ଗଣନା ପୁସ୍ତକ 24 : 1 (IRVOR)
{ବିଲୀୟମ୍‍ଙ୍କ ତୃତୀୟ ଭବିଷ୍ୟତ୍‍ବାଣୀ } ଏଥିଉତ୍ତାରେ ଇସ୍ରାଏଲକୁ ଆଶୀର୍ବାଦ କରିବା ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ, ଏହା ଦେଖି ବିଲୀୟମ୍‍ ପୂର୍ବ ପରି ଗଣକତା ସାଧିବା ପାଇଁ ଗଲା ନାହିଁ, ମାତ୍ର ପ୍ରାନ୍ତର ଆଡ଼େ ଆପଣା ମୁଖ ରଖିଲା।
ଗଣନା ପୁସ୍ତକ 24 : 2 (IRVOR)
ତହିଁରେ ବିଲୀୟମ୍‍ ଅନାଇ ଇସ୍ରାଏଲକୁ ଆପଣା ବଂଶାନୁସାରେ ବାସ କରିବାର ଦେଖିଲା; ପୁଣି, ପରମେଶ୍ୱରଙ୍କ ଆତ୍ମା ତାହା ଉପରେ ଅଧିଷ୍ଠାନ କଲେ।
ଗଣନା ପୁସ୍ତକ 24 : 3 (IRVOR)
ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବିୟୋରର ପୁତ୍ର ବିଲୀୟମ୍‍ କହୁଅଛି ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି,
ଗଣନା ପୁସ୍ତକ 24 : 4 (IRVOR)
ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି।
ଗଣନା ପୁସ୍ତକ 24 : 5 (IRVOR)
ହେ ଯାକୁବ, ତୁମ୍ଭର ତମ୍ବୁସବୁ, ହେ ଇସ୍ରାଏଲ, ତୁମ୍ଭର ଆବାସ ସବୁ କିପରି ମନୋହର !
ଗଣନା ପୁସ୍ତକ 24 : 6 (IRVOR)
ତାହାସବୁ ଉପତ୍ୟକା ତୁଲ୍ୟ ବିସ୍ତାରିତ, ନଦୀତୀରସ୍ଥ ଉଦ୍ୟାନ ତୁଲ୍ୟ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ, ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ ଅଟେ।
ଗଣନା ପୁସ୍ତକ 24 : 7 (IRVOR)
ତାହାର କଳସରୁ ଜଳ ଉଚ୍ଛୁଳିବ, ତାହାର ବୀଜ ଅନେକ ଜଳରେ ପଡ଼ିବ, ପୁଣି, ତାହାର ରାଜା ଆଗାଗଠାରୁ ଉଚ୍ଚୀକୃତ ହେବେ ଓ ତାହାର ରାଜ୍ୟ ଉନ୍ନତ ହେବ।
ଗଣନା ପୁସ୍ତକ 24 : 8 (IRVOR)
ପରମେଶ୍ୱର ତାହାକୁ ମିସରରୁ ବାହାର କରି ଆଣୁଅଛନ୍ତି; ତାହାର ବଳ ଅରଣାର ଷଣ୍ଢ ତୁଲ୍ୟ; ସେ ଆପଣା ବିପକ୍ଷ ଦେଶୀୟମାନଙ୍କୁ ଗ୍ରାସ କରିବ ଓ ସେମାନଙ୍କର ଅସ୍ଥିସବୁ ଚୂର୍ଣ୍ଣ କରିବ ଓ ଆପଣା ବାଣ ଦ୍ୱାରା ସେମାନଙ୍କୁ ଭେଦ କରିବ।
ଗଣନା ପୁସ୍ତକ 24 : 9 (IRVOR)
ସେ ନଇଁ ପଡ଼ିଲା, ସେ ସିଂହ ତୁଲ୍ୟ ଓ ସିଂହୀ ତୁଲ୍ୟ ଶୟନ କଲା; କିଏ ତାହାକୁ ଉଠାଇବ ? ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି, ସେମାନେ ପ୍ରତ୍ୟେକେ ଆଶୀର୍ବାଦପ୍ରାପ୍ତ ହେଉନ୍ତୁ, ଯେଉଁମାନେ ତୁମ୍ଭକୁ ଅଭିଶାପ ଦିଅନ୍ତି, ସେମାନେ ପ୍ରତ୍ୟେକେ ଅଭିଶାପଗ୍ରସ୍ତ ହେଉନ୍ତୁ।”
ଗଣନା ପୁସ୍ତକ 24 : 10 (IRVOR)
ଏଥିରେ ବିଲୀୟମ୍‍ ବିରୁଦ୍ଧରେ ବାଲାକଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ତହୁଁ ସେ ଆପଣା ହାତରେ ହାତ ମାରିଲେ; ପୁଣି, ବାଲାକ ବିଲୀୟମ୍‍କୁ କହିଲେ, “ଆମ୍ଭେ ଆପଣା ଶତ୍ରୁମାନଙ୍କୁ ଅଭିଶାପ ଦେବା ପାଇଁ ତୁମ୍ଭକୁ ଡାକିଲୁ, ମାତ୍ର ଦେଖ, ତୁମ୍ଭେ ଏହି ତିନିଥର ସେମାନଙ୍କୁ ସର୍ବୋତଭାବେ ଆଶୀର୍ବାଦ କଲ।”
ଗଣନା ପୁସ୍ତକ 24 : 11 (IRVOR)
ଏନିମନ୍ତେ ତୁମ୍ଭେ ଏବେ ଆପଣା ସ୍ଥାନକୁ ପଳାଅ; ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଚାର ଥିଲା; ମାତ୍ର ଦେଖ, ସଦାପ୍ରଭୁ ତୁମ୍ଭକୁ ସମ୍ଭ୍ରମ ପାଇବାରୁ ବାରଣ କରିଅଛନ୍ତି।
ଗଣନା ପୁସ୍ତକ 24 : 12 (IRVOR)
ତହିଁରେ ବିଲୀୟମ୍‍ ବାଲାକଙ୍କୁ କହିଲା, “ମୋ’ ନିକଟକୁ ତୁମ୍ଭେ ଯେଉଁ ଦୂତମାନଙ୍କୁ ପଠାଇଥିଲ, ସେମାନଙ୍କୁ ମୁଁ କ’ଣ କହି ନାହିଁ ?”
ଗଣନା ପୁସ୍ତକ 24 : 13 (IRVOR)
ଯଦିଓ ବାଲାକ ସୁନା ରୂପାରେ ପୂର୍ଣ୍ଣ ଆପଣା ଗୃହ ମୋତେ ଦେବ, ତେବେ ମୁଁ ଆପଣା ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ନ ପାରେ; ଯାହା ସଦାପ୍ରଭୁ କହନ୍ତି, ତାହା ହିଁ ମୁଁ କହିବି।
ଗଣନା ପୁସ୍ତକ 24 : 14 (IRVOR)
{ବିଲୀୟମ୍‍ଙ୍କର ଶେଷ ଭବିଷ୍ୟତବାଣୀ } ଏବେ ଦେଖ, ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି; ଆସ, ଏହି ଲୋକମାନେ ଭବିଷ୍ୟତରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା କରିବେ, ତାହା ମୁଁ ତୁମ୍ଭକୁ ଜ୍ଞାତ କରାଇବି।
ଗଣନା ପୁସ୍ତକ 24 : 15 (IRVOR)
ଏଥିରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ବିୟୋରର ପୁତ୍ର ବିଲୀୟମ୍‍ କହୁଅଛି, ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି, ସେହି ବ୍ୟକ୍ତି କହୁଅଛି;
ଗଣନା ପୁସ୍ତକ 24 : 16 (IRVOR)
ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି ଓ ସର୍ବୋପରିସ୍ଥଙ୍କର ତତ୍ତ୍ୱ ଜାଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି;
ଗଣନା ପୁସ୍ତକ 24 : 17 (IRVOR)
ମୁଁ ତାହାଙ୍କୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି; ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି; ଯାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ, ତାହା ମୋୟାବର ପାର୍ଶ୍ୱ* ଅର୍ଥାତ୍ କପାଳ ଭେଦ କରିବ ଓ ଶେଥର † ଶେଥର କିମ୍ବା କଳହ ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ।
ଗଣନା ପୁସ୍ତକ 24 : 18 (IRVOR)
ପୁଣି, ଇଦୋମ ଏକ ଅଧିକାର ହେବ, ଯେଉଁମାନେ ତାହାର ଶତ୍ରୁ ଥିଲେ, ଏପରି ସେୟୀର ମଧ୍ୟ ଏକ ଅଧିକାର ହେବ, ମାତ୍ର ଇସ୍ରାଏଲ ବୀରର କର୍ମ କରିବ।
ଗଣନା ପୁସ୍ତକ 24 : 19 (IRVOR)
ପୁଣି, ଯାକୁବଠାରୁ ଉତ୍ପନ୍ନ ଏକ ଜଣ କର୍ତ୍ତୃତ୍ୱ କରିବେ ଓ ଅବଶିଷ୍ଟ ଲୋକମାନଙ୍କୁ ନଗରରୁ ବିନଷ୍ଟ କରିବେ।”
ଗଣନା ପୁସ୍ତକ 24 : 20 (IRVOR)
ଏଉତ୍ତାରେ ସେ ଅମାଲେକ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, “ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା; ମାତ୍ର ତାହାର ଶେଷାବସ୍ଥା ବିନାଶରେ ଉପସ୍ଥିତ ହେବ।”
ଗଣନା ପୁସ୍ତକ 24 : 21 (IRVOR)
ତହୁଁ ସେ କେନୀୟମାନଙ୍କ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, “ତୁମ୍ଭର ନିବାସ ସ୍ଥାନ ଅତି ଦୃଢ଼ ଓ ତୁମ୍ଭର ବସା ଶୈଳ ଉପରେ ସ୍ଥାପିତ।”
ଗଣନା ପୁସ୍ତକ 24 : 22 (IRVOR)
ତଥାପି କେନୀୟ କ୍ଷୟପ୍ରାପ୍ତ ହେବ, ଶେଷରେ ଅଶୂର ତୁମ୍ଭକୁ ବନ୍ଦୀ କରି ନେଇ ଯିବ।
ଗଣନା ପୁସ୍ତକ 24 : 23 (IRVOR)
ଏଉତ୍ତାରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, “ହାୟ ହାୟ, ଯେତେବେଳେ ପରମେଶ୍ୱର ଏହା କରିବେ, ସେତେବେଳେ କିଏ ବଞ୍ଚିବ ?”
ଗଣନା ପୁସ୍ତକ 24 : 24 (IRVOR)
ମାତ୍ର କିତ୍ତୀମ-ତୀରରୁ ଜାହାଜମାନ ଆସିବ ଓ ସେମାନେ ଅଶୂରକୁ ଦୁଃଖ ଦେବେ, ଆଉ ଏବରକୁ ଦୁଃଖ ଦେବେ, ପୁଣି, ସେ ମଧ୍ୟ ବିନାଶରେ ଉପସ୍ଥିତ ହେବ।
ଗଣନା ପୁସ୍ତକ 24 : 25 (IRVOR)
ଏଉତ୍ତାରେ ବିଲୀୟମ୍‍ ଉଠି ସ୍ୱସ୍ଥାନକୁ ପ୍ରସ୍ଥାନ କଲା ଓ ବାଲାକ ମଧ୍ୟ ଆପଣା ପଥରେ ଚାଲିଗଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25