ଗଣନା ପୁସ୍ତକ 2 : 1 (IRVOR)
ଛାଉଣିର ପ୍ରସ୍ତୁତି ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
ଗଣନା ପୁସ୍ତକ 2 : 2 (IRVOR)
“ଇସ୍ରାଏଲ ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ୱରୂପ ଧ୍ୱଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ବୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ।
ଗଣନା ପୁସ୍ତକ 2 : 3 (IRVOR)
ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ୱଜାର ପଶ୍ଚାଦ୍‍ଗାମୀ ଲୋକ; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ଯିହୂଦା-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 4 (IRVOR)
ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉସ୍ତରି ହଜାର ଛଅ ଶହ।
ଗଣନା ପୁସ୍ତକ 2 : 5 (IRVOR)
ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 6 (IRVOR)
ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉବନ ହଜାର ଚାରି ଶହ।
ଗଣନା ପୁସ୍ତକ 2 : 7 (IRVOR)
ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍‍ ସବୂଲୂନ ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 8 (IRVOR)
ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ସତାବନ ହଜାର ଚାରି ଶହ।
ଗଣନା ପୁସ୍ତକ 2 : 9 (IRVOR)
ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ। ସେମାନେ ପ୍ରଥମେ ଅଗ୍ରସର ହେବେ।
ଗଣନା ପୁସ୍ତକ 2 : 10 (IRVOR)
ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ-ଛାଉଣିର ଧ୍ୱଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ୍‍-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 11 (IRVOR)
ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ।
ଗଣନା ପୁସ୍ତକ 2 : 12 (IRVOR)
ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 13 (IRVOR)
ତାହାର ଗଣିତ ସୈନ୍ୟ ସଂଖ୍ୟା ଊଣଷଠି ହଜାର ତିନି ଶହ।
ଗଣନା ପୁସ୍ତକ 2 : 14 (IRVOR)
ତହୁଁ ଗାଦ୍‍ର ବଂଶ; ରୁୟେଲର ପୁତ୍ର ଇଲୀୟାସଫ୍‍ ଗାଦ୍‍ ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 15 (IRVOR)
ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ।
ଗଣନା ପୁସ୍ତକ 2 : 16 (IRVOR)
ରୁବେନ୍‍-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ। ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ।
ଗଣନା ପୁସ୍ତକ 2 : 17 (IRVOR)
ଏଉତ୍ତାରେ ସମାଗମ-ତମ୍ବୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ୱ ସ୍ୱ ସ୍ଥାନରେ ଧ୍ୱଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ।
ଗଣନା ପୁସ୍ତକ 2 : 18 (IRVOR)
ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 19 (IRVOR)
ଆଉ ତାହାର ଗଣିତ ସୈନ୍ୟ ସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ।
ଗଣନା ପୁସ୍ତକ 2 : 20 (IRVOR)
ତାହା ପାଖରେ ମନଃଶି ବଂଶ ରହିବେ, ପୁଣି, ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ;
ଗଣନା ପୁସ୍ତକ 2 : 21 (IRVOR)
ତାହାର ଗଣିତ ସୈନ୍ୟ ସଂଖ୍ୟା ବତିଶ ହଜାର ଦୁଇ ଶହ।
ଗଣନା ପୁସ୍ତକ 2 : 22 (IRVOR)
ତହୁଁ ବିନ୍ୟାମୀନ୍ ବଂଶ; ପୁଣି, ଗିଦିୟୋନିର ପୁତ୍ର ଅବୀଦାନ୍‍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 23 (IRVOR)
ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ।
ଗଣନା ପୁସ୍ତକ 2 : 24 (IRVOR)
ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠ ହଜାର ଏକ ଶହ। ସେମାନେ ତୃତୀୟରେ ଅଗ୍ରସର ହେବେ।
ଗଣନା ପୁସ୍ତକ 2 : 25 (IRVOR)
ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ୍-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ୍-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 26 (IRVOR)
ତାହାର ଗଣିତ ସୈନ୍ୟ ସଂଖ୍ୟା ବାଷଠି ହଜାର ସାତ ଶହ।
ଗଣନା ପୁସ୍ତକ 2 : 27 (IRVOR)
ତାହା ପାଖରେ ଆଶେର ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 28 (IRVOR)
ତାହାର ଗଣିତ ସୈନ୍ୟ ସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ।
ଗଣନା ପୁସ୍ତକ 2 : 29 (IRVOR)
ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି ସନ୍ତାନଗଣର ଅଧିପତି ହେବ;
ଗଣନା ପୁସ୍ତକ 2 : 30 (IRVOR)
ତାହାର ଗଣିତ ସୈନ୍ୟ ସଂଖ୍ୟା ତେପନ ହଜାର ଚାରି ଶହ।
ଗଣନା ପୁସ୍ତକ 2 : 31 (IRVOR)
ଦାନ୍-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ। ସେମାନେ ଆପଣାମାନଙ୍କ ଧ୍ୱଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ।”
ଗଣନା ପୁସ୍ତକ 2 : 32 (IRVOR)
ଏମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକ ସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା।
ଗଣନା ପୁସ୍ତକ 2 : 33 (IRVOR)
ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।
ଗଣନା ପୁସ୍ତକ 2 : 34 (IRVOR)
ଏହିରୂପେ ଇସ୍ରାଏଲ ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34