ହିତୋପଦେଶ 25 : 1 (IRVOR)
ଶଲୋମନଙ୍କର ଅଧିକ ହିତୋପଦେଶ ନିମ୍ନଲିଖିତ ହିତୋପଦେଶ ସକଳ ହିଁ ଶଲୋମନଙ୍କ ରଚିତ ଓ ଯିହୁଦାର ରାଜା ହିଜକୀୟର ଅଧିକାରୀମାନେ ତାହା ଉତ୍ତାରିଥିଲେ।
ହିତୋପଦେଶ 25 : 2 (IRVOR)
ବିଷୟ ଗୋପନ କରିବା ପରମେଶ୍ୱରଙ୍କର ଗୌରବ; ମାତ୍ର ବିଷୟର ଅନୁସନ୍ଧାନ କରିବାର ରାଜାଙ୍କର ଗୌରବ।
ହିତୋପଦେଶ 25 : 3 (IRVOR)
ଉଚ୍ଚତା ହେତୁ ସ୍ୱର୍ଗ ଓ ଗଭୀରତା ହେତୁ ପୃଥିବୀ, ଆଉ ରାଜାମାନଙ୍କ ହୃଦୟ ବୋଧାଗମ୍ୟ।
ହିତୋପଦେଶ 25 : 4 (IRVOR)
ରୂପାରୁ ଖାଦ କାଢ଼ି ପକାଅ, ତେବେ ସୁନାରୀ ପାଇଁ ଏକ ପାତ୍ର ବାହାର ହେବ।
ହିତୋପଦେଶ 25 : 5 (IRVOR)
ରାଜାର ସମ୍ମୁଖରୁ ଦୁଷ୍ଟମାନଙ୍କୁ ଦୂର କରିଦିଅ, ଆଉ, ତାହାର ସିଂହାସନ ଧର୍ମରେ ସୁସ୍ଥିର ହେବ।
ହିତୋପଦେଶ 25 : 6 (IRVOR)
ରାଜାର ଛାମୁରେ ଆପଣାର ବଡ଼ାଇ କର ନାହିଁ, ପୁଣି, ପ୍ରଧାନ ଲୋକଙ୍କ ସ୍ଥାନରେ ଠିଆ ହୁଅ ନାହିଁ।
ହିତୋପଦେଶ 25 : 7 (IRVOR)
କାରଣ ଯେଉଁ କୁଳୀନକୁ ତୁମ୍ଭର ଚକ୍ଷୁ ଦେଖିଅଛି, ତାହା ଛାମୁରେ ତୁମ୍ଭର ନୀଚୀକୃତ ହେବା ଅପେକ୍ଷା ବରଂ ଏଠାକୁ ଆସ ବୋଲି ତୁମ୍ଭକୁ କୁହାଯିବା ଭଲ।
ହିତୋପଦେଶ 25 : 8 (IRVOR)
ବିବାଦ କରିବାକୁ ହଠାତ୍‍ ବାହାରକୁ ଯାଅ ନାହିଁ, ଗଲେ ତହିଁର ଶେଷରେ ତୁମ୍ଭ ପ୍ରତିବାସୀ ତୁମ୍ଭକୁ ଲଜ୍ଜିତ କଲା ଉତ୍ତାରେ ତୁମ୍ଭେ କଅଣ କରିବ ?
ହିତୋପଦେଶ 25 : 9 (IRVOR)
ଆପଣା ପ୍ରତିବାସୀ ସହିତ ଆପଣା ବିବାଦର ପ୍ରତିବାଦ କର, ପୁଣି, ପରର ଗୋପନୀୟ କଥା ପ୍ରକାଶ କର ନାହିଁ।
ହିତୋପଦେଶ 25 : 10 (IRVOR)
ନୋହିଲେ ଶ୍ରବଣକାରୀ ତୁମ୍ଭକୁ ତିରସ୍କାର କଲେ, ତୁମ୍ଭ ଅଖ୍ୟାତି ଘୁଞ୍ଚା ନୋହିବ।
ହିତୋପଦେଶ 25 : 11 (IRVOR)
ଯଥୋଚିତମତେ କଥିତ ବାକ୍ୟ ରୂପା-ପାତ୍ରରେ ସୁବର୍ଣ୍ଣ ନାରଙ୍ଗ ତୁଲ୍ୟ।
ହିତୋପଦେଶ 25 : 12 (IRVOR)
ସୁବର୍ଣ୍ଣ କର୍ଣ୍ଣକୁଣ୍ଡଳ ଓ ଶୁଦ୍ଧ ସୁବର୍ଣ୍ଣର ଅଳଙ୍କାର ଯେପରି, ମନୋଯୋଗକାରୀ କର୍ଣ୍ଣ ପ୍ରତି ଜ୍ଞାନବାନ ଭର୍ତ୍ସନାକାରୀ ସେପରି।
ହିତୋପଦେଶ 25 : 13 (IRVOR)
ଫସଲ* ଫସଲ ଗ୍ରୀଷ୍ମ ସମୟରେ ହିମର ଶୀତଳତା ଯେପରି, ପ୍ରେରକଗଣ ପ୍ରତି ବିଶ୍ୱସ୍ତ ଦୂତ ସେପରି; କାରଣ ସେ ଆପଣା କର୍ତ୍ତାମାନଙ୍କ ପ୍ରାଣରେ ଆଶ୍ୱାସ ଦିଏ।
ହିତୋପଦେଶ 25 : 14 (IRVOR)
ବୃଷ୍ଟିହୀନ ମେଘ ଓ ବାୟୁ ଯେପରି, ଆପଣା ଦାନ ବିଷୟରେ ମିଥ୍ୟା ଦର୍ପକାରୀ ସେପରି।
ହିତୋପଦେଶ 25 : 15 (IRVOR)
ଦୀର୍ଘସହିଷ୍ଣୁତା ଦ୍ୱାରା ଶାସନକର୍ତ୍ତା ମଣାଯାଏ, ପୁଣି, କୋମଳ ଜିହ୍ୱା ଅସ୍ଥି ଭଗ୍ନ କରେ।
ହିତୋପଦେଶ 25 : 16 (IRVOR)
ତୁମ୍ଭେ କି ମଧୁ ପାଇଅଛ ? ତୁମ୍ଭର ଯେତିକି ଯଥେଷ୍ଟ, ସେତିକି ଖାଅ; ବହୁତ ଖାଇଲେ ତୁମ୍ଭେ ତାହା ଉଦ୍‍ଗାର କରି ପକାଇବ।
ହିତୋପଦେଶ 25 : 17 (IRVOR)
ତୁମ୍ଭର ପାଦ ତୁମ୍ଭ ପ୍ରତିବାସୀର ଗୃହରେ କ୍ୱଚିତ ପଡ଼ୁ, ନୋହିଲେ ତୁମ୍ଭ ବିଷୟରେ କ୍ଳାନ୍ତ ହୋଇ ସେ ତୁମ୍ଭକୁ ଘୃଣା କରିବ।
ହିତୋପଦେଶ 25 : 18 (IRVOR)
ପ୍ରତିବାସୀ ବିରୁଦ୍ଧରେ ଯେ ମିଥ୍ୟା ସାକ୍ଷ୍ୟ ଦିଏ, ସେ ଗଦା, ଖଡ୍ଗ ଓ ତୀକ୍ଷ୍ଣ ତୀର ସ୍ୱରୂପ;
ହିତୋପଦେଶ 25 : 19 (IRVOR)
ଦୁର୍ଦ୍ଦଶା ସମୟରେ ବିଶ୍ୱାସଘାତକ ଲୋକଠାରେ ବିଶ୍ୱାସ, ଭଗ୍ନ ଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ୟ।
ହିତୋପଦେଶ 25 : 20 (IRVOR)
ଶୀତକାଳରେ ବସ୍ତ୍ର କାଢ଼ି ନେବା ଓ ଘା ଉପରେ ଅମ୍ଳରସ ମିଶାଇବା ଲୋକ ଯେପରି, ଦୁଃଖିତମନା ନିକଟରେ ଗୀତ ଗାଇବା ଲୋକ ସେପରି।
ହିତୋପଦେଶ 25 : 21 (IRVOR)
ତୁମ୍ଭର ଶତ୍ରୁ କ୍ଷୁଧିତ ହେଲେ, ତାହାକୁ ଅନ୍ନ ଭୋଜନ କରାଅ; ପୁଣି, ସେ ତୃଷିତ ହେଲେ, ତାହାକୁ ଜଳ ପାନ କରାଅ;
ହିତୋପଦେଶ 25 : 22 (IRVOR)
ତହିଁରେ ତୁମ୍ଭେ ତାହାର ମସ୍ତକରେ ଜ୍ୱଳ ଅଙ୍ଗାର ରାଶି କରି ଥୋଇବ, ପୁଣି, ସଦାପ୍ରଭୁ ତୁମ୍ଭକୁ ପୁରସ୍କାର ଦେବେ।
ହିତୋପଦେଶ 25 : 23 (IRVOR)
ଯେପରି ଉତ୍ତରୀୟ ବାୟୁ ବୃଷ୍ଟିର ଉତ୍ପାଦକ, ସେପରି ଖଚୁଆର ଜିହ୍ୱା କ୍ରୋଧଦୃଷ୍ଟିର ଉତ୍ପାଦକ।
ହିତୋପଦେଶ 25 : 24 (IRVOR)
କଳିହୁଡ଼ୀ ସ୍ତ୍ରୀ ସଙ୍ଗରେ ଏକା ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବାର ଭଲ।
ହିତୋପଦେଶ 25 : 25 (IRVOR)
ତୃଷିତ ପ୍ରାଣକୁ ଶୀତଳ ଜଳ ଯେରୂପ, ଦୂର ଦେଶରୁ ସୁସମାଚାର ସେରୂପ।
ହିତୋପଦେଶ 25 : 26 (IRVOR)
ଗୋଳିଆ ଜଳାଶୟ ଓ ମଳିନ ନିର୍ଝର ଯେରୂପ, ଦୁଷ୍ଟ ଲୋକ ଆଗରେ ବିଚଳିତ ଧାର୍ମିକ ସେରୂପ।
ହିତୋପଦେଶ 25 : 27 (IRVOR)
ବହୁତ ମହୁ ଖାଇବାର ଯେପରି ଭଲ ନୁହେଁ, ସେପରି ମନୁଷ୍ୟମାନେ ଆପଣା ଗୌରବ ଅନୁସନ୍ଧାନ କରିବାର ଗୌରବ ନୁହେଁ।
ହିତୋପଦେଶ 25 : 28 (IRVOR)
ଯାହାର ଆତ୍ମା ଅଟକ ମାନେ ନାହିଁ, ସେ ଭଗ୍ନ ଓ ପ୍ରାଚୀରହୀନ ନଗର ତୁଲ୍ୟ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28