ଗଣନା ପୁସ୍ତକ 14 : 1 (IRVOR)
ଲୋକମାନଙ୍କ ବିଦ୍ରୋହ ଏଥିରେ ସମସ୍ତ ମଣ୍ଡଳୀ ଉଚ୍ଚସ୍ୱରରେ କୋଳାହଳ କଲେ ଓ ଲୋକମାନେ ସେହି ରାତ୍ରି ରୋଦନ କଲେ।
ଗଣନା ପୁସ୍ତକ 14 : 2 (IRVOR)
ପୁଣି, ଇସ୍ରାଏଲ ସନ୍ତାନଗଣ ସମସ୍ତେ ମୋଶାଙ୍କ ବିରୁଦ୍ଧରେ ଓ ହାରୋଣଙ୍କ ବିରୁଦ୍ଧରେ ବଚସା କଲେ ଓ ସମସ୍ତ ମଣ୍ଡଳୀ ସେମାନଙ୍କ ଆଗରେ କହିଲେ, “ଆହା, ଆମ୍ଭେମାନେ ମିସର ଦେଶରେ ନଚେତ୍ ଏହି ପ୍ରାନ୍ତରରେ ମରିଥା’ନ୍ତୁ ! ଆହା, ଆମ୍ଭେମାନେ ଯଦି ଏହି ପ୍ରାନ୍ତରରେ ମରିଥା’ନ୍ତୁ !
ଗଣନା ପୁସ୍ତକ 14 : 3 (IRVOR)
ସଦାପ୍ରଭୁ ଆମ୍ଭମାନଙ୍କୁ ଖଡ୍ଗରେ ନିପାତ କରିବା ପାଇଁ କାହିଁକି ଏ ଦେଶକୁ ଆଣିଅଛନ୍ତି ? ଯଦ୍ଦ୍ଵାରା ଆମ୍ଭମାନଙ୍କର ଭାର୍ଯ୍ୟା ଓ ବାଳକମାନେ ଲୁଟିତ ହେବେ; ମିସରକୁ ଫେରି ଗଲେ କି ଆମ୍ଭମାନଙ୍କ ପାଇଁ ଭଲ ହୁଅନ୍ତା ନାହିଁ ?”
ଗଣନା ପୁସ୍ତକ 14 : 4 (IRVOR)
ଏଥିରେ ସେମାନେ ପରସ୍ପରକୁ କହିଲେ, “ଆସ, ଆମ୍ଭେମାନେ ଜଣକୁ ପ୍ରଧାନ କରି ମିସରକୁ ଫେରି ଯାଉ।”
ଗଣନା ପୁସ୍ତକ 14 : 5 (IRVOR)
ତହିଁରେ ମୋଶା ଓ ହାରୋଣ ଇସ୍ରାଏଲ ସନ୍ତାନଗଣର ସମସ୍ତ ସମାଜ ଆଗରେ ମୁହଁ ମାଡ଼ି ପଡ଼ିଲେ।
ଗଣନା ପୁସ୍ତକ 14 : 6 (IRVOR)
ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଆପଣା ଆପଣା ବସ୍ତ୍ର ଚିରିଲେ;
ଗଣନା ପୁସ୍ତକ 14 : 7 (IRVOR)
ଆଉ ସେମାନେ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀକୁ କହିଲେ, “ଆମ୍ଭେମାନେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲୁ, ତାହା ଅତ୍ୟନ୍ତ ଉତ୍ତମ ଦେଶ ଅଟେ।”
ଗଣନା ପୁସ୍ତକ 14 : 8 (IRVOR)
ଯଦି ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ନେବେ ଓ ତାହା ଆମ୍ଭମାନଙ୍କୁ ଦେବେ; ସେହି ଦେଶ ଦୁଗ୍ଧ ଓ ମଧୁ ପ୍ରବାହୀ ଅଟେ।
ଗଣନା ପୁସ୍ତକ 14 : 9 (IRVOR)
କେବଳ ତୁମ୍ଭେମାନେ ସଦାପ୍ରଭୁଙ୍କର ବିଦ୍ରୋହୀ ହୁଅ ନାହିଁ, କିଅବା ସେହି ଦେଶର ଲୋକମାନଙ୍କୁ ଭୟ କର ନାହିଁ, କାରଣ ସେମାନେ ଆମ୍ଭମାନଙ୍କର ଭକ୍ଷ୍ୟ ସ୍ୱରୂପ; ସେମାନଙ୍କ ଆଶ୍ରୟ ସେମାନଙ୍କ ଉପରୁ ଘୁଞ୍ଚାଗଲାଣି, ପୁଣି, ସଦାପ୍ରଭୁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି; ସେମାନଙ୍କୁ ଭୟ କର ନାହିଁ।
ଗଣନା ପୁସ୍ତକ 14 : 10 (IRVOR)
ମାତ୍ର ସମସ୍ତ ମଣ୍ଡଳୀ ସେମାନଙ୍କୁ ପଥରରେ ମାରିବାକୁ କହିଲେ। ସେତେବେଳେ ସଦାପ୍ରଭୁଙ୍କର ପ୍ରତାପ ସମାଗମ-ତମ୍ବୁରେ ଇସ୍ରାଏଲର ସମସ୍ତ ସନ୍ତାନ ପ୍ରତି ପ୍ରକାଶିତ ହେଲା।
ଗଣନା ପୁସ୍ତକ 14 : 11 (IRVOR)
ମୋଶାଙ୍କ ପ୍ରାର୍ଥନା ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଏହି ଲୋକମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଙ୍କୁ ଅବଜ୍ଞା କରିବେ ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରେ ଚିହ୍ନ ସ୍ୱରୂପେ ଯେଉଁ ସମସ୍ତ କର୍ମ କରିଅଛୁ, ତାହା କଲେ ହେଁ ସେମାନେ କେତେ କାଳ ପର୍ଯ୍ୟନ୍ତ ଆମ୍ଭଠାରେ ବିଶ୍ୱାସ କରିବେ ନାହିଁ ?
ଗଣନା ପୁସ୍ତକ 14 : 12 (IRVOR)
ଆମ୍ଭେ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା ଓ ସେମାନଙ୍କୁ ଅଧିକାରଚ୍ୟୁତ କରିବା, ପୁଣି, ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଗୋଷ୍ଠୀ କରିବା।
ଗଣନା ପୁସ୍ତକ 14 : 13 (IRVOR)
ଏଥିରେ ମୋଶା ସଦାପ୍ରଭୁଙ୍କୁ କହିଲେ, “ତେବେ ମିସ୍ରୀୟ ଲୋକମାନେ ତ ଏହା ଶୁଣିବେ; କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ।
ଗଣନା ପୁସ୍ତକ 14 : 14 (IRVOR)
ପୁଣି, ସେମାନେ ଏ ଦେଶ ନିବାସୀମାନଙ୍କୁ ତାହା କହିବେ; ସେମାନେ ଶୁଣିଅଛନ୍ତି ଯେ, ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧ୍ୟବର୍ତ୍ତୀ ଅଟ; କାରଣ ତୁମ୍ଭେ ସଦାପ୍ରଭୁ ପ୍ରତ୍ୟକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସେମାନଙ୍କ ଉପରେ ସ୍ଥିତି କରୁଅଛି ଓ ତୁମ୍ଭେ ଦିନ ସମୟରେ ମେଘ ସ୍ତମ୍ଭରେ ଓ ରାତ୍ରି ସମୟରେ ଅଗ୍ନି ସ୍ତମ୍ଭରେ ସେମାନଙ୍କ ଆଗେ ଆଗେ ଗମନ କରୁଅଛ।
ଗଣନା ପୁସ୍ତକ 14 : 15 (IRVOR)
ବର୍ତ୍ତମାନ ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଏକ ମନୁଷ୍ୟ ତୁଲ୍ୟ ବଧ କରିବ, ତେବେ ଯେଉଁ ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର କୀର୍ତ୍ତିର କଥା ଶୁଣିଅଛନ୍ତି, ସେମାନେ କହିବେ,
ଗଣନା ପୁସ୍ତକ 14 : 16 (IRVOR)
ସଦାପ୍ରଭୁ ଏହି ଲୋକମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଥିଲେ, ସେହି ଦେଶକୁ ସେମାନଙ୍କୁ ଆଣି ପାରିଲେ ନାହିଁ, ଏହେତୁ ସେ ସେମାନଙ୍କୁ ପ୍ରାନ୍ତରରେ ବଧ କରିଅଛନ୍ତି।
ଗଣନା ପୁସ୍ତକ 14 : 17 (IRVOR)
ଏବେ ମୁଁ ବିନୟ କରୁଅଛି, ପ୍ରଭୁଙ୍କ ପରାକ୍ରମ ମହାନ୍ ହେଉ, ଯେପରି ତୁମ୍ଭେ କହିଅଛ,
ଗଣନା ପୁସ୍ତକ 14 : 18 (IRVOR)
ସଦାପ୍ରଭୁ କ୍ରୋଧରେ ଧୀର, ଦୟାରେ ପରିପୂର୍ଣ୍ଣ, ଅପରାଧ ଓ ଆଜ୍ଞା-ଲଙ୍ଘନର କ୍ଷମାକାରୀ, ତଥାପି ନିତାନ୍ତ ତହିଁର ଦଣ୍ଡଦାତା; ପୁଣି, ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଗଣ ଉପରେ ପିତୃଗଣଙ୍କର ଅପରାଧର ପ୍ରତିଫଳଦାତା।
ଗଣନା ପୁସ୍ତକ 14 : 19 (IRVOR)
ବିନୟ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ୱ ଅନୁସାରେ ଓ ତୁମ୍ଭେ ଏହି ଲୋକମାନଙ୍କୁ ମିସରଠାରୁ ଏପର୍ଯ୍ୟନ୍ତ ଯେପରି କ୍ଷମା କରିଅଛ, ତଦନୁସାରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।
ଗଣନା ପୁସ୍ତକ 14 : 20 (IRVOR)
ବଚସାକାରୀଙ୍କ ପ୍ରତି ସଦାପ୍ରଭୁଙ୍କ ବିଚାର ତହିଁରେ ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭର ଅନୁରୋଧନୁସାରେ ସେମାନଙ୍କୁ କ୍ଷମା କଲୁ।
ଗଣନା ପୁସ୍ତକ 14 : 21 (IRVOR)
ମାତ୍ର ଯଦି ଆମ୍ଭେ ଜୀବିତ ହେଉ, ଆଉ ଯଦି ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେବ,
ଗଣନା ପୁସ୍ତକ 14 : 22 (IRVOR)
ତେବେ ଏମାନଙ୍କ ମଧ୍ୟରୁ ଯେତେ ଲୋକ ଆମ୍ଭର ପ୍ରତାପ, ପୁଣି, ମିସରରେ ଓ ପ୍ରାନ୍ତରରେ କୃତ ଆମ୍ଭର ଚିହ୍ନ ସ୍ୱରୂପ କର୍ମ ଦେଖିଲେ ମଧ୍ୟ ଦଶଥର ଆମ୍ଭର ପରୀକ୍ଷା କରିଅଛନ୍ତି ଓ ଆମ୍ଭ ରବରେ ଅମନୋଯୋଗୀ ହୋଇଅଛନ୍ତି,
ଗଣନା ପୁସ୍ତକ 14 : 23 (IRVOR)
ସେମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ନିଶ୍ଚୟ ଏମାନଙ୍କ ମଧ୍ୟରୁ କେହି ସେହି ଦେଶ ଦେଖି ପାରିବେ ନାହିଁ; କିଅବା ଯେଉଁମାନେ ଆମ୍ଭଙ୍କୁ ଅବଜ୍ଞା କରିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ତାହା ଦେଖିବ ନାହିଁ;
ଗଣନା ପୁସ୍ତକ 14 : 24 (IRVOR)
ମାତ୍ର ଆମ୍ଭର ସେବକ କାଲେବଠାରେ ଅନ୍ୟ ଆତ୍ମା ଅଛି ଓ ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି, ଏଥିପାଇଁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।
ଗଣନା ପୁସ୍ତକ 14 : 25 (IRVOR)
ବର୍ତ୍ତମାନ ଅମାଲେକୀୟ ଓ କିଣାନୀୟମାନେ ତଳଭୂମିରେ ବାସ କରନ୍ତି; କାଲି ତୁମ୍ଭେମାନେ ଫେରି ସୂଫ ସାଗରକୁ ଯିବା ପଥ ଦେଇ ପ୍ରାନ୍ତରକୁ ଗମନ କର।”
ଗଣନା ପୁସ୍ତକ 14 : 26 (IRVOR)
ଏଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,
ଗଣନା ପୁସ୍ତକ 14 : 27 (IRVOR)
“ଆମ୍ଭ ବିରୁଦ୍ଧରେ ବଚସା କରୁଅଛି, ଏହି ଯେଉଁ ଦୁଷ୍ଟ ମଣ୍ଡଳୀ, ତାହାକୁ ଆମ୍ଭେ କେତେ କାଳ ସହିବା ? ଇସ୍ରାଏଲ ସନ୍ତାନଗଣ ଆମ୍ଭ ପ୍ରତିକୂଳରେ ଯେଉଁ ବଚସା କରୁଅଛନ୍ତି, ତାହା ଆମ୍ଭେ ଶୁଣିଅଛୁ।
ଗଣନା ପୁସ୍ତକ 14 : 28 (IRVOR)
ସେମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଯଦି ଜୀବିତ ହେଉ, ତେବେ ତୁମ୍ଭେମାନେ ଆମ୍ଭ କର୍ଣ୍ଣଗୋଚରରେ ଯାହା କହିଅଛ, ତାହା ହିଁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି କରିବା।
ଗଣନା ପୁସ୍ତକ 14 : 29 (IRVOR)
ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ; ତୁମ୍ଭମାନଙ୍କ ମଧ୍ୟରେ କୋଡ଼ିଏ ବର୍ଷ ଓ ତହିଁରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କର ସମ୍ପୂର୍ଣ୍ଣ ସଂଖ୍ୟାନୁସାରେ ଗଣିତ ଯେତେ ଲୋକ, ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ବଚସା କରିଅଛ,
ଗଣନା ପୁସ୍ତକ 14 : 30 (IRVOR)
ଆମ୍ଭେ ତୁମ୍ଭମାନଙ୍କୁ ଯେଉଁ ଦେଶରେ ବାସ କରାଇବାକୁ ପ୍ରତିଜ୍ଞା କରିଅଛୁ, ନିଶ୍ଚୟ ସେହି ଦେଶରେ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟଙ୍କ ବ୍ୟତୀତ ତୁମ୍ଭେମାନେ କେହି ପ୍ରବେଶ କରିବ ନାହିଁ।
ଗଣନା ପୁସ୍ତକ 14 : 31 (IRVOR)
ମାତ୍ର ତୁମ୍ଭେମାନେ ଆପଣା ଆପଣାର ଯେଉଁ ବାଳକଗଣଙ୍କ ବିଷୟରେ ସେମାନେ ଲୁଟିତ ହେବେ ବୋଲି କହିଥିଲ, ସେମାନଙ୍କୁ ଆମ୍ଭେ ସେହି ସ୍ଥାନକୁ ଆଣିବା ଓ ତୁମ୍ଭେମାନେ ଯେଉଁ ଦେଶକୁ ତୁଚ୍ଛଜ୍ଞାନ କରିଅଛ, ସେମାନେ ତହିଁର ପରିଚୟ ପାଇବେ।
ଗଣନା ପୁସ୍ତକ 14 : 32 (IRVOR)
ମାତ୍ର ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ।
ଗଣନା ପୁସ୍ତକ 14 : 33 (IRVOR)
ପୁଣି, ତୁମ୍ଭମାନଙ୍କ ସନ୍ତାନଗଣଙ୍କ ଚାଳିଶ ବର୍ଷ ଏହି ପ୍ରାନ୍ତରରେ ଭ୍ରମଣକାରୀ ହେବେ ଓ ଏହି ପ୍ରାନ୍ତରରେ ତୁମ୍ଭମାନଙ୍କ ଶବ ନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କ ବ୍ୟଭିଚାରର ଫଳ ଭୋଗ କରିବେ।
ଗଣନା ପୁସ୍ତକ 14 : 34 (IRVOR)
ତୁମ୍ଭେମାନେ ଯେଉଁ ଚାଳିଶ ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ ଆପଣା ଆପଣା ଅପରାଧର ଦଣ୍ଡ ଭୋଗିବ ଓ ଆମ୍ଭର ବିପକ୍ଷତା କିପରି, ତାହା ଜ୍ଞାତ ହେବ।
ଗଣନା ପୁସ୍ତକ 14 : 35 (IRVOR)
ଆମ୍ଭେ ସଦାପ୍ରଭୁ ଏହା କହିଅଛୁ, ଆମ୍ଭ ବିରୁଦ୍ଧରେ ଯେଉଁ ଦୁଷ୍ଟ ମଣ୍ଡଳୀ ଏକତ୍ରିତ ହୋଇଅଛି, ତାହା ପ୍ରତି ଆମ୍ଭେ ତାହା ନିଶ୍ଚୟ କରିବା, ପୁଣି, ସେମାନେ ଏହି ପ୍ରାନ୍ତରରେ ନଷ୍ଟ ହେବେ ଓ ଏହି ସ୍ଥାନରେ ସେମାନେ ମରିବେ।”
ଗଣନା ପୁସ୍ତକ 14 : 36 (IRVOR)
ଆଉ ଦେଶ ଅନୁସନ୍ଧାନ କରିବା ପାଇଁ ମୋଶାଙ୍କର ପ୍ରେରିତ ଯେଉଁ ଲୋକମାନେ ଫେରି ଆସି ସେହି ଦେଶର ଅଖ୍ୟାତି ଆଣି ସଦାପ୍ରଭୁଙ୍କ ବିରୁଦ୍ଧରେ ସମସ୍ତ ମଣ୍ଡଳୀକୁ ବଚସା କରାଇଥିଲେ,
ଗଣନା ପୁସ୍ତକ 14 : 37 (IRVOR)
ଦେଶର ଅଖ୍ୟାତିକାରୀ ସେହି ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମହାମାରୀ ଦ୍ୱାରା ମଲେ।
ଗଣନା ପୁସ୍ତକ 14 : 38 (IRVOR)
ମାତ୍ର ଯେଉଁ ମନୁଷ୍ୟମାନେ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ, ସେମାନଙ୍କ ମଧ୍ୟରୁ କେବଳ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଜୀବିତ ରହିଲେ।
ଗଣନା ପୁସ୍ତକ 14 : 39 (IRVOR)
ଯୁଦ୍ଧରେ ଇସ୍ରାଏଲର ପରାଜୟ ଆଉ ମୋଶା ଇସ୍ରାଏଲର ସମସ୍ତ ସନ୍ତାନଙ୍କୁ ଏହି କଥା କହିଲେ; ତହିଁରେ ଲୋକମାନେ ଅତିଶୟ ବିଳାପ କଲେ।
ଗଣନା ପୁସ୍ତକ 14 : 40 (IRVOR)
ପୁଣି, ସେମାନେ ଅତି ପ୍ରାତଃକାଳରେ ଉଠି ପର୍ବତଶୃଙ୍ଗ ଉପରକୁ ଯିବାକୁ ବାହାରି କହିଲେ, “ଦେଖ, ଆମ୍ଭେମାନେ ପାପ କରିଅଛୁ , ତଥାପି ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ ପ୍ରତିଜ୍ଞା କରିଅଛନ୍ତି, ସେହି ସ୍ଥାନକୁ ଯିବା ନିମନ୍ତେ; ଆମ୍ଭେମାନେ ଏଠାରେ ଅଛୁ।”
ଗଣନା ପୁସ୍ତକ 14 : 41 (IRVOR)
ତହିଁରେ ମୋଶା କହିଲେ, “ଏବେ ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ଆଜ୍ଞା-ଲଙ୍ଘନ କରୁଅଛ ? ତୁମ୍ଭମାନଙ୍କର ଏହି କର୍ମ ସଫଳ ହେବ ନାହିଁ।
ଗଣନା ପୁସ୍ତକ 14 : 42 (IRVOR)
କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ନାହାନ୍ତି; ଯେପରି ତୁମ୍ଭେମାନେ ଶତ୍ରୁଗଣର ସମ୍ମୁଖରେ ପରାସ୍ତ ହେବ ନାହିଁ, ଏଥିପାଇଁ ଉପରକୁ ଯାଅ ନାହିଁ।
ଗଣନା ପୁସ୍ତକ 14 : 43 (IRVOR)
ଯେହେତୁ ଅମାଲେକୀୟ ଓ କିଣାନୀୟ ଲୋକମାନେ ସେଠାରେ ତୁମ୍ଭମାନଙ୍କ ସମ୍ମୁଖରେ ଅଛନ୍ତି ଓ ତୁମ୍ଭେମାନେ ଖଡ୍ଗରେ ପତିତ ହେବ; ତୁମ୍ଭେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେବାରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ନାହିଁ।”
ଗଣନା ପୁସ୍ତକ 14 : 44 (IRVOR)
ତଥାପି ସେମାନେ ପର୍ବତଶୃଙ୍ଗ ଉପରକୁ ଯିବାକୁ ଦୁଃସାହସ କଲେ; ମାତ୍ର ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଓ ମୋଶା ଛାଉଣିରୁ ପ୍ରସ୍ଥାନ କଲେ ନାହିଁ।
ଗଣନା ପୁସ୍ତକ 14 : 45 (IRVOR)
ସେତେବେଳେ ସେହି ପର୍ବତବାସୀ ଅମାଲେକୀୟ ଓ କିଣାନୀୟ ଲୋକମାନେ ଓହ୍ଲାଇ ଆସି ସେମାନଙ୍କୁ ଆଘାତ କଲେ ଓ ସେମାନଙ୍କୁ ପରାସ୍ତ କରି ହର୍ମା ପର୍ଯ୍ୟନ୍ତ ତଡ଼ି ଦେଲେ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45