ଗଣନା ପୁସ୍ତକ 21 : 1 (IRVOR)
{ଅରାଦ୍ର ବିନାଶ } ଏଥିଉତ୍ତାରେ ଇସ୍ରାଏଲ ଅଥାରୀମର ପଥ ଦେଇ ଆସୁଅଛନ୍ତି, ଏହି କଥା ଶୁଣି ଦକ୍ଷିଣ ପ୍ରଦେଶ ନିବାସୀ କିଣାନ ବଂଶୀୟ ଅରାଦର ରାଜା ଇସ୍ରାଏଲର ପ୍ରତିକୂଳରେ ଯୁଦ୍ଧ କଲେ ଓ ସେମାନଙ୍କର କେତେକ ଲୋକଙ୍କୁ ଧରି ବନ୍ଦୀ କଲେ।
ଗଣନା ପୁସ୍ତକ 21 : 2 (IRVOR)
ତହିଁରେ ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରି କହିଲେ, “ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କରିବ, ଯଦି ଆମ୍ଭେ ସେମାନଙ୍କ ନଗରସବୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବା।”
ଗଣନା ପୁସ୍ତକ 21 : 3 (IRVOR)
ଏଥିରେ ସଦାପ୍ରଭୁ ଇସ୍ରାଏଲର ରବରେ କର୍ଣ୍ଣପାତ କରି ସେହି କିଣାନୀୟମାନଙ୍କୁ ସମର୍ପଣ କଲେ; ତହିଁରେ ସେମାନେ ସେମାନଙ୍କୁ ଓ ସେମାନଙ୍କ ସମସ୍ତ ନଗର ସମ୍ପୂର୍ଣ୍ଣ ରୂପେ ବିନାଶ କଲେ, ପୁଣି, ସେହି ସ୍ଥାନର ନାମ ହର୍ମା* ଅର୍ଥାତ୍ ବିନାଶ ହେଲା।
ଗଣନା ପୁସ୍ତକ 21 : 4 (IRVOR)
ପିତ୍ତଳ ସର୍ପ ଏଥିଉତ୍ତାରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ସୂଫ ସାଗର ପଥ ଦେଇ ଯାତ୍ରା କଲେ; ପୁଣି, ପଥ ସକାଶୁ ଲୋକମାନଙ୍କର ପ୍ରାଣ ଅତି ସାହସହୀନ ହେଲା।
ଗଣନା ପୁସ୍ତକ 21 : 5 (IRVOR)
ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୋଶାଙ୍କ ବିରୁଦ୍ଧରେ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିସର ଦେଶରୁ ବାହାର କରି ଆଣିଲ ?” ଦେଖ, ଏଠାରେ ରୁଟି ନାହିଁ ଓ ଜଳ ନାହିଁ; ପୁଣି, ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ।
ଗଣନା ପୁସ୍ତକ 21 : 6 (IRVOR)
ସେତେବେଳେ ସଦାପ୍ରଭୁ ଲୋକମାନଙ୍କ ମଧ୍ୟକୁ ବିଷାକ୍ତ ସର୍ପଗୁଡିକୁ ପ୍ରେରଣ କରନ୍ତେ, ସେମାନେ ଲୋକମାନଙ୍କୁ ଦଂଶନ କଲେ; ତହିଁରେ ଇସ୍ରାଏଲର ଅନେକ ଲୋକ ମଲେ।
ଗଣନା ପୁସ୍ତକ 21 : 7 (IRVOR)
ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ପାପ କରିଅଛୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ; ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ।” ତେଣୁ ମୋଶା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ।
ଗଣନା ପୁସ୍ତକ 21 : 8 (IRVOR)
ତେବେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଗୋଟିଏ ବିଷାକ୍ତ ସର୍ପର ନମୁନା ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖ; ତହିଁରେ ସର୍ପଦ୍ରଂଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ।”
ଗଣନା ପୁସ୍ତକ 21 : 9 (IRVOR)
ତହୁଁ ମୋଶା ପିତ୍ତଳର ଏକ ସର୍ପ ନିର୍ମାଣ କରି ପତାକା-ଦଣ୍ଡ ଉପରେ ରଖିଲେ; ତହିଁରେ ସର୍ପ କୌଣସି ମନୁଷ୍ୟକୁ ଦଂଶନ କଲେ, ସେ ସେହି ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରନ୍ତେ, ବଞ୍ଚିଲା।
ଗଣନା ପୁସ୍ତକ 21 : 10 (IRVOR)
ଜଳ କୂପର ଗୀତ ଏଥିଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଓବୋତରେ ଛାଉଣି ସ୍ଥାପନ କଲେ।
ଗଣନା ପୁସ୍ତକ 21 : 11 (IRVOR)
ତହିଁ ଉତ୍ତାରେ ଓବୋତରୁ ଯାତ୍ରା କରି ସୂର୍ଯ୍ୟୋଦୟ ଦିଗରେ ମୋୟାବର ସମ୍ମୁଖସ୍ଥିତ ପ୍ରାନ୍ତରରେ ଇୟୀ-ଅବାରୀମରେ ଛାଉଣି ସ୍ଥାପନ କଲେ।
ଗଣନା ପୁସ୍ତକ 21 : 12 (IRVOR)
ସେମାନେ ସେଠାରୁ ଯାତ୍ରା କରି ସେରଦ୍ ଉପତ୍ୟକାରେ ଛାଉଣି ସ୍ଥାପନ କଲେ।
ଗଣନା ପୁସ୍ତକ 21 : 13 (IRVOR)
ସେଠାରୁ ସେମାନେ ଯାତ୍ରା କରି ଇମୋରୀୟମାନଙ୍କର ସୀମାରୁ ନିର୍ଗତ ଅର୍ଣ୍ଣୋନର ଅନ୍ୟ ପାରିସ୍ଥିତ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ; କାରଣ ମୋୟାବର ଓ ଇମୋରୀୟମାନଙ୍କର ମଧ୍ୟବର୍ତ୍ତୀ ଅର୍ଣ୍ଣୋନ ମୋୟାବର ସୀମା ଥିଲା।
ଗଣନା ପୁସ୍ତକ 21 : 14 (IRVOR)
ଏନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧର ନଳାକାର ପୁସ୍ତକରେ କଥିତ ଅଛି, ଯଥା “ସୁଫଃରେ ବାହେବକୁ ଓ ଅର୍ଣ୍ଣୋନର ସକଳ ଉପତ୍ୟକା,
ଗଣନା ପୁସ୍ତକ 21 : 15 (IRVOR)
ପୁଣି, ଆରର ବାସସ୍ଥାନଗାମୀ ଓ ମୋୟାବ-ସୀମାର ପାର୍ଶ୍ଵସ୍ଥିତ ଗଡ଼ନ୍ତି ଉପତ୍ୟକାସକଳକୁ (ସେ ଜୟ କଲେ।”)
ଗଣନା ପୁସ୍ତକ 21 : 16 (IRVOR)
ସେଠାରୁ ସେମାନେ (ଯାତ୍ରା କରି) ବେର (କୂପ) ନାମକ ସ୍ଥାନକୁ ଆସିଲେ। ସେହି କୂପ ବିଷୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନରେ ଲୋକମାନଙ୍କୁ ଏକତ୍ର କର, ଆମ୍ଭେ ସେମାନଙ୍କୁ ଜଳ ଦେବା।”
ଗଣନା ପୁସ୍ତକ 21 : 17 (IRVOR)
ସେହି ସମୟରେ ଇସ୍ରାଏଲ ଏହି ଗୀତ ଗାନ କଲେ, “ହେ କୂପ, ଉଚ୍ଛୁଳି ଉଠ ତୁମ୍ଭେମାନେ ତହିଁ ଉଦ୍ଦେଶ୍ୟରେ ଗାନ କର;
ଗଣନା ପୁସ୍ତକ 21 : 18 (IRVOR)
ଅଧିପତିମାନେ ସେହି କୂପ ଖୋଳିଛନ୍ତି, ଲୋକମାନଙ୍କର କୁଳୀନମାନେ ରାଜଦଣ୍ଡ ଓ ଆପଣା ଆପଣା ଯଷ୍ଟି ଘେନି ତାହା ଖୋଳିଛନ୍ତି।”
ଗଣନା ପୁସ୍ତକ 21 : 19 (IRVOR)
ଏଉତ୍ତାରେ ସେମାନେ ପ୍ରାନ୍ତରରୁ ମତ୍ତାନକୁ ଓ ମତ୍ତାନଠାରୁ ନହଲୀୟେଲକୁ ଓ ନହଲୀୟେଲଠାରୁ ବାମୋତକୁ
ଗଣନା ପୁସ୍ତକ 21 : 20 (IRVOR)
ଓ ବାମୋତଠାରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପିସ୍ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ, ତାହା ମରୁଭୂମି ଆଡ଼କୁ ଥିଲା।
ଗଣନା ପୁସ୍ତକ 21 : 21 (IRVOR)
{ସିହୋନ ଓ ଓଗ୍ ରାଜାଙ୍କ ପରାଜୟ } ଏଥିଉତ୍ତାରେ ଇସ୍ରାଏଲ ଇମୋରୀୟମାନଙ୍କ ରାଜା ସୀହୋନ ନିକଟକୁ ଏହା କହି ଦୂତ ପଠାଇଲେ;
ଗଣନା ପୁସ୍ତକ 21 : 22 (IRVOR)
“ତୁମ୍ଭ ଦେଶ ଦେଇ ଆମ୍ଭକୁ ଯିବାକୁ ଦିଅ; ଆମ୍ଭେମାନେ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଆଡ଼େ ଫେରିବୁ ନାହିଁ; ଆମ୍ଭେମାନେ କୂପରୁ ଜଳ ପାନ କରିବୁ ନାହିଁ; ଆମ୍ଭେମାନେ ତୁମ୍ଭ ସୀମା ପାର ହେବା ପର୍ଯ୍ୟନ୍ତ ରାଜପଥ ଦେଇ ଗମନ କରିବୁ।”
ଗଣନା ପୁସ୍ତକ 21 : 23 (IRVOR)
ଏଥିରେ ସୀହୋନ ଆପଣା ସୀମା ଦେଇ ଇସ୍ରାଏଲକୁ ଯିବା ପାଇଁ ଦେଲେ ନାହିଁ; ମାତ୍ର ସୀହୋନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଇସ୍ରାଏଲର ପ୍ରତିକୂଳରେ ପ୍ରାନ୍ତରକୁ ବାହାର ହେଲେ, ପୁଣି, ଯହସରେ ଉପସ୍ଥିତ ହୋଇ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ।
ଗଣନା ପୁସ୍ତକ 21 : 24 (IRVOR)
ତହିଁରେ ଇସ୍ରାଏଲ ଖଡ୍ଗଧାରରେ ତାଙ୍କୁ ଆଘାତ କରି ଅର୍ଣ୍ଣୋନଠାରୁ ଯବ୍ବୋକ୍ ପର୍ଯ୍ୟନ୍ତ, ଅର୍ଥାତ୍, ଅମ୍ମୋନ ସନ୍ତାନଗଣଙ୍କର ସୀମା ପର୍ଯ୍ୟନ୍ତ, ତାହାର ଦେଶ ଅଧିକାର କଲେ; କାରଣ ଅମ୍ମୋନ-ସନ୍ତାନଗଣଙ୍କର ସୀମା ଦୃଢ଼ ଥିଲା।
ଗଣନା ପୁସ୍ତକ 21 : 25 (IRVOR)
ଏହିରୂପେ ଇସ୍ରାଏଲ ସେହି ସମସ୍ତ ନଗର ହସ୍ତଗତ କଲେ ଓ ଇସ୍ରାଏଲ ଇମୋରୀୟମାନଙ୍କର ସମସ୍ତ ନଗରରେ, ଅର୍ଥାତ୍ ହିଷ୍ବୋନରେ ଓ ତହିଁର ସମସ୍ତ ନଗରରେ ବାସ କଲେ।
ଗଣନା ପୁସ୍ତକ 21 : 26 (IRVOR)
କାରଣ ହିଷ୍ବୋନ ଇମୋରୀୟମାନଙ୍କ ରାଜା ସୀହୋନଙ୍କ ନଗର ଥିଲା, ସେ ମୋୟାବର ପୂର୍ବ ରାଜାର ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତରୁ ଅର୍ଣ୍ଣୋନ ପର୍ଯ୍ୟନ୍ତ ତାହାର ସମସ୍ତ ଦେଶ ନେଇଥିଲେ।
ଗଣନା ପୁସ୍ତକ 21 : 27 (IRVOR)
ଏନିମନ୍ତେ କବିମାନେ କହନ୍ତି, “ତୁମ୍ଭେମାନେ ହିଷ୍ବୋନକୁ ଆସ, ସୀହୋନର ନଗର ନିର୍ମିତ ଓ ଦୃଢ଼ୀକୃତ ହେଉ;
ଗଣନା ପୁସ୍ତକ 21 : 28 (IRVOR)
କାରଣ ହିଷ୍ବୋନଠାରୁ ଅଗ୍ନି, ସୀହୋନ ନଗରଠାରୁ ଅଗ୍ନିଶିଖା ନିର୍ଗତ ହୋଇଅଛି; ତାହା ମୋୟାବର ଆର ନଗରକୁ, ଅର୍ଣ୍ଣୋନସ୍ଥ ଉଚ୍ଚସ୍ଥଳୀର ଦେବଗଣକୁ ଗ୍ରାସ କରିଅଛି।
ଗଣନା ପୁସ୍ତକ 21 : 29 (IRVOR)
ହେ ମୋୟାବ, ତୁମ୍ଭର ସନ୍ତାପ ହେଲା ! ହେ କମୋଶର ଲୋକଗଣ, ତୁମ୍ଭେମାନେ ଉଚ୍ଛିନ୍ନ ହେଲ; ସେ ତାହାର ପୁତ୍ରଗଣକୁ ପଳାତକ ରୂପେ ଓ ତାହାର କନ୍ୟାଗଣକୁ ବନ୍ଦୀ ରୂପେ ଇମୋରୀୟ ରାଜା ସୀହୋନର ହସ୍ତରେ ସମର୍ପଣ କରିଅଛି;
ଗଣନା ପୁସ୍ତକ 21 : 30 (IRVOR)
ଆମ୍ଭେମାନେ ସେମାନଙ୍କୁ ବାଣ ମାରିଅଛୁ; ହିଷ୍ବୋନ ଦୀବୋନ୍ ପର୍ଯ୍ୟନ୍ତ ବିନଷ୍ଟ ହେଲା, ଆମ୍ଭେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ତାହା ମେଦବା ପର୍ଯ୍ୟନ୍ତ ବ୍ୟାପଇ।”
ଗଣନା ପୁସ୍ତକ 21 : 31 (IRVOR)
ଏହିରୂପେ ଇସ୍ରାଏଲ ଇମୋରୀୟମାନଙ୍କ ଦେଶରେ ବାସ କଲେ।
ଗଣନା ପୁସ୍ତକ 21 : 32 (IRVOR)
ଏଥିଉତ୍ତାରେ ମୋଶା ଯାସେର ଅନୁସନ୍ଧାନ କରିବା ପାଇଁ ଲୋକ ପଠାନ୍ତେ, ସେମାନେ ତହିଁର ସକଳ ନଗର ହସ୍ତଗତ କଲେ ଓ ସେଠାସ୍ଥିତ ଇମୋରୀୟମାନଙ୍କୁ ତଡ଼ି ଦେଲେ।
ଗଣନା ପୁସ୍ତକ 21 : 33 (IRVOR)
ତହୁଁ ସେମାନେ ଫେରି ବାଶନର ପଥ ଦେଇ ଉଠି ଗଲେ; ତହିଁରେ ବାଶନର ରାଜା ଓଗ୍, ସେ ଓ ତାହାର ସମସ୍ତ ଲୋକ ସେମାନଙ୍କ ପ୍ରତିକୂଳରେ ବାହାର ହୋଇ ଇଦ୍ରିୟୀରେ ଯୁଦ୍ଧ କଲେ।
ଗଣନା ପୁସ୍ତକ 21 : 34 (IRVOR)
ସେହି ସମୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତାହାକୁ ଭୟ କର ନାହିଁ; କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କରିଅଛୁ; ତୁମ୍ଭେ ହିଷ୍ବୋନବାସୀ ଇମୋରୀୟ ରାଜା ସୀହୋନ ପ୍ରତି ଯେରୂପ କଲ, ତାହା ପ୍ରତି ସେରୂପ କରିବ।”
ଗଣନା ପୁସ୍ତକ 21 : 35 (IRVOR)
ଏଣୁ ତାହାର କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାହାର ସମସ୍ତ ଲୋକଙ୍କୁ ଆଘାତ କଲେ, ପୁଣି, ସେମାନେ ତାହାର ଦେଶ ଅଧିକାର କଲେ।
❮
❯