିବାକୁ ଦିଅ ନାହିଁ। [QBR]
ଗୀତସଂହିତା 119 : 11 (IRVOR)
ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, [QBR] ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। [QBR]
ଗୀତସଂହିତା 119 : 12 (IRVOR)
ହେ ସଦାପ୍ରଭୁ, ତୁମ୍ଭେ ଧନ୍ୟ; [QBR] ତୁମ୍ଭର ବିଧିସବୁ ମୋତେ ଶିଖାଅ। [QBR]
ଗୀତସଂହିତା 119 : 13 (IRVOR)
ମୁଁ ତୁମ୍ଭ ମୁଖନିର୍ଗତ ଶାସନସକଳ [QBR] ଆପଣା ଓଷ୍ଠାଧରରେ ବର୍ଣ୍ଣନା କରିଅଛି। [QBR]
ଗୀତସଂହିତା 119 : 14 (IRVOR)
ଯେପରି ସମୁଦାୟ ଧନରେ, [QBR] ସେପରି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୂପ ପଥରେ ଆମୋଦ କରିଅଛି। [QBR]
ଗୀତସଂହିତା 119 : 15 (IRVOR)
ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି [QBR] ଓ ତୁମ୍ଭ ପଥ ପ୍ରତି ଦୃଷ୍ଟି ରଖିବି। [QBR]
ଗୀତସଂହିତା 119 : 16 (IRVOR)
ମୁଁ ତୁମ୍ଭ ବିଧିସବୁରେ ଆନନ୍ଦ କରିବି; [QBR] ମୁଁ ତୁମ୍ଭର ବାକ୍ୟ ପାସୋରିବି ନାହିଁ। ଗିମେଲ୍‍। [QBR]
ଗୀତସଂହିତା 119 : 17 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥା ସୁଖକର} [PS] ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର; [QBR] ତହୁଁ ମୁଁ ତୁମ୍ଭ ବାକ୍ୟ ପାଳନ କରିବି। [QBR]
ଗୀତସଂହିତା 119 : 18 (IRVOR)
ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର, [QBR] ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି। [QBR]
ଗୀତସଂହିତା 119 : 19 (IRVOR)
ମୁଁ ପୃଥିବୀରେ ପ୍ରବାସୀ; [QBR] ତୁମ୍ଭର ଆଜ୍ଞାସବୁ ମୋ’ଠାରୁ ଲୁଚାଅ ନାହିଁ। [QBR]
ଗୀତସଂହିତା 119 : 20 (IRVOR)
ସର୍ବଦା ତୁମ୍ଭ ଶାସନସକଳ ଆକାଂକ୍ଷା କରିବା ସକାଶୁ [QBR] ମୋ’ ପ୍ରାଣ କ୍ଷୀଣ ହୁଏ। [QBR]
ଗୀତସଂହିତା 119 : 21 (IRVOR)
ଯେଉଁ ଅଭିଶପ୍ତ ଅହଙ୍କାରୀମାନେ ତୁମ୍ଭ ଆଜ୍ଞା-ପଥରୁ ଭ୍ରମନ୍ତି, [QBR] ତୁମ୍ଭେ ସେମାନଙ୍କୁ ଧମକାଇଅଛ। [QBR]
ଗୀତସଂହିତା 119 : 22 (IRVOR)
ମୋ’ଠାରୁ ନିନ୍ଦା ଓ ଅପମାନ ଦୂର କର; [QBR] କାରଣ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ପାଳନ କରିଅଛି। [QBR]
ଗୀତସଂହିତା 119 : 23 (IRVOR)
ଅଧିପତିମାନେ ମଧ୍ୟ ବସି ମୋ’ ବିରୁଦ୍ଧରେ କଥା କହିଲେ; [QBR] ମାତ୍ର ତୁମ୍ଭର ଦାସ ତୁମ୍ଭ ବିଧିସକଳ ଧ୍ୟାନ କଲା। [QBR]
ଗୀତସଂହିତା 119 : 24 (IRVOR)
ତୁମ୍ଭର ସକଳ ପ୍ରମାଣ-ବାକ୍ୟ ମଧ୍ୟ [QBR] ମୋହର ଆନନ୍ଦଜନକ ଓ ମନ୍ତ୍ରଣାଦାୟକ। ଦାଲତ୍‍। [QBR]
ଗୀତସଂହିତା 119 : 25 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ ଦୃଢ ସଂକଳ୍ପ} [PS] ମୋହର ପ୍ରାଣ ଧୂଳିରେ ଲାଗୁଅଛି; [QBR] ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର। [QBR]
ଗୀତସଂହିତା 119 : 26 (IRVOR)
ମୁଁ ଆପଣାର ସକଳ ଗତି ବର୍ଣ୍ଣନା କରନ୍ତେ, ତୁମ୍ଭେ ମୋତେ ଉତ୍ତର ଦେଲ; [QBR] ତୁମ୍ଭର ବିଧିସବୁ ମୋତେ ଶିଖାଅ। [QBR]
ଗୀତସଂହିତା 119 : 27 (IRVOR)
ତୁମ୍ଭେ ଆପଣା ଆଜ୍ଞା-ପଥସବୁ ମୋତେ ବୁଝାଇ ଦିଅ; [QBR] ତହିଁରେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟଶିକ୍ଷାସବୁ [† ଆଶ୍ଚର୍ଯ୍ୟ ଶିକ୍ଷାସବୁ ଆଶ୍ଚର୍ଯ୍ୟକର୍ମସବୁ ] ଧ୍ୟାନ କରିବି। [QBR]
ଗୀତସଂହିତା 119 : 28 (IRVOR)
ଶୋକ ସକାଶୁ ମୋ’ ପ୍ରାଣ ତରଳି ଯାଏ; [QBR] ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର। [QBR]
ଗୀତସଂହିତା 119 : 29 (IRVOR)
ମୋ’ଠାରୁ ମିଥ୍ୟାମାର୍ଗ ଅନ୍ତର କର [QBR] ଓ ଅନୁଗ୍ରହ କରି ମୋତେ ତୁମ୍ଭର ବ୍ୟବସ୍ଥା ପ୍ରଦାନ କର। [QBR]
ଗୀତସଂହିତା 119 : 30 (IRVOR)
ମୁଁ ବିଶ୍ୱସ୍ତତାରୂପ ପଥ ମନୋନୀତ କରିଅଛି; [QBR] ମୁଁ ଆପଣା ସମ୍ମୁଖରେ ତୁମ୍ଭର ଶାସନସବୁ ରଖିଅଛି। [QBR]
ଗୀତସଂହିତା 119 : 31 (IRVOR)
ମୁଁ ତୁମ୍ଭ ପ୍ରମାଣ-ବାକ୍ୟସବୁରେ ଆସକ୍ତ; [QBR] ହେ ସଦାପ୍ରଭୁ, ମୋତେ ଲଜ୍ଜିତ କର ନାହିଁ। [QBR]
ଗୀତସଂହିତା 119 : 32 (IRVOR)
ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ [QBR] ମୁଁ ତୁମ୍ଭ ଆଜ୍ଞା-ପଥରେ ଧାବମାନ ହେବି। ହେ। [QBR]
ଗୀତସଂହିତା 119 : 33 (IRVOR)
{ବୋଧଶକ୍ତି ପାଇଁ ପ୍ରାର୍ଥନା} [PS] ହେ ସଦାପ୍ରଭୁ, ତୁମ୍ଭର ବିଧିରୂପ ପଥ ମୋତେ ଶିଖାଅ; [QBR] ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି। [QBR]
ଗୀତସଂହିତା 119 : 34 (IRVOR)
ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି; [QBR] ଆହୁରି, ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ କରିବି। [QBR]
ଗୀତସଂହିତା 119 : 35 (IRVOR)
ତୁମ୍ଭ ଆଜ୍ଞା-ପଥରେ ମୋତେ ଗମନ କରାଅ; [QBR] କାରଣ ତହିଁରେ ମୁଁ ଆନନ୍ଦ କରେ। [QBR]
ଗୀତସଂହିତା 119 : 36 (IRVOR)
ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ-ବାକ୍ୟ [QBR] ପ୍ରତି ମୋ’ ଚିତ୍ତର ସ୍ନେହ ଜନ୍ମାଅ। [QBR]
ଗୀତସଂହିତା 119 : 37 (IRVOR)
ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ [QBR] ଓ ତୁମ୍ଭ ପଥରେ ମୋତେ ସଚେତ କର। [QBR]
ଗୀତସଂହିତା 119 : 38 (IRVOR)
ତୁମ୍ଭ ଦାସ ପକ୍ଷରେ ତୁମ୍ଭର ବାକ୍ୟ ସ୍ଥିର କର, [QBR] ତାହା ତୁମ୍ଭ ବିଷୟକ ଭୟ-ସଂଯୁକ୍ତ। [QBR]
ଗୀତସଂହିତା 119 : 39 (IRVOR)
ମୋହର ଭୟଜନକ ନିନ୍ଦା ଦୂର କର; [QBR] କାରଣ ତୁମ୍ଭର ଶାସନସକଳ ଉତ୍ତମ। [QBR]
ଗୀତସଂହିତା 119 : 40 (IRVOR)
ଦେଖ, ମୁଁ ତୁମ୍ଭ ବିଧାନସକଳର ଆକାଂକ୍ଷା କରିଅଛି; [QBR] ତୁମ୍ଭ ଧର୍ମରେ ମୋତେ ସଚେତ କର। ବୌ। [QBR]
ଗୀତସଂହିତା 119 : 41 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥା ଉପରେ ନିର୍ଭର} [PS] ହେ ସଦାପ୍ରଭୁ, ତୁମ୍ଭ ଦୟା, ଅର୍ଥାତ୍‍, ତୁମ୍ଭ [QBR] ବାକ୍ୟାନୁସାରେ ତୁମ୍ଭ ପରିତ୍ରାଣ ମୋ’ ପ୍ରତି ବର୍ତ୍ତୁ। [QBR]
ଗୀତସଂହିତା 119 : 42 (IRVOR)
ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେବି; [QBR] କାରଣ ମୁଁ ତୁମ୍ଭ ବାକ୍ୟରେ ନିର୍ଭର ରଖେ। [QBR]
ଗୀତସଂହିତା 119 : 43 (IRVOR)
ପୁଣି, ମୋ’ ମୁଖରୁ ସତ୍ୟତାର ବାକ୍ୟ କଦାପି ନିଅ ନାହିଁ; [QBR] କାରଣ ମୁଁ ତୁମ୍ଭ ଶାସନରେ ଭରସା ରଖିଅଛି। [QBR]
ଗୀତସଂହିତା 119 : 44 (IRVOR)
ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର [QBR] ତୁମ୍ଭର ବ୍ୟବସ୍ଥା ପାଳନ କରିବି। [QBR]
ଗୀତସଂହିତା 119 : 45 (IRVOR)
ଆଉ, ମୁଁ ସ୍ୱଚ୍ଛନ୍ଦରେ ଗମନାଗମନ କରିବି; [QBR] କାରଣ ମୁଁ ତୁମ୍ଭର ବିଧାନସବୁ ଖୋଜିଅଛି। [QBR]
ଗୀତସଂହିତା 119 : 46 (IRVOR)
ଆହୁରି, ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ-ବାକ୍ୟ ବିଷୟ କହିବି ଓ [QBR] ଲଜ୍ଜିତ ନୋହିବି। [QBR]
ଗୀତସଂହିତା 119 : 47 (IRVOR)
ପୁଣି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, [QBR] ତହିଁରେ ଆପଣାକୁ ଆନନ୍ଦିତ କରିବି। [QBR]
ଗୀତସଂହିତା 119 : 48 (IRVOR)
ଆହୁରି, ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, [QBR] ତହିଁ ନିକଟରେ କୃତାଞ୍ଜଳି ହେବି; [QBR] ପୁଣି, ମୁଁ ତୁମ୍ଭର ବିଧିସବୁ ଧ୍ୟାନ କରିବି। ସୟିନ୍‍। [QBR]
ଗୀତସଂହିତା 119 : 49 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥାରେ ବିଶ୍ୱାସ} [PS] ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ [QBR] ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର। [QBR]
ଗୀତସଂହିତା 119 : 50 (IRVOR)
ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା; [QBR] କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି। [QBR]
ଗୀତସଂହିତା 119 : 51 (IRVOR)
ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ କରିଅଛନ୍ତି, [QBR] ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇ ନାହିଁ। [QBR]
ଗୀତସଂହିତା 119 : 52 (IRVOR)
ହେ ସଦାପ୍ରଭୁ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନସବୁ ସ୍ମରଣ କରି [QBR] ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି। [QBR]
ଗୀତସଂହିତା 119 : 53 (IRVOR)
ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ [QBR] ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି। [QBR]
ଗୀତସଂହିତା 119 : 54 (IRVOR)
ମୋ’ ପ୍ରବାସ-ଗୃହରେ [QBR] ତୁମ୍ଭର ବିଧିସବୁ ମୋହର ଗାୟନ ହୋଇଅଛି। [QBR]
ଗୀତସଂହିତା 119 : 55 (IRVOR)
ହେ ସଦାପ୍ରଭୁ, ମୁଁ ରାତ୍ରିକାଳରେ ତୁମ୍ଭର ନାମ ସ୍ମରଣ କରିଅଛି [QBR] ଓ ତୁମ୍ଭର ବ୍ୟବସ୍ଥା ପାଳନ କରିଅଛି। [QBR]
ଗୀତସଂହିତା 119 : 56 (IRVOR)
ତୁମ୍ଭର ବିଧାନସବୁ ପାଳନ କରିବା ସକାଶୁ [QBR] ମୁଁ ଏହି ଫଳ ପ୍ରାପ୍ତ ହୋଇଅଛି। ହେତ୍‍। [QBR]
ଗୀତସଂହିତା 119 : 57 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥାରେ ନିଷ୍ଠାପରତା} [PS] ସଦାପ୍ରଭୁ ମୋହର ଅଂଶ; [QBR] ମୁଁ ତୁମ୍ଭର ବାକ୍ୟସବୁ ପାଳନ କରିବି ବୋଲି କହିଅଛି। [QBR]
ଗୀତସଂହିତା 119 : 58 (IRVOR)
ମୁଁ ସର୍ବାନ୍ତଃକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି; [QBR] ଆପଣା ବାକ୍ୟାନୁସାରେ ମୋ’ ପ୍ରତି ଦୟାଳୁ ହୁଅ। [QBR]
ଗୀତସଂହିତା 119 : 59 (IRVOR)
ମୁଁ ଆପଣା ଗତିସବୁ ବିବେଚନା କଲି [QBR] ଓ ତୁମ୍ଭ ପ୍ରମାଣ-ବାକ୍ୟ ଆଡ଼େ ଆପଣା ପାଦ ଫେରାଇଲି। [QBR]
ଗୀତସଂହିତା 119 : 60 (IRVOR)
ତୁମ୍ଭର ଆଜ୍ଞାସବୁ ପାଳିବାକୁ [QBR] ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ। [QBR]
ଗୀତସଂହିତା 119 : 61 (IRVOR)
ଦୁଷ୍ଟମାନଙ୍କର ରଜ୍ଜୁ ମୋ’ ଚାରିଆଡ଼େ ଜଡ଼ିତ ହେଲା; [QBR] ମାତ୍ର ମୁଁ ତୁମ୍ଭର ବ୍ୟବସ୍ଥା ପାସୋରି ନାହିଁ। [QBR]
ଗୀତସଂହିତା 119 : 62 (IRVOR)
ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ [QBR] ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରରେ ଉଠିବି। [QBR]
ଗୀତସଂହିତା 119 : 63 (IRVOR)
ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି ଓ ତୁମ୍ଭ ବିଧାନସବୁ [QBR] ପାଳନ୍ତି, ମୁଁ ସେହି ସମସ୍ତଙ୍କର ସଙ୍ଗୀ। [QBR]
ଗୀତସଂହିତା 119 : 64 (IRVOR)
ହେ ସଦାପ୍ରଭୁ, ପୃଥିବୀ ତୁମ୍ଭ ଦୟାରେ ପରିପୂର୍ଣ୍ଣ; [QBR] ତୁମ୍ଭ ବିଧିସବୁ ମୋତେ ଶିଖାଅ। ଟେଟ୍‍। [QBR]
ଗୀତସଂହିତା 119 : 65 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥାର ମୂଲ୍ୟ} [PS] ହେ ସଦାପ୍ରଭୁ, ତୁମ୍ଭେ ଆପଣା ବାକ୍ୟାନୁସାରେ [QBR] ନିଜ ଦାସ ପ୍ରତି ମଙ୍ଗଳ ବ୍ୟବହାର କରିଅଛ। [QBR]
ଗୀତସଂହିତା 119 : 66 (IRVOR)
ମୋତେ ଉତ୍ତମ ବିଚାର ଓ ଜ୍ଞାନ ଶିଖାଅ। [QBR] କାରଣ ମୁଁ ତୁମ୍ଭ ଆଜ୍ଞାସମୂହରେ ବିଶ୍ୱାସ କରିଅଛି। [QBR]
ଗୀତସଂହିତା 119 : 67 (IRVOR)
ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି; [QBR] ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ। [QBR]
ଗୀତସଂହିତା 119 : 68 (IRVOR)
ତୁମ୍ଭେ ମଙ୍ଗଳମୟ ଓ ମଙ୍ଗଳକାରୀ; [QBR] ମୋତେ ତୁମ୍ଭ ବିଧିସବୁ ଶିଖାଅ। [QBR]
ଗୀତସଂହିତା 119 : 69 (IRVOR)
ଅହଙ୍କାରୀମାନେ ମୋ’ ବିରୁଦ୍ଧରେ ମିଥ୍ୟାକଥା କଳ୍ପନା କରିଅଛନ୍ତି; [QBR] ମୁଁ ସର୍ବାନ୍ତଃକରଣରେ ତୁମ୍ଭର ବିଧାନସବୁ ପାଳନ କରିବି। [QBR]
ଗୀତସଂହିତା 119 : 70 (IRVOR)
ସେମାନଙ୍କ ଅନ୍ତଃକରଣ ମେଦ ପରି ସ୍ଥୂଳ [‡ ମେଦ ପରି ସ୍ଥୂଳ ଅର୍ଥାତ୍ ସେମାନଙ୍କ ଅନ୍ତଃକରଣରେ କୌଣସି ସତ୍ୟତା ନାହିଁ ] [QBR] ମାତ୍ର ମୁଁ ତୁମ୍ଭ ବ୍ୟବସ୍ଥାରେ ଆମୋଦ କରେ। [QBR]
ଗୀତସଂହିତା 119 : 71 (IRVOR)
ମୁଁ ଯେପରି ତୁମ୍ଭର ବିଧିସବୁ ଶିଖିବି, [QBR] ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋ’ ପକ୍ଷରେ ଭଲ ହେଲା। [QBR]
ଗୀତସଂହିତା 119 : 72 (IRVOR)
ହଜାର ହଜାର ସୁନା ଓ ରୂପା ଅପେକ୍ଷା [QBR] ତୁମ୍ଭ ମୁଖର ବ୍ୟବସ୍ଥା ମୋ’ ପ୍ରତି ଉତ୍ତମ। ଇୟୂଦ୍‍। [QBR]
ଗୀତସଂହିତା 119 : 73 (IRVOR)
{ପରମେଶ୍ୱରଙ୍କ ନ୍ୟାୟୋଚିତ ବ୍ୟବସ୍ଥା} [PS] ତୁମ୍ଭ ହସ୍ତ ମୋତେ ନିର୍ମାଣ ଓ ମୂର୍ତ୍ତିମାନ କରିଅଛି; [QBR] ମୁଁ ଯେପରି ତୁମ୍ଭର ଆଜ୍ଞାସବୁ ପାଳନ କରିବି, ଏଥିପାଇଁ ମୋତେ ସୁବିବେଚନା ପ୍ରଦାନ କର। [QBR]
ଗୀତସଂହିତା 119 : 74 (IRVOR)
ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋତେ ଦେଖି ଆନନ୍ଦିତ ହେବେ; [QBR] କାରଣ ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଅଛି। [QBR]
ଗୀତସଂହିତା 119 : 75 (IRVOR)
ହେ ସଦାପ୍ରଭୁ, ମୁଁ ଜାଣେ, ତୁମ୍ଭ ଶାସନସକଳ ଧର୍ମମୟ, [QBR] ପୁଣି, ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ। [QBR]
ଗୀତସଂହିତା 119 : 76 (IRVOR)
ମୁଁ ପ୍ରାର୍ଥନା କରୁଅଛି, ତୁମ୍ଭ ଦାସ ପ୍ରତି ତୁମ୍ଭ [QBR] ବାକ୍ୟାନୁସାରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ମୋହର ସାନ୍ତ୍ୱନାଜନକ ହେଉ। [QBR]
ଗୀତସଂହିତା 119 : 77 (IRVOR)
ମୁଁ ଯେପରି ବଞ୍ଚିବି, ଏଥିପାଇଁ ମୋ’ ପ୍ରତି ତୁମ୍ଭର କରୁଣା ବର୍ତ୍ତୁ; [QBR] କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ। [QBR]
ଗୀତସଂହିତା 119 : 78 (IRVOR)
ଅହଙ୍କାରୀମାନେ ଲଜ୍ଜିତ ହେଉନ୍ତୁ; [QBR] କାରଣ ସେମାନେ ଅନ୍ୟାୟରେ ମୋହର ସର୍ବନାଶ କରିଅଛନ୍ତି; [QBR] ମାତ୍ର ମୁଁ ତୁମ୍ଭର ବିଧାନସବୁ ଧ୍ୟାନ କରିବି। [QBR]
ଗୀତସଂହିତା 119 : 79 (IRVOR)
ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋ’ କତିକି ଫେରନ୍ତୁ, [QBR] ତହିଁରେ ସେମାନେ ତୁମ୍ଭର ପ୍ରମାଣ-ବାକ୍ୟ ଜ୍ଞାତସାର ହେବେ। [QBR]
ଗୀତସଂହିତା 119 : 80 (IRVOR)
ମୁଁ ଯେପରି ଲଜ୍ଜିତ ନୋହିବି, [QBR] ଏଥିପାଇଁ ତୁମ୍ଭ ବିଧିସବୁରେ ମୋ’ ଅନ୍ତଃକରଣ ସିଦ୍ଧ ହେଉ। କଫ୍‍। [QBR]
ଗୀତସଂହିତା 119 : 81 (IRVOR)
{ନିସ୍ତାର ପାଇଁ ପ୍ରାର୍ଥନା} [PS] ତୁମ୍ଭ ପରିତ୍ରାଣ ପାଇଁ ମୋ’ ପ୍ରାଣ କ୍ଷୀଣ ହୁଏ; [QBR] ମାତ୍ର ମୁଁ ତୁମ୍ଭ ବାକ୍ୟରେ ଭରସା ରଖେ। [QBR]
ଗୀତସଂହିତା 119 : 82 (IRVOR)
ତୁମ୍ଭେ କେବେ ମୋତେ ସାନ୍ତ୍ୱନା କରିବ ? [QBR] ଏହା କହି କହି ତୁମ୍ଭ ବାକ୍ୟ ପାଇଁ ମୋହର ଚକ୍ଷୁ କ୍ଷୀଣ ହୁଏ। [QBR]
ଗୀତସଂହିତା 119 : 83 (IRVOR)
କାରଣ ମୁଁ ଧୂମସ୍ଥିତ କୁମ୍ପା ତୁଲ୍ୟ ହୋଇଅଛି। [QBR] ତଥାପି ମୁଁ ତୁମ୍ଭର ବିଧିସବୁ ପାସୋରୁ ନାହିଁ। [QBR]
ଗୀତସଂହିତା 119 : 84 (IRVOR)
ତୁମ୍ଭ ଦାସ କେତେ ଦିନ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବ ? [QBR] ତୁମ୍ଭେ କେବେ ମୋ’ ତାଡ଼ନାକାରୀମାନଙ୍କର ବିଚାର କରିବ ? [QBR]
ଗୀତସଂହିତା 119 : 85 (IRVOR)
ଅହଙ୍କାରୀମାନେ ମୋ’ ପାଇଁ ଗର୍ତ୍ତ ଖୋଳିଅଛନ୍ତି, [QBR] ସେମାନେ ତୁମ୍ଭ ବ୍ୟବସ୍ଥାର ଅନୁଗାମୀ ନୁହଁନ୍ତି। [QBR]
ଗୀତସଂହିତା 119 : 86 (IRVOR)
ତୁମ୍ଭର ଆଜ୍ଞାସବୁ ବିଶ୍ୱସନୀୟ; [QBR] ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି; ତୁମ୍ଭେ ମୋହର ସାହାଯ୍ୟ କର। [QBR]
ଗୀତସଂହିତା 119 : 87 (IRVOR)
ସେମାନେ ପୃଥିବୀରେ ମୋତେ ପ୍ରାୟ ବିନାଶ କରିଥିଲେ; [§ ଅର୍ଥାତ୍ ପ୍ରାୟ ବଧ] [QBR] ମାତ୍ର ମୁଁ ତୁମ୍ଭର ବିଧାନସବୁ ତ୍ୟାଗ କଲି ନାହିଁ। [QBR]
ଗୀତସଂହିତା 119 : 88 (IRVOR)
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋ’ ଜୀବନକୁ ରକ୍ଷା [* ରକ୍ଷା ସଚେତ] କର; [QBR] ତହୁଁ ମୁଁ ତୁମ୍ଭ ମୁଖର ପ୍ରମାଣ-ବାକ୍ୟ ପାଳନ କରିବି। ଲାମଦ୍‍। [QBR]
ଗୀତସଂହିତା 119 : 89 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥାରେ ବିଶ୍ୱାସ} [PS] ହେ ସଦାପ୍ରଭୁ, ତୁମ୍ଭ ବାକ୍ୟ ଅନନ୍ତକାଳ [QBR] ନିମନ୍ତେ ସ୍ୱର୍ଗରେ ସଂସ୍ଥାପିତ ଅଛି। [QBR]
ଗୀତସଂହିତା 119 : 90 (IRVOR)
ତୁମ୍ଭର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ସ୍ଥାୟୀ; [QBR] ତୁମ୍ଭେ ପୃଥିବୀକୁ ସଂସ୍ଥାପନ କରିଅଛ ଓ ତାହା ସୁସ୍ଥିର ଥାଏ। [QBR]
ଗୀତସଂହିତା 119 : 91 (IRVOR)
ତୁମ୍ଭ ଶାସନାନୁସାରେ ଅଦ୍ୟାପି ସକଳ ସୁସ୍ଥିର; [QBR] କାରଣ ସମସ୍ତେ ତୁମ୍ଭର ଦାସ। [QBR]
ଗୀତସଂହିତା 119 : 92 (IRVOR)
ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇ ନ ଥିଲେ, [QBR] ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥା’ନ୍ତି। [QBR]
ଗୀତସଂହିତା 119 : 93 (IRVOR)
ତୁମ୍ଭର ବିଧାନସବୁ ମୁଁ କେବେ ପାସୋରିବି ନାହିଁ; [QBR] କାରଣ ତଦ୍ଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ। [QBR]
ଗୀତସଂହିତା 119 : 94 (IRVOR)
ମୋତେ ତ୍ରାଣ କର, ମୁଁ ତୁମ୍ଭର; [QBR] କାରଣ ମୁଁ ତୁମ୍ଭର ବିଧାନସବୁ ଅନ୍ୱେଷଣ କରିଅଛି। [QBR]
ଗୀତସଂହିତା 119 : 95 (IRVOR)
ଦୁଷ୍ଟମାନେ ମୋତେ ବିନାଶ କରିବା ପାଇଁ ଚାହିଁ ରହିଅଛନ୍ତି; [QBR] ମାତ୍ର ମୁଁ ତୁମ୍ଭର ପ୍ରମାଣ-ବାକ୍ୟ ବିବେଚନା କରିବି। [QBR]
ଗୀତସଂହିତା 119 : 96 (IRVOR)
ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି; [QBR] ମାତ୍ର ତୁମ୍ଭର ଆଜ୍ଞା ସୀମାହୀନ। [† ସୀମାହୀନ। ଅତିଶୟ ପ୍ରଶସ୍ତ] ମେମ୍‍। [QBR]
ଗୀତସଂହିତା 119 : 97 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରତି ଅନୁରାଗ} [PS] ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ। [QBR] ତାହା ସାରାଦିନ ମୋହର ଧ୍ୟାନ। [QBR]
ଗୀତସଂହିତା 119 : 98 (IRVOR)
ତୁମ୍ଭ ଆଜ୍ଞାସବୁ ମୋତେ ମୋ’ ଶତ୍ରୁଗଣଠାରୁ ଅଧିକ ଜ୍ଞାନବାନ କରେ; [QBR] କାରଣ ତାହାସବୁ ନିରନ୍ତର ମୋ’ ସଙ୍ଗେ ଥାଏ। [QBR]
ଗୀତସଂହିତା 119 : 99 (IRVOR)
ମୋହର ସମସ୍ତ ଗୁରୁ ଅପେକ୍ଷା ମୋ’ ବୁଦ୍ଧି ଅଧିକ; [QBR] କାରଣ ତୁମ୍ଭର ପ୍ରମାଣ-ବାକ୍ୟସବୁ ମୋହର ଧ୍ୟାନ। [QBR]
ଗୀତସଂହିତା 119 : 100 (IRVOR)
ମୁଁ ପ୍ରାଚୀନମାନଙ୍କ ଅପେକ୍ଷା ଅଧିକ ବୁଝେ। [QBR] ଯେଣୁ ମୁଁ ତୁମ୍ଭର ବିଧାନସବୁ ପାଳନ କରିଅଛି। [QBR]
ଗୀତସଂହିତା 119 : 101 (IRVOR)
ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି, [QBR] ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି। [QBR]
ଗୀତସଂହିତା 119 : 102 (IRVOR)
ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇ ନାହିଁ; [QBR] କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ। [QBR]
ଗୀତସଂହିତା 119 : 103 (IRVOR)
ମୋ’ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର ! [QBR] ହଁ, ମୋ’ ମୁଖକୁ ତାହା ମଧୁ ଅପେକ୍ଷା ମଧୁର ! [QBR]
ଗୀତସଂହିତା 119 : 104 (IRVOR)
ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧି ପ୍ରାପ୍ତ ହୁଏ; [QBR] ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ। ନୂନ୍‍। [QBR]
ଗୀତସଂହିତା 119 : 105 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥାର ଆଲୋକ} [PS] ତୁମ୍ଭ ବାକ୍ୟ ମୋ’ ଚରଣ ପାଇଁ ପ୍ରଦୀପ ଓ [QBR] ମୋ’ ପଥ ପାଇଁ ଆଲୁଅ ଅଟେ। [QBR]
ଗୀତସଂହିତା 119 : 106 (IRVOR)
ମୁଁ ତୁମ୍ଭର ଧର୍ମମୟ ଶାସନସବୁ ପାଳିବା ପାଇଁ [QBR] ଶପଥ କରିଅଛି ଓ ତାହା ସ୍ଥିର କରିଅଛି। [QBR]
ଗୀତସଂହିତା 119 : 107 (IRVOR)
ମୁଁ ଅତ୍ୟନ୍ତ ଦୁଃଖିତ ଅଛି; [QBR] ହେ ସଦାପ୍ରଭୁ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର। [QBR]
ଗୀତସଂହିତା 119 : 108 (IRVOR)
ହେ ସଦାପ୍ରଭୁ, ନିବେଦନ କରୁଅଛି, ମୋ’ ମୁଖର ସ୍ୱେଚ୍ଛାଦତ୍ତ ଉପହାର ଗ୍ରହଣ କର [QBR] ଓ ତୁମ୍ଭର ଶାସନସବୁ ମୋତେ ଶିଖାଅ। [QBR]
ଗୀତସଂହିତା 119 : 109 (IRVOR)
ମୋ’ ପ୍ରାଣ ନିରନ୍ତର ବିପଦରେ [‡ ହସ୍ତରେ ଅର୍ଥାତ୍ ହସ୍ତରେ] ଥାଏ; [QBR] ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାସୋରୁ ନାହିଁ। [QBR]
ଗୀତସଂହିତା 119 : 110 (IRVOR)
ଦୁଷ୍ଟମାନେ ମୋ’ ପାଇଁ ଫାନ୍ଦ ପାତିଅଛନ୍ତି; [QBR] ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ। [QBR]
ଗୀତସଂହିତା 119 : 111 (IRVOR)
ମୁଁ ତୁମ୍ଭ ପ୍ରମାଣ-ବାକ୍ୟସକଳକୁ ସଦାକାଳ [QBR] ଅଧିକାର ରୂପେ ଗ୍ରହଣ କରିଅଛି; [QBR] କାରଣ ତାହାସବୁ ମୋ’ ଚିତ୍ତର ଆହ୍ଲାଦଜନକ। [QBR]
ଗୀତସଂହିତା 119 : 112 (IRVOR)
ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧିସବୁ ପାଳନ [QBR] କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି। ସାମକ୍‍। [QBR]
ଗୀତସଂହିତା 119 : 113 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥାରେ ସୁରକ୍ଷା} [PS] ମୁଁ ଦ୍ୱିମନାମାନଙ୍କୁ ଘୃଣା କରେ; [QBR] ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ। [QBR]
ଗୀତସଂହିତା 119 : 114 (IRVOR)
ତୁମ୍ଭେ ମୋ’ ଲୁଚିବାର ସ୍ଥାନ ଓ ମୋହର ଢାଲ; [QBR] ମୁଁ ତୁମ୍ଭ ବାକ୍ୟରେ ଭରସା କରେ। [QBR]
ଗୀତସଂହିତା 119 : 115 (IRVOR)
ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା [QBR] ପରମେଶ୍ୱରଙ୍କ ଆଜ୍ଞାସବୁ ପାଳି ପାରିବି, ଏଥିପାଇଁ ମୋ’ ନିକଟରୁ ଦୂର ହୁଅ। [QBR]
ଗୀତସଂହିତା 119 : 116 (IRVOR)
ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ ମୋତେ ଧରି ରଖ [QBR] ଓ ମୋ’ ଭରସା ବିଷୟରେ ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ। [QBR]
ଗୀତସଂହିତା 119 : 117 (IRVOR)
ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦରହିତ ହେବି [QBR] ଓ ତୁମ୍ଭ ବିଧିସବୁ ସର୍ବଦା ମାନ୍ୟ କରିବି। [QBR]
ଗୀତସଂହିତା 119 : 118 (IRVOR)
ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛ ଜ୍ଞାନ କରିଅଛ; [QBR] କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା। [QBR]
ଗୀତସଂହିତା 119 : 119 (IRVOR)
ତୁମ୍ଭେ ପୃଥିବୀସ୍ଥ ଦୁଷ୍ଟସମସ୍ତଙ୍କୁ ଧାତୁର ଖାଦ ପରି ଦୂର କରିଥାଅ; [QBR] ଏଣୁ ମୁଁ ତୁମ୍ଭ ପ୍ରମାଣ-ବାକ୍ୟକୁ ସ୍ନେହ କରେ। [QBR]
ଗୀତସଂହିତା 119 : 120 (IRVOR)
ତୁମ୍ଭ ଭୟ ସକାଶୁ ମୋ’ ଶରୀର କମ୍ପିତ ହୁଏ [QBR] ଓ ତୁମ୍ଭ ଶାସନ ବିଷୟରେ ମୁଁ ଭୀତ ହୁଏ। ଅଇନ୍‍। [QBR]
ଗୀତସଂହିତା 119 : 121 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନ} [PS] ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି; [QBR] ମୋ’ ଉପଦ୍ରବୀମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ। [QBR]
ଗୀତସଂହିତା 119 : 122 (IRVOR)
ମଙ୍ଗଳ ନିମନ୍ତେ ଆପଣା ଦାସର ଲଗା ହୁଅ; [QBR] ଅହଙ୍କାରୀମାନଙ୍କୁ ମୋ’ ପ୍ରତି ଉପଦ୍ରବ କରିବାକୁ ଦିଅ ନାହିଁ। [QBR]
ଗୀତସଂହିତା 119 : 123 (IRVOR)
ତୁମ୍ଭର ପରିତ୍ରାଣ ଓ ତୁମ୍ଭର ଧର୍ମମୟ ବାକ୍ୟ ନିମନ୍ତେ [QBR] ମୋହର ଚକ୍ଷୁ କ୍ଷୀଣ ହେଉଅଛି। [QBR]
ଗୀତସଂହିତା 119 : 124 (IRVOR)
ତୁମ୍ଭ ଦୟାନୁସାରେ ଆପଣା ଦାସ ପ୍ରତି ବ୍ୟବହାର କର [QBR] ଓ ତୁମ୍ଭର ବିଧି ମୋତେ ଶିଖାଅ। [QBR]
ଗୀତସଂହିତା 119 : 125 (IRVOR)
ମୁଁ ତୁମ୍ଭର ଦାସ, ଯେପରି ମୁଁ ତୁମ୍ଭର [QBR] ପ୍ରମାଣ-ବାକ୍ୟସକଳ ଜ୍ଞାତ ହେବି, ଏଥିପାଇଁ ମୋତେ ବୁଦ୍ଧି ଦିଅ। [QBR]
ଗୀତସଂହିତା 119 : 126 (IRVOR)
ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି; [QBR] କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି। [QBR]
ଗୀତସଂହିତା 119 : 127 (IRVOR)
ଏହେତୁ ମୁଁ ସୁବର୍ଣ୍ଣ ଓ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା [QBR] ତୁମ୍ଭ ଆଜ୍ଞାସମୂହକୁ ସ୍ନେହ କରେ। [QBR]
ଗୀତସଂହିତା 119 : 128 (IRVOR)
ଏଣୁ ମୁଁ ସବୁ ବିଷୟରେ ତୁମ୍ଭର ସକଳ ବିଧାନ ଯଥାର୍ଥ ଜ୍ଞାନ କରେ [QBR] ଓ ପ୍ରତ୍ୟେକ ମିଥ୍ୟାପଥ ଘୃଣା କରେ। ପେ। [QBR]
ଗୀତସଂହିତା 119 : 129 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ ସ୍ପୃହା} [PS] ତୁମ୍ଭ ପ୍ରମାଣ-ବାକ୍ୟସକଳ ଆଶ୍ଚର୍ଯ୍ୟ; [QBR] ଏଥିପାଇଁ ମୋ’ ପ୍ରାଣ ତାହାସବୁ ପାଳନ କରେ। [QBR]
ଗୀତସଂହିତା 119 : 130 (IRVOR)
ତୁମ୍ଭ ବାକ୍ୟର ବିକାଶ ଆଲୁଅ ପ୍ରଦାନ କରେ; [QBR] ତାହା ନିର୍ବୋଧକୁ ବୋଧ ଦିଏ। [QBR]
ଗୀତସଂହିତା 119 : 131 (IRVOR)
ମୁଁ ତୁମ୍ଭ ଆଜ୍ଞାର ଆକାଂକ୍ଷାରେ [QBR] ଆପଣା ମୁଖ ଫର୍ଚା କରି ଫିଟାଇ ପକାଇଲି। [QBR]
ଗୀତସଂହିତା 119 : 132 (IRVOR)
ତୁମ୍ଭେ ଆପଣା ନାମର ପ୍ରେମକାରୀମାନଙ୍କ ପ୍ରତି [QBR] ଯେପରି କରିଥାଅ, ସେପରି ମୋ’ ପ୍ରତି ଫେର ଓ ମୋତେ ଦୟା କର। [QBR]
ଗୀତସଂହିତା 119 : 133 (IRVOR)
ତୁମ୍ଭ ବାକ୍ୟାନୁସାରେ ମୋ’ ପାଦଗତି ସଜାଡ଼ [QBR] ଓ ମୋ’ ଉପରେ କୌଣସି ଅଧର୍ମକୁ ରାଜତ୍ୱ କରିବାକୁ ଦିଅ ନାହିଁ। [QBR]
ଗୀତସଂହିତା 119 : 134 (IRVOR)
ମନୁଷ୍ୟର ଉପଦ୍ରବରୁ ମୋତେ ମୁକ୍ତ କର; [QBR] ତହିଁରେ ମୁଁ ତୁମ୍ଭର ବିଧାନସବୁ ପାଳନ କରିବି। [QBR]
ଗୀତସଂହିତା 119 : 135 (IRVOR)
ତୁମ୍ଭ ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର [QBR] ଓ ତୁମ୍ଭର ବିଧିସବୁ ମୋତେ ଶିଖାଅ। [QBR]
ଗୀତସଂହିତା 119 : 136 (IRVOR)
ଲୋକମାନେ ତୁମ୍ଭର ବ୍ୟବସ୍ଥା ପାଳନ ନ କରିବାରୁ [QBR] ମୋ’ ଚକ୍ଷୁରୁ ଜଳଧାରା ବହୁଅଛି। ସାଦେ। [QBR]
ଗୀତସଂହିତା 119 : 137 (IRVOR)
{ପରମେଶ୍ୱରଙ୍କ ନ୍ୟାୟୋଚିତ ବ୍ୟବସ୍ଥା} [PS] ହେ ସଦାପ୍ରଭୁ, ତୁମ୍ଭେ ଧର୍ମମୟ ଓ [QBR] ତୁମ୍ଭର ଶାସନସକଳ ସରଳ। [QBR]
ଗୀତସଂହିତା 119 : 138 (IRVOR)
ତୁମ୍ଭେ ଧର୍ମରେ ଓ ଅତି ବିଶ୍ୱସ୍ତତାରେ [QBR] ଆପଣା ପ୍ରମାଣ-ବାକ୍ୟସବୁ ଆଜ୍ଞା କରିଅଛ। [QBR]
ଗୀତସଂହିତା 119 : 139 (IRVOR)
ମୋହର ଉଦ୍‍ଯୋଗ ମୋତେ ଗ୍ରାସ କରିଅଛି, [QBR] କାରଣ ମୋହର ବିପକ୍ଷଗଣ ତୁମ୍ଭର ବାକ୍ୟସବୁ ପାସୋରି ଅଛନ୍ତି। [QBR]
ଗୀତସଂହିତା 119 : 140 (IRVOR)
ତୁମ୍ଭର ବାକ୍ୟ ଅତ୍ୟନ୍ତ ନିର୍ମଳ; [QBR] ତହିଁ ପାଇଁ ତୁମ୍ଭ ଦାସ ତାହା ସ୍ନେହ କରେ। [QBR]
ଗୀତସଂହିତା 119 : 141 (IRVOR)
ମୁଁ କ୍ଷୁଦ୍ର ଓ ତୁଚ୍ଛୀକୃତ; [QBR] ତଥାପି ମୁଁ ତୁମ୍ଭର ବିଧାନସବୁ ପାସୋରୁ ନାହିଁ। [QBR]
ଗୀତସଂହିତା 119 : 142 (IRVOR)
ତୁମ୍ଭର ଧର୍ମ ଅନନ୍ତକାଳସ୍ଥାୟୀ ଧର୍ମ [QBR] ଓ ତୁମ୍ଭର ବ୍ୟବସ୍ଥା ସତ୍ୟ। [QBR]
ଗୀତସଂହିତା 119 : 143 (IRVOR)
କ୍ଳେଶ ଓ ଯନ୍ତ୍ରଣା ମୋତେ ଆକ୍ରମଣ କରିଅଛି; [QBR] ତେବେ ହେଁ ତୁମ୍ଭର ଆଜ୍ଞାସମୂହ ମୋହର ଆହ୍ଲାଦଜନକ। [QBR]
ଗୀତସଂହିତା 119 : 144 (IRVOR)
ତୁମ୍ଭର ପ୍ରମାଣ-ବାକ୍ୟସକଳ ସଦାକାଳ ଧର୍ମମୟ; [QBR] ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ବଞ୍ଚିବି। କଫ। [QBR]
ଗୀତସଂହିତା 119 : 145 (IRVOR)
{ଉଦ୍ଧାର ପାଇବା ପାଇଁ ପ୍ରାର୍ଥନା} [PS] ମୁଁ ସର୍ବାନ୍ତଃକରଣରେ ପ୍ରାର୍ଥନା କରିଅଛି; “ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ; [QBR] ମୁଁ ତୁମ୍ଭର ବିଧି ପାଳନ କରିବି। [QBR]
ଗୀତସଂହିତା 119 : 146 (IRVOR)
ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି; ମୋତେ ତ୍ରାଣ କର, [QBR] ତହିଁରେ ମୁଁ ତୁମ୍ଭର ପ୍ରମାଣ-ବାକ୍ୟସବୁ ମାନିବି।” [QBR]
ଗୀତସଂହିତା 119 : 147 (IRVOR)
ମୁଁ ଅରୁଣୋଦୟ ପୂର୍ବେ ଆର୍ତ୍ତନାଦ କଲି; [QBR] ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଲି। [QBR]
ଗୀତସଂହିତା 119 : 148 (IRVOR)
ମୁଁ ଯେପରି ତୁମ୍ଭ ବାକ୍ୟ ଧ୍ୟାନ କରିବି, [QBR] ଏଥିପାଇଁ ରାତ୍ରିର ପ୍ରତ୍ୟେକ ପ୍ରହର ପୂର୍ବେ ମୋହର ଚକ୍ଷୁ ପ୍ରସ୍ତୁତ ହେଲା। [QBR]
ଗୀତସଂହିତା 119 : 149 (IRVOR)
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଅନୁସାରେ ମୋହର ରବ ଶୁଣ; [QBR] ହେ ସଦାପ୍ରଭୁ, ଆପଣା ଶାସନାନୁସାରେ ମୋତେ ସଚେତ କର। [QBR]
ଗୀତସଂହିତା 119 : 150 (IRVOR)
ଦୁଷ୍ଟତାର ଅନୁଗାମୀ ଲୋକମାନେ ନିକଟକୁ ଆସୁଅଛନ୍ତି; [QBR] ସେମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରବର୍ତ୍ତୀ। [QBR]
ଗୀତସଂହିତା 119 : 151 (IRVOR)
ହେ ସଦାପ୍ରଭୁ, ତୁମ୍ଭେ ନିକଟବର୍ତ୍ତୀ [QBR] ଓ ତୁମ୍ଭ ଆଜ୍ଞାସକଳ ସତ୍ୟ। [QBR]
ଗୀତସଂହିତା 119 : 152 (IRVOR)
ମୁଁ ପୂର୍ବଠାରୁ ତୁମ୍ଭ ପ୍ରମାଣ-ବାକ୍ୟରୁ ଜାଣିଅଛି ଯେ, [QBR] ତୁମ୍ଭେ ସଦାକାଳ ନିମନ୍ତେ ତାହା ସ୍ଥାପନ କରିଅଛ। ରେଶ୍‍। [QBR]
ଗୀତସଂହିତା 119 : 153 (IRVOR)
{ସହାୟତା ପାଇଁ ଅନୁନୟ} [PS] ମୋର କ୍ଲେଶ ବିବେଚନା କର ଓ ମୋତେ ଉଦ୍ଧାର କର; [QBR] କାରଣ ମୁଁ ତୁମ୍ଭର ବ୍ୟବସ୍ଥା ପାସୋରୁ ନାହିଁ। [QBR]
ଗୀତସଂହିତା 119 : 154 (IRVOR)
ତୁମ୍ଭେ ମୋହର ବିବାଦ ନିଷ୍ପତ୍ତି କର ଓ ମୋତେ ମୁକ୍ତ କର; [QBR] ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର। [QBR]
ଗୀତସଂହିତା 119 : 155 (IRVOR)
ପରିତ୍ରାଣ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଏ; [QBR] କାରଣ ସେମାନେ ତୁମ୍ଭର ବିଧିସବୁ ଅନୁସନ୍ଧାନ କରନ୍ତି ନାହିଁ। [QBR]
ଗୀତସଂହିତା 119 : 156 (IRVOR)
ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବହୁବିଧ; [QBR] ତୁମ୍ଭର ଶାସନାନୁସାରେ ମୋତେ ସଚେତ କର। [QBR]
ଗୀତସଂହିତା 119 : 157 (IRVOR)
ମୋହର ତାଡ଼ନାକାରୀ ଓ ବିପକ୍ଷ ଅନେକ; [QBR] ତଥାପି ମୁଁ ତୁମ୍ଭ ପ୍ରମାଣ-ବାକ୍ୟରୁ ବିମୁଖ ହୋଇ ନାହିଁ। [QBR]
ଗୀତସଂହିତା 119 : 158 (IRVOR)
ମୁଁ ବିଶ୍ୱାସଘାତକମାନଙ୍କୁ ଦେଖି ଦୁଃଖିତ ହେଲି; [QBR] କାରଣ ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ। [QBR]
ଗୀତସଂହିତା 119 : 159 (IRVOR)
ମୁଁ ତୁମ୍ଭ ବିଧାନସବୁ କିପରି ସ୍ନେହ କରେ, [QBR] ଏହା ବିବେଚନା କର; ହେ ସଦାପ୍ରଭୁ, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାରେ ମୋତେ ସଚେତ କର। [QBR]
ଗୀତସଂହିତା 119 : 160 (IRVOR)
ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ ଓ [QBR] ତୁମ୍ଭର ଧର୍ମମୟ ପ୍ରତ୍ୟେକ ଶାସନ ନିତ୍ୟସ୍ଥାୟୀ। ଶିନ୍‍। [QBR]
ଗୀତସଂହିତା 119 : 161 (IRVOR)
{ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରତି ନିଷ୍ଠା} [PS] ଅଧିପତିମାନେ ଅକାରଣରେ ମୋତେ ତାଡ଼ନା କରିଅଛନ୍ତି; [QBR] ମାତ୍ର ମୋହର ମନ ତୁମ୍ଭ ବାକ୍ୟରେ ଭୀତ ଥାଏ। [QBR]
ଗୀତସଂହିତା 119 : 162 (IRVOR)
କେହି ପ୍ରଚୁର ଲୁଟଧନ ପାଇବା ପରି [QBR] ମୁଁ ତୁମ୍ଭ ବାକ୍ୟରେ ଆନନ୍ଦ କରେ। [QBR]
ଗୀତସଂହିତା 119 : 163 (IRVOR)
ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ; [QBR] ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ। [QBR]
ଗୀତସଂହିତା 119 : 164 (IRVOR)
ତୁମ୍ଭର ଧର୍ମମୟ ଶାସନ ସକାଶୁ [QBR] ମୁଁ ଦିନ ମଧ୍ୟରେ ସାତ ଥର ତୁମ୍ଭର ପ୍ରଶଂସା କରେ। [QBR]
ଗୀତସଂହିତା 119 : 165 (IRVOR)
ତୁମ୍ଭ ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି; [QBR] ପୁଣି, ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ ନାହିଁ। [QBR]
ଗୀତସଂହିତା 119 : 166 (IRVOR)
ହେ ସଦାପ୍ରଭୁ, ମୁଁ ତୁମ୍ଭର ପରିତ୍ରାଣ ପାଇଁ ପ୍ରତ୍ୟାଶା କରିଅଛି, [QBR] ଓ ତୁମ୍ଭର ଆଜ୍ଞାସବୁ ପାଳନ କରିଅଛି। [QBR]
ଗୀତସଂହିତା 119 : 167 (IRVOR)
ମୋହର ପ୍ରାଣ ତୁମ୍ଭ ପ୍ରମାଣ-ବାକ୍ୟସବୁ ମାନିଅଛି [QBR] ଓ ମୁଁ ତାହାସବୁ ଅତିଶୟ ସ୍ନେହ କରେ। [QBR]
ଗୀତସଂହିତା 119 : 168 (IRVOR)
ମୁଁ ତୁମ୍ଭର ବିଧାନ ଓ ପ୍ରମାଣ-ବାକ୍ୟସବୁ ମାନିଅଛି। [QBR] କାରଣ ମୋହର ସବୁ ଗତି ତୁମ୍ଭ ସମ୍ମୁଖରେ ଅଛି। ତୌ। [QBR]
ଗୀତସଂହିତା 119 : 169 (IRVOR)
{ସହାୟତା ପାଇଁ ପ୍ରାର୍ଥନା} [PS] ହେ ସଦାପ୍ରଭୁ, ମୋହର କାକୂକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ; [QBR] ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର। [QBR]
ଗୀତସଂହିତା 119 : 170 (IRVOR)
ମୋ’ ନିବେଦନ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହେଉ; [QBR] ତୁମ୍ଭ ବାକ୍ୟାନୁସାରେ ମୋତେ ଉଦ୍ଧାର କର। [QBR]
ଗୀତସଂହିତା 119 : 171 (IRVOR)
ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ; [QBR] କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ। [QBR]
ଗୀତସଂହିତା 119 : 172 (IRVOR)
ମୋ’ ଜିହ୍ୱା ତୁମ୍ଭ ବାକ୍ୟ ବିଷୟ କୀର୍ତ୍ତନ କରୁ; [QBR] କାରଣ ତୁମ୍ଭର ଆଜ୍ଞାସକଳ ଧର୍ମମୟ। [QBR]
ଗୀତସଂହିତା 119 : 173 (IRVOR)
ମୋହର ସାହାଯ୍ୟାର୍ଥେ ତୁମ୍ଭର ହସ୍ତ ପ୍ରସ୍ତୁତ ହେଉ, [QBR] କାରଣ ମୁଁ ତୁମ୍ଭର ବିଧାନସବୁ ମନୋନୀତ କରିଅଛି। [QBR]
ଗୀତସଂହିତା 119 : 174 (IRVOR)
ହେ ସଦାପ୍ରଭୁ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା କରିଅଛି; [QBR] ପୁଣି, ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ। [QBR]
ଗୀତସଂହିତା 119 : 175 (IRVOR)
ମୋତେ ଜୀବିତ ରଖ, ତହିଁରେ ମୁଁ ତୁମ୍ଭର ପ୍ରଶଂସା କରିବ [QBR] ଓ ତୁମ୍ଭର ଶାସନସକଳ ମୋହର ସାହାଯ୍ୟ କରୁ। [QBR]
ଗୀତସଂହିତା 119 : 176 (IRVOR)
ମୁଁ ହଜାମେଷ ପରି ବିପଥଗାମୀ ହୋଇଅଛି; [QBR] ଆପଣା ଦାସକୁ ଖୋଜ; [QBR] କାରଣ ମୁଁ ତୁମ୍ଭ ଆଜ୍ଞାସକଳ ପାସୋରୁ ନାହିଁ। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65 66 67 68 69 70 71 72 73 74 75 76 77 78 79 80 81 82 83 84 85 86 87 88 89 90 91 92 93 94 95 96 97 98 99 100 101 102 103 104 105 106 107 108 109 110 111 112 113 114 115 116 117 118 119 120 121 122 123 124 125 126 127 128 129 130 131 132 133 134 135 136 137 138 139 140 141 142 143 144 145 146 147 148 149 150 151 152 153 154 155 156 157 158 159 160 161 162 163 164 165 166 167 168 169 170 171 172 173 174 175 176

BG:

Opacity:

Color:


Size:


Font: