ଗଣନା ପୁସ୍ତକ 9 : 1 (IRVOR)
ନିସ୍ତାର ପର୍ବ ପାଳନ ଏଥିଉତ୍ତାରେ ଲୋକମାନେ ମିସର ଦେଶରୁ ବାହାର ହେଲା ଉତ୍ତାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ସୀନୟ ପ୍ରାନ୍ତରରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 9 : 2 (IRVOR)
“ଇସ୍ରାଏଲ ସନ୍ତାନଗଣ ନିରୂପିତ ସମୟରେ ନିସ୍ତାର ପର୍ବ ପାଳନ କରନ୍ତୁ;
ଗଣନା ପୁସ୍ତକ 9 : 3 (IRVOR)
ଏହି ମାସ ଚତୁର୍ଦ୍ଦଶ ଦିନର ସନ୍ଧ୍ୟା କାଳର ନିରୂପିତ ସମୟରେ ତୁମ୍ଭେମାନେ ତାହା ପାଳନ କରିବ; ତହିଁର ସମସ୍ତ ବିଧି ଓ ନିୟମ ଅନୁସାରେ ତାହା ପାଳନ କରିବ।”
ଗଣନା ପୁସ୍ତକ 9 : 4 (IRVOR)
ତହୁଁ ମୋଶା ଇସ୍ରାଏଲ ସନ୍ତାନଗଣକୁ ନିସ୍ତାର ପର୍ବ ପାଳନ କରିବା ପାଇଁ କହିଲେ।
ଗଣନା ପୁସ୍ତକ 9 : 5 (IRVOR)
ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ସନ୍ଧ୍ୟା ସମୟରେ ସୀନୟ ପ୍ରାନ୍ତରରେ ନିସ୍ତାର ପର୍ବ ପାଳନ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣ ସବୁ କର୍ମ କଲେ।
ଗଣନା ପୁସ୍ତକ 9 : 6 (IRVOR)
ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହିଦିନ ସେମାନେ ନିସ୍ତାର ପର୍ବ ପାଳନ କରି ପାରିଲେ ନାହିଁ; ଏନିମନ୍ତେ ସେମାନେ ସେହିଦିନ ମୋଶା ଓ ହାରୋଣଙ୍କ ନିକଟକୁ ଆସିଲେ।
ଗଣନା ପୁସ୍ତକ 9 : 7 (IRVOR)
ସେହି ଲୋକମାନେ ତାଙ୍କୁ କହିଲେ, “ଆମ୍ଭେମାନେ ମନୁଷ୍ୟର ଶବ ଦ୍ୱାରା ଅଶୁଚି ହୋଇଅଛୁ; ଏହେତୁ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ କି କାରଣରୁ ଆମ୍ଭେମାନେ ନିବାରିତ ହେଉଅଛୁ ?”
ଗଣନା ପୁସ୍ତକ 9 : 8 (IRVOR)
ତେବେ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ ରହିଥାଅ; ତୁମ୍ଭମାନଙ୍କ ବିଷୟରେ ସଦାପ୍ରଭୁ କି ଆଜ୍ଞା ଦେବେ, ତାହା ଶୁଣେ।”
ଗଣନା ପୁସ୍ତକ 9 : 9 (IRVOR)
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 9 : 10 (IRVOR)
“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମ୍ଭମାନଙ୍କ ମଧ୍ୟରେ କିଅବା ତୁମ୍ଭମାନଙ୍କ ଭବିଷ୍ୟତ ସନ୍ତାନଗଣ ମଧ୍ୟରେ ଯଦି କେହି ଶବ ଦ୍ୱାରା ଅଶୁଚି ହୁଏ, କିଅବା ଦୂର ସ୍ଥାନରେ ପଥିକ ହୁଏ, ତେବେ ହେଁ ସେ ସଦାପ୍ରଭୁଙ୍କ ନିସ୍ତାର ପର୍ବ ପାଳନ କରିବ;
ଗଣନା ପୁସ୍ତକ 9 : 11 (IRVOR)
ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ସମୟରେ ସେମାନେ ତାହା ପାଳନ କରିବେ; ସେମାନେ ତାଡ଼ିଶୂନ୍ୟ ରୁଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ;
ଗଣନା ପୁସ୍ତକ 9 : 12 (IRVOR)
ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ କିଅବା ତହିଁର କୌଣସି ହାଡ଼ ଭାଙ୍ଗିବେ ନାହିଁ; ସେମାନେ ନିସ୍ତାର ପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ।
ଗଣନା ପୁସ୍ତକ 9 : 13 (IRVOR)
ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାର ପର୍ବ ପାଳନ କରିବାରୁ କ୍ଷାନ୍ତ ହୁଏ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ; ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥିପାଇଁ ସେହି ମନୁଷ୍ୟ ଆପଣା ପାପ ବୋହିବ;
ଗଣନା ପୁସ୍ତକ 9 : 14 (IRVOR)
ଆଉ ଯଦି ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବାକୁ ଇଚ୍ଛା କରେ, ତେବେ ସେ ନିସ୍ତାର ପର୍ବର ବିଧି ଅନୁସାରେ ଓ ତହିଁର ନିୟମାନୁସାରେ ତାହା ପାଳନ କରିବ; ସ୍ୱଦେଶଜାତ କିମ୍ବା ବିଦେଶଜାତ, ଦୁହିଁଙ୍କ ପାଇଁ ତୁମ୍ଭମାନଙ୍କର ଏକ ବିଧି ହେବ।”
ଗଣନା ପୁସ୍ତକ 9 : 15 (IRVOR)
ସାକ୍ଷ୍ୟତମ୍ବୁକୁ ମେଘ ଆଚ୍ଛାଦନ ଆଉ ଯେଉଁ ଦିନ ଆବାସ ସ୍ଥାପିତ ହେଲା, ସେହିଦିନ ମେଘ ଆବାସକୁ, ଅର୍ଥାତ୍‍, ସାକ୍ଷ୍ୟତମ୍ବୁକୁ ଆଚ୍ଛାଦନ କଲା; ପୁଣି, ତାହା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ଆବାସ ଉପରେ ଅଗ୍ନି ତୁଲ୍ୟ ଦେଖାଗଲା
ଗଣନା ପୁସ୍ତକ 9 : 16 (IRVOR)
ଏହିରୂପେ ସର୍ବଦା ହେଲା; ମେଘ ଆବାସକୁ ଆଚ୍ଛାଦନ କଲା, ପୁଣି, ରାତ୍ରିରେ ଅଗ୍ନିତୁଲ୍ୟ ଦେଖାଗଲା।
ଗଣନା ପୁସ୍ତକ 9 : 17 (IRVOR)
ଆଉ ଯେକୌଣସି ସମୟରେ ତମ୍ବୁ ଉପରୁ ସେହି ମେଘ ଉପରକୁ ନିଆଗଲା, ସେତେବେଳେ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କଲେ; ପୁଣି, ସେହି ମେଘ ଯେଉଁଠାରେ ରହିଲା, ଇସ୍ରାଏଲ ସନ୍ତାନଗଣ ସେହିଠାରେ ଛାଉଣି ସ୍ଥାପନ କଲେ।
ଗଣନା ପୁସ୍ତକ 9 : 18 (IRVOR)
ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି ସ୍ଥାପନ କଲେ; ଯେପର୍ଯ୍ୟନ୍ତ ସେହି ମେଘ ଆବାସ ଉପରେ ରହିଲା, ସେପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ।
ଗଣନା ପୁସ୍ତକ 9 : 19 (IRVOR)
ପୁଣି, ଯେତେବେଳେ ସେହି ମେଘ ଆବାସ ଉପରେ ବହୁ ଦିନ ବିଳମ୍ବ କରି ରହିଲା, ଯେତେବେଳେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କଲେ ଓ ଯାତ୍ରା କଲେ ନାହିଁ।
ଗଣନା ପୁସ୍ତକ 9 : 20 (IRVOR)
ପୁଣି, କେବେ କେବେ ସେହି ମେଘ ଆବାସ ଉପରେ ଅଳ୍ପ ଦିନ ରହିଲା, ସେହି ସମୟରେ ମଧ୍ୟ ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି କରି ରହିଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯାତ୍ରା କଲେ।
ଗଣନା ପୁସ୍ତକ 9 : 21 (IRVOR)
ଆଉ କେବେ କେବେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଉପରକୁ ନିଆଯା’ନ୍ତେ, ସେମାନେ ଯାତ୍ରା କଲେ; ଅବା ଯଦି ତାହା ଦିବାରାତ୍ର ରହିଲା, ତେବେ ମେଘ ଉପରକୁ ନିଆଯା’ନ୍ତେ, ସେମାନେ ଯାତ୍ରା କଲେ।
ଗଣନା ପୁସ୍ତକ 9 : 22 (IRVOR)
ଦୁଇ ଦିନ କିମ୍ବା ଏକ ମାସ କିମ୍ବା ଏକ ବର୍ଷ ହେଉ, ଆବାସ ଉପରେ ମେଘ ଯେତେ କାଳ ବିଳମ୍ବ କରି ଅବସ୍ଥିତି କଲା, ସେତେ କାଳ ଇସ୍ରାଏଲ ସନ୍ତାନଗଣ ଯାତ୍ରା ନ କରି ଛାଉଣିରେ ରହିଲେ; ମାତ୍ର ତାହା ନିଆଯା’ନ୍ତେ, ସେମାନେ ଯାତ୍ରା କଲେ।
ଗଣନା ପୁସ୍ତକ 9 : 23 (IRVOR)
ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ ଯାତ୍ରା କଲେ; ସେମାନେ ମୋଶାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23