ଗୀତସଂହିତା 104 : 1 (IRVOR)
{ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ସ୍ତୁତି} [PS] ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। [QBR] ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭେ ଅତି ମହାନ; [QBR] ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ। [QBR]
ଗୀତସଂହିତା 104 : 2 (IRVOR)
ତୁମ୍ଭେ ବସ୍ତ୍ର ପରି ଦୀପ୍ତି ପରିଧାନ କରିଅଛ; [QBR] ତୁମ୍ଭେ ଚନ୍ଦ୍ରାତପ ପରି ଆକାଶମଣ୍ଡଳ ବିସ୍ତାର କରିଅଛ। [QBR]
ଗୀତସଂହିତା 104 : 3 (IRVOR)
ତୁମ୍ଭେ ଜଳରାଶି ଉପରେ ଆପଣା କୋଠରିର କଡ଼ିକାଷ୍ଠ ପକାଇଅଛ; [QBR] ତୁମ୍ଭେ ମେଘମାଳକୁ ଆପଣା ରଥ କରିଥାଅ; [QBR] ତୁମ୍ଭେ ବାୟୁର ପକ୍ଷ ଉପରେ ଗମନାଗମନ କରୁଅଛ। [QBR]
ଗୀତସଂହିତା 104 : 4 (IRVOR)
ତୁମ୍ଭେ ବାୟୁକୁ ଆପଣାର ଦୂତ କର; [* ତୁମ୍ଭେ ବାୟୁକୁ ଆପଣାର ଦୂତ କର; ଅର୍ଥାତ୍ ତୁମ୍ଭେ ଆପଣାର ଦୂତକୁ ବାୟୁ ପରି କର;] [QBR] ଅଗ୍ନିଶିଖାକୁ ଆପଣାର ପରିଚାରକ କର। [† ଅଗ୍ନିଶିଖାକୁ ଆପଣାର ପରିଚାରକ କର। ଅର୍ଥାତ୍ ଆପଣାର ପରିଚାରକକୁ ଅଗ୍ନିଶିଖା ତୁଲ୍ୟ କର] [QBR]
ଗୀତସଂହିତା 104 : 5 (IRVOR)
ତୁମ୍ଭେ ପୃଥିବୀର ମୂଳ ଏପରି ସ୍ଥାପନ କରିଅଛ ଯେ, [QBR] ତାହା କଦାପି ବିଚଳିତ ହେବ ନାହିଁ। [QBR]
ଗୀତସଂହିତା 104 : 6 (IRVOR)
ତୁମ୍ଭେ ତାହାକୁ ବସ୍ତ୍ର ପରି ବାରିଧିରେ ଆଚ୍ଛାଦନ କଲ; [QBR] ପର୍ବତଗଣ ଉପରେ ଜଳରାଶି ଠିଆ ହେଲା। [QBR]
ଗୀତସଂହିତା 104 : 7 (IRVOR)
ତୁମ୍ଭ ଧମକରେ ସେସବୁ ପଳାଇଲେ; [QBR] ତୁମ୍ଭ ବଜ୍ରଧ୍ୱନିରେ ସେସବୁ ଶୀଘ୍ର ଚାଲିଗଲେ; [QBR]
ଗୀତସଂହିତା 104 : 8 (IRVOR)
ସେସବୁ ପର୍ବତଗଣ ଉପରେ ଉଠି ଓ ସମସ୍ଥଳରେ ଓହ୍ଲାଇ [QBR] ସେମାନଙ୍କ ନିମନ୍ତେ ତୁମ୍ଭର ନିରୂପିତ ସ୍ଥାନକୁ ଚାଲିଗଲେ। [QBR]
ଗୀତସଂହିତା 104 : 9 (IRVOR)
ସେମାନେ ଯେପରି ସୀମା ଲଙ୍ଘନ ନ କରିବେ [QBR] ଓ ପୃଥିବୀକୁ ଆଚ୍ଛାଦନ କରିବା ପାଇଁ ପୁନର୍ବାର ଫେରି ନ ଆସିବେ, [QBR] ଏଥିପାଇଁ ତୁମ୍ଭେ ଏକ ସୀମା ନିରୂପଣ କରିଅଛ। [QBR]
ଗୀତସଂହିତା 104 : 10 (IRVOR)
ସେ ଉପତ୍ୟକାସମୂହରେ ନିର୍ଝର ବୁହାନ୍ତି; [QBR] ତାହା ପର୍ବତଗଣ ମଧ୍ୟରେ ଧାଏଁ; [QBR]
ଗୀତସଂହିତା 104 : 11 (IRVOR)
ତାହା କ୍ଷେତ୍ରସ୍ଥ ପଶୁଗଣକୁ ଜଳ ଯୋଗାଏ, [QBR] ବନ୍ୟ ଗର୍ଦ୍ଦଭମାନେ ତହିଁରେ ଆପଣା ଆପଣା ତୃଷା ନିବାରଣ କରନ୍ତି। [QBR]
ଗୀତସଂହିତା 104 : 12 (IRVOR)
ତହିଁ ନିକଟରେ ଖେଚର ପକ୍ଷୀଗଣ ବସା କରନ୍ତି, [QBR] ସେମାନେ ଡାଳ ମଧ୍ୟରେ ଗାନ କରନ୍ତି। [QBR]
ଗୀତସଂହିତା 104 : 13 (IRVOR)
ସେ ଆପଣା ସ୍ବର୍ଗରୁ [‡ ସ୍ବର୍ଗରୁ କୋଠରିରୁ] ପର୍ବତଗଣକୁ ଜଳରେ ସେଚନ କରନ୍ତି; [QBR] ପୃଥିବୀ ତାହାଙ୍କ କର୍ମର ଫଳରେ ତୃପ୍ତ ହୁଏ। [QBR]
ଗୀତସଂହିତା 104 : 14 (IRVOR)
ସେ ପଶୁଗଣ ନିମନ୍ତେ ତୃଣ ଓ [QBR] ମନୁଷ୍ୟର ସେବା ନିମନ୍ତେ ଶାକ ଅଙ୍କୁରିତ କରନ୍ତି; [QBR] ଏହିରୂପେ ସେ ଭୂମିରୁ ଭକ୍ଷ୍ୟ ଉତ୍ପନ୍ନ କରନ୍ତି। [QBR]
ଗୀତସଂହିତା 104 : 15 (IRVOR)
ପୁଣି, ମନୁଷ୍ୟର ଚିତ୍ତ-ଆନନ୍ଦକାରୀ ଦ୍ରାକ୍ଷାରସ, [QBR] ମୁଖ-ଚିକ୍‍କଣକାରୀ ତୈଳ ଓ ମନୁଷ୍ୟର ହୃଦୟ [QBR] ସବଳକାରୀ ଭକ୍ଷ୍ୟ ଉତ୍ପନ୍ନ କରନ୍ତି। [QBR]
ଗୀତସଂହିତା 104 : 16 (IRVOR)
ସଦାପ୍ରଭୁଙ୍କ ବୃକ୍ଷଶ୍ରେଣୀ ପରିତୃପ୍ତ; [QBR] ଲିବାନୋନରେ ତାହାଙ୍କ ରୋପିତ ଏରସ ବୃକ୍ଷସକଳ ପରିତୃପ୍ତ; [QBR]
ଗୀତସଂହିତା 104 : 17 (IRVOR)
ତହିଁ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି; [QBR] ଦେବଦାରୁ ବୃକ୍ଷ ଚରଳର ଗୃହ। [QBR]
ଗୀତସଂହିତା 104 : 18 (IRVOR)
ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ନିମନ୍ତେ ଅଟେ, [QBR] ଶୈଳସବୁ ଶାଫନ୍‍ର ଆଶ୍ରୟ। [QBR]
ଗୀତସଂହିତା 104 : 19 (IRVOR)
ସେ ଋତୁ ନିମନ୍ତେ ଚନ୍ଦ୍ର ନିରୂପଣ କରିଅଛନ୍ତି; [QBR] ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ। [QBR]
ଗୀତସଂହିତା 104 : 20 (IRVOR)
ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ; [QBR] ତହିଁରେ ସକଳ ବନପଶୁ ବାହାରି ଭ୍ରମଣ କରନ୍ତି। [QBR]
ଗୀତସଂହିତା 104 : 21 (IRVOR)
ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜ୍ଜନ କରନ୍ତି [QBR] ଓ ପରମେଶ୍ୱରଙ୍କଠାରୁ ଆହାର ଚାହାନ୍ତି। [QBR]
ଗୀତସଂହିତା 104 : 22 (IRVOR)
ସୂର୍ଯ୍ୟୋଦୟ ହେଲେ ସେମାନେ ଚାଲିଯା’ନ୍ତି [QBR] ଓ ଆପଣା ଆପଣା ଗୁମ୍ଫାରେ ଶୟନ କରନ୍ତି। [QBR]
ଗୀତସଂହିତା 104 : 23 (IRVOR)
ମନୁଷ୍ୟ ଆପଣା କାର୍ଯ୍ୟକୁ ଓ [QBR] ସନ୍ଧ୍ୟାକାଳ ପର୍ଯ୍ୟନ୍ତ ଆପଣା ପରିଶ୍ରମକୁ ବାହାରେ। [QBR]
ଗୀତସଂହିତା 104 : 24 (IRVOR)
ହେ ସଦାପ୍ରଭୁ, ତୁମ୍ଭର କାର୍ଯ୍ୟସକଳ କିପରି ବହୁବିଧ ! [QBR] ତୁମ୍ଭେ ଜ୍ଞାନରେ ସେସବୁ ନିର୍ମାଣ କରିଅଛ; [QBR] ପୃଥିବୀ ତୁମ୍ଭ ସମ୍ପତ୍ତିରେ ପରିପୂର୍ଣ୍ଣ। [QBR]
ଗୀତସଂହିତା 104 : 25 (IRVOR)
ସେହି ସମୁଦ୍ର ବୃହତ ଓ ପ୍ରଶସ୍ତ, [QBR] ତହିଁ ମଧ୍ୟରେ ଜଳଚର, [QBR] କ୍ଷୁଦ୍ର ଓ ବୃହତ ଅସଂଖ୍ୟ ଜନ୍ତୁ ଅଛନ୍ତି। [QBR]
ଗୀତସଂହିତା 104 : 26 (IRVOR)
ତହିଁରେ ଜାହାଜ ଗତାୟାତ କରେ; [QBR] ତହିଁରେ ଖେଳିବା ପାଇଁ ତୁମ୍ଭର ସୃଷ୍ଟ ଲିବିୟାଥନ ଥାଏ। [QBR]
ଗୀତସଂହିତା 104 : 27 (IRVOR)
ଏସମସ୍ତେ ଉପଯୁକ୍ତ ସମୟରେ ଆପଣା ଆପଣା [QBR] ଭକ୍ଷ୍ୟ ପାଇବା ନିମନ୍ତେ ତୁମ୍ଭର ଅନୁସରଣ କରନ୍ତି। [QBR]
ଗୀତସଂହିତା 104 : 28 (IRVOR)
ଯାହା ତୁମ୍ଭେ ସେମାନଙ୍କୁ ଦିଅ, ତାହା ସେମାନେ ସାଉଣ୍ଟନ୍ତି। [QBR] ତୁମ୍ଭେ ଆପଣା ହସ୍ତ ମେଲାଇଲେ, ସେମାନେ ଉତ୍ତମ ଦ୍ରବ୍ୟରେ ପରିତୃପ୍ତ ହୁଅନ୍ତି। [QBR]
ଗୀତସଂହିତା 104 : 29 (IRVOR)
ତୁମ୍ଭେ ଆପଣା ମୁଖ ଲୁଚାଇଲେ, ସେମାନେ ବ୍ୟାକୁଳ ହୁଅନ୍ତି; [QBR] ତୁମ୍ଭେ ସେମାନଙ୍କ ନିଃଶ୍ୱାସ ହରଣ କଲେ, [QBR] ସେମାନେ ମରନ୍ତି ଓ ପୁନର୍ବାର ଧୂଳିରେ ମିଶିଯା’ନ୍ତି। [QBR]
ଗୀତସଂହିତା 104 : 30 (IRVOR)
ତୁମ୍ଭେ ଆପଣା ଆତ୍ମା [§ ଆତ୍ମା ଶ୍ବାସ] ପଠାଇଲେ, ସେମାନେ ସୃଷ୍ଟ ହୁଅନ୍ତି; [QBR] ଆଉ, ତୁମ୍ଭେ ଭୂମିର ମୁଖ ନୂତନ କରୁଥାଅ। [QBR]
ଗୀତସଂହିତା 104 : 31 (IRVOR)
ସଦାପ୍ରଭୁଙ୍କ ଗୌରବ ଅନନ୍ତକାଳ ଥାଉ; [QBR] ସଦାପ୍ରଭୁ ଆପଣା କାର୍ଯ୍ୟସକଳରେ ଆନନ୍ଦ କରନ୍ତୁ। [QBR]
ଗୀତସଂହିତା 104 : 32 (IRVOR)
ସେ ପୃଥିବୀକୁ ଅନାଇଲେ, ତାହା କମ୍ପିତ ହୁଏ, [QBR] ସେ ପର୍ବତଗଣକୁ ଛୁଇଁଲେ, ସେମାନେ ଧୂମ ଉଦ୍‍ଗାର କରନ୍ତି। [QBR]
ଗୀତସଂହିତା 104 : 33 (IRVOR)
ମୁଁ ବଞ୍ଚିଥିବା ଯାଏ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି; [QBR] ମୋହର ଅସ୍ତିତ୍ୱ ଥିବାଯାଏ, ମୁଁ ମୋହର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। [QBR]
ଗୀତସଂହିତା 104 : 34 (IRVOR)
ତାହାଙ୍କ ପ୍ରତି ମୋ’ ଧ୍ୟାନ ସୁମିଷ୍ଟ ହେଉ; [QBR] ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦ କରିବି। [QBR]
ଗୀତସଂହିତା 104 : 35 (IRVOR)
ପାପୀଗଣ ପୃଥିବୀରୁ ଉଚ୍ଛିନ୍ନ ହେଉନ୍ତୁ [QBR] ଓ ଦୁଷ୍ଟମାନେ ଆଉ ନ ଥାଉନ୍ତୁ। [QBR] ହେ ମୋହର ମନ, ସଦାପ୍ରଭୁଙ୍କର ଧନ୍ୟବାଦ କର। [QBR] ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35

BG:

Opacity:

Color:


Size:


Font: