ଗଣନା ପୁସ୍ତକ 26 : 1 (IRVOR)
ନୂତନ ପିଢ଼ିର ଜନଗଣନା ସେହି ମାରୀ ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କ ପୁତ୍ର ଇଲୀୟାସର ଯାଜକକୁ, କହିଲେ,
ଗଣନା ପୁସ୍ତକ 26 : 2 (IRVOR)
“ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣ ସମସ୍ତ ମଣ୍ଡଳୀ ମଧ୍ୟରୁ ଆପଣା ଆପଣା ପିତୃଗୃହାନୁସାରେ କୋଡ଼ିଏ ବର୍ଷ ବୟସ୍କ ଓ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର, ଅର୍ଥାତ୍‍, ଇସ୍ରାଏଲ ସୈନ୍ୟଶ୍ରେଣୀଭୁକ୍ତ ସମସ୍ତ ଲୋକଙ୍କର ଗଣନା କର।”
ଗଣନା ପୁସ୍ତକ 26 : 3 (IRVOR)
ତହିଁରେ ମୋଶା ଓ ଇଲୀୟାସର ଯାଜକ ଯିରୀହୋର ନିକଟସ୍ଥିତ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଲୋକମାନଙ୍କ ସଙ୍ଗେ କଥା କହିଲେ,
ଗଣନା ପୁସ୍ତକ 26 : 4 (IRVOR)
“ମୋଶା ପ୍ରତି ଓ ମିସର ଦେଶରୁ ବହିର୍ଗତ ଇସ୍ରାଏଲ ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ, କୋଡ଼ିଏ ବର୍ଷ ବୟସ୍କ ଅବଧି ସମସ୍ତ ଲୋକର ଗଣନା କର।”
ଗଣନା ପୁସ୍ତକ 26 : 5 (IRVOR)
ରୁବେନ୍‍, ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର; ରୁବେନ୍‍ର ସନ୍ତାନ ହନୋକଠାରୁ ହନୋକୀୟ ବଂଶ; ପଲ୍ଲୂଠାରୁ ପଲ୍ଲୂୟୀୟ ବଂଶ;
ଗଣନା ପୁସ୍ତକ 26 : 6 (IRVOR)
ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; କର୍ମ୍ମିଠାରୁ କର୍ମିୟ ବଂଶ।
ଗଣନା ପୁସ୍ତକ 26 : 7 (IRVOR)
ଏମାନେ ରୁବେନ୍‍ର ବଂଶ; ପୁଣି, ଏମାନେ ଗଣାଯା’ନ୍ତେ, ତେୟାଳିଶ ହଜାର ସାତ ଶହ ତିରିଶ ଲୋକ ହେଲେ।
ଗଣନା ପୁସ୍ତକ 26 : 8 (IRVOR)
ପଲ୍ଲୂର ସନ୍ତାନ ଇଲୀୟାବ୍‍।
ଗଣନା ପୁସ୍ତକ 26 : 9 (IRVOR)
ସେହି ଇଲୀୟାବ୍‍ର ସନ୍ତାନ ନମୂୟେଲ, ଦାଥନ ଓ ଅବୀରାମ୍‍; କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ଡଳୀର ଆହୂତ ଲୋକ ଯେ ଦାଥନ ଓ ଅବୀରାମ୍‍ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇ ଜଣ।
ଗଣନା ପୁସ୍ତକ 26 : 10 (IRVOR)
ସେହି ସମୟରେ ପୃଥିବୀ ଆପଣା ମୁଖ ମେଲାଇ ସେମାନଙ୍କୁ ଓ କୋରହକୁ ଗ୍ରାସ କଲା, ତହିଁରେ ସେହି ଦଳ ନଷ୍ଟ ହେଲେ, ପୁଣି, ଅଗ୍ନି ଦୁଇ ଶହ ପଚାଶ ଜଣକୁ ଦଗ୍ଧ କଲା, ସେମାନେ ଚିହ୍ନ ସ୍ୱରୂପ ହେଲେ।
ଗଣନା ପୁସ୍ତକ 26 : 11 (IRVOR)
ତଥାପି କୋରହର ସନ୍ତାନମାନେ ମଲେ ନାହିଁ।
ଗଣନା ପୁସ୍ତକ 26 : 12 (IRVOR)
ଆପଣା ଆପଣା ବଂଶାନୁସାରେ ଶିମୀୟୋନର ସନ୍ତାନ; ନମୂୟେଲଠାରୁ ନମୂୟେଲୀୟ ବଂଶ; ଯାମୀନ୍‍ଠାରୁ ଯାମୀନୀୟ ବଂଶ; ଯାଖୀନ୍‍ଠାରୁ ଯାଖୀନୀୟ ବଂଶ;
ଗଣନା ପୁସ୍ତକ 26 : 13 (IRVOR)
ସେରହଠାରୁ ସେରହୀୟ ବଂଶ; ଶୌଲଠାରୁ ଶୌଲୀୟ ବଂଶ।
ଗଣନା ପୁସ୍ତକ 26 : 14 (IRVOR)
ଶିମୀୟୋନୀୟ ଏହି ସକଳ ବଂଶ ବାଇଶ ହଜାର ଦୁଇ ଶହ ଲୋକ ଥିଲେ।
ଗଣନା ପୁସ୍ତକ 26 : 15 (IRVOR)
ଆପଣା ଆପଣା ବଂଶାନୁସାରେ ଗାଦ୍‍ର ସନ୍ତାନ; ସିଫୋନଠାରୁ ସିଫୋନୀୟ ବଂଶ; ହଗିଠାରୁ ହଗୀୟ ବଂଶ; ଶୂନୀଠାରୁ ଶୂନୀୟ ବଂଶ;
ଗଣନା ପୁସ୍ତକ 26 : 16 (IRVOR)
ଓଷ୍ଣିଠାରୁ ଓଷ୍ଣୀୟ ବଂଶ, ଏରିଠାରୁ ଏରୀୟ ବଂଶ;
ଗଣନା ପୁସ୍ତକ 26 : 17 (IRVOR)
ଅରୋଦିଠାରୁ ଅରୋଦୀୟ ବଂଶ, ଅରେଲୀଠାରୁ ଅରେଲୀୟ ବଂଶ।
ଗଣନା ପୁସ୍ତକ 26 : 18 (IRVOR)
ଗାଦ୍‍ ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯା’ନ୍ତେ, ଚାଳିଶ ହଜାର ପାଞ୍ଚ ଶହ ଲୋକ ହେଲେ।
ଗଣନା ପୁସ୍ତକ 26 : 19 (IRVOR)
ଯିହୁଦାର ପୁତ୍ର ଏର ଓ ଓନନ୍‍; ସେହି ଏର ଓ ଓନନ୍‍ କିଣାନ ଦେଶରେ ମରିଥିଲେ।
ଗଣନା ପୁସ୍ତକ 26 : 20 (IRVOR)
ଆପଣା ଆପଣା ବଂଶାନୁସାରେ ଯିହୁଦାର ସନ୍ତାନ; ଶେଲାଠାରୁ ଶେଲାୟୀୟ ବଂଶ; ପେରସଠାରୁ ପେରସୀୟ ବଂଶ; ସେରହଠାରୁ ସେରହୀୟ ବଂଶ।
ଗଣନା ପୁସ୍ତକ 26 : 21 (IRVOR)
ପୁଣି, ପେରସର ଏହି ସକଳ ସନ୍ତାନ ହିଷ୍ରୋଣଠାରୁ ହିଷ୍ରୋଣୀୟ ବଂଶ; ହାମୂଲଠାରୁ ହାମୂଲୀୟ ବଂଶ।
ଗଣନା ପୁସ୍ତକ 26 : 22 (IRVOR)
ଯିହୁଦାର ଏହିସବୁ ବଂଶ ଗଣାଯା’ନ୍ତେ, ଛସ୍ତରି ହଜାର ପାଞ୍ଚ ଶହ ଲୋକ ହେଲେ।
ଗଣନା ପୁସ୍ତକ 26 : 23 (IRVOR)
ଆପଣା ଆପଣା ବଂଶାନୁସାରେ ଇଷାଖରର ସନ୍ତାନ; ତୋଲୟଠାରୁ ତୋଲୟୀୟ ବଂଶ; ପୂୟଠାରୁ ପୂୟୀୟ ବଂଶ;
ଗଣନା ପୁସ୍ତକ 26 : 24 (IRVOR)
ଯାଶୂବଠାରୁ ଯାଶୂବୀୟ ବଂଶ; ଶିମ୍ରୋଣଠାରୁ ଶିମ୍ରୋଣୀୟ ବଂଶ।
ଗଣନା ପୁସ୍ତକ 26 : 25 (IRVOR)
ଇଷାଖରର ଏହି ସକଳ ବଂଶ ଗଣାଯା’ନ୍ତେ, ଚଉଷଠି ହଜାର ତିନି ଶହ ଲୋକ ହେଲେ।
ଗଣନା ପୁସ୍ତକ 26 : 26 (IRVOR)
ଆପଣା ଆପଣା ବଂଶାନୁସାରେ ସବୂଲୂନର ସନ୍ତାନ; ସେରଦଠାରୁ ସେରଦୀୟ ବଂଶ; ଏଲୋନ୍‍ଠାରୁ ଏଲୋନୀୟ ବଂଶ; ଯହଲେଲଠାରୁ ଯହଲେଲୀୟ ବଂଶ।
ଗଣନା ପୁସ୍ତକ 26 : 27 (IRVOR)
ସବୂଲୂନର ଏହି ସକଳ ବଂଶ ଗଣାଯା’ନ୍ତେ, ଷାଠିଏ ହଜାର ପାଞ୍ଚ ଶହ ଲୋକ ହେଲେ।
ଗଣନା ପୁସ୍ତକ 26 : 28 (IRVOR)
ଆପଣା ଆପଣା ବଂଶାନୁସାରେ ଯୋଷେଫଙ୍କ ପୁତ୍ର ମନଃଶି ଓ ଇଫ୍ରୟିମ।
ଗଣନା ପୁସ୍ତକ 26 : 29 (IRVOR)
ମନଃଶିର ସନ୍ତାନ; ମାଖୀରଠାରୁ ମାଖରୀୟ ବଂଶ; ସେହି ମାଖୀରର ପୁତ୍ର ଗିଲୀୟଦ; ସେହି ଗିଲୀୟଦଠାରୁ ଗିଲୀୟଦୀୟ ବଂଶ।
ଗଣନା ପୁସ୍ତକ 26 : 30 (IRVOR)
ଗିଲୀୟଦର ସନ୍ତାନ ଏମାନେ; ଈୟେଷରଠାରୁ ଈୟେଷ୍ରୀୟ ବଂଶ; ହେଲକଠାରୁ ହେଲକୀୟ ବଂଶ,
ଗଣନା ପୁସ୍ତକ 26 : 31 (IRVOR)
ଅସ୍ରୀୟେଲଠାରୁ ଅସ୍ରୀୟେଲୀୟ ବଂଶ ଓ ଶେଖମଠାରୁ ଶେଖମୀୟ ବଂଶ,
ଗଣନା ପୁସ୍ତକ 26 : 32 (IRVOR)
ଶମୀଦାଠାରୁ ଶମୀଦାୟୀୟ ବଂଶ ଓ ହେଫରଠାରୁ ହେଫରୀୟ ବଂଶ।
ଗଣନା ପୁସ୍ତକ 26 : 33 (IRVOR)
ସେହି ହେଫରର ପୁତ୍ର ଯେ ସଲଫାଦ, ତାହାର ପୁତ୍ର ନ ଥିଲା, କେବଳ କନ୍ୟା ଥିଲା; ସେହି ସଲଫାଦର କନ୍ୟାମାନଙ୍କ ନାମ ମହଲା, ନୋୟା, ହଗ୍‍ଲା, ମିଲ୍‍କା ଓ ତିର୍ସା।
ଗଣନା ପୁସ୍ତକ 26 : 34 (IRVOR)
ଏମାନେ ମନଃଶିର ବଂଶ, ଏମାନଙ୍କର ଗଣିତ ଲୋକ ବାବନ ହଜାର ସାତ ଶହ ଜଣ।
ଗଣନା ପୁସ୍ତକ 26 : 35 (IRVOR)
ଆପଣା ଆପଣା ବଂଶାନୁସାରେ ଇଫ୍ରୟିମର ସନ୍ତାନ; ଶୂଥେଲହଠାରୁ ଶୂଥଲହୀୟ ବଂଶ; ବେଖରଠାରୁ ବେଖ୍ରୀୟ ବଂଶ; ତହନଠାରୁ ତହନୀୟ ବଂଶ।
ଗଣନା ପୁସ୍ତକ 26 : 36 (IRVOR)
ପୁଣି, ଶୂଥେଲହର ସନ୍ତାନ ଏମାନେ; ଏରଣଠାରୁ ଏରଣୀୟ ବଂଶ।
ଗଣନା ପୁସ୍ତକ 26 : 37 (IRVOR)
ଇଫ୍ରୟିମର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯା’ନ୍ତେ, ବତିଶ ହଜାର ପାଞ୍ଚ ଶହ ଲୋକ ହେଲେ; ଆପଣା ଆପଣା ବଂଶାନୁସାରେ ଏମାନେ ଯୋଷେଫର ସନ୍ତାନ।
ଗଣନା ପୁସ୍ତକ 26 : 38 (IRVOR)
ଆପଣା ଆପଣା ବଂଶାନୁସାରେ ବିନ୍ୟାମୀନ୍‍ର ସନ୍ତାନ; ବେଲାଠାରୁ ବେଲାୟୀୟ ବଂଶ: ଅସ୍‍ବେଲଠାରୁ ଅସ୍‍ବେଲୀୟ ବଂଶ; ଅହୀରାମଠାରୁ ଅହୀରାମୀୟ ବଂଶ;
ଗଣନା ପୁସ୍ତକ 26 : 39 (IRVOR)
ଶୂଫମଠାରୁ ଶୂଫମୀୟ ବଂଶ; ହୂଫମଠାରୁ ହୂଫମୀୟ ବଂଶ।
ଗଣନା ପୁସ୍ତକ 26 : 40 (IRVOR)
ପୁଣି, ବେଲାର ସନ୍ତାନ ଅର୍ଦ ଓ ନାମାନ୍‍; ଅର୍ଦଠାରୁ ଅର୍ଦୀୟ ବଂଶ; ନାମାନ୍‍ଠାରୁ ନାମାନୀୟ ବଂଶ।
ଗଣନା ପୁସ୍ତକ 26 : 41 (IRVOR)
ଆପଣା ଆପଣା ବଂଶାନୁସାରେ ଏମାନେ ବିନ୍ୟାମୀନ୍‍ର ସନ୍ତାନ। ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଛଅ ଶହ ଜଣ।
ଗଣନା ପୁସ୍ତକ 26 : 42 (IRVOR)
ଆପଣା ଆପଣା ବଂଶାନୁସାରେ ଏମାନେ ଦାନର ସନ୍ତାନ; ଶୂହମଠାରୁ ଶୂହମୀୟ ବଂଶ। ଏମାନେ ଆପଣା ଆପଣା ବଂଶାନୁସାରେ ଦାନ୍‍ର ବଂଶ।
ଗଣନା ପୁସ୍ତକ 26 : 43 (IRVOR)
ଶୂହମୀୟ ସମସ୍ତ ବଂଶ ଗଣାଯା’ନ୍ତେ, ଚଉଷଠି ହଜାର ଚାରି ଶହ ଲୋକ ହେଲେ।
ଗଣନା ପୁସ୍ତକ 26 : 44 (IRVOR)
ଆପଣା ଆପଣା ବଂଶାନୁସାରେ ଆଶେରର ସନ୍ତାନ; ଯିମ୍ନାଠାରୁ ଯିମ୍ନୀୟ ବଂଶ; ଯିଶ୍‍ବିଠାରୁ ଯିଶ୍‍ବିୟ ବଂଶ; ବରୀୟଠାରୁ ବରୀୟୀୟ ବଂଶ।
ଗଣନା ପୁସ୍ତକ 26 : 45 (IRVOR)
ବରୀୟର ସନ୍ତାନ ଏମାନେ; ହେବରଠାରୁ ହେବରୀୟ ବଂଶ; ମଲ୍‍କୀୟେଲଠାରୁ ମଲ୍‍କୀୟେଲୀୟ ବଂଶ।
ଗଣନା ପୁସ୍ତକ 26 : 46 (IRVOR)
ଆଶେରର କନ୍ୟାର ନାମ ସେରହ।
ଗଣନା ପୁସ୍ତକ 26 : 47 (IRVOR)
ଆଶେରର ସନ୍ତାନମାନଙ୍କ ଏହି ସକଳ ବଂଶ ଗଣାଯା’ନ୍ତେ; ତେପନ ହଜାର ଚାରି ଶହ ଲୋକ ହେଲେ।
ଗଣନା ପୁସ୍ତକ 26 : 48 (IRVOR)
ଆପଣା ଆପଣା ବଂଶାନୁସାରେ ନପ୍ତାଲିର ସନ୍ତାନ; ଯହସୀୟେଲଠାରୁ ଯହସୀୟେଲୀୟ ବଂଶ; ଗୂନିଠାରୁ ଗୂନୀୟ ବଂଶ;
ଗଣନା ପୁସ୍ତକ 26 : 49 (IRVOR)
ଯେତ୍ସରଠାରୁ ଯେତ୍ସରୀୟ ବଂଶ; ଶିଲ୍ଲେମଠାରୁ ଶିଲ୍ଲେମୀୟ ବଂଶ।
ଗଣନା ପୁସ୍ତକ 26 : 50 (IRVOR)
ଆପଣା ଆପଣା ବଂଶାନୁସାରେ ଏହି ସକଳ ନପ୍ତାଲିର ବଂଶ। ଏମାନଙ୍କର ଗଣିତ ଲୋକ ପଞ୍ଚଚାଳିଶ ହଜାର ଚାରି ଶହ ଜଣ।
ଗଣନା ପୁସ୍ତକ 26 : 51 (IRVOR)
ଇସ୍ରାଏଲ-ସନ୍ତାନଗଣଙ୍କ ମଧ୍ୟରେ ଗଣିତ ଲୋକମାନଙ୍କର ସଂଖ୍ୟା ଛଅ ଲକ୍ଷ ଏକ ହଜାର ସାତ ଶହ ତିରିଶ ଥିଲା।
ଗଣନା ପୁସ୍ତକ 26 : 52 (IRVOR)
ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ,
ଗଣନା ପୁସ୍ତକ 26 : 53 (IRVOR)
“ନାମସଂଖ୍ୟାନୁସାରେ ଅଧିକାର ନିମନ୍ତେ ଏମାନଙ୍କ ମଧ୍ୟରେ ଦେଶ ବିଭକ୍ତ ହେବ।
ଗଣନା ପୁସ୍ତକ 26 : 54 (IRVOR)
ଯାହାର ଲୋକ ବହୁତ, ତୁମ୍ଭେ ତାହାକୁ ବହୁତ ଅଧିକାର ଦେବ, ପୁଣି, ଯାହାର ଲୋକ ଅଳ୍ପ, ତୁମ୍ଭେ ତାହାକୁ ଅଳ୍ପ ଅଧିକାର ଦେବ, ଯାହାର ଯେତେ ଗଣିତ ଲୋକ, ତାହାକୁ ସେତେ ଅଧିକାର ଦିଆଯିବ।
ଗଣନା ପୁସ୍ତକ 26 : 55 (IRVOR)
ତଥାପି ଗୁଲିବାଣ୍ଟ ଦ୍ୱାରା ଦେଶ ବିଭକ୍ତ ହେବ; ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ।
ଗଣନା ପୁସ୍ତକ 26 : 56 (IRVOR)
ବହୁତ ଓ ଅଳ୍ପ ଲୋକଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ।”
ଗଣନା ପୁସ୍ତକ 26 : 57 (IRVOR)
ଆପଣା ଆପଣା ବଂଶାନୁସାରେ ଏମାନେ ଲେବୀୟମାନଙ୍କ ମଧ୍ୟରୁ ଗଣିତ ହେଲେ; ଗେର୍ଶୋନଠାରୁ ଗେର୍ଶୋନୀୟ ବଂଶ; କହାତଠାରୁ କହାତୀୟ ବଂଶ; ମରାରିଠାରୁ ମରାରୀୟ ବଂଶ।
ଗଣନା ପୁସ୍ତକ 26 : 58 (IRVOR)
ଲେବୀୟ ବଂଶ ଏହି; ଲିବ୍‍ନୀୟ ବଂଶ, ହିବ୍ରୋଣୀୟ ବଂଶ, ମହଲୀୟ ବଂଶ, ମୂଶୀୟ ବଂଶ, କୋରହୀ ବଂଶ।
ଗଣନା ପୁସ୍ତକ 26 : 59 (IRVOR)
ସେହି କହାତର ପୁତ୍ର ଅମ୍ରାମ୍‍; ସେହି ଅମ୍ରମର ଯୋକେବଦ ନାମ୍ନୀ ଭାର୍ଯ୍ୟା ମିସର ଦେଶରେ ଲେବୀର ଔରସଜାତା କନ୍ୟା ଥିଲା। ସେ ଅମ୍ରମର ଔରସରେ ହାରୋଣ, ମୋଶା ଓ ସେମାନଙ୍କ ଭଗିନୀ ମରୀୟମଙ୍କୁ ପ୍ରସବ କଲା।
ଗଣନା ପୁସ୍ତକ 26 : 60 (IRVOR)
ହାରୋଣଠାରୁ ନାଦବ ଓ ଅବୀହୂ, ପୁଣି, ଇଲୀୟାସର ଓ ଈଥାମର ଜନ୍ମିଲେ।
ଗଣନା ପୁସ୍ତକ 26 : 61 (IRVOR)
ମାତ୍ର ନାଦବ୍‍ ଓ ଅବୀହୂ ସଦାପ୍ରଭୁଙ୍କ ସମ୍ମୁଖରେ ଇତର ଅଗ୍ନି ଉତ୍ସର୍ଗ କରନ୍ତେ ମଲେ।
ଗଣନା ପୁସ୍ତକ 26 : 62 (IRVOR)
ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯା’ନ୍ତେ, ତେଇଶ ହଜାର ଜଣ ହେଲେ; କାରଣ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନୋହିବାରୁ ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।
ଗଣନା ପୁସ୍ତକ 26 : 63 (IRVOR)
ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ଇସ୍ରାଏଲ-ସନ୍ତାନଗଣଙ୍କର ଗଣନାକାରୀ ମୋଶା ଓ ଇଲୀୟାସର ଯାଜକ ଦ୍ୱାରା ଏସମସ୍ତେ ଗଣାଗଲେ।
ଗଣନା ପୁସ୍ତକ 26 : 64 (IRVOR)
ମାତ୍ର ସୀନୟ-ପ୍ରାନ୍ତରରେ ଇସ୍ରାଏଲ-ସନ୍ତାନଗଣଙ୍କର ଗଣନାକାରୀ ମୋଶା ଓ ହାରୋଣ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଏମାନଙ୍କ ମଧ୍ୟରେ ନ ଥିଲା।
ଗଣନା ପୁସ୍ତକ 26 : 65 (IRVOR)
କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ, “ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ; ଏହେତୁ ସେମାନଙ୍କ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ବ୍ୟତୀତ ଏକ ଜଣ ହିଁ ଅବଶିଷ୍ଟ ରହିଲା ନାହିଁ।”

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51 52 53 54 55 56 57 58 59 60 61 62 63 64 65