ନିହିମିୟା 11 : 1 (IRVOR)
{ଯିରୂଶାଲମରେ ନେତୃବୃନ୍ଦ} [PS] ପୁଣି, ଲୋକମାନଙ୍କ ଅଧିପତିବର୍ଗ ଯିରୂଶାଲମରେ ବାସ କଲେ; ମଧ୍ୟ ଅବଶିଷ୍ଟ ଲୋକମାନେ ପବିତ୍ର ନଗର ଯିରୂଶାଲମରେ ବାସ କରିବା ନିମନ୍ତେ ପ୍ରତି ଦଶ ଜଣ ମଧ୍ୟରୁ ଏକ ଜଣକୁ ସେସ୍ଥାନକୁ ଆଣିବା ପାଇଁ ଓ ଅନ୍ୟ ନଅ ଜଣଙ୍କୁ ଅନ୍ୟାନ୍ୟ ନଗରରେ ବାସ କରାଇବା ପାଇଁ ଗୁଲିବାଣ୍ଟ କଲେ।
ନିହିମିୟା 11 : 2 (IRVOR)
ଆଉ, ଯେଉଁମାନେ ଯିରୂଶାଲମରେ ବାସ କରିବାକୁ ସ୍ୱେଚ୍ଛାପୂର୍ବକ ଆପଣାମାନଙ୍କୁ ସମର୍ପଣ କଲେ, ଲୋକମାନେ ସେମାନଙ୍କର ଧନ୍ୟବାଦ କଲେ।
ନିହିମିୟା 11 : 3 (IRVOR)
ପ୍ରଦେଶରେ ଏହି ପ୍ରଧାନବର୍ଗ ଯିରୂଶାଲମରେ ବାସ କଲେ; ମାତ୍ର ଯିହୁଦାର ନାନା ନଗରରେ ଲୋକମାନେ, ଅର୍ଥାତ୍‍, ଇସ୍ରାଏଲ, ଯାଜକମାନେ ଓ ଲେବୀୟମାନେ ଓ ନଥୀନୀୟମାନେ ଓ ଶଲୋମନଙ୍କର ଦାସଗଣର ସନ୍ତାନମାନେ ପ୍ରତ୍ୟେକେ ଆପଣା ଆପଣା ଅଧିକାରରେ ଆପଣା ଆପଣା ନଗରରେ ବାସ କଲେ।
ନିହିମିୟା 11 : 4 (IRVOR)
ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ ଓ ବିନ୍ୟାମୀନ୍‍ର ସନ୍ତାନଗଣ ମଧ୍ୟରୁ କେତେକ ଲୋକ ଯିରୂଶାଲମରେ ବାସ କଲେ। ଯିହୁଦାର ସନ୍ତାନଗଣ ମଧ୍ୟରୁ ଉଷୀୟର ପୁତ୍ର ଅଥାୟ, ସେହି ଉଷୀୟ ଜିଖରୀୟର ପୁତ୍ର, ଜିଖରୀୟ ଅମରୀୟର ପୁତ୍ର, ଅମରୀୟ ଶଫଟୀୟର ପୁତ୍ର, ଶଫଟୀୟ ମହଲଲେଲର ପୁତ୍ର, ମହଲଲେଲ ପେରସ-ସନ୍ତାନଗଣ ମଧ୍ୟରୁ ଜଣେ;
ନିହିମିୟା 11 : 5 (IRVOR)
ଆଉ, ବାରୁକ୍‍ର ପୁତ୍ର ମାସେୟ, ସେହି ବାରୁକ୍‍ କଲ୍‍ହୋଷିର ପୁତ୍ର, କଲ୍‍ହୋଷି ହସାୟର ପୁତ୍ର, ହସାୟ ଅଦାୟାର ପୁତ୍ର, ଅଦାୟା ଯୋୟାରୀବ୍‍ର ପୁତ୍ର, ଯୋୟାରୀବ୍‍ ଜିଖରୀୟର ପୁତ୍ର, ଜିଖରୀୟ ଶୀଲୋନିର ପୁତ୍ର।
ନିହିମିୟା 11 : 6 (IRVOR)
ପେରସର ସନ୍ତାନ ସର୍ବସୁଦ୍ଧା ଚାରି ଶହ ଅଠଷଠି ଜଣ ବୀର ପୁରୁଷ ଯିରୂଶାଲମରେ ବାସ କଲେ।
ନିହିମିୟା 11 : 7 (IRVOR)
ବିନ୍ୟାମୀନ୍‍ର ସନ୍ତାନଗଣ, ଯଥା, ମଶୁଲ୍ଲମ୍‍ର ପୁତ୍ର ସଲ୍ଲୁ, ସେହି ମଶୁଲ୍ଲମ୍‍ ଯୋୟେଦ୍‍ର ପୁତ୍ର, ଯୋୟେଦ୍‍ ପଦାୟର ପୁତ୍ର, ପଦାୟ କୋଲାୟାର ପୁତ୍ର, କୋଲାୟା ମାସେୟର ପୁତ୍ର, ମାସେୟ ଇଥୀୟେଲର ପୁତ୍ର, ଇଥୀୟେଲ ଯିଶାୟାହର ପୁତ୍ର।
ନିହିମିୟା 11 : 8 (IRVOR)
ପୁଣି, ତାହା ଛଡ଼ା ଗବ୍ବୟ, ସଲ୍ଲୟ ଆଦି ନଅ ଶହ ଅଠାଇଶ ଜଣ।
ନିହିମିୟା 11 : 9 (IRVOR)
ଆଉ, ସିଖ୍ରିର ପୁତ୍ର ଯୋୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା ଓ ହସନୁୟେର ପୁତ୍ର ଯିହୁଦା ନଗରର ଦ୍ୱିତୀୟ କର୍ତ୍ତା ଥିଲା।
ନିହିମିୟା 11 : 10 (IRVOR)
ଯାଜକମାନଙ୍କ ମଧ୍ୟରୁ, ଯଥା, ଯୋୟାରୀବ୍‍ର ପୁତ୍ର ଯିଦୟୀୟ, ଯାଖୀନ୍‍,
ନିହିମିୟା 11 : 11 (IRVOR)
ହିଲ୍‍କୀୟର ପୁତ୍ର ସରାୟ, ସେହି ହିଲ୍‍କିୟ ମଶୁଲ୍ଲମର ପୁତ୍ର, ମଶୁଲ୍ଲମ୍‍ ସାଦୋକର ପୁତ୍ର, ସାଦୋକ ମରାୟୋତର ପୁତ୍ର, ମରାୟୋତ୍‍ ଅହୀଟୂବ୍‍ର ପୁତ୍ର, ଅହୀଟୂବ୍‍ ପରମେଶ୍ୱରଙ୍କ ଗୃହର ଅଧ୍ୟକ୍ଷ ଥିଲା।
ନିହିମିୟା 11 : 12 (IRVOR)
ଗୃହର କର୍ମକାରୀ ସେମାନଙ୍କ ଭ୍ରାତୃଗଣ ଆଠ ଶହ ବାଇଶ ଜଣ ଥିଲେ; ପୁଣି, ଯିରୋହମ୍‍ର ପୁତ୍ର ଅଦାୟା, ସେହି ଯିରୋହମ୍‍ ପଲଲୀୟର ପୁତ୍ର, ପଲଲୀୟ ଅମ୍‍ସିର ପୁତ୍ର, ଅମ୍‍ସି ଜିଖରୀୟର ପୁତ୍ର, ଜିଖରୀୟ ପଶ୍‍ହୂରର ପୁତ୍ର, ପଶ୍‍ହୂର ମଲ୍‍କୀୟର ପୁତ୍ର,
ନିହିମିୟା 11 : 13 (IRVOR)
ପୁଣି, ଅଦାୟାର ଭ୍ରାତୃଗଣ ଦୁଇ ଶହ ବୟାଳିଶ ଜଣ ପିତୃବଂଶ-ପ୍ରଧାନ ଥିଲେ; ଅସରେଲ୍‍ର ପୁତ୍ର ଅମଶୟ, ସେହି ଅସରେଲ୍‍ ଅହସୟର ପୁତ୍ର, ଅହସୟ ମଶିଲ୍ଲେମୋତ୍‍ର ପୁତ୍ର, ମଶିଲ୍ଲେମୋତ୍‍ ଇମ୍ମେରର ପୁତ୍ର,
ନିହିମିୟା 11 : 14 (IRVOR)
ଆଉ, ସେମାନଙ୍କ ଭ୍ରାତୃଗଣ ଏକ ଶହ ଅଠାଇଶ ଜଣ ମହାବିକ୍ରମଶାଳୀ ପୁରୁଷ ଥିଲେ ଓ ହଗ୍‍ଦୋଲୀମ୍‌ର ପୁତ୍ର ସବ୍‍ଦୀୟେଲ ସେମାନଙ୍କର ଅଧ୍ୟକ୍ଷ ଥିଲା।
ନିହିମିୟା 11 : 15 (IRVOR)
ଲେବୀୟମାନଙ୍କ ମଧ୍ୟରୁ, ଯଥା, ହଶୂବ୍‍ର ପୁତ୍ର ଶମୟୀୟ, ସେହି ହଶୂବ୍‍ ଅସ୍ରୀକାମର ପୁତ୍ର, ଅସ୍ରୀକାମ ହଶବୀୟର ପୁତ୍ର, ହଶବୀୟ ବୁନ୍ନିର ପୁତ୍ର;
ନିହିମିୟା 11 : 16 (IRVOR)
ଆହୁରି, ଲେବୀୟ-ପ୍ରଧାନବର୍ଗ ମଧ୍ୟରୁ ଶବ୍ବଥୟ ଓ ଯୋଷାବଦ୍‍ ପରମେଶ୍ୱରଙ୍କ ଗୃହର ବାହାର କାର୍ଯ୍ୟର ଅଧ୍ୟକ୍ଷ ଥିଲେ;
ନିହିମିୟା 11 : 17 (IRVOR)
ଆଉ, ଆସଫର ବଂଶଜାତ ସବ୍‍ଦିର ପୌତ୍ର ମୀକାର ପୁତ୍ର ମତ୍ତନୀୟ ପ୍ରାର୍ଥନାକାଳୀନ ଧନ୍ୟବାଦ ଆରମ୍ଭ କରିବାରେ ପ୍ରଧାନ ଥିଲା ଓ ତାହାର ଭ୍ରାତୃଗଣ ମଧ୍ୟରୁ ବକ୍‍ବୁକୀୟ ଦ୍ୱିତୀୟ ଥିଲା; ପୁଣି, ଯିଦୂଥୂନ-ବଂଶଜାତ ଗାଲଲ୍‍ର ପୌତ୍ର ଶମ୍ମୂୟର ପୁତ୍ର ଅବ୍‍ଦ।
ନିହିମିୟା 11 : 18 (IRVOR)
ପବିତ୍ର ନଗରସ୍ଥ ଲେବୀୟମାନେ ସର୍ବସୁଦ୍ଧା ଦୁଇ ଶହ ଚୌରାଶୀ ଜଣ ଥିଲେ।
ନିହିମିୟା 11 : 19 (IRVOR)
ଆହୁରି, ଦ୍ୱାରପାଳ ଅକ୍‍କୂବ, ଟଲ୍‍ମୋନ ଓ ନଗର-ଦ୍ୱାର ସମୂହରେ ପ୍ରହରୀକର୍ମକାରୀ ସେମାନଙ୍କ ଭ୍ରାତୃଗଣ ଏକ ଶହ ବାସ୍ତରି ଜଣ ଥିଲେ।
ନିହିମିୟା 11 : 20 (IRVOR)
ପୁଣି, ଇସ୍ରାଏଲର, ଯାଜକମାନଙ୍କର, ଲେବୀୟମାନଙ୍କ ଅବଶିଷ୍ଟ ଲୋକମାନେ ଯିହୁଦାର ସମସ୍ତ ନଗରରେ ପ୍ରତ୍ୟେକେ ଆପଣା ଆପଣା ସ୍ଥାନରେ ରହିଲେ।
ନିହିମିୟା 11 : 21 (IRVOR)
ମନ୍ଦିରରେ ସେବା କରୁଥିବା ଲୋକମାନେ ଓଫଲରେ ବାସ କଲେ; ଆଉ, ସୀହ ଓ ଗିଷ୍ପ ନଥୀନୀୟମାନଙ୍କର ଅଧ୍ୟକ୍ଷ ଥିଲେ।
ନିହିମିୟା 11 : 22 (IRVOR)
ଆସଫ-ବଂଶୀୟ ଗାୟକମାନଙ୍କ ମଧ୍ୟରୁ ମୀକାର ବୃଦ୍ଧ ପ୍ରପୌତ୍ର, ମତ୍ତନୀୟର ପ୍ରପୌତ୍ର, ହଶବୀୟର ପୌତ୍ର, ବାନିର ପୁତ୍ର ଉଷି ଯିରୂଶାଲମରେ ଲେବୀୟମାନଙ୍କର ଅଧ୍ୟକ୍ଷ ଥିଲା, ସେ ମଧ୍ୟ ପରମେଶ୍ୱରଙ୍କ ଗୃହକାର୍ଯ୍ୟର ତତ୍ତ୍ୱାବଧାରଣ କଲା।
ନିହିମିୟା 11 : 23 (IRVOR)
କାରଣ ସେମାନଙ୍କ ବିଷୟରେ ରାଜାଙ୍କର ଆଜ୍ଞା ଥିଲା ଓ ପ୍ରତି ଦିନର ପ୍ରୟୋଜନାନୁସାରେ ଗାୟକମାନଙ୍କୁ ନିରୂପିତ ପଡ଼ି ଦିଆଗଲା।
ନିହିମିୟା 11 : 24 (IRVOR)
ଆଉ, ଯିହୁଦାର ପୁତ୍ର ସେରହର ବଂଶଜାତ ମଶେଷବେଲ୍‍ର ପୁତ୍ର ପଥାହୀୟ ଲୋକମାନଙ୍କ ସମସ୍ତ କାର୍ଯ୍ୟ ବିଷୟରେ ରାଜାଙ୍କ ନିକଟରେ ଥିଲା। [PS]
ନିହିମିୟା 11 : 25 (IRVOR)
{ଅନ୍ୟ ସହର ଓ ନଗରବାସୀମାନେ} [PS] ପୁଣି, ଯିହୁଦାର ସନ୍ତାନଗଣ ମଧ୍ୟରୁ କେତେକ ନାନା ଗ୍ରାମ ଓ ତହିଁର କ୍ଷେତ୍ରରେ, ଅର୍ଥାତ୍‍, କିରୀୟଥ୍‍-ଅର୍ବ ଓ ତହିଁର ଉପ ନଗରରେ, ଦୀବୋନ୍‍ ଓ ତହିଁର ଉପ ନଗରରେ, ଯିକବ୍‍ସେଲ ଓ ତହିଁର ଗ୍ରାମରେ;
ନିହିମିୟା 11 : 26 (IRVOR)
ଆଉ ଯେଶୂୟରେ, ମୋଲାଦାରେ ଓ ବେଥ୍-ପେଲଟରେ;
ନିହିମିୟା 11 : 27 (IRVOR)
ଆଉ ହତ୍‍ସର-ଶୁୟାଲ୍‍ରେ, ବେର୍‍ଶେବା ଓ ତହିଁର ଉପନଗରରେ;
ନିହିମିୟା 11 : 28 (IRVOR)
ଆଉ ସିକ୍ଲଗ୍‍ରେ, ମକୋନା ଓ ତହିଁର ଉପନଗରରେ;
ନିହିମିୟା 11 : 29 (IRVOR)
ଆଉ ଐନ୍‍-ରିମ୍ମୋଣରେ, ସରାୟରେ ଓ ଯର୍ମୂତରେ;
ନିହିମିୟା 11 : 30 (IRVOR)
ସାନୋହ, ଅଦୁଲ୍ଲମ ଓ ତହିଁର ଗ୍ରାମରେ, ଲାଖୀଶ୍‍ ଓ ତହିଁର କ୍ଷେତ୍ରରେ, ଅସେକା ଓ ତହିଁର ଉପନଗରରେ ବାସ କଲେ। ଏହିରୂପେ ସେମାନେ ବେର୍‍ଶେବାଠାରୁ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଛାଉଣି କଲେ।
ନିହିମିୟା 11 : 31 (IRVOR)
ବିନ୍ୟାମୀନ୍-ସନ୍ତାନଗଣ ମଧ୍ୟ ଗେବାଠାରୁ ଆଗକୁ, ମିକ୍‍ମସ୍‍ ଓ ଅୟାରେ, ବେଥେଲ୍‍ ଓ ତହିଁର ଉପ ନଗରରେ;
ନିହିମିୟା 11 : 32 (IRVOR)
ଅନାଥୋତ୍‍, ନୋବ ଓ ଅନନୀୟାରେ;
ନିହିମିୟା 11 : 33 (IRVOR)
ହାସୋର, ରାମା, ଗିତ୍ତୟିମରେ;
ନିହିମିୟା 11 : 34 (IRVOR)
ହାଦୀଦ୍‍, ସବୋୟିମ, ନବଲ୍ଲାଟରେ;
ନିହିମିୟା 11 : 35 (IRVOR)
ଲୋଦ୍‍ ଓ ଓନୋ, ଶିଳ୍ପକାରମାନଙ୍କ ଉପତ୍ୟକାରେ ବାସ କଲେ।
ନିହିମିୟା 11 : 36 (IRVOR)
ଆଉ, ଯିହୁଦା ସମ୍ପର୍କୀୟ ନାନା ପାଳିଭୁକ୍ତ କେତେକ ଲେବୀୟ ଲୋକ ବିନ୍ୟାମୀନ୍ ସହିତ ସଂଯୁକ୍ତ ହେଲେ। [PE]

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36

BG:

Opacity:

Color:


Size:


Font: