ଗୀତସଂହିତା 11 : 1 (IRVOR)
{ସଦାପ୍ରଭୁଙ୍କଠାରେ ନିର୍ଭର} [PS] ମୁଁ ସଦାପ୍ରଭୁଙ୍କଠାରେ ଶରଣ ନିଏ; [QBR] ତୁମ୍ଭେମାନେ କିପରି ମୋ’ ପ୍ରାଣକୁ କହୁଅଛ, [QBR] ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିଯାଅ ? [QBR]
ଗୀତସଂହିତା 11 : 2 (IRVOR)
କାରଣ ଦେଖ ! ଦୁଷ୍ଟମାନେ ସରଳଚିତ୍ତ ଲୋକକୁ ଅନ୍ଧକାରରେ ବିନ୍ଧିବା ପାଇଁ ଧନୁ ନୁଆଁନ୍ତି, [QBR] ସେମାନେ ଗୁଣରେ ତୀରଯୁକ୍ତ କରନ୍ତି। [QBR]
ଗୀତସଂହିତା 11 : 3 (IRVOR)
ଯଦି ଭିତ୍ତିମୂଳ ଉତ୍ପାଟିତ ହୁଏ, [QBR] ତେବେ ଧାର୍ମିକ କ’ଣ କରି ପାରିବ ? [QBR]
ଗୀତସଂହିତା 11 : 4 (IRVOR)
ସଦାପ୍ରଭୁ ଆପଣା ପବିତ୍ର ମନ୍ଦିରରେ ଅଛନ୍ତି, [QBR] ସଦାପ୍ରଭୁଙ୍କର ସିଂହାସନ ସ୍ୱର୍ଗରେ, [QBR] ତାହାଙ୍କ ଚକ୍ଷୁ ନିରୀକ୍ଷଣ କରେ, ତାହାଙ୍କ ଚକ୍ଷୁର ପତା ମନୁଷ୍ୟ-ସନ୍ତାନମାନଙ୍କୁ ପରୀକ୍ଷା କରେ। [QBR]
ଗୀତସଂହିତା 11 : 5 (IRVOR)
ସଦାପ୍ରଭୁ ଧାର୍ମିକର ପରୀକ୍ଷା କରନ୍ତି; [QBR] ମାତ୍ର ଦୁଷ୍ଟ ଓ ଦୌରାତ୍ମ୍ୟପ୍ରିୟ ଲୋକକୁ ସେ ଘୃଣା କରନ୍ତି। [QBR]
ଗୀତସଂହିତା 11 : 6 (IRVOR)
ସେ ଦୁଷ୍ଟମାନଙ୍କ ଉପରେ ଜାଲ ବର୍ଷାଇବେ; [QBR] ଅଗ୍ନି, ଗନ୍ଧକ ଓ ଝାଞ୍ଜି ପବନ ସେମାନଙ୍କ ପାନପାତ୍ରର ଅଂଶ ହେବ। [QBR]
ଗୀତସଂହିତା 11 : 7 (IRVOR)
କାରଣ ସଦାପ୍ରଭୁ ଧର୍ମମୟ; ସେ ଧାର୍ମିକତାକୁ ପ୍ରେମ କରନ୍ତି; [QBR] ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ। [PE]

1 2 3 4 5 6 7

BG:

Opacity:

Color:


Size:


Font: