ଗଣନା ପୁସ୍ତକ 35 : 1 (IRVOR)
ଲେବୀୟମାନଙ୍କୁ ପ୍ରଦତ୍ତ ନଗର ଏଥିଉତ୍ତାରେ ସଦାପ୍ରଭୁ ମୋୟାବ-ପଦାରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ନଦୀ ସମୀପରେ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 35 : 2 (IRVOR)
“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଏହି ଆଜ୍ଞା ଦିଅ; ସେମାନେ ଆପଣା ଆପଣା ଅଧିକୃତ ବାଣ୍ଟରୁ କେତେକ ବସତି ନଗର ଲେବୀୟମାନଙ୍କୁ ଦିଅନ୍ତୁ, ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ସେହି ନଗରମାନର ତଳିଭୂମି ନିମନ୍ତେ ସେସବୁର ଚତୁର୍ଦ୍ଦିଗସ୍ଥ ଭୂମି ଦେବ।
ଗଣନା ପୁସ୍ତକ 35 : 3 (IRVOR)
ତହିଁରେ ସେହିସବୁ ନଗରରେ ସେମାନଙ୍କର ନିବାସ ହେବ; ପୁଣି, ତହିଁର ତଳିଭୂମିସବୁ ସେମାନଙ୍କ ପଶୁ, ସମ୍ପତ୍ତି ଓ ଜୀବମାନଙ୍କ ନିମନ୍ତେ ହେବ।
ଗଣନା ପୁସ୍ତକ 35 : 4 (IRVOR)
ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ସେହିସବୁର ତଳିଭୂମି ନଗର-ପ୍ରାଚୀରଠାରୁ ବାହାରେ ଚତୁର୍ଦ୍ଦିଗରେ ଏକ ସହସ୍ର ହସ୍ତ ହେବ।
ଗଣନା ପୁସ୍ତକ 35 : 5 (IRVOR)
ପୁଣି, ତୁମ୍ଭେମାନେ ନଗରର ବାହାରେ ତହିଁର ପୂର୍ବ ସୀମା ଦୁଇ ସହସ୍ର ହସ୍ତ, ଦକ୍ଷିଣ ସୀମା ଦୁଇ ସହସ୍ର ହସ୍ତ, ପଶ୍ଚିମ ସୀମା ଦୁଇ ସହସ୍ର ହସ୍ତ ଓ ଉତ୍ତର ସୀମା ଦୁଇ ସହସ୍ର ହସ୍ତ ପରିମିତ କରିବ; ନଗର ତହିଁର ମଧ୍ୟସ୍ଥଳରେ ରହିବ। ଏହା ସେମାନଙ୍କ ନଗରର ତଳିଭୂମି ହେବ।
ଗଣନା ପୁସ୍ତକ 35 : 6 (IRVOR)
ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେଉଁ ଯେଉଁ ନଗର ଦେବ, ତହିଁରୁ ଛଅଗୋଟି ଆଶ୍ରୟ ନଗର ହେବ, ନରହତ୍ୟାକାରୀ ସେଠାକୁ ପଳାଇବା ନିମନ୍ତେ ତୁମ୍ଭେମାନେ ତାହା ଦେବ; ଆଉ ତାହା ବ୍ୟତୀତ ଆହୁରି ବୟାଳିଶ ନଗର ଦେବ।
ଗଣନା ପୁସ୍ତକ 35 : 7 (IRVOR)
ସର୍ବସୁଦ୍ଧା ତୁମ୍ଭେମାନେ ଲେବୀୟମାନଙ୍କୁ ଅଠଚାଳିଶ ନଗର ଦେବ; ତୁମ୍ଭେମାନେ ସେମାନଙ୍କୁ ନଗର ସଙ୍ଗେ ତହିଁର ତଳିଭୂମି ଦେବ।
ଗଣନା ପୁସ୍ତକ 35 : 8 (IRVOR)
ପୁଣି, ଇସ୍ରାଏଲ-ସନ୍ତାନଗଣଙ୍କର ଅଧିକାରରୁ ସେହିସବୁ ନଗର ଦେବା ନିମନ୍ତେ ତୁମ୍ଭେମାନେ ଅଧିକ ଲୋକଙ୍କଠାରୁ ଅଧିକ ନେବ ଓ ଅଳ୍ପ ଲୋକଙ୍କଠାରୁ ଅଳ୍ପ ନେବ; ପ୍ରତ୍ୟେକ ବଂଶ ଆପଣାର ଅଧିକୃତ ଅଧିକାରାନୁସାରେ ଆପଣା ନଗରମାନଙ୍କରୁ ଲେବୀୟମାନଙ୍କୁ ଦେବେ।”
ଗଣନା ପୁସ୍ତକ 35 : 9 (IRVOR)
ଆଶ୍ରୟ ନଗର ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 35 : 10 (IRVOR)
“ଇସ୍ରାଏଲ-ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ,
ଗଣନା ପୁସ୍ତକ 35 : 11 (IRVOR)
ଆପଣାମାନଙ୍କର ଆଶ୍ରୟ ନଗର ହେବା ନିମନ୍ତେ କେତେଗୁଡ଼ିଏ ନଗର ନିରୂପଣ କରିବ, ତହିଁରେ ଯେଉଁ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ଏପରି ନରହତ୍ୟାକାରୀ ସେଠାକୁ ପଳାଇ ଯାଇ ପାରିବ।
ଗଣନା ପୁସ୍ତକ 35 : 12 (IRVOR)
ପୁଣି, ନରହତ୍ୟାକାରୀ ବିଚାରାର୍ଥେ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯେପରି ନ ମରେ, ଏଥିପାଇଁ ସେହି ନଗରମାନ ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ସ୍ଥାନ ହେବ;
ଗଣନା ପୁସ୍ତକ 35 : 13 (IRVOR)
ଏହିରୂପେ ତୁମ୍ଭେମାନେ ଯେଉଁ ଯେଉଁ ନଗର ଦେବ, ତାହା ତୁମ୍ଭମାନଙ୍କ ନିମନ୍ତେ ଛଅ ଆଶ୍ରୟ ନଗର ହେବ।
ଗଣନା ପୁସ୍ତକ 35 : 14 (IRVOR)
ତୁମ୍ଭେମାନେ ଯର୍ଦ୍ଦନର ପୂର୍ବପାରିରେ ତିନି ନଗର ଦେବ ଓ କିଣାନ ଦେଶ ମଧ୍ୟରେ ତିନି ନଗର ଦେବ; ତାହାସବୁ ଆଶ୍ରୟ ନଗର ହେବ।
ଗଣନା ପୁସ୍ତକ 35 : 15 (IRVOR)
ଇସ୍ରାଏଲ ସନ୍ତାନମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ନିମନ୍ତେ ସେହି ଛଅ ନଗର ଆଶ୍ରୟ ସ୍ଥାନ ହେବ; ତହିଁରେ ଯେଉଁ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଳାଇ ଯାଇ ପାରେ।
ଗଣନା ପୁସ୍ତକ 35 : 16 (IRVOR)
ମାତ୍ର ଯଦି କେହି ଲୌହ ଅସ୍ତ୍ର ଦ୍ୱାରା କାହାରିକୁ ଏପରି ଆଘାତ କରେ ଯେ, ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ।
ଗଣନା ପୁସ୍ତକ 35 : 17 (IRVOR)
ଆଉ ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି ପଥର ହସ୍ତରେ ନେଇ ଯଦି ସେ କାହାକୁ ଆଘାତ କରେ ଓ ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ।
ଗଣନା ପୁସ୍ତକ 35 : 18 (IRVOR)
ଅବା ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି କାଷ୍ଠ-ଅସ୍ତ୍ର ହସ୍ତରେ ନେଇ ଯଦି ସେ କାହାକୁ ଆଘାତ କରେ ଓ ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ; ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ।
ଗଣନା ପୁସ୍ତକ 35 : 19 (IRVOR)
ରକ୍ତର ପ୍ରତିହନ୍ତା ନିଜେ ସେହି ନରହତ୍ୟାକାରୀକୁ ବଧ କରିବ; ସେ ତାହାର ଦେଖା ପାଇଲେ ତାହାକୁ ବଧ କରିବ।
ଗଣନା ପୁସ୍ତକ 35 : 20 (IRVOR)
ଆଉ ଯଦି ହିଂସା କରି କେହି କାହାକୁ ଧକ୍‍କା ମାରେ, ଅବା ଛକି ବସି ତାହା ଉପରେ କିଛି ପକାଏ ଓ ତହିଁରେ ସେ ମରେ;
ଗଣନା ପୁସ୍ତକ 35 : 21 (IRVOR)
କିଅବା ଶତ୍ରୁତା କରି ଯଦି ସେ କାହାକୁ ଆପଣା ହସ୍ତରେ ଆଘାତ କରେ ଓ ତହିଁରେ ସେ ମରେ, ତେବେ ଯେ ତାହାକୁ ଆଘାତ କଲା, ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ; ସେ ନରହତ୍ୟାକାରୀ ରକ୍ତର ପ୍ରତିହନ୍ତା ସେହି ନରହତ୍ୟାକାରୀର ଦେଖା ପାଇଲେ ତାହାକୁ ବଧ କରିବ।
ଗଣନା ପୁସ୍ତକ 35 : 22 (IRVOR)
ମାତ୍ର ଯଦି କେହି ଶତ୍ରୁତା ବିନା ହଠାତ୍‍ କାହାକୁ ଆଘାତ କରେ, ଅବା ଛକି ନ ବସି କାହା ଉପରେ କୌଣସି ଅସ୍ତ୍ର ପକାଏ,
ଗଣନା ପୁସ୍ତକ 35 : 23 (IRVOR)
କିଅବା ଯାହା ଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି ପଥର କାହାରି ଉପରେ ନ ଦେଖି ପକାଏ ଓ ତହିଁରେ ସେ ମରେ, ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇ ନ ଥାଏ,
ଗଣନା ପୁସ୍ତକ 35 : 24 (IRVOR)
ତେବେ ମଣ୍ଡଳୀ ସେହି ବଧକାରୀର ଓ ରକ୍ତର ପ୍ରତିହନ୍ତାର ବିଷୟ ଏହି ଶାସନାନୁସାରେ ବିଚାର କରିବେ।
ଗଣନା ପୁସ୍ତକ 35 : 25 (IRVOR)
ଆଉ ମଣ୍ଡଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସେହି ନରହତ୍ୟାକାରୀକୁ ଉଦ୍ଧାର କରିବେ; ପୁଣି, ସେ ଯେଉଁ ସ୍ଥାନକୁ ପଳାଇ ଯାଇଥିଲା, ସେହି ଆଶ୍ରୟ ନଗରରେ ମଣ୍ଡଳୀ ପୁନର୍ବାର ତାହାକୁ ପହୁଞ୍ଚାଇ ଦେବେ ଓ ଯେପର୍ଯ୍ୟନ୍ତ ପବିତ୍ର ତୈଳରେ ଅଭିଷିକ୍ତ ମହାଯାଜକର ମୃତ୍ୟୁୁ ନ ହୁଏ, ସେ ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ବାସ କରିବ।
ଗଣନା ପୁସ୍ତକ 35 : 26 (IRVOR)
ମାତ୍ର ସେହି ନରହତ୍ୟାକାରୀ ଯେଉଁ ଆଶ୍ରୟ ନଗରକୁ ପଳାଇଅଛି, ଯଦି କୌଣସି ସମୟରେ ସେ ତହିଁର ସୀମାର ବାହାରକୁ ଯାଏ
ଗଣନା ପୁସ୍ତକ 35 : 27 (IRVOR)
ଓ ରକ୍ତର ପ୍ରତିହନ୍ତା ଆଶ୍ରୟ ନଗର-ସୀମାର ବାହାରେ ତାହାକୁ ପାଏ ଓ ତହିଁର ପ୍ରତିହନ୍ତା ତାହାକୁ ବଧ କରେ, ତେବେ ସେ ରକ୍ତପାତର ଅପରାଧୀ ହେବ ନାହିଁ।
ଗଣନା ପୁସ୍ତକ 35 : 28 (IRVOR)
କାରଣ ମହାଯାଜକର ମୃତ୍ୟୁୁ ପର୍ଯ୍ୟନ୍ତ ଆପଣା ଆଶ୍ରୟ ନଗରରେ ତାହାର ଥିବା ଉଚିତ୍; ମାତ୍ର ମହାଯାଜକର ମୃତ୍ୟୁୁ ହେଲା ଉତ୍ତାରେ ସେହି ନରହତ୍ୟାକାରୀ ଆପଣା ଅଧିକାର ଗୃହକୁ ଫେରି ଯାଇ ପାରିବ।
ଗଣନା ପୁସ୍ତକ 35 : 29 (IRVOR)
ଆଉ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସକଳ ନିବାସ ସ୍ଥାନରେ ଏହିସବୁ ତୁମ୍ଭମାନଙ୍କ ବିଚାରର ବିଧି ହେବ।
ଗଣନା ପୁସ୍ତକ 35 : 30 (IRVOR)
ଯେଉଁ ବ୍ୟକ୍ତି କୌଣସି ଲୋକକୁ ବଧ କରେ, ସେହି ନରହତ୍ୟାକାରୀ ସାକ୍ଷୀମାନଙ୍କ ସାକ୍ଷ୍ୟ ଦ୍ୱାରା ହତ ହେବ; ମାତ୍ର ଏକ ସାକ୍ଷୀର ସାକ୍ଷ୍ୟ କୌଣସି ଲୋକର ପ୍ରତିକୂଳରେ ପ୍ରାଣଦଣ୍ଡ ନିମନ୍ତେ ଗ୍ରାହ୍ୟ ହେବ ନାହିଁ।
ଗଣନା ପୁସ୍ତକ 35 : 31 (IRVOR)
ଆହୁରି ପ୍ରାଣଦଣ୍ଡଯୋଗ୍ୟ ନରହତ୍ୟାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ ଗ୍ରହଣ କରିବ ନାହିଁ; ମାତ୍ର ସେ ଅବଶ୍ୟ ହତ ହେବ।
ଗଣନା ପୁସ୍ତକ 35 : 32 (IRVOR)
ପୁଣି, କେହି ଯେପରି ଆପଣା ଆଶ୍ରୟ ନଗରକୁ ପଳାଇ ପୁନର୍ବାର ଆପଣା ଦେଶକୁ ଆସି ବାସ କରେ, ଏଥିପାଇଁ ତୁମ୍ଭେମାନେ ଯାଜକର ମରଣ ପର୍ଯ୍ୟନ୍ତ ତାହା ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ ଗ୍ରହଣ କରିବ ନାହିଁ।
ଗଣନା ପୁସ୍ତକ 35 : 33 (IRVOR)
ଏହିରୂପେ ତୁମ୍ଭେମାନେ ଆପଣାମାନଙ୍କ ନିବାସ ଦେଶ ଅପବିତ୍ର କରିବ ନାହିଁ; କାରଣ ରକ୍ତ ହିଁ ଦେଶକୁ ଅପବିତ୍ର କରେ; ଆଉ ଦେଶରେ ଯେଉଁ ରକ୍ତପାତ ହୁଏ, ରକ୍ତପାତୀର ରକ୍ତ ବିନା ତହିଁ ନିମନ୍ତେ କୌଣସି ପ୍ରାୟଶ୍ଚିତ୍ତ କରାଯାଇ ନ ପାରେ।
ଗଣନା ପୁସ୍ତକ 35 : 34 (IRVOR)
ଏଣୁ ତୁମ୍ଭମାନଙ୍କର ଯେଉଁ ନିବାସ ଦେଶରେ ଆମ୍ଭେ ବାସ କରୁଅଛୁ, ତୁମ୍ଭେ ତାହା ଅଶୁଚି କରିବ ନାହିଁ; କାରଣ ଆମ୍ଭେ ସଦାପ୍ରଭୁ, ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ବାସ କରୁଅଛୁ।”

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34