ହିତୋପଦେଶ 2 : 1 (IRVOR)
ଜ୍ଞାନର ପୁରସ୍କାର ହେ ମୋହର ପୁତ୍ର, ତୁମ୍ଭେ ଯଦି ମୋ’ କଥା ଗ୍ରହଣ କର ଓ ମୋ’ ଆଜ୍ଞାସବୁ ମନରେ ରଖ;
ହିତୋପଦେଶ 2 : 2 (IRVOR)
ଯଦି ଜ୍ଞାନ ଆଡ଼କୁ ତୁମ୍ଭ କର୍ଣ୍ଣ ଡେର ଓ ବୁଦ୍ଧିରେ ମନୋନିବେଶ କର;
ହିତୋପଦେଶ 2 : 3 (IRVOR)
ହଁ, ଯଦି ତୁମ୍ଭେ ସୁବିବେଚନା ପ୍ରତି ଡାକ ପକାଅ ଓ ବୁଦ୍ଧି ନିମନ୍ତେ ଉଚ୍ଚସ୍ୱର କର;
ହିତୋପଦେଶ 2 : 4 (IRVOR)
ଯଦି ରୂପା ନ୍ୟାୟ ତାକୁ ଖୋଜ ଓ ପୋତା-ଧନ ପରି ତାହାର ଅନ୍ୱେଷଣ କର;
ହିତୋପଦେଶ 2 : 5 (IRVOR)
ତେବେ ତୁମ୍ଭେ ସଦାପ୍ରଭୁଙ୍କ ବିଷୟକ ଭୟ ବୁଝିବ ଓ ପରମେଶ୍ୱରଙ୍କ ବିଷୟକ ତତ୍ତ୍ୱଜ୍ଞାନ ପାଇବ।
ହିତୋପଦେଶ 2 : 6 (IRVOR)
ଯେହେତୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି, ତାହାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।
ହିତୋପଦେଶ 2 : 7 (IRVOR)
ସେ ସତ୍‍ ଲୋକଙ୍କ ନିମନ୍ତେ ତତ୍ତ୍ୱଜ୍ଞାନ ସଞ୍ଚୟ କରନ୍ତି, ସେ ସରଳାଚାରୀମାନଙ୍କର ଢାଲ ସ୍ୱରୂପ ଅଟନ୍ତି।
ହିତୋପଦେଶ 2 : 8 (IRVOR)
ଯେପରିକି ସେ ନ୍ୟାୟର ପଥ ରକ୍ଷା କରି ପାରିବେ ଓ ଆପଣା ସାଧୁମାନଙ୍କ ଗତି ସମ୍ଭାଳିବେ।
ହିତୋପଦେଶ 2 : 9 (IRVOR)
ତହୁଁ ତୁମ୍ଭେ ଧାର୍ମିକତା, ସୁବିଚାର, ନ୍ୟାୟ ଓ ମଙ୍ଗଳର ସମସ୍ତ ପଥ ଜାଣିବ।
ହିତୋପଦେଶ 2 : 10 (IRVOR)
କାରଣ ଜ୍ଞାନ ତୁମ୍ଭ ହୃଦୟରେ ପ୍ରବେଶ କରିବ, ପୁଣି, ବିଦ୍ୟା ତୁମ୍ଭ ପ୍ରାଣର ତୁଷ୍ଟିକର ହେବ;
ହିତୋପଦେଶ 2 : 11 (IRVOR)
ପରିଣାମଦର୍ଶିତା ତୁମ୍ଭ ଉପରେ ପ୍ରହରୀ ହେବ, ବୁଦ୍ଧି ତୁମ୍ଭକୁ ରକ୍ଷା କରିବ।
ହିତୋପଦେଶ 2 : 12 (IRVOR)
ତହିଁରେ ଯେଉଁମାନେ ଅବାଧ୍ୟ କଥା କହନ୍ତି,
ହିତୋପଦେଶ 2 : 13 (IRVOR)
ଯେଉଁମାନେ ଅନ୍ଧକାରମୟ ପଥରେ ଗତାୟାତ କରିବା ନିମନ୍ତେ ସରଳ ମାର୍ଗ ପରିତ୍ୟାଗ କରନ୍ତି;
ହିତୋପଦେଶ 2 : 14 (IRVOR)
ଯେଉଁମାନେ କୁକ୍ରିୟା କରିବାକୁ ହୃଷ୍ଟ ଓ ଦୁଷ୍ଟମାନଙ୍କ ଅବାଧ୍ୟତାରେ ଅନୁରକ୍ତ;
ହିତୋପଦେଶ 2 : 15 (IRVOR)
ଯେଉଁମାନେ ଆପଣା ଆପଣା ମାର୍ଗରେ କୁଟିଳ ଓ ଆପଣା ଆପଣା ପଥରେ ବକ୍ରଗାମୀ, ଏପରି କୁକର୍ମକାରୀମାନଙ୍କ ପଥରୁ ତୁମ୍ଭର ଉଦ୍ଧାର ହେବ।
ହିତୋପଦେଶ 2 : 16 (IRVOR)
ଆଉ, ଯେଉଁ ପରସ୍ତ୍ରୀ* ଅର୍ଥାତ୍ ବେଶ୍ୟା ଚାଟୁବାଦିନୀ, ଯେ ଆପଣା ଯୌବନକାଳର ମିତ୍ରକୁ † ଅର୍ଥାତ୍ ତାହାର ସ୍ବାମୀକୁ ତ୍ୟାଗ କରି ଆପଣା ପରମେଶ୍ୱରଙ୍କ ନିୟମ ପାସୋରେ
ହିତୋପଦେଶ 2 : 17 (IRVOR)
ଯାହାର ଗୃହ ମୃତ୍ୟୁୁ ଆଡ଼େ
ହିତୋପଦେଶ 2 : 18 (IRVOR)
ଓ ଯାହାର ପଥ ପରଲୋକ ଆଡ଼େ ଯାଏ, ଯାହା ନିକଟକୁ ଗମନ କଲେ ନିକଟକୁ ଗମନ କଲେ ଅର୍ଥାତ୍ ଶୟନ କରିବାକୁ କେହି ଫେରି ଆସେ ନାହିଁ ଓ ଜୀବନର ପଥ ଆଉ ଧରେ ନାହିଁ,
ହିତୋପଦେଶ 2 : 19 (IRVOR)
ଏପରି ପରସ୍ତ୍ରୀଠାରୁ ତୁମ୍ଭର ଉଦ୍ଧାର ହେବ।
ହିତୋପଦେଶ 2 : 20 (IRVOR)
ଏନିମନ୍ତେ ତୁମ୍ଭେ ସତ୍‍ଲୋକମାନଙ୍କ ମାର୍ଗରେ ଗମନ କର ଓ ଧାର୍ମିକମାନଙ୍କ ପଥ ଅବଲମ୍ବନ କର,
ହିତୋପଦେଶ 2 : 21 (IRVOR)
ଯେହେତୁ ସରଳ ଲୋକମାନେ ଦେଶରେ ବାସ କରିବେ, ପୁଣି, ସିଦ୍ଧ ଲୋକମାନେ ତହିଁରେ ସୁସ୍ଥିର ରହିବେ।
ହିତୋପଦେଶ 2 : 22 (IRVOR)
ମାତ୍ର ଦୁଷ୍ଟଗଣ ଦେଶରୁ ଉଚ୍ଛିନ୍ନ ହେବେ ଓ ବିଶ୍ୱାସଘାତକମାନେ ତହିଁରୁ ଉତ୍ପାଟିତ ହେବେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22