ଗୀତସଂହିତା 101 : 1 (IRVOR)
{ରାଜାଙ୍କ ପ୍ରତିଜ୍ଞା} [PS] ମୁଁ ଦୟା ଓ ଶାସନ ବିଷୟ ଗାନ କରିବି। [QBR] ହେ ସଦାପ୍ରଭୁ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। [QBR]
ଗୀତସଂହିତା 101 : 2 (IRVOR)
ମୁଁ ବିବେଚନାପୂର୍ବକ ସିଦ୍ଧ ପଥରେ ଗମନ କରିବି; [QBR] ଆହା, ତୁମ୍ଭେ କେବେ ମୋ’ ନିକଟକୁ ଆସିବ ? [QBR] ମୁଁ ଆପଣା ଗୃହ ମଧ୍ୟରେ ସିଦ୍ଧ ଅନ୍ତଃକରଣରେ ଆଚରଣ କରିବି। [QBR]
ଗୀତସଂହିତା 101 : 3 (IRVOR)
ମୁଁ କୌଣସି ମନ୍ଦ ବିଷୟ ଆପଣା ଦୃଷ୍ଟିଗୋଚରରେ ରଖିବି ନାହିଁ; [QBR] ମୁଁ ବିପଥଗାମୀମାନଙ୍କ କର୍ମ ଘୃଣା କରେ; [QBR] ତାହା ମୋ’ଠାରେ ଲିପ୍ତ ହେବ ନାହିଁ। [QBR]
ଗୀତସଂହିତା 101 : 4 (IRVOR)
କୁଟିଳ ଅନ୍ତଃକରଣ ମୋ’ ନିକଟରୁ ଦୂର ହେବ; [QBR] ମୁଁ ମନ୍ଦ ବିଷୟର ପରିଚୟ ନେବି ନାହିଁ। [QBR]
ଗୀତସଂହିତା 101 : 5 (IRVOR)
ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ, ମୁଁ ତାହାକୁ ବିନାଶ କରିବି; [QBR] ଯାହାର ଅହଙ୍କାର-ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ, ମୁଁ ତାହାକୁ ସହିବି ନାହିଁ। [QBR]
ଗୀତସଂହିତା 101 : 6 (IRVOR)
ଦେଶର ବିଶ୍ୱସ୍ତ ଲୋକେ ଯେପରି ମୋ’ ସଙ୍ଗେ ବାସ କରିବେ, ଏଥିପାଇଁ ସେମାନଙ୍କ ଉପରେ ମୋହର ଦୃଷ୍ଟି ରହିବ। [QBR] ଯେଉଁ ଜନ ସିଦ୍ଧ ପଥରେ ଚାଲେ, ସେ ମୋହର ସେବା କରିବ। [QBR]
ଗୀତସଂହିତା 101 : 7 (IRVOR)
ଯେ ପ୍ରତାରଣା କରେ, ସେ ମୋ’ ଗୃହ ମଧ୍ୟରେ ବାସ କରିବ ନାହିଁ। [QBR] ଯେ ମିଥ୍ୟା କହେ, ସେ ମୋ’ ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ। [QBR]
ଗୀତସଂହିତା 101 : 8 (IRVOR)
ମୁଁ ଅଧର୍ମାଚାରୀସମସ୍ତଙ୍କୁ ସଦାପ୍ରଭୁଙ୍କ ନଗରରୁ ଉଚ୍ଛିନ୍ନ କରିବା [QBR] ନିମନ୍ତେ ପ୍ରତି ପ୍ରଭାତରେ ଦେଶର ସକଳ ଦୁଷ୍ଟ ଲୋକଙ୍କୁ ସଂହାର କରିବି। [PE]

1 2 3 4 5 6 7 8

BG:

Opacity:

Color:


Size:


Font: