ଗୀତସଂହିତା 115 : 1 (IRVOR)
{ଏକମାତ୍ର ସତ୍ୟ ପରମେଶ୍ୱର} [PS] ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ନୁହେଁ, ଆମ୍ଭମାନଙ୍କୁ ନୁହେଁ, [QBR] ମାତ୍ର ତୁମ୍ଭ ଦୟା ଓ ତୁମ୍ଭ ସତ୍ୟତା ସକାଶେ [QBR] ଆପଣା ନାମକୁ ଗୌରବାନ୍ୱିତ କର। [QBR]
ଗୀତସଂହିତା 115 : 2 (IRVOR)
“ଏବେ ସେମାନଙ୍କର ପରମେଶ୍ୱର କାହାନ୍ତି,” ଏହା [QBR] ଅନ୍ୟ ଦେଶୀୟମାନେ କାହିଁକି କହିବେ ? [QBR]
ଗୀତସଂହିତା 115 : 3 (IRVOR)
ମାତ୍ର ଆମ୍ଭମାନଙ୍କ ପରମେଶ୍ୱର ସ୍ୱର୍ଗରେ ଅଛନ୍ତି; [QBR] ଯାହା ତାହାଙ୍କର ଇଚ୍ଛା, ତାହା ସେ କରିଅଛନ୍ତି। [QBR]
ଗୀତସଂହିତା 115 : 4 (IRVOR)
ସେମାନଙ୍କର ପ୍ରତିମାସବୁ ରୂପା ଓ ସୁନା, [QBR] ମନୁଷ୍ୟର ହସ୍ତକୃତ କର୍ମ ଅଟେ। [QBR]
ଗୀତସଂହିତା 115 : 5 (IRVOR)
ସେମାନଙ୍କର ମୁଖ ଅଛି, ମାତ୍ର ସେମାନେ କଥା କହନ୍ତି ନାହିଁ; [QBR] ଚକ୍ଷୁ ସେମାନଙ୍କର ଅଛି, ମାତ୍ର ସେମାନେ ଦେଖନ୍ତି ନାହିଁ। [QBR]
ଗୀତସଂହିତା 115 : 6 (IRVOR)
ସେମାନଙ୍କର କର୍ଣ୍ଣ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ; [QBR] ନାସିକା ସେମାନଙ୍କର ଅଛି, ମାତ୍ର ସେମାନେ ଆଘ୍ରାଣ କରନ୍ତି ନାହିଁ; [QBR]
ଗୀତସଂହିତା 115 : 7 (IRVOR)
ସେମାନଙ୍କର ହସ୍ତ ଅଛି, ମାତ୍ର ସେମାନେ ସ୍ପର୍ଶ କରନ୍ତି ନାହିଁ; [QBR] ଚରଣ ସେମାନଙ୍କର ଅଛି, ମାତ୍ର ସେମାନେ ଗମନ କରନ୍ତି ନାହିଁ; [QBR] କିଅବା କଣ୍ଠରେ ସେମାନେ କଥା କହନ୍ତି ନାହିଁ। [QBR]
ଗୀତସଂହିତା 115 : 8 (IRVOR)
ସେମାନଙ୍କର ନିର୍ମାଣକାରୀମାନେ ଓ [QBR] ସେମାନଙ୍କଠାରେ ନିର୍ଭରକାରୀମାନେ ସେମାନଙ୍କ ତୁଲ୍ୟ ହେବେ। [QBR]
ଗୀତସଂହିତା 115 : 9 (IRVOR)
ହେ ଇସ୍ରାଏଲ, ତୁମ୍ଭେ ସଦାପ୍ରଭୁଙ୍କଠାରେ ନିର୍ଭର କର; [QBR] ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ। [QBR]
ଗୀତସଂହିତା 115 : 10 (IRVOR)
ହେ ହାରୋଣ-ବଂଶ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର; [QBR] ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ। [QBR]
ଗୀତସଂହିତା 115 : 11 (IRVOR)
ହେ ସଦାପ୍ରଭୁଙ୍କ ଭୟକାରୀଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କଠାରେ ନିର୍ଭର କର; [QBR] ସେ ସେମାନଙ୍କର ସହାୟ ଓ ସେମାନଙ୍କର ଢାଲ। [QBR]
ଗୀତସଂହିତା 115 : 12 (IRVOR)
ସଦାପ୍ରଭୁ ଆମ୍ଭମାନଙ୍କ ବିଷୟରେ ମନୋଯୋଗୀ ହୋଇଅଛନ୍ତି; ସେ ଆମ୍ଭମାନଙ୍କୁ ଆଶୀର୍ବାଦ କରିବେ; [QBR] ସେ ଇସ୍ରାଏଲ-ବଂଶକୁ ଆଶୀର୍ବାଦ କରିବେ; [QBR] ସେ ହାରୋଣ-ବଂଶକୁ ଆଶୀର୍ବାଦ କରିବେ। [QBR]
ଗୀତସଂହିତା 115 : 13 (IRVOR)
ସେ ସଦାପ୍ରଭୁଙ୍କ ଭୟକାରୀ [QBR] ସାନ ଓ ବଡ଼ ସମସ୍ତଙ୍କୁ ଆଶୀର୍ବାଦ କରିବେ। [QBR]
ଗୀତସଂହିତା 115 : 14 (IRVOR)
ସଦାପ୍ରଭୁ ତୁମ୍ଭମାନଙ୍କୁ, [QBR] ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କ ସନ୍ତାନଗଣକୁ ଆହୁରି ଆହୁରି ବୃଦ୍ଧି କରନ୍ତୁ। [QBR]
ଗୀତସଂହିତା 115 : 15 (IRVOR)
ତୁମ୍ଭେମାନେ ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା [QBR] ସଦାପ୍ରଭୁଙ୍କର ଆଶୀର୍ବାଦପାତ୍ର ଅଟ। [QBR]
ଗୀତସଂହିତା 115 : 16 (IRVOR)
ସ୍ୱର୍ଗ ସଦାପ୍ରଭୁଙ୍କର ସ୍ୱର୍ଗ; [QBR] ମାତ୍ର ସେ ମନୁଷ୍ୟ-ସନ୍ତାନଗଣକୁ ପୃଥିବୀ ଦେଇଅଛନ୍ତି। [QBR]
ଗୀତସଂହିତା 115 : 17 (IRVOR)
ମୃତମାନେ, କିଅବା ଯେଉଁମାନେ ନୀରବ ସ୍ଥାନରେ ଅବରୋହଣ କରନ୍ତି, [QBR] ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ; [QBR]
ଗୀତସଂହିତା 115 : 18 (IRVOR)
ମାତ୍ର ଆମ୍ଭେମାନେ ଆଜିଠାରୁ ଅନନ୍ତକାଳ ପର୍ଯ୍ୟନ୍ତ [QBR] ସଦାପ୍ରଭୁଙ୍କର ଧନ୍ୟବାଦ କରିବା। [QBR] ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। [PE]

1 2 3 4 5 6 7 8 9 10 11 12 13 14 15 16 17 18

BG:

Opacity:

Color:


Size:


Font: