ଗଣନା ପୁସ୍ତକ 28 : 1 (IRVOR)
ଦୈନିକ ନୈବେଦ୍ୟ ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 28 : 2 (IRVOR)
“ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ତୁମ୍ଭେମାନେ ଆମ୍ଭର ତୁଷ୍ଟିଜନକ ଆଘ୍ରାଣାର୍ଥେ ଆମ୍ଭର ଉପହାର, ଅର୍ଥାତ୍‍, ଆମ୍ଭ ଉଦ୍ଦେଶ୍ୟରେ ଅଗ୍ନିକୃତ ନାନା ନୈବେଦ୍ୟାର୍ଥକ ଆମ୍ଭର ଯେଉଁ ଭକ୍ଷ୍ୟ, ତାହା ତହିଁର ନିରୂପିତ ସମୟରେ ଉତ୍ସର୍ଗ କରିବାକୁ ମନୋଯୋଗ କରିବ।
ଗଣନା ପୁସ୍ତକ 28 : 3 (IRVOR)
ପୁଣି, ତୁମ୍ଭେ ସେମାନଙ୍କୁ କହିବ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ତାହା ଏହି; ପ୍ରତି ଦିନ ନିତ୍ୟ ହୋମ ନିମନ୍ତେ ଏକବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ।
ଗଣନା ପୁସ୍ତକ 28 : 4 (IRVOR)
ପ୍ରାତଃକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ ଓ ସନ୍ଧ୍ୟାକାଳରେ ଏକ ମେଷବତ୍ସ ଉତ୍ସର୍ଗ କରିବ।
ଗଣନା ପୁସ୍ତକ 28 : 5 (IRVOR)
ପୁଣି, ଭକ୍ଷ୍ୟ-ନୈବେଦ୍ୟ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେଷା ତୈଳ ମିଶ୍ରିତ ଏକ ଐଫାର ଦଶମାଂଶ ସରୁ ମଇଦା ଦେବ।
ଗଣନା ପୁସ୍ତକ 28 : 6 (IRVOR)
ଏହା ନିତ୍ୟ ହୋମବଳି, ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସୀନୟ ପର୍ବତରେ ନିରୂପିତ ହୋଇଥିଲା।
ଗଣନା ପୁସ୍ତକ 28 : 7 (IRVOR)
ପୁଣି, ତହିଁର ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେୟ-ନୈବେଦ୍ୟ ହେବ। ତୁମ୍ଭେ ପବିତ୍ର ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ରୂପେ ମଦ୍ୟ ଢାଳିବ।
ଗଣନା ପୁସ୍ତକ 28 : 8 (IRVOR)
ବିଶ୍ରାମବାରର ନୈବେଦ୍ୟ ଆଉ ତୁମ୍ଭେ ଅନ୍ୟ ମେଷବତ୍ସକୁ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବ; ଯେପରି ପ୍ରାତଃକାଳର ଭକ୍ଷ୍ୟ-ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ, ସେପରି ତୁମ୍ଭେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପେ ଉତ୍ସର୍ଗ କରିବ।
ଗଣନା ପୁସ୍ତକ 28 : 9 (IRVOR)
ଆଉ ବିଶ୍ରାମଦିନରେ ଏକବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ ଓ ତୈଳ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଓ ତହିଁର ପେୟ-ନୈବେଦ୍ୟ ଉତ୍ସର୍ଗ କରିବ।
ଗଣନା ପୁସ୍ତକ 28 : 10 (IRVOR)
ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ପ୍ରତି ବିଶ୍ରାମବାରର ଏହି ହୋମବଳି ହେବ।
ଗଣନା ପୁସ୍ତକ 28 : 11 (IRVOR)
ମାସର ପ୍ରଥମ ନୈବେଦ୍ୟ ଆଉ ପ୍ରତି ମାସର ଆରମ୍ଭରେ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ନିଖୁନ୍ତ ମେଷବତ୍ସ ଉତ୍ସର୍ଗ କରିବ।
ଗଣନା ପୁସ୍ତକ 28 : 12 (IRVOR)
ପୁଣି, ଏକ ଗୋବତ୍ସ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ଆଉ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ;
ଗଣନା ପୁସ୍ତକ 28 : 13 (IRVOR)
ପୁଣି, ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଐଫାର ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ ହେବ; ତହିଁରେ ସେହି ହୋମବଳି ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ।
ଗଣନା ପୁସ୍ତକ 28 : 14 (IRVOR)
ଆଉ ଏକ ଗୋବତ୍ସ ନିମନ୍ତେ ଏକ ହିନର ଅର୍ଦ୍ଧେକ, ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ମେଷବତ୍ସ ନିମନ୍ତେ ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ପେୟ-ନୈବେଦ୍ୟ ହେବ; ଏହିସବୁ ନୈବେଦ୍ୟ ବର୍ଷର ପ୍ରତି ମାସର ପ୍ରଥମ ଦିନରେ ଅଣାଯିବ ପୁଣି, ତାହସବୁ ସମ୍ପୂର୍ଣ୍ଣ ହୋମ ହେବ।
ଗଣନା ପୁସ୍ତକ 28 : 15 (IRVOR)
ପୁଣି, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରାଯିବ ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ତାହା ହେବ।
ଗଣନା ପୁସ୍ତକ 28 : 16 (IRVOR)
ନିସ୍ତାର ପର୍ବର ନୈବେଦ୍ୟ ଆହୁରି ପ୍ରଥମ ମାସର ଚତୁର୍ଦ୍ଦଶ ଦିନରେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ହେବ।
ଗଣନା ପୁସ୍ତକ 28 : 17 (IRVOR)
ପୁଣି, ସେହି ମାସର ପଞ୍ଚଦଶ ଦିନରେ ଉତ୍ସବ ହେବ; ସାତ ଦିନ ତାଡ଼ିଶୂନ୍ୟ ରୁଟି ଭୋଜନ କରାଯିବ।
ଗଣନା ପୁସ୍ତକ 28 : 18 (IRVOR)
ପ୍ରଥମ ଦିନରେ ପବିତ୍ର ସଭା ହେବ; ସେହି ଦିନରେ ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
ଗଣନା ପୁସ୍ତକ 28 : 19 (IRVOR)
ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ନିମନ୍ତେ ଦୁଇ ପୁଂଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ, ଏହିସବୁ ନିଖୁନ୍ତ ପଶୁ;
ଗଣନା ପୁସ୍ତକ 28 : 20 (IRVOR)
ପୁଣି, ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ ଓ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ,
ଗଣନା ପୁସ୍ତକ 28 : 21 (IRVOR)
ଆଉ ସାତ ମେଷବତ୍ସ ମଧ୍ୟରେ ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ,
ଗଣନା ପୁସ୍ତକ 28 : 22 (IRVOR)
ପୁଣି, ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ,
ଗଣନା ପୁସ୍ତକ 28 : 23 (IRVOR)
ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମର ପ୍ରାତଃକାଳୀନ ହୋମ ବ୍ୟତୀତ ଉତ୍ସର୍ଗ କରିବ।
ଗଣନା ପୁସ୍ତକ 28 : 24 (IRVOR)
ତୁମ୍ଭେମାନେ ଏହି ବିଧି ଅନୁସାରେ ସାତ ଦିନ ପର୍ଯ୍ୟନ୍ତ ପ୍ରତି ଦିନ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଭକ୍ଷ୍ୟ ରୂପ ଉପହାର ଉତ୍ସର୍ଗ କରିବ; ନିତ୍ୟ ହୋମ ଓ ତହିଁର ପେୟ-ନୈବେଦ୍ୟ ବ୍ୟତୀତ ତାହା ଉତ୍ସର୍ଗିତ ହେବ।
ଗଣନା ପୁସ୍ତକ 28 : 25 (IRVOR)
ପୁଣି, ସପ୍ତମ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
ଗଣନା ପୁସ୍ତକ 28 : 26 (IRVOR)
ଶସ୍ୟ ଅମଳ ପର୍ବର ନୈବେଦ୍ୟ ଆହୁରି ପ୍ରଥମ-ପକ୍ୱ ଫଳର ଦିନରେ, ଅର୍ଥାତ୍‍, ଯେଉଁ ସମୟରେ ତୁମ୍ଭେମାନେ ଆପଣାମାନଙ୍କ ଉତ୍ସବ-ସପ୍ତାହମାନଙ୍କରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ-ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ।
ଗଣନା ପୁସ୍ତକ 28 : 27 (IRVOR)
ମାତ୍ର ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ଦୁଇ ପୁଂଗୋବତ୍ସ, ଏକ ମେଷ, ଏକବର୍ଷୀୟ ସାତ ମେଷବତ୍ସ;
ଗଣନା ପୁସ୍ତକ 28 : 28 (IRVOR)
ପୁଣି, ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ
ଗଣନା ପୁସ୍ତକ 28 : 29 (IRVOR)
ଓ ସାତ ମେଷବତ୍ସ ମଧ୍ୟରୁ ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ-ନୈବେଦ୍ୟ;
ଗଣନା ପୁସ୍ତକ 28 : 30 (IRVOR)
ଆଉ ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରଣାର୍ଥ ଏକ ଛାଗ ଉତ୍ସର୍ଗ କରିବ।
ଗଣନା ପୁସ୍ତକ 28 : 31 (IRVOR)
ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ-ନୈବେଦ୍ୟ ବ୍ୟତୀତ ଏହି ସମସ୍ତ ଓ ତହିଁର ପେୟ-ନୈବେଦ୍ୟ ଉତ୍ସର୍ଗ କରିବ, ଏହିସବୁ ନିଖୁନ୍ତ ହେବ।”

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31