ଗୀତସଂହିତା 114 : 1 (IRVOR)
{ନିସ୍ତାର ପର୍ବ ସଙ୍ଗୀତ} [PS] ଯେତେବେଳେ ଇସ୍ରାଏଲ ମିସରରୁ [QBR] ଓ ଯାକୁବ-ବଂଶ ଅନ୍ୟ ଭାଷାବାଦୀ ଲୋକଙ୍କ ମଧ୍ୟରୁ ବାହାରିଲେ; [QBR]
ଗୀତସଂହିତା 114 : 2 (IRVOR)
ସେତେବେଳେ ଯିହୁଦା ତାହାଙ୍କ ଧର୍ମଧାମ ଓ [QBR] ଇସ୍ରାଏଲ ତାହାଙ୍କ ରାଜ୍ୟ ହେଲା, [QBR]
ଗୀତସଂହିତା 114 : 3 (IRVOR)
ସମୁଦ୍ର ତାହା ଦେଖି ପଳାଇଲା; [QBR] ଯର୍ଦ୍ଦନ ଉଜାଣି ବହିଲା। [QBR]
ଗୀତସଂହିତା 114 : 4 (IRVOR)
ପର୍ବତଗଣ ମେଷ ପରି ଓ [QBR] ଉପପର୍ବତଗଣ ମେଷଶାବକ ପରି ଡିଆଁ ମାରିଲେ। [QBR]
ଗୀତସଂହିତା 114 : 5 (IRVOR)
ତୁମ୍ଭର କ’ଣ ହେଲା ଯେ, ହେ ସମୁଦ୍ର, ତୁମ୍ଭେ ପଳାଉଅଛ ? [QBR] ହେ ଯର୍ଦ୍ଦନ, ତୁମ୍ଭେ ଉଜାଣି ବହୁଅଛ ? [QBR]
ଗୀତସଂହିତା 114 : 6 (IRVOR)
ହେ ପର୍ବତଗଣ, ତୁମ୍ଭେମାନେ ମେଷ ପରି, [QBR] ହେ ଉପପର୍ବତଗଣ, ତୁମ୍ଭେମାନେ ମେଷଶାବକ ପରି ଡିଆଁ ମାରୁଅଛ ? [QBR]
ଗୀତସଂହିତା 114 : 7 (IRVOR)
ହେ ପୃଥିବୀ, ତୁମ୍ଭେ ପ୍ରଭୁଙ୍କ ଛାମୁରେ, [QBR] ଯାକୁବର ପରମେଶ୍ୱରଙ୍କ ଛାମୁରେ କମ୍ପିତ ହୁଅ; [QBR]
ଗୀତସଂହିତା 114 : 8 (IRVOR)
ସେ ଶୈଳକୁ ଜଳାଶୟ, [QBR] ଚକ୍‍ମକି ପ୍ରସ୍ତରକୁ ନିର୍ଝର କଲେ। [PE]

1 2 3 4 5 6 7 8

BG:

Opacity:

Color:


Size:


Font: