ଗଣନା ପୁସ୍ତକ 31 : 1 (IRVOR)
ମିଦୀୟନ ବିରୁଦ୍ଧରେ ପ୍ରତିଶୋଧ ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 31 : 2 (IRVOR)
“ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ସକାଶେ ମିଦୀୟନୀୟମାନଙ୍କୁ ପ୍ରତିଫଳ ଦିଅ; ତହିଁ ଉତ୍ତାରେ ତୁମ୍ଭେ ଆପଣା ଲୋକଙ୍କ ନିକଟରେ ସଂଗୃହୀତ ହେବ।”
ଗଣନା ପୁସ୍ତକ 31 : 3 (IRVOR)
ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଯୁଦ୍ଧ ନିମନ୍ତେ ଆପଣାମାନଙ୍କ ମଧ୍ୟରୁ କେତେକ ଲୋକଙ୍କୁ ପ୍ରସ୍ତୁତ କର; ସେମାନେ ମିଦୀୟନୀୟମାନଙ୍କ ଉପରେ ସଦାପ୍ରଭୁଙ୍କ ଦଣ୍ଡାଜ୍ଞା ସଫଳ କରିବା ନିମନ୍ତେ ମିଦୀୟନୀୟମାନଙ୍କ ବିରୁଦ୍ଧରେ ଯିବେ।
ଗଣନା ପୁସ୍ତକ 31 : 4 (IRVOR)
ତୁମ୍ଭେମାନେ ଇସ୍ରାଏଲ-ବଂଶର ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ ଯୁଦ୍ଧକୁ ପଠାଇବ।”
ଗଣନା ପୁସ୍ତକ 31 : 5 (IRVOR)
ତହୁଁ ସହସ୍ର ସହସ୍ର ଇସ୍ରାଏଲ ମଧ୍ୟରେ ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ, ଏହିରୂପେ ବାର ସହସ୍ର ଲୋକ ଯୁଦ୍ଧ ପାଇଁ ସଜ୍ଜିତ ହେଲେ।
ଗଣନା ପୁସ୍ତକ 31 : 6 (IRVOR)
ପୁଣି, ମୋଶା ଏକ ଏକ ବଂଶରୁ ଏକ ଏକ ସହସ୍ର ଲୋକଙ୍କୁ ଯୁଦ୍ଧକୁ ପଠାଇଲେ ଓ ଇଲୀୟାସର ଯାଜକର ପୁତ୍ର ପୀନହସ୍‍ର ହସ୍ତରେ ପବିତ୍ର ସ୍ଥାନର ପାତ୍ର ଓ ରଣତୂରୀ ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧକୁ ପଠାଇଲେ।
ଗଣନା ପୁସ୍ତକ 31 : 7 (IRVOR)
ତହୁଁ ସେମାନେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମିଦୀୟନୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ; ପୁଣି, ସେମାନେ ପ୍ରତ୍ୟେକ ପୁରୁଷକୁ ବଧ କଲେ।
ଗଣନା ପୁସ୍ତକ 31 : 8 (IRVOR)
ଆଉ ଅନ୍ୟାନ୍ୟ ହତ ଲୋକଙ୍କ ସହିତ ସେମାନେ ମିଦୀୟନୀୟ ରାଜାମାନଙ୍କୁ, ଅର୍ଥାତ୍‍ ଇବି, ରେକମ୍‍, ସୂର୍‍, ହୂର ଓ ରେବା, ଏହି ମିଦୀୟନୀୟ ପାଞ୍ଚ ରାଜାଙ୍କୁ ବଧ କଲେ; ବିୟୋରର ପୁତ୍ର ବିଲୀୟମ୍‍କୁ ମଧ୍ୟ ସେମାନେ ଖଡ୍ଗରେ ବଧ କଲେ।
ଗଣନା ପୁସ୍ତକ 31 : 9 (IRVOR)
ଆଉ ଇସ୍ରାଏଲ ସନ୍ତାନଗଣ ମିଦୀୟନର ସ୍ତ୍ରୀଲୋକମାନଙ୍କୁ ଓ ସେମାନଙ୍କ ପିଲାମାନଙ୍କୁ ବନ୍ଦୀ କରି ନେଲେ; ଆଉ ସେମାନଙ୍କର ସମସ୍ତ ପଶୁ, ସମସ୍ତ ମେଷପଲ ଓ ସମସ୍ତ ସମ୍ପତ୍ତି ଲୁଟି କରି ନେଲେ।
ଗଣନା ପୁସ୍ତକ 31 : 10 (IRVOR)
ଆଉ ସେମାନଙ୍କର ସକଳ ନିବାସ ନଗର ଓ ସକଳ ଛାଉଣି ଅଗ୍ନିରେ ଦଗ୍ଧ କଲେ।
ଗଣନା ପୁସ୍ତକ 31 : 11 (IRVOR)
ଆଉ ସେମାନେ ସମସ୍ତ ଲୁଟିତ ଦ୍ରବ୍ୟ, ପୁଣି, ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ।
ଗଣନା ପୁସ୍ତକ 31 : 12 (IRVOR)
ପୁଣି, ସେମାନେ ଯିରୀହୋ ନିକଟବର୍ତ୍ତୀ ଯର୍ଦ୍ଦନ ତୀରସ୍ଥ ମୋୟାବ-ପଦାରେ ସ୍ଥାପିତ ଛାଉଣିକୁ ମୋଶାଙ୍କର, ଇଲୀୟାସର ଯାଜକର, ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ନିକଟକୁ ସେହି ବନ୍ଦୀମାନଙ୍କୁ, ଧୃତ ପ୍ରାଣୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଆଣିଲେ।
ଗଣନା ପୁସ୍ତକ 31 : 13 (IRVOR)
ତହିଁରେ ମୋଶା, ଇଲୀୟାସର ଯାଜକ ଓ ମଣ୍ଡଳୀର ଅଧ୍ୟକ୍ଷଗଣ ସେମାନଙ୍କୁ ଭେଟିବାକୁ ଛାଉଣିର ବାହାରକୁ ଗଲେ।
ଗଣନା ପୁସ୍ତକ 31 : 14 (IRVOR)
ସେତେବେଳେ ମୋଶା ଯୁଦ୍ଧକ୍ଷେତ୍ରରୁ ଆଗତ ସେନାପତିମାନଙ୍କ ପ୍ରତି, ଅର୍ଥାତ୍‍, ସହସ୍ରପତି ଓ ଶତପତିମାନଙ୍କ ପ୍ରତି କ୍ରୋଧ କଲେ।
ଗଣନା ପୁସ୍ତକ 31 : 15 (IRVOR)
ଆଉ ମୋଶା ସେମାନଙ୍କୁ କହିଲେ, “ତୁମ୍ଭେମାନେ କି ସମସ୍ତ ସ୍ତ୍ରୀଲୋକଙ୍କୁ ଜୀବିତ ରଖିଅଛ ?
ଗଣନା ପୁସ୍ତକ 31 : 16 (IRVOR)
ଦେଖ, ଏମାନେ ବିଲୀୟମ୍‍ର ପରାମର୍ଶରେ ପିୟୋର ଦେବତା ବିଷୟରେ ଇସ୍ରାଏଲ-ସନ୍ତାନଗଣଙ୍କୁ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରାଇଲେ, ତହିଁ ନିମନ୍ତେ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲା।
ଗଣନା ପୁସ୍ତକ 31 : 17 (IRVOR)
ଏଣୁ ତୁମ୍ଭେମାନେ ଏବେ ପିଲାମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ବଧ କର, ପୁଣି, ଯେଉଁ ସ୍ତ୍ରୀଲୋକମାନେ ପୁରୁଷର ସହବାସ ଜ୍ଞାତ ହୋଇଅଛନ୍ତି, ସେମାନଙ୍କୁ ବଧ କର।
ଗଣନା ପୁସ୍ତକ 31 : 18 (IRVOR)
ମାତ୍ର ଯେଉଁ ସ୍ତ୍ରୀର ପିଲାମାନେ ପୁରୁଷର ସହବାସ ଜ୍ଞାତ ହୋଇ ନାହାନ୍ତି, ସେହି ସମସ୍ତଙ୍କୁ ଆପଣାମାନଙ୍କ ନିମନ୍ତେ ଜୀବିତ ରଖ।
ଗଣନା ପୁସ୍ତକ 31 : 19 (IRVOR)
ଆଉ ତୁମ୍ଭେମାନେ ସାତ ଦିନ ଛାଉଣିର ବାହାରେ ଛାଉଣି ସ୍ଥାପନ କରିବ; ତୁମ୍ଭେମାନେ ଯେତେ ଲୋକ ମନୁଷ୍ୟର ହତ୍ୟା କରିଅଛ ଓ ହତ ଲୋକଙ୍କୁ ସ୍ପର୍ଶ କରିଅଛ, ସମସ୍ତେ ତୃତୀୟ ଦିନରେ, ସପ୍ତମ ଦିନରେ ଆପଣାମାନଙ୍କୁ ଓ ଆପଣା ଆପଣା ବନ୍ଦୀମାନଙ୍କୁ ପାପରୁ ପରିଷ୍କାର କର।
ଗଣନା ପୁସ୍ତକ 31 : 20 (IRVOR)
ପୁଣି, ଯାବତୀୟ ବସ୍ତ୍ର, ଚର୍ମନିର୍ମିତ ଯାବତୀୟ ବସ୍ତୁ, ଛାଗର ଲୋମରେ ନିର୍ମିତ ଯାବତୀୟ ବସ୍ତୁ ଓ କାଷ୍ଠନିର୍ମିତ ଯାବତୀୟ ବସ୍ତୁ ସମ୍ବନ୍ଧରେ ତୁମ୍ଭେମାନେ ଆପଣାମାନଙ୍କୁ ପାପରୁ ପରିଷ୍କାର କରିବ।”
ଗଣନା ପୁସ୍ତକ 31 : 21 (IRVOR)
ତହୁଁ ଇଲୀୟାସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, “ସଦାପ୍ରଭୁ ମୋଶାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ, ତହିଁର ବିଧି ଏହି;
ଗଣନା ପୁସ୍ତକ 31 : 22 (IRVOR)
ତଥାପି ସୁନା, ରୂପା, ପିତ୍ତଳ, ଲୁହା, ଦସ୍ତା ଓ ସୀସା,
ଗଣନା ପୁସ୍ତକ 31 : 23 (IRVOR)
ଯେଉଁ ସମସ୍ତ ଦ୍ରବ୍ୟ ଅଗ୍ନି ସହିପାରେ, ସେସବୁକୁ ଅଗ୍ନିରେ ପକାଇବ, ତହିଁରେ ତାହା ଶୁଚି ହେବ; ତେବେ ହେଁ ତାହା ପାପାର୍ଥକ ଜଳରେ ପରିଷ୍କୃତ କରାଯିବ; ପୁଣି, ଯେଉଁ ସବୁ ଦ୍ରବ୍ୟ ଅଗ୍ନି ସହେ ନାହିଁ, ତାହା ତୁମ୍ଭେମାନେ ଜଳରେ ପକାଇବ।
ଗଣନା ପୁସ୍ତକ 31 : 24 (IRVOR)
ପୁଣି, ତୁମ୍ଭେମାନେ ସପ୍ତମ ଦିନରେ ଆପଣା ଆପଣା ବସ୍ତ୍ର ଧୋଇବ, ତହିଁରେ ତୁମ୍ଭେମାନେ ଶୁଚି ହେବ; ତହିଁ ଉତ୍ତାରେ ତୁମ୍ଭେମାନେ ଛାଉଣିରେ ପ୍ରବେଶ କରିବ।”
ଗଣନା ପୁସ୍ତକ 31 : 25 (IRVOR)
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 31 : 26 (IRVOR)
“ତୁମ୍ଭେ, ଇଲୀୟାସର ଯାଜକ ଓ ମଣ୍ଡଳୀସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ଧୃତ ଜୀବଗଣର, ଅର୍ଥାତ୍‍, ବନ୍ଦୀ ମନୁଷ୍ୟର ଓ ପଶୁର ସଂଖ୍ୟା କର।”
ଗଣନା ପୁସ୍ତକ 31 : 27 (IRVOR)
ପୁଣି, ଯୁଦ୍ଧରେ ଧୃତ ସେହି ଜୀବମାନଙ୍କୁ ଯୁଦ୍ଧକୁ ଯାଇଥିବା ନିପୁଣ ଯୋଦ୍ଧାମାନଙ୍କର ଓ ସମସ୍ତ ମଣ୍ଡଳୀର ମଧ୍ୟରେ ବିଭାଗ କର।
ଗଣନା ପୁସ୍ତକ 31 : 28 (IRVOR)
ପୁଣି, ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ କର ଗ୍ରହଣ କର; ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷମାନଙ୍କର,
ଗଣନା ପୁସ୍ତକ 31 : 29 (IRVOR)
ପ୍ରତି ପାଞ୍ଚଶହରୁ ଗୋଟିଏ ଲେଖାଏଁ ଜୀବ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ନିମନ୍ତେ ଇଲୀୟାସର ଯାଜକକୁ ଦିଅ;
ଗଣନା ପୁସ୍ତକ 31 : 30 (IRVOR)
ପୁଣି, ଇସ୍ରାଏଲ ସନ୍ତାନଗଣର ଲଭ୍ୟ ଅର୍ଦ୍ଧାଂଶରୁ ତୁମ୍ଭେ ମନୁଷ୍ୟ, ଗୋରୁ, ଗର୍ଦ୍ଦଭ ଓ ମେଷାଦି ସମସ୍ତ ପଶୁର ପ୍ରତ୍ୟେକ ପାଞ୍ଚଶହରୁ ଗୋଟିଏ ଲେଖାଏଁ ନେଇ ସଦାପ୍ରଭୁଙ୍କ ଆବାସ ରକ୍ଷଣୀୟ-ରକ୍ଷକ ଲେବୀୟମାନଙ୍କୁ ଦିଅ;
ଗଣନା ପୁସ୍ତକ 31 : 31 (IRVOR)
ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଓ ଇଲୀୟାସର ଯାଜକ କଲେ।
ଗଣନା ପୁସ୍ତକ 31 : 32 (IRVOR)
ଯୋଦ୍ଧାମାନେ ଲୁଟିତ ସମ୍ପତ୍ତି ବ୍ୟତୀତ ଯେଉଁ ସବୁ ଜୀବ ଧରିଥିଲେ, ସେମାନଙ୍କ ସଂଖ୍ୟା,
ଗଣନା ପୁସ୍ତକ 31 : 33 (IRVOR)
ଛଅ ଲକ୍ଷ ପଞ୍ଚସ୍ତରି ହଜାର ମେଷ
ଗଣନା ପୁସ୍ତକ 31 : 34 (IRVOR)
ଓ ବାସ୍ତରି ହଜାର ଗୋରୁ, ଏକଷଠି ହଜାର ଗର୍ଦ୍ଦଭ;
ଗଣନା ପୁସ୍ତକ 31 : 35 (IRVOR)
ଆଉ ପୁରୁଷ-ସହବାସ ଅଜ୍ଞାତା ସ୍ତ୍ରୀଲୋକ ସର୍ବସୁଦ୍ଧା ବତିଶ ହଜାର ଥିଲେ।
ଗଣନା ପୁସ୍ତକ 31 : 36 (IRVOR)
ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା ତିନି ଲକ୍ଷ ସଇଁତିରିଶ ହଜାର ପାଞ୍ଚ ଶହ ମେଷ।
ଗଣନା ପୁସ୍ତକ 31 : 37 (IRVOR)
ପୁଣି, ସେହି ମେଷ ମଧ୍ୟରୁ ଛଅ ଶହ ପଞ୍ଚସ୍ତରି ମେଷ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
ଗଣନା ପୁସ୍ତକ 31 : 38 (IRVOR)
ଆଉ ଗୋରୁ ଛତିଶ ହଜାର, ସେମାନଙ୍କ ମଧ୍ୟରୁ ବାସ୍ତରି ଗୋରୁ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
ଗଣନା ପୁସ୍ତକ 31 : 39 (IRVOR)
ଆଉ ଗର୍ଦ୍ଦଭ ତିରିଶ ହଜାର ପାଞ୍ଚ ଶହ, ସେମାନଙ୍କ ମଧ୍ୟରୁ ଏକଷଠି ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
ଗଣନା ପୁସ୍ତକ 31 : 40 (IRVOR)
ପୁଣି, ମନୁଷ୍ୟ ଷୋଳ ସହସ୍ର, ସେମାନଙ୍କ ମଧ୍ୟରୁ ବତିଶ ଜଣ ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା।
ଗଣନା ପୁସ୍ତକ 31 : 41 (IRVOR)
ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ସଦାପ୍ରଭୁଙ୍କର ଉତ୍ତୋଳନୀୟ ଉପହାର ସ୍ୱରୂପେ ସେହି କର ଇଲୀୟାସର ଯାଜକକୁ ଦେଲେ।
ଗଣନା ପୁସ୍ତକ 31 : 42 (IRVOR)
ପୁଣି, ଯୋଦ୍ଧାମାନଙ୍କ ଅଂଶ ଭିନ୍ନ ଯେଉଁ ଅର୍ଦ୍ଧାଂଶ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କୁ ଦେଇଥିଲେ;
ଗଣନା ପୁସ୍ତକ 31 : 43 (IRVOR)
ମଣ୍ଡଳୀର ଲଭ୍ୟ ସେହି ଅର୍ଦ୍ଧାଂଶ ସଂଖ୍ୟାରେ ତିନି ଲକ୍ଷ ସଇଁତିରିଶ ହଜାର ପାଞ୍ଚ ଶହ ମେଷ,
ଗଣନା ପୁସ୍ତକ 31 : 44 (IRVOR)
ଛତିଶ ହଜାର ଗୋରୁ,
ଗଣନା ପୁସ୍ତକ 31 : 45 (IRVOR)
ତିରିଶ ହଜାର ପାଞ୍ଚ ଶହ ଗର୍ଦ୍ଦଭ
ଗଣନା ପୁସ୍ତକ 31 : 46 (IRVOR)
ଓ ଷୋଳ ସହସ୍ର ମନୁଷ୍ୟ ଥିଲେ।
ଗଣନା ପୁସ୍ତକ 31 : 47 (IRVOR)
ତହିଁରେ ମୋଶା ଇସ୍ରାଏଲ-ସନ୍ତାନଗଣଙ୍କର ଲଭ୍ୟ ସେହି ଅର୍ଦ୍ଧାଂଶରୁ ମନୁଷ୍ୟ ଓ ପଶୁର ପ୍ରତ୍ୟେକ ପଚାଶ ମଧ୍ୟରୁ ଗୋଟିଏ ଲେଖାଏଁ ନେଇ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କ ଆବାସର ରକ୍ଷଣୀୟ-ରକ୍ଷକ ଲେବୀୟମାନଙ୍କୁ ଦେଲେ।
ଗଣନା ପୁସ୍ତକ 31 : 48 (IRVOR)
ଏଉତ୍ତାରେ ସହସ୍ର ସହସ୍ର ସୈନ୍ୟମାନଙ୍କ ଉପରେ କର୍ତ୍ତୃତ୍ୱକାରୀଗଣ, ଅର୍ଥାତ୍‍, ସହସ୍ରପତି ଓ ଶତପତିମାନେ ମୋଶାଙ୍କ ନିକଟକୁ ଆସିଲେ,
ଗଣନା ପୁସ୍ତକ 31 : 49 (IRVOR)
ପୁଣି, ସେମାନେ ମୋଶାଙ୍କୁ କହିଲେ, “ତୁମ୍ଭର ଏହି ଦାସମାନେ ଆପଣାମାନଙ୍କ ହସ୍ତଗତ ଯୋଦ୍ଧାମାନଙ୍କର ସଂଖ୍ୟା ନେଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହିଁ ଊଣା ହୋଇ ନାହିଁ।
ଗଣନା ପୁସ୍ତକ 31 : 50 (IRVOR)
ଏହେତୁ ଆମ୍ଭେମାନେ ପ୍ରତି ଜଣ ସ୍ୱର୍ଣ୍ଣ-ଅଳଙ୍କାର, ନୂପୁର ଓ ବଳା, ଅଙ୍ଗୁରୀୟକ, କୁଣ୍ଡଳ ଓ ହାର, ଏହି ଯେସବୁ ପାଇଅଛୁ, ତହିଁରୁ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁଙ୍କ ଉପହାର ଆଣିଅଛୁ।”
ଗଣନା ପୁସ୍ତକ 31 : 51 (IRVOR)
ତହୁଁ ମୋଶା ଓ ଇଲୀୟାସର ଯାଜକ ସେମାନଙ୍କଠାରୁ ସେହି ସ୍ୱର୍ଣ୍ଣ, ଅର୍ଥାତ୍‍, ଶିଳ୍ପିତ ଅଳଙ୍କାର ନେଲେ।
ଗଣନା ପୁସ୍ତକ 31 : 52 (IRVOR)
ଆଉ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସହସ୍ରପତି ଓ ଶତପତିମାନେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ସ୍ୱର୍ଣ୍ଣ ଉତ୍ସର୍ଗ କଲେ, ସେସମସ୍ତ ସ୍ୱର୍ଣ୍ଣ ଷୋହଳ ହଜାର ସାତ ଶହ ପଚାଶ ଶେକଲ* ଏକ ଶେକଲର ଓଜନ 11 ଗ୍ରାମ୍ ଅଟେ ପରିମିତ ଥିଲା।
ଗଣନା ପୁସ୍ତକ 31 : 53 (IRVOR)
କାରଣ ଯୋଦ୍ଧାମାନେ ପ୍ରତ୍ୟେକେ ଆପଣା ଆପଣା ନିମନ୍ତେ ଲୁଟିତ ଦ୍ରବ୍ୟ ନେଇଥିଲେ।
ଗଣନା ପୁସ୍ତକ 31 : 54 (IRVOR)
ଏଉତ୍ତାରେ ମୋଶା, ଇଲୀୟାସର ଯାଜକ ସହସ୍ରପତି ଓ ଶତପତିମାନଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ, ପୁଣି, ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥକ ଚିହ୍ନ ରୂପେ ତାହା ସମାଗମ-ତମ୍ବୁରେ ରଖିଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54